ୟୁରିଆ ଅଭାବ ଉଜାଡ଼ିବ ଚାଷ

ଗଁଦିଆ, ୩।୧୦: ଚଳିତ ବର୍ଷ ଖରିଫ ଧାନ ଉପରେ ଘନେଇବାରେ ଲାଗିଛି ବିପଦ। ପ୍ରଥମେ ସ୍ବଳ୍ପବୃଷ୍ଟି, ଏହାପରେ ଲଘୁଚାପଜନିତ ଲଗାଣ ବର୍ଷା ଏବଂ ଏବେ ଧାନ ଗଛ ବଢ଼ିବା ବେଳକୁ ଦେଖାଦେଇଛି ୟୁରିଆର ଉତ୍କଟ ଅଭାବ। ଠିକ୍‌ ସମୟରେ ସାର ପ୍ରୟୋଗ ନ ହେଲେ ଥୋଡ଼ ବାହାରିବ ନାହିଁ। ଧାନ ସବୁ ଅଗାଡ଼ି ପାଲଟିଯିବ। ବର୍ଷକର ଝାଳବୁହା କଷ୍ଟ ବୃଥାରେ ଯିବ। ଏହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଢେଙ୍କାନାଳ ଜିଲା ଗଁଦିଆ ବ୍ଲକର ଚାଷୀକୁଳ। ପରିବହନରେ ଅଧିକ ଖର୍ଚ୍ଚ ହେଉଥିବା କହି ସମବାୟ ସମିତିଗୁଡ଼ିକ ସାର କିଣିବା ଲାଗି କୁନ୍ଥୁକୁନ୍ଥୁ ହେଉଛନ୍ତି। ଏହାର ସୁଯୋଗରେ ଖୋଲାବଜାରରେ ସରକାରୀ ମୂଲ୍ୟଠାରୁ ଦୁଇଗୁଣା ଦରରେ ସାର ବିକ୍ରି କରୁଛନ୍ତି ଅସାଧୁ ବ୍ୟବସାୟୀ। ୟୁରିଆ ଯୋଗାଣ ଶୃଙ୍ଖଳ ସ୍ବାଭାବିକ ନ ହେଲେ ବ୍ଲକର ଧାନ ଫସଲ ଉଜୁଡ଼ିବ ବୋଲି ଚାଷୀମାନେ ଆଶଙ୍କା ବ୍ୟକ୍ତ କରିଛନ୍ତି।
କୃଷି ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ବ୍ଲକରେ ମୋଟ ୨୩ ହଜାର ୫୪୨ ହେକ୍ଟର ଚାଷ ଉପଯୋଗୀ ଜମି ରହିଛି। ଚଳିତବର୍ଷ ୨୨ ହଜାର ୯୨୧ ହେକ୍ଟରରେ ବିଭିନ୍ନ ଚାଷ ହୋଇଛି। ଧାନ ଚାଷ ଉପଯୋଗୀ ୧୫ ହଜାର ୨୩୦ ହେକ୍ଟର ମଧ୍ୟରୁ ଚଳିତ ବର୍ଷ ୧୩ ହଜାର ୩୦୦ ହେକ୍ଟରରେ ଫସଲ କରାଯାଇଛି। ହେଲେ ବିହନ ବୁଣିବାଠାରୁ ଅଦ୍ୟାବଧି ଚାଷୀମାନେ ଧାରାବାହିକ ଭାବେ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ପ୍ରଥମାର୍ଦ୍ଧରେ ବର୍ଷାଭାବ ଏବଂ ଅତିବୃଷ୍ଟିରେ ଫସଲ ପ୍ରଭାବିତ ହେବା ପରେ ଏଥିରୁ ମୁକୁଳିବାକୁ ଉଦ୍ୟମ କରୁଥିବା ଚାଷୀଙ୍କ ଉପରେ ବୋଝ ଉପରେ ନଳିତା ବିଡ଼ା ପାଲଟିଛି ୟୁରିଆ ଅଭାବ। ବ୍ଲକରେ ୧୫ ସେବା ସମବାୟ ସମିତି ୟୁରିଆ ଯୋଗାଣରେ ନିୟୋଜିତ ଥିବାବେଳେ ଯୋଗାଣ ଶୃଙ୍ଖଳା ପ୍ରଭାବିତ ହେବା ଏବଂ ଆବଶ୍ୟକ ପରିମାଣର ସାର ନ ଆସିବା ସମସ୍ୟାକୁ ବହୁଗୁଣିତ କରିଦେଇଛି। ବଜାରରେ ସୃଷ୍ଟି ହୋଇଥିବା ସାରର କୃତ୍ରିମ ଅଭାବ ଅସାଧୁ ବ୍ୟବସାୟୀଙ୍କ ପାଇଁ ସୁଯୋଗ ଆଣିଛି। ସରକାରୀସ୍ତରରେ ୟୁରିଆ ବସ୍ତା ପିଛା ୨୬୬ ଟଙ୍କା ଧାର୍ଯ୍ୟ କରାଯାଇଥିବାବେଳେ ଖୋଲାବଜାରରେ ଏହା ୫୪୦ ଟଙ୍କାରେ ବିକ୍ରି ହେଉଛି। କେବଳ ୟୁରିଆ ନୁହେଁ, ଡିଏପି, ପଟାସ କ୍ଷେତ୍ରରେ ମଧ୍ୟ ଅନୁରୂପ ସମସ୍ୟା ସୃଷ୍ଟି ହୋଇଛି। ଅନ୍ୟପଟେ ମାର୍କଫେଡ୍‌ ଜରିଆରେ ଯାଜପୁରରୁ ଢେଙ୍କାନାଳ ସମେତ ଗଁଦିଆକୁ ସାର ଯୋଗାଣ ହେଉଛି। ଚଳିତବର୍ଷ ସରକାରୀସ୍ତରରେ ମଞ୍ଜୁରୀପ୍ରାପ୍ତ କମ୍ପାନୀ ଆବଶ୍ୟକ ପରିମାଣର ସାର ଯୋଗାଇ ପାରିଲେ ନାହିଁ। ଅଭାବ ପୂରଣ ଲାଗି ଅଣମଞ୍ଜୁରୀପ୍ରାପ୍ତ କମ୍ପାନୀ ସାର ଯୋଗାଣ କରୁଛନ୍ତି। ଏହି ସାର ବଜାରରେ ଉପଲବ୍ଧ ହେଲେ ଚାଷୀଙ୍କ ଆବଶ୍ୟକତା ପୂରଣ ହୋଇପାରନ୍ତା। ହେଲେ ଅଣମଞ୍ଜୁରୀପ୍ରାପ୍ତ କମ୍ପାନୀ ସାର ପରିବହନରେ ଭଡ଼ା ଅଧିକ ପଡୁଥିବା ଆଳ କରି ସମବାୟ ସମିତି ଦାୟିତ୍ୱରୁ ମୁହଁ ଫେରାଇ ନେଉଛନ୍ତି। ସେବା ସମବାୟ ସମିତି ପକ୍ଷରୁ ସାରର ପ୍ରକୃତ ଆବଶ୍ୟକତା ସମ୍ପର୍କରେ ମାର୍କଫେଡ୍‌କୁ ଅବଗତ ମଧ୍ୟ କରାଯାଉନାହିଁ। ମାର୍କଫେଡ୍‌ କେବଳ ଆକଳନ କରି ସାର ଯୋଗାଉଛି। ଫଳରେ ସମସ୍ୟା ଜଟିଳ ହେବାରେ ଲାଗିଛି। ଅନ୍ୟପଟେ ଜଣେ ସାର ବିକ୍ରତା ନାମ ଗୋପନ ରଖିବା ସର୍ତ୍ତରେ କହିଛନ୍ତି, ଡିଲରମାନେ ପୁରୁଣା ସାର ବଜାରକୁ ନ ଛାଡ଼ି ଗୋଦାମରେ ମହଜୁଦ୍‌ ରଖୁଛନ୍ତି। ଫଳରେ କୃତ୍ରିମ ଅଭାବ ସୃଷ୍ଟି ହେଉଛି। ଡିଲରଙ୍କଠାରୁ ଆଣି ବିକ୍ରି କରିବାକୁ ପଡୁଛି। ତେଣୁ ୟୁରିଆ ଦର ବସ୍ତା ପିଛା ଦୁଇଗୁଣା ହୋଇଥିବା ସେ କହିଛନ୍ତି।
ଏ ସଂକ୍ରାନ୍ତରେ ଜିଲା କୃଷି ଅଧିକାରୀ ପ୍ରମୋଦ କୁମାର ପ୍ରଧାନ କୁହନ୍ତି, ଯାଜପୁର ଜିଲାରୁ ବ୍ଲକକୁ ସାର ଯୋଗାଣ ପ୍ରଭାବିତ ହେଉଛି। ସରକାରୀ ମଞ୍ଜୁରୀପ୍ରାପ୍ତ ସାର ଆବଶ୍ୟକ ପରିମାଣରରେ ଉପଲବ୍ଧ ରହୁନାହିଁ। ଅଣମଞ୍ଜୁରୀପ୍ରାପ୍ତ ସାର ଆଣିବାରେ ଅଧିକ ପରିବହନ ଖର୍ଚ୍ଚ ପଡୁଥିବାରୁ ସମବାୟ ସମିତିଗୁଡ଼ିକ ସାର ଆଣି ସରକାରୀ ଦରରେ ବିକ୍ରି କରିବାକୁ ପଛଘୁଞ୍ଚା ଦେଉଛନ୍ତି। ତେଣୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ସେ କହିଛନ୍ତି।

ଧାନ ଅମଳ କମିବ

ଠିକ୍‌ ସମୟରେ ୟୁରିଆ ପ୍ରୟୋଗ ନ ହେଲେ ଥୋଡ଼ ବାହାରିବ ନାହିଁ। ଅମଳ କମିବା ସହ ଧାନ ଅଗାଡ଼ି ହୋଇଯିବ। ଚାଷୀଙ୍କ ସମସ୍ୟା ପ୍ରତି ସରକାର ଗୁରୁତ୍ୱ ଦେବା ଜରୁରୀ।
-ଲାଲା ଆଲୋକ ସିଂ, ଚାଷୀ

କୃତ୍ରିମ ଅଭାବ ସୃଷ୍ଟି ହୋଇଛି

ଚାଷୀମାନେ ବ୍ୟବସାୟିକ ଉଦ୍ଦେଶ୍ୟରେ ଚାଷ କରୁଛନ୍ତି। ହେଲେ ଠିକ୍‌ ସମୟରେ ସାର ଯୋଗାଣ ହେଉନାହିଁ। ଫଳରେ ବଜାରରେ କୃତ୍ରିମ ଅଭାବ ସୃଷ୍ଟି ହେଉଛି।
-ମହେଶ୍ୱର ଭୂୟାଁ, ଚାଷୀ

ସମବାୟ ସମିତି ଗୁରୁତ୍ୱ ଦେଉନି

ଧାନ କିଣିବାରେ ସମବାୟ ସମିତି ପକ୍ଷରୁ ଯେଉଁଭଳି ତତ୍ପରତା ପ୍ରକାଶ ପାଉଛି, ସାର ଯୋଗାଣରେ ତାହା ଦେଖିବାକୁ ମିଳୁନାହିଁ। ଏଥିରେ ଚାଷୀ କ୍ଷତିଗ୍ରସ୍ତ ହେଉଛନ୍ତି।
-ବାଇଧର ଚାନ୍ଦ, ଚାଷୀ


Enter your email to get our daily news in your inbox.

All Right Reserved By Dharitri.Com

୪୦ ବର୍ଷ ପରେ ନ୍ୟୁଜିଲାଣ୍ଡ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ, ଇଣ୍ଡୋନେସିଆରୁ ଅଷ୍ଟ୍ରେଲିଆ ଯାଏ ଦେଖିବାକୁ ମିଳିବ… 

ନୂଆଦିଲ୍ଲୀ,୩।୪: ବିଶ୍ୱର ବଦଳୁଥିବା ଭୂ-ରାଜନୈତିକ ସମୀକରଣ ମଧ୍ୟରେ ଭାରତ ନିଜର ବୈଦେଶିକ ନୀତି ଏବଂ ବାଣିଜ୍ୟିକ ସମ୍ପର୍କକୁ ଆହୁରି ସୁଦୃଢ଼ କରିବା ପାଇଁ ଏକ ବଡ଼ ପଦକ୍ଷେପ…

ଓଲଟିଲା ସିଆର୍‌ପିଏଫ୍‌ ଯବାନଙ୍କ ଗାଡ଼ି, ୬ ଆହତ

ଶ୍ରୀନଗର,୩ା୭: ଜମ୍ମୁ-କଶ୍ମୀରର ଗାଣ୍ଡେରବଲ ଜିଲାର ସୋନମାର୍ଗ ଅଟଳ ସୁଡ଼ଙ୍ଗ ନିକଟରେ କେନ୍ଦ୍ରୀୟ ରିଜର୍ଭ ପୋଲିସ ଫୋର୍ସ (CRPF) କର୍ମଚାରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଛି।…

ଭୂକମ୍ପ ଭଗ୍ନାବଶେଷ ଭିତରୁ ୭ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ବ୍ୟକ୍ତି: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

କାରକାସ୍‌,୩।୭: ଭେନେଜୁଏଲାରେ ଦୁଇଟି ଭୂକମ୍ପ ଯୋଗୁ ହୋଇଥିବା କ୍ଷୟକ୍ଷତି ମଧ୍ୟରେ ବଞ୍ଚିବାର ଏକ ଉଲ୍ଲେଖନୀୟ କାହାଣୀ ସାମ୍ନାକୁ ଆସିଛି। ପ୍ରାୟ ୭ ଦିନ ଧରି ଏକ ଶପିଂ…

ଛେଚିବ ବର୍ଷା: ଏହିସବୁ ଜିଲାକୁ ରେଡ୍‌ ଆଲର୍ଟ ଜାରି

ଭୁବନେଶ୍ୱର,୩ା୭ (ସୌମ୍ୟରଞ୍ଜନ ରାଉତ):ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଲଘୁଚାପ ଯୋଗୁ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଆହୁରି ସକ୍ରିୟ…

ହରଦୀପ ସିଂ ପୁରୀଙ୍କ ବଡ଼ ଘୋଷଣା, ଏବେ କମିବନି ପେଟ୍ରୋଲ-ଡିଜେଲ ଦର

ନୂଆଦିଲ୍ଲୀ,୩।୭(ଆଇଏଏନ୍‌ଏସ୍‌): ପେଟ୍ରୋଲ ଓ ଡିଜେଲ ଦର କମିବା ନେଇ ଆଶା ରଖିଥିବା ଗ୍ରାହକଙ୍କୁ ବଡ଼ ଝଟକା ଲାଗିଛି। ଚଳିତ ସମୟରେ ଖୁଚୁରା ମୂଲ୍ୟ ହ୍ରାସ କରିବାର କୌଣସି…

ନାସାର ଘୋଷଣା, ଆମେରିକା ବିଶ୍ୱକପ୍‌ ଜିତିଲେ ଚନ୍ଦ୍ରକୁ ଯିବ ଫୁଟବଲ

ୱାଶିଂଟନ,୩।୭: ଚଳିତ ୨୦୨୬ ଫିଫା ବିଶ୍ୱକପ୍‌ରେ ଆମେରିକା ଦଳର ବିଜୟ ପାଇଁ ଆମେରିକାର ମହାକାଶ ଗବେଷଣା ସଂସ୍ଥା ‘ନାସା’ ଏକ ଅଦ୍ଭୁତ ଏବଂ ରୋମାଞ୍ଚକର ପ୍ରତିଶ୍ରୁତି ଦେଇଛି।…

ଆନ୍ଦୋଳନରତ ଡାକ୍ତରଙ୍କ ବିରୋଧରେ ବଡ଼ ଆକ୍ସନ: ଦରମା ବନ୍ଦ ସହ ଚୁକ୍ତିଭିତ୍ତିକ ଡାକ୍ତରଙ୍କୁ ନୋଟିସ୍‌ ପରେ କାର୍ଯ୍ୟରୁ ନିବୃତ୍ତ ପାଇଁ ନିର୍ଦ୍ଦେଶ !

ଭୁବନେଶ୍ୱର, ୨ା୭: ରାଜ୍ୟରେ ଚାଲିଥିବା ଡାକ୍ତରୀ ଆନ୍ଦୋଳନକୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ବଡ଼ ଏବଂ କଡ଼ା ପଦକ୍ଷେପ ଗ୍ରହଣ କରାଯାଇଛି। ଓଡ଼ିଶା ମେଡିକାଲ ସର୍ଭିସେସ୍‌…

ଇସ୍ରୋ ମୁଖ୍ୟାଳୟ ଉଡାଇ ଦେବାକୁ ଆସିଲା ଧମକ: ତଦନ୍ତ ଆରମ୍ଭ

ବେଙ୍ଗାଲୁରୁ,୨।୭: ବେଙ୍ଗାଲୁରୁରେ ଥିବା ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ମୁଖ୍ୟାଳୟ ଉଡାଇଦେବାକୁ ଧମକ ମିଳିଛି। ଇସ୍ରୋ ମୁଖ୍ୟାଳୟକୁ ଇମେଲ ମାଧ୍ୟମରେ ଏହି ବୋମା ଧମକ ମିଳିଛି। ଏହାପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri