Odisha Elections 2024
Posted inଖେଳ

ଲାଫେ ଜିତିଲେ ଦ୍ୱିତୀୟ ଷ୍ଟେଜ୍‌

ବିଲ୍‌ବାଓ (ସ୍ପେନ), ୩ା୭ (ଏପି): ଫ୍ରାନ୍ସର ଭିକ୍ଟର ଲାଫେ ଚଳିତ ଟୁର ଡି’ ଫ୍ରାନ୍ସର ଦ୍ୱିତୀୟ ଷ୍ଟେଜ୍‌ ଜିତିଛନ୍ତି ।
୨୦୮.୯ କିଲୋମିଟର ଦୂରତା ବିଶିଷ୍ଟ ଏହି ରେସ୍‌ରେ ବେଲଜିୟମର ଓଟ୍‌ ଭାନ୍‌ ଆର୍ଟ ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ବେଳେ ଟାଡେଜ ପୋଗାକାର ତୃତୀୟ ଏବଂ ବ୍ରିଟେନର ଟମ୍‌ ପିଡ୍‌କକ୍‌ ଚତୁର୍ଥ ହୋଇଛନ୍ତି। ପୂର୍ବଦିନର ଲିଡର ଆଡାମ ୟେଟ୍ସ ଓଭରାଲ ଲିଡର ଭାବେ ୟେଲୋ ଜର୍ସି ବଜାୟ ରଖିଛନ୍ତି। ଷ୍ଟେଜ୍‌-୩ ସୋମବାର ଅନୁଷ୍ଠିତ ହେବ।
ବାସକ୍‌ କଣ୍ଟ୍ରିରେ ଏକ ଫ୍ୟାମିଲି ସେଲିବ୍ରେଶନ ସହ ବିଶ୍ୱର ସବୁଠାରୁ ବଡ଼ ସାଇକ୍ଲିଂ ପ୍ରତିଯୋଗିତା ଟୁର୍‌ ଡି’ ଫ୍ରାନ୍ସ ଶନିବାରଠାରୁ ଆରମ୍ଭ ହୋଇଛି। ଆଡାମ ୟେଟ୍ସ ତାଙ୍କ ଯାଆଁଳା ଭାଇ ସିମନ ୟେଟ୍ସଙ୍କୁ ପଛରେ ପକାଇ ପ୍ରଥମ ଷ୍ଟେଜରେ ବିଜୟ ଲାଭ କରିଥିଲେ। ରେସ୍‌ ଫେଭରାଇଟ୍‌ ଟାଡେଜ ପୋଗାକାର ଓ ଜୋନାସ ଭିଙ୍ଗେଗାର୍ଡ ସେମାନଙ୍କଠାରୁ କିନ୍ତୁ ବେଶି ଦୂରରେ ନ ଥିଲେ। ସ୍ପେନ ଉତ୍ତରାଞ୍ଚଳରେ ଅବସ୍ଥିତ ବାସକ୍‌ କଣ୍ଟ୍ରିରେ ଆରମ୍ଭ ଏହି ରେସ୍‌ ୩ ସପ୍ତାହ ଧରି ଚାଲିବ। ଏଥିରେ ପ୍ରାାରମ୍ଭିକ ୟଲୋ ଜର୍ସି ହାସଲ କରିଥିଲେ। ଆଡାମ ଓ ସିମନ ଦୁଇଟି ଅଲଗା ଅଲଗା ଟିମ୍‌ ଯଥାକ୍ରମେ ୟୁଏଇ ଟିମ୍‌ ଏମିରେଟ୍ସ ଓ ଜେକୋ-ଅଲ୍‌ଉଲା ଟିମ୍‌ରୁ ପ୍ରତିନିଧିତ୍ୱ କରୁଛନ୍ତି। ଆଡାମ ୟେଟ୍ସ ଏପର୍ଯ୍ୟନ୍ତ ଏକ ଗ୍ରାଣ୍ଡ ଟୁର୍‌ ରେସ୍‌ ଜିତି ନାହାନ୍ତି, କିନ୍ତୁ ସେ ୨୦୨୦ ଟୁର୍‌ ଡି’ ଫ୍ରାନ୍ସ ବେଳେ ସେ ଲିଡର୍ସ ୟେଲୋ ଜର୍ସି ହାସଲ କରିଥିଲେ। ଅନ୍ୟପକ୍ଷରେ ସିମନ ୟେଟ୍ସ ୨୦୧୮ ସ୍ପାନିଶ ଭୁଏଲ୍‌ଟା ରେସ୍‌ ଜିତିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କଳିଙ୍ଗ ଷ୍ଟାଡିୟମରେ ସ୍ୱର୍ଣ୍ଣ ଜିତିଲେ ନୀରଜ ଚୋପ୍ରା

ଭୁବନେଶ୍ୱର,୧୫ା୫: କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଜାତୀୟ ଫେଡେରେସନ୍ ଆଥଲେଟିକ୍ ଚାମ୍ପିଅନସିପରେ ସ୍ୱର୍ଣ୍ଣ ଜିତିଛନ୍ତି ନୀରଜ ଚୋପ୍ରା। ଭାରତର ଏହି ତାରକା ସର୍ବାଧିକ ୮୨.୨୭ ମିଟର ଜାଭେଲିନ୍...

ରାହୁଲ ଦ୍ରାବିଡଙ୍କ ପରେ କିଏ ହେବେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌? ରେସ୍‌ରେ ୩ କ୍ରିକେଟର

ନୂଆଦିଲ୍ଲୀ,୧୫।୫: ଭାରତରେ ଏବେ ଚାଲିଛି ଆଇପିଏଲ କ୍ରେଜ । ଏହା ପରେ ପରେ ଆରମ୍ଭ ହୋଇଯିବ ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପ । T20 ବିଶ୍ବକପ ପାଇଁ...

ଏହି ଯୁବତୀଙ୍କ ଡିମାଣ୍ଡ ଶୁଣି ତରଳିଗଲେ ଗୌତମ ଗମ୍ଭୀର, ହସିକରି କହିଲେ ଏମିତି…

ନୂଆଦିଲ୍ଲୀ,୧୫।୫: ଆଇପିଏଲ୍‌ ୨୦୨୪ରେ କୋଲକାତା ନାଇଟ୍‌ ରାଇଡର୍ସ ଟିମ୍‌ ଜବରଦସ୍ତ ପ୍ରଦର୍ଶନ କରୁଛି। ଦଳ ୧୩ରୁ ୯ ମ୍ୟାଚ୍‌ରେ ବିଜେତା ହୋଇଛି। ଫଳରେ କେକେଆର୍‌ ପ୍ରଥମ...

ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ସଚିନ ତେନ୍ଦୁଲକରଙ୍କ ବଡିଗାର୍ଡ, ପୋଲିସର ତନାଘନା

ନୂଆଦିଲ୍ଲୀ,୧୫।୫: ଭାରତର ପୂର୍ବତନ ଭେଟେରାନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ସୁରକ୍ଷାରେ ନିୟୋଜିତ ଜଣେ ଯବାନ ନିଜକୁ ଗୁଳିକରିଛନ୍ତି। ଏହି ଘଟଣାରେ ବଡିଗାର୍ଡଙ୍କ ମୃତ୍ୟୁ ଘଟିଛି। ତେବେ...

ଦଳ ଜିତିବା ପରେ ବି ଖୁସି ନାହାନ୍ତି ରିଷଭ ପନ୍ତ: ଦୁଃଖରେ କହିଲେ ଏମିତି କଥା

ନୂଆଦିଲ୍ଲୀ,୧୫।୫: ଆଇପିଏଲ ୨୦୨୪ର ୬୪ତମ ମ୍ୟାଚରେ ଦିଲ୍ଲୀ କ୍ୟାପିଟାଲ୍ସ ଲକ୍ଷ୍ନୌ ସୁପର ଜିଆଣ୍ଟସକୁ ୧୯ ରନ୍‌ରେ ପରାସ୍ତ କରିଛି। ଏହି ବିଜୟ ସହିତ ଦିଲ୍ଲୀ ପ୍ଲେ...

ଏମିତି ଚମତ୍କାର କ୍ୟାଚ୍‌ ଧରିଲେ ରାହୁଲ, ଛିଡାହୋଇ କରତାଳି ଦେଲେ ମାଲିକ

ନୂଆଦିଲ୍ଲୀ,୧୫।୫: ଲକ୍ଷ୍ନୌ ସୁପର ଜିଆଣ୍ଟସ କେ.ଏଲ ରାହୁଲଙ୍କ ଅଧିନାୟକତ୍ୱରେ ଆଉ ଏକ ମ୍ୟାଚ ହାରିଛି। ଦିଲ୍ଲୀ କ୍ୟାପିଟାଲ୍ସ ବିପକ୍ଷରେ ଖେଳାଯାଇଥିବା ମ୍ୟାଚରେ ଲକ୍ଷ୍ନୌ କ୍ରମାଗତ ତୃତୀୟ...

କୋହଲିଙ୍କ ବଡ ରେକର୍ଡ ଭାଙ୍ଗିଦେଲେ ପାକିସ୍ତାନ ଅଧିନାୟକ

ଡବଲିନ୍‌,୧୫।୫: ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ତୃତୀୟ ଟି-୨୦ ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିଛି ପାକିସ୍ତାନ। ଡବଲିନ୍‌ରେ ଖେଳାଯାଇଥିବା ମ୍ୟାଚରେ ପାକିସ୍ତାନ ଆୟର୍ଲାଣ୍ଡକୁ ୬ ଉଇକେଟରେ...

ଚିନ୍ମୟ ଏସିଆନ ଟାଏକୋଣ୍ଡୋ ଜାତୀୟ ଦଳର କୋଚ୍‌ ଭାବେ ମନୋନୀତ

ଭଦ୍ରକ,୧୫।୫ (ସନାତନ ରାଉତ): ଭିଏତ୍‌ନାମର ଦାନାଙ୍ଗଠାରେ ଆୟୋଜିତ ଏସିଆନ ଟାଏକୋଣ୍ଡୋ ପ୍ରତିଯୋଗିତା ପାଇଁ ଜାତୀୟ ଦଳର କୋଚ୍‌ ଭାବେ ଓଡ଼ିଶା ଟାଏକୋଣ୍ଡୋର ସମ୍ପାଦକ ଭଦ୍ରକ ଜିଲା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri