Posted inଖେଳ

ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍‌ ଜିତିଛନ୍ତି ।
୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ ବେଲଜିୟମର ଓଟ୍‌ ଭାନ୍‌ ଆର୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଟାଡେଜ ପୋଗାକାର ତୃତୀୟ ଏବଂ ବ୍ରିଟେନର ଟମ୍‌ ପିଡ୍‌କକ୍‌ ଚତୁର୍ଥ ହୋଇଛନ୍ତି। ପୂର୍ବଦିନର ଲିଡର ଆଡାମ ୟେଟ୍ସ ଓଭରାଲ ଲିଡର ଭାବେ ୟେଲୋ ଜର୍ସି ବଜାୟ ରଖିଛନ୍ତି। ଷ୍ଟେଜ୍‌-୩ ସୋମବାର ଅନୁଷ୍ଠିତ ହେବ।
ବାସକ୍‌ କଣ୍ଟ୍ରିରେ ଏକ ଫ୍ୟାମିଲି ସେଲିବ୍ରେଶନ ସହ ବିଶ୍ୱର ସବୁଠାରୁ ବଡ଼ ସାଇକ୍ଲିଂ ପ୍ରତିଯୋଗିତା ଟୁର୍‌ ଡି’ ଫ୍ରାନ୍ସ ଶନିବାରଠାରୁ ଆରମ୍ଭ ହୋଇଛି। ଆଡାମ ୟେଟ୍ସ ତାଙ୍କ ଯାଆଁଳା ଭାଇ ସିମନ ୟେଟ୍ସଙ୍କୁ ପଛରେ ପକାଇ ପ୍ରଥମ ଷ୍ଟେଜରେ ବିଜୟ ଲାଭ କରିଥିଲେ। ରେସ୍‌ ଫେଭରାଇଟ୍‌ ଟାଡେଜ ପୋଗାକାର ଓ ଜୋନାସ ଭିଙ୍ଗେଗାର୍ଡ ସେମାନଙ୍କଠାରୁ କିନ୍ତୁ ବେଶି ଦୂରରେ ନ ଥିଲେ। ସ୍ପେନ ଉତ୍ତରାଞ୍ଚଳରେ ଅବସ୍ଥିତ ବାସକ୍‌ କଣ୍ଟ୍ରିରେ ଆରମ୍ଭ ଏହି ରେସ୍‌ ୩ ସପ୍ତାହ ଧରି ଚାଲିବ। ଏଥିରେ ପ୍ରାାରମ୍ଭିକ ୟଲୋ ଜର୍ସି ହାସଲ କରିଥିଲେ। ଆଡାମ ଓ ସିମନ ଦୁଇଟି ଅଲଗା ଅଲଗା ଟିମ୍‌ ଯଥାକ୍ରମେ ୟୁଏଇ ଟିମ୍‌ ଏମିରେଟ୍ସ ଓ ଜେକୋ-ଅଲ୍‌ଉଲା ଟିମ୍‌ରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଡାମ ୟେଟ୍ସ ଏପର୍ଯ୍ୟନ୍ତ ଏକ ଗ୍ରାଣ୍ଡ ଟୁର୍‌ ରେସ୍‌ ଜିତି ନାହାନ୍ତି, କିନ୍ତୁ ସେ ୨୦୨୦ ଟୁର୍‌ ଡି’ ଫ୍ରାନ୍ସ ବେଳେ ସେ ଲିଡର୍ସ ୟେଲୋ ଜର୍ସି ହାସଲ କରିଥିଲେ। ଅନ୍ୟପକ୍ଷରେ ସିମନ ୟେଟ୍ସ ୨୦୧୮ ସ୍ପାନିଶ ଭୁଏଲ୍‌ଟା ରେସ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟିମ ଇଣ୍ଡିଆର ଲଜ୍ଜାଜନକ ପରାଜୟ: ଏହି ୫ ଜଣ ସାଜିଲେ ଦଳର ସବୁଠୁ ବଡ଼ ‘ଭଲେନ’! ବୈଭବ-ଆୟରଙ୍କ ସହ…

ନୂଆଦିଲ୍ଲୀ, ୮।୭: ଇଂଲଣ୍ଡ ବିପକ୍ଷରେ ଟିମ ଇଣ୍ଡିଆକୁ ତାର ଟି-୨୦ ଇତିହାସର ସବୁଠାରୁ ଲଜ୍ଜାଜନକ ପରାଜୟର ସାମ୍ନା କରିବାକୁ ପଡ଼ିଛି। ତୃତୀୟ ଟି-୨୦ ମ୍ୟାଚରେ ଇଂଲଣ୍ଡ ହାତରୁ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ସ୍ବାମୀଙ୍କ ମୃତ୍ୟୁଖବର ଶୁଣି ହାଇଓ୍ବା ଆଗକୁ ଡେଇଁପଡ଼ିଲେ ସ୍ତ୍ରୀ: ଆଉ ତା’ପରେ…

ଝାରସୁଗୁଡ଼ା/ଲୋଇସିଂହା, ୮ା୭ (ଆଶିଷ ରଞ୍ଜନ ଦାଶ/ ସୁଶାନ୍ତ ବାରିକ):ବିବାହ ବେଦୀରେ ସାତଜନ୍ମର ସାଥୀ ହୋଇ ବାଟ ଚାଲିବା ପାଇଁ ନିଷ୍ପତ୍ତି ନେଇଥିଲେ। ହେଲେ ସ୍ବାମୀଙ୍କ ଆକସ୍ମିକ ମୃତ୍ୟୁଖବର…

ଭାକୁର କେଜି ୧୦୦, ଦେଶୀ ମାଛ ୫୦ ଟଙ୍କାରେ ବିକ୍ରି

ନୂଆପଡ଼ା,୮ା୭(ମକାରୁ ବେମାଲ):ନୂଆପଡ଼ା ଜିଲାରେ ଶୁକ୍ରବାରଠାରୁ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗିରହିଛି। ବର୍ଷା ପାଣିରେ ତିଖାଳି ଲୋୟର ଇନ୍ଦ୍ର ଜଳସେଚନ ପ୍ରକଳ୍ପ ଓ ଜଡାମୁଣ୍ଡା ସୁନ୍ଦର ଜଳସେଚନ…

ଲଗାଣ ବର୍ଷାରେ ଉଜୁଡ଼ିଲା କପାଚାଷ: ଚାଷଜମି ଜଳମଗ୍ନ

ଅମରପାଲି,୮ା୭(ପୀତାମ୍ବର ସାହୁ):ଲଘୁଚାପଜନିତ ଲଗାଣ ବର୍ଷା ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକର କପାଚାଷୀଙ୍କ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି। ଜୁନରେ ବର୍ଷା ନ ଥିବା ବେଳେ ଜୁଲାଇ ଆରମ୍ଭରେ…

ଭଙ୍ଗା ଦଦରା ଘରେ ବିତୁଛି ଦିନ: ଆବାସ ଯୋଜନାରୁ ବଞ୍ଚିତ ଦମ୍ପତି

ଲୋଇସିଂହା,୮।୭(ସୁଶାନ୍ତ ବାରିକ):ସମାଜର ତଳ ସ୍ତରର ଲୋକଙ୍କୁ ସରକାରୀ ଯୋଜନାରେ ପ୍ରାଥମିକତା ଦେବାକୁ ସରକାର ଗୁରୁତ୍ୱାରୋପ କରୁଛନ୍ତି। କିନ୍ତୁ ବଲାଙ୍ଗୀର ଜିଲା ଲୋଇସିଂହା ବ୍ଲକରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା…

ଆଜି ଏହି ୨ ଜିଲାରେ ଝଡ଼ବର୍ଷା! ଜାରି ହେଲା ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୮ା୭(ବନ୍ଦନା ସେଠୀ): ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତରଓଡ଼ିଶା -ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଅବପାତ ଦୁର୍ବଳ ହୋଇ ସଦୃଶ ଲଘୁଚାପରେ ପରିଣତ ହୋଇଛି। ଅବପାତ ଦୁର୍ବଳ…

ଫୁଲବାଣୀରୁ ବ୍ରହ୍ମପୁର ଯାଉଥିଲା ଗୁରୁତର ରୋଗୀ, ଘନ ଜଙ୍ଗଲ ଭିତରେ ଅଚଳ ହୋଇଗଲା ୧୦୮ ଆମ୍ବୁଲାନ୍ସ,;ଆଉ ତା’ ପରେ…

ଭଞ୍ଜନଗର,୭।୭ (ବାବୁଲା ପ୍ରଧାନ): ରାଜ୍ୟରେ ବିପର୍ଯ୍ୟସ୍ତ ସ୍ୱାସ୍ଥ୍ୟ ସେବାର ଆଉ ଏକ ବିକଳ ଚିତ୍ର ସାମ୍ନାକୁ ଆସିଛି। ଜଣେ ଗୁରୁତର ରୋଗୀଙ୍କୁ ମେଡିକାଲ ନେବା ସମୟରେ ଅଧା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri