Posted inଜାତୀୟ

୧୯୫୯ର ଏଲ୍‌ଏସିକୁ ଗ୍ରହଣ କରାଯିବନି

ନୂଆଦିଲ୍ଲୀ,୩୦।୯: ଏଲ୍‌ଏସିକୁ ନେଇ ଭାରତ-ଚାଇନା ମଧ୍ୟରେ ବିବାଦ ଗୁରୁତର ରୂପ ଧାରଣ କରିଥିବାବେଳେ ୧୯୫୯ର ଏକପାଖିଆ ସୀମା ନିର୍ଦ୍ଧାରଣକୁ ଗ୍ରହଣ କରାଯାଇ ପାରିବ ନାହିଁ ବୋଲି ଭାରତ ମଙ୍ଗଳବାର ସ୍ପଷ୍ଟ କରିଛି। ପ୍ରକୃତ ସୀମାରେଖାକୁ ସମ୍ମାନ ଜଣାଇବା ଓ କୌଣସି ଦୁଃସାହସ ନ କରିବା ଲାଗି ବହିର୍ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅନୁରାଗ ଶ୍ରୀବାସ୍ତବ ଚେତାଇ ଦେଇଛନ୍ତି। ଚାଇନାର ବୈଦେଶିକ ମନ୍ତ୍ରୀ ୧୯୫୯ ସୀମା କଥା କହି ସ୍ଥିତିରକ୍ଷା ଉପରେ ଗୁରୁତ୍ୱ ଦେଇଥିବାବେଳେ ଭାରତ ମୁହଁତୋଡ଼ ଜବାବ ଦେଇ ଏହାକୁ ଗ୍ରହଣ କରାଯାଇ ନ ଥିଲା ବୋଲି କହିଛନ୍ତି। ଦୀର୍ଘ ୫ ମାସକାଳ ପୂର୍ବ ଲଦାଖରେ ସୀମାକୁ ନେଇ ଉତ୍ତେଜନା ଲାଗି ରହିଥିବାବେଳେ ଭାରତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି।
ପ୍ରକାଶଥାଉ କି, ୧୯୫୯ରେ ଚାଇନାର ଝୋଉ ଏନ୍‌ଲାଇ ତତ୍କାଳୀନ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କୁ ଏଲ୍‌ଏସି ସ୍ଥିତାବସ୍ଥା ନେଇ ପ୍ରସ୍ତାବ ଦେଇଥିଲେ। କିନ୍ତୁ ଶ୍ରୀବାସ୍ତବ ୧୯୯୩ ଓ ୨୦୦୫ ଶାନ୍ତିଚୁକ୍ତି ସମେତ ବିଭିନ୍ନ ଦ୍ୱିପାକ୍ଷିକ ବୁଝାମଣା ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଏଲ୍‌ଏସି ଦ୍ୱନ୍ଦ୍ୱ ଦୂର ଲାଗି ଆପୋସ ବୁଝାମଣା ଉପରେ ସେ ଗୁରୁତ୍ୱାରୋପ କରିଛନ୍ତି। ଏମିତିକି ନଭେମ୍ବର ୧୦ରେ ଦୁଇ ଦେଶର ବହିର୍ବ୍ୟାପାର ମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ଚୁକ୍ତି ସମ୍ପର୍କରେ ମଧ୍ୟ ସେ କହିଛନ୍ତି। ଗତ କିଛିମାସ ମଧ୍ୟରେ ଚାଇନା ସେନାର ଅନୁପ୍ରବେଶକୁ ସେ ସମାଲୋଚନା କରିଛନ୍ତି। ଚାଇନା ସମସ୍ତ ଚୁକ୍ତିକୁ ମାନି ପ୍ରକୃତ ସୀମା ନିର୍ଦ୍ଧାରଣ କ୍ଷେତ୍ରରେ ସହଯୋଗ କରିବା ସହ ଅନୁପ୍ରବେଶ ଉଦ୍ୟମରୁ ଦୂରେଇ ରହୁ ବୋଲି ଶ୍ରୀବାସ୍ତକ ପ୍ରକାଶ କରିଛନ୍ତି।
ସେପଟେ ବାୟୁସେନା ମୁଖ୍ୟ ମାର୍ଶାଲ ଆର୍‌. କେ. ଏସ୍‌. ଭଦୌରିଆ ଲଦାଖ ସୀମାରେ ସ୍ଥିତି ଶାନ୍ତିପୂର୍ଣ୍ଣ ନାହିଁ କି ଯୁଦ୍ଧସମ ନାହିଁ ବୋଲି କହିଛନ୍ତି। ଏଲ୍‌ଏସିରେ ଯେକୌଣସି ପରିସ୍ଥିତିର ମୁକାବିଲା ଲାଗି ଭାରତୀୟ ସେନା ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ ପ୍ରକାଶ କରିଛନ୍ତି। ସୀମାରେ ବାୟୁସେନାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି, ରାଫାଲ ଲଢ଼ୁଆ ବିମାନ, ସି-୧୭, ଚିନୂକ, ଆପାଚେ ଆଟାକ୍‌ ହେଲିକପ୍ଟର ପ୍ରତିଟି ଚ୍ୟାଲେଞ୍ଜକୁ ଅପେକ୍ଷା କରିଛନ୍ତି। ଆଗାମୀ ୨ ଦଶନ୍ଧୀ ମଧ୍ୟରେ ୪୫୦ ହେଲିକପ୍ଟର କ୍ରୟ କରାଯିବାର ଆବଶ୍ୟକତା ରହିଥିବା ସେ ମତ ଦେଇଛନ୍ତି। ଲଦାଖ ଓ ଏହାର ଆଖପାଖ ପାର୍ବତ୍ୟାଞ୍ଚଳରେ ବାୟୁସେନା ସଜାଗ ରହିବା ସହ ପଇଁତରା ମାରୁଛି। ଚାଇନାର ଯେକୌଣସି ଚାଲ୍‌କୁ ସାମ୍ନାକରିବା ଲାଗି ସେନା ପ୍ରସ୍ତୁତ ଥିବା ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ହେବ ଖେମୁଣ୍ଡି ଲୋକ ମହୋତ୍ସବ, ୨ ମନ୍ତ୍ରୀ ୪ ବିଧାୟକଙ୍କୁ କରାଯିବ ନିମନ୍ତ୍ରଣ

ଦିଗପହଣ୍ଡି,୧୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ରାଜସ୍ବ ବଙ୍ଗଳା ସମ୍ମିଳନୀ କକ୍ଷରେ ରବିବାର ଅପରାହ୍ନରେ ଖେମୁଣ୍ଡି ଲୋକ ମହୋତ୍ସବ ଆୟୋଜନ କରିବା ନିମନ୍ତେ ପ୍ରସ୍ତୁତି ବୈଠକ…

କନ୍ଧମାଳରୁ ଗଞ୍ଜେଇ ଚଲାଣ ବେଳେ ମାଡ଼ି ବସିଲା ପୋଲିସ, ଆଉ ତା’ପରେ…

ଭଞ୍ଜନଗର,୧୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ରବିବାର ଗଞ୍ଜେଇ ଚୋରା ଚାଲାଣ ଅଭିଯୋଗରେ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ହେଲେ ବୁଗୁଡ଼ା ଥାନା…

ଡେଲିଭରି ବୟର ସଙ୍ଗୀନ କାରନାମା! ଅର୍ଡର ଦେବା ପରେ ପଶିଲେ, ମହିଳାଙ୍କୁ ପ୍ରାଇଭେଟ୍ ପାର୍ଟ…

ବେଙ୍ଗାଲୁରୁ,୧୨।୭: ଶନିବାର ବେଙ୍ଗାଲୁରୁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ଡେଲିଭରି ଏଜେଣ୍ଟ ଘରେ ଜୋରଜବରଦସ୍ତ ପ୍ରବେଶ କରି ମହିଳାଙ୍କ ସମ୍ମୁଖରେ ଅଶ୍ଳୀଳ କାର୍ଯ୍ୟ…

ଜାତୀୟସ୍ତରରେ ସମ୍ମାନିତ ହେଲେ ବ୍ରାହ୍ମଣୀଗାଁର ଝିଅ ଲକ୍ଷ୍ମୀପ୍ରିୟା

ଦାରିଙ୍ଗବାଡ଼ି, ୧୨ା୭ (ଅରୁଣ ସାହୁ): ଦାରିଙ୍ଗବାଡ଼ି ବ୍ଲକ୍‌ ବ୍ରାହ୍ମଣୀଗାଁ ଅଞ୍ଚଳରର ଝିଅ ଲକ୍ଷ୍ମୀପ୍ରିୟା ପରିଡ଼ା ପୁଣିଥରେ ଜାତୀୟସ୍ତରରେ ସମ୍ବର୍ଦ୍ଧିତ ହୋଇ ନିଜର ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ, ଚାଲିଗଲା ବାପାଙ୍କ ସହ ୨ ପୁଅଙ୍କ ଜୀବନ

ଉମରକୋଟ,୧୨।୭(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ରାଇଘର ବ୍ଲକ ଦେଓଭରଣ୍ଡୀଠାରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ ବାଇକ୍‌ ଉପରେ ଚଢ଼ିଯିବ ଫଳରେ ବାପାଙ୍କ…

ପ୍ରଭାତ ଭାଜପାରେ ସାମିଲ ହେବା ପରେ ବର୍ଷିଲେ ମୁଖ୍ୟମନ୍ତ୍ରୀ, ବିଜେଡିରେ ଭୂକମ୍ପ….

ଭୁବନେଶ୍ବର,୧୨ା୭: ଭାଜପାରେ ମିଶିଲେ ବିଜେଡିରୁ ବିତାଡ଼ିତ ହୋଇଥିବା ବରିଷ୍ଠ ନେତା ପ୍ରଭାତ ବିଶ୍ୱାଳ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ…

ପୂର୍ବତନ ବିଧାୟକଙ୍କ ଜନ୍ମଜୟନ୍ତୀ ସମାରୋହ

ଦିଗପହଣ୍ଡି,୧୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏକ କଲ୍ୟାଣମଣ୍ଡପରେ ପୂର୍ବତନ ବିଧାୟକ ତଥା ପ୍ରବୀଣ କୃଷକ ନେତା ସ୍ବର୍ଗତ ବିଶ୍ୱନାଥ ସାହୁ ଜନ୍ମ ଶତବାର୍ଷିକୀ…

ରେଳଧାରଣାରୁ ମିଳିଲା ଯୁବତୀଙ୍କ ମୃତଦେହ, ବଢ଼ିଲା ସନ୍ଦେହ…

ଛତ୍ରପୁର,୧୨।୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ନିକଟ ହୁମ୍ବର ଗ୍ରାମ ଦେଇ ଯାଉଥିବା ଚେନ୍ନାଇ-ହାୱଡ଼ା ରେଳଧାରଣା କଡ଼ରୁ ରବିବାର ଜଣେ ଯୁବତୀଙ୍କ ମୃତଦେହ ଉଦ୍ଧାର ହୋଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri