ଶ୍ରମିକଙ୍କ ମଜୁରି ବଢ଼ିଲା

ଭୁବନେଶ୍ୱର,୩୦ା୪(ବ୍ୟୁରୋ): ଶ୍ରମିକ ଦିବସ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ଖୁସି ଖବର।  ଅଣକୁଶଳୀ, ଅର୍ଦ୍ଧକୁଶଳୀ, କୁଶଳୀ, ଅତି କୁଶଳୀ ଶ୍ରମିକଙ୍କ ସର୍ବନିମ୍ନ ମଜୁରି ବଢ଼ିଛି। ୮୯ଟି କ୍ଷେତ୍ରରେ କାର୍ଯ୍ୟ କରୁଥିବା ସମସ୍ତ ଶ୍ରମିକଙ୍କ ସର୍ବନିମ୍ନ ଦୈନିକ ମଜୁରି ବୃଦ୍ଧି କରାଯାଇଛି । ଏନେଇ ଶ୍ରମ କମିଶନରଙ୍କ କାର୍ଯ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ସମସ୍ତ ଶ୍ରମିକଙ୍କ ମଜୁରି ୧୧ ଟଙ୍କା ଲେଖାଏ ବୃଦ୍ଧି ହୋଇଛି। ଏହା ପିଛିଲା ଭାବେ ଏପ୍ରିଲ ୧ ପହିଲା ୨୦୨୨ରୁ ଲାଗୁ ହେବ ବୋଲି ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଛି।

ପୂର୍ବରୁ ଅଣକୁଶଳୀ ଶ୍ରମିକମାନେ ୩୧୫ ଟଙ୍କା ପାରିଶ୍ରମିକ ପାଉଥିଲେ। ଏବେ ସେମାନଙ୍କୁ ୩୨୬ ଟଙ୍କା ମିଳିବ। ସେହିପରି ଅର୍ଦ୍ଧକୁଶଳୀ ଶ୍ରମିକଙ୍କୁ ୩୫୫ ଟଙ୍କା ପରିବର୍ତ୍ତେ ୩୬୬ ଟଙ୍କା ମିଳିବ। କୁଶଳୀ ଶ୍ରମିକ ପୂର୍ବରୁ ୪୦୫ ଟଙ୍କା ପାଉଥିବା ବେଳେ ଏଣିକି ସେମାନଙ୍କୁ ୪୧୬ ଟଙ୍କା ମଜୁରି ମିଳିବ। ସେହିଭଳି ଅତି କୁଶଳୀ ଶ୍ରମିକଙ୍କୁ ୪୬୫ ଟଙ୍କା ବଦଳରେ ୪୭୬ ଟଙ୍କା ଦୈନିକ ମଜୁରି ମିଳିବ।


Enter your email to get our daily news in your inbox.

All Right Reserved By Dharitri.Com

କାର୍ଯ୍ୟକାରିଣୀରେ ନାହାନ୍ତି ଏକାଧିକ ବରିଷ୍ଠ ନେତା

ଭୁବନେଶ୍ୱର,୨୭ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଗାତର ୮ମ ଥର ପାଇଁ ବିଜେଡି ସଭାପତି ଦାୟିତ୍ୱ ନେଇଛନ୍ତି। ଦଳର ମୁଖ୍ୟ ଭାବେ ବୁଧବାରଠାରୁ ତାଙ୍କପ ଅଷ୍ଟମ ଇଂନିସ...

ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ

ଭୁବନେଶ୍ୱର,୩।୬(ବ୍ୟୁରୋ): ଦାଦାବଟି ପାଇଁ ଗଢ଼ିଥିଲେ ଗ୍ୟାଙ୍ଗ। ଯିଏ ଦାଦାବଟି ଦେଉ ନ ଥିଲେ ତାଙ୍କୁ ମାରଣାସ୍ତ୍ରରେ ଆକ୍ରମଣ କରୁଥିଲେ। ଏପରିକି ଖଣ୍ଡା ଭୁଜାଲି ଧରି ଏହାର...

୩ ଦିନ ଝଡ଼ବର୍ଷା ସମ୍ଭାବନା

ଭୁବନେଶ୍ୱର,୭ା୪(ବ୍ୟୁରୋ): ରାଜ୍ୟର ଉପକୂଳ ଓଡ଼ିଶାରେ ତାତିର ପ୍ରକୋପ ହ୍ରାସପାଇଛି। ସମୁଦ୍ର ଆଡୁ ପବନ ବହୁଥିବାରୁ ଉପକୂଳବର୍ତ୍ତୀ ଜିଲାଗୁଡ଼ିକରେ ପାରଦ ୪୦ଡିଗ୍ରୀ ସେଲ୍‌ସିୟସ ତଳେ ରହିଛି। ଆସନ୍ତା...

ନିୟମ ପାଳନ କରନ୍ତୁ , ନ ହେଲେ ଆସିପାରେ ତୃତୀୟ ଲହର

ଭୁବନେଶ୍ୱର,୨।୭: ରାଜ୍ୟରେ କରୋନା ଟ୍ରେଣ୍ଡ ୩ ହଜାର ଥିବା ବେଳେ ଚଳିତ ମାସ ଦ୍ୱିତୀୟ ସପ୍ତାହ ବେଳକୁ ସଂକ୍ରମଣ ଆହୁରି କମିବ । ଶୁକ୍ରବାର ଏନେଇ...

ଶ୍ରୀମନ୍ଦିରରେ ଡ୍ରେସ୍‌ କୋଡ୍‌କୁ ନେଇ ଚର୍ଚ୍ଚା

ପୁରୀ ଅଫିସ, ୧୪ା୧୦: ଶ୍ରୀମନ୍ଦିର ଭିତରକାଠ ଆଗକୁ ଯିବା ପାଇଁ ପ୍ର୍ରତ୍ୟେକ ବ୍ୟକ୍ତିଙ୍କୁ ପାରମ୍ପରିକ ବେଶପୋଷାକ ପରିଧାନ କରିବାକୁ ପଡ଼ିବ। ସେବାୟତ, ଶ୍ରୀମନ୍ଦିର କର୍ମଚାରୀ କିମ୍ବା...

କୁମାରପୂର୍ଣ୍ଣିମାରେ ଅଘଟଣ : ନୂଆ ଡ୍ରେସ୍‌ ନ ମିଳିବାରୁ ନାବାଳିକାଙ୍କ ଆତ୍ମହତ୍ୟା

ବାଳକାଟୀ,୧୪ା୧୦(ଡି.ଏନ.ଏ) : କୁମାର ପୂର୍ଣ୍ଣିମାରେ ନୂଆ ଡ୍ରେସ୍‌ ନ ମିଳିବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ...

ଥମୁନି ମୃତ୍ୟୁସଂଖ୍ୟା: ଦିନକରେ କରୋନା ନେଲା ୩୩ ଜୀବନ

ଭୁବନେଶ୍ୱର,୨୮।୫(ବ୍ୟୁରୋ): ରାଜ୍ୟରେ ଶୁକ୍ରବାର କରୋନାରେ ୩୩ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୨୦୬୫୧ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ...

ଓଡ଼ିଶାରୁ ହଟିଲା କୋଭିଡ୍‌ ମହାମାରୀ ଆଇନ

ଭୁବନେଶ୍ୱର,୧ା୪ (ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇବା ସହ ଜୀବନଜୀବିକା ସ୍ବାଭାବିକ ହେବା ପରେ ରାଜ୍ୟ ସରକାର ସମସ୍ତ କୋଭିଡ୍‌ କଟକଣାକୁ ହଟାଇ ଦେଇଛନ୍ତି।...

Advertisement
Archives

Model This Week