କାମ ଅନ୍ବେଷଣରେ ଗାଁ ଛାଡୁଛନ୍ତି ଶ୍ରମିକ

ନୂଆପଡ଼ା ଅଫିସ,୧୮।୧୦: ନୂଆପଡା ଜିଲାର ୮୦ ଭାଗ ଲୋକ ଚାଷ ଉପରେ ନିର୍ଭର କରନ୍ତି। ବର୍ଷର ୬ ମାସ ଚାଷ କରି ଅମଳ ପରେ ଅଧା ୬ ମାସ କାମ ଅନ୍ନେଷଣରେ ବାହାର ରାଜ୍ୟକୁ ଦାଦନ ଯାଇଥାନ୍ତି। ନୂଆପଡା ଏକ ଦାଦନ ପ୍ରବଣ ଜିଲା ହୋଇଥିବାରୁ ପ୍ରତିବର୍ଷ ହଜାର ହଜାର ଲୋକ କାମ ଧନ୍ଦା ଅନ୍ନେଷଣରେ ତେଲଙ୍ଗାନା, ଆନ୍ଧ୍ରପ୍ରଦେଶ, ତାମିଲନାଡୁ, ମହାରାଷ୍ଟ୍ର, ଗୁଜରାଟ, ଉତ୍ତରପ୍ରଦେଶ ଭଳି ବାହାର ରାଜ୍ୟକୁ ଦାଦନ ଯାଇଥାନ୍ତି। ସରକାର ଦାଦନ ରୋକିବା ପାଇଁ ଅନେକ ଯୋଜନା କରିଛନ୍ତି। ହେଲେ ନୂଆପଡା ସଦର ବ୍ଲକ ବୋଇରଭାଡି ଗାଁରେ ଏସବୁ ଯୋଜନା କାମକୁ ଆସୁନାହିଁ। ୪ ୱାର୍ଡ ବିଶିଷ୍ଟ ବୋଇରଭାଡି ଗାଁର ପ୍ରାୟ ୧୦ଟି ପରିବାର ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଇ ସାରିଥିବା ବେଳେ ଆଗକୁ ଆହୁରି ୭୦ ପରିବାର ଦାଦନ ଯିବା ପାଇଁ ପ୍ରସ୍ତୁତ ହୋଇଛନ୍ତି। ଗାଁର ତିଜିଆ ପାଣ୍ଡେ ନାମକ ଜଣେ ମହିଳାଙ୍କ ସ୍ବାମୀ ଦୁଇ ବର୍ଷ ତଳେ ଅଜଣା ରୋଗରେ ପଡି ମୃତ୍ୟୁବରଣ କରିଥିଲେ। ତାଙ୍କର ଦୁଇ ପୁଅ ସେ ସମୟରେ ବାପାଙ୍କ ଚିକିତ୍ସା ପାଇଁ ୨ ଲକ୍ଷ ଟଙ୍କା ଧାର କରଜ କରିଥିଲେ। ଧାର ଟଙ୍କା ସୁଜିବା ପାଇଁ ଦୁଇ ପୁଅ ଭରତ ପାଣ୍ଡେ ଓ ଭୋଲା ପାଣ୍ଡେ ପରିବାର ସହ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ସାରିଲେଣି। ସେହି ଗାଁର ସନ୍ତରାମ ପାଣ୍ଡେ ଓ ରାଧେ ପାଣ୍ଡେଙ୍କ ପରିବାର ମଧ୍ୟ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। କିଛି ପରିବାରର ସମସ୍ତ ଲୋକ ଦାଦନ ଯାଇଥିବାରୁ ଘରେ ତାଲା ଝୁଲୁଛି। ସ୍ଥାନୀୟ ୱାର୍ଡମେମ୍ବରଙ୍କ କହିବାନୁଯାୟୀ ଗାଁରେ ଅନେକ ଲୋକଙ୍କ ଜମିବାଡି ବେଶି ନ ଥିବା ବେଳେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ କାମ ହେଉ ବା ସ୍ବୟଂ ସହାୟକ ଗୋଷ୍ଠୀ ଦ୍ୱାରା ମହିଳାମାନଙ୍କୁ ଆବଶ୍ୟକ ଅନୁସାରେ କାମରେ ନିୟୋଜିତ କରାଯାଇ ପାରୁ ନାହିଁ । ଫଳରେ ଲୋକେ ବାଧ୍ୟ ହୋଇ ଅନ୍ୟ ଉପାୟ ନ ପାଇ ବାହାର ରାଜ୍ୟକୁ ଦାଦନ ଖଟିବା ପାଇଁ ଯାଇ ହଇରାଣ ହେଉଛନ୍ତି। ଅନେକ ସମୟରେ ଦାଦନ ନିର୍ଯାତନା କଥା ସାମନାକୁ ଆସୁଥିବା ବେଳେ ଶ୍ରମିକ ସୁରକ୍ଷା ଆଇନ ଅନୁସାରେ ବାହାର ରାଜ୍ୟକୁ ଦାଦନ ଯାଇଥିବା ଶ୍ରମିକମାନଙ୍କ ସମସ୍ତ ତଥ୍ୟ ପ୍ରଶାସନ ରଖିବା ଜିଲାରେ ସମ୍ଭବ ହୋଇପାରୁନାହିଁ। ପ୍ରସ୍ତୁତ ହୋଇ ରହିଥିବା ଶ୍ରମିକମାନେ ଆମକୁ ଉଚିତ ପାରିଶ୍ରମିକ ଓ ଠିକ ସମୟରେ କାମ ମିଳିଲେ କାହିଁକି ବାହାର ରାଜ୍ୟକୁ କାମ କରିବାକୁ ଯିବୁ ବୋଲି ଲୋକେ କହିଛନ୍ତି। ଏ ସଂକ୍ରାନ୍ତରେ ଜିଲା ସହ ଶ୍ରମ ଅଧିକାରୀ ଦିବ୍ୟ ଶଙ୍କର ଧରୁଆଙ୍କୁ ପଚାରିବାରୁ ବର୍ତ୍ତମାନ ସୁଦ୍ଧା ଲୋକେ ଦାଦାନ ଯିବା ଭଳି ଜଣାପଡୁ ନାହିଁ। ଆମ ଟିମ ଗାଁ ଗାଁ ଯାଇ ସଚେତନ କରୁଛି। ଯେଉଁ ଗାଁରୁ ଖବର ଆସିଲେ, ସେହି ଗାଁକୁ ଯାଇ ନାମ ପଞ୍ଜୀକରଣ କରି ଶ୍ରମ କାର୍ଡ କରାଯାଉଛି ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri