ଏନ୍‌ଆର୍‌ଆର୍‌ଆଇରେ ଶ୍ରମିକ ଅଶାନ୍ତି

କଟକ ଅଫିସ,୨୬ା୨: କଟକ ଜିଲା ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ରେ ଶୁକ୍ରବାର ଠିକା ଶ୍ରମିକ ଅଶାନ୍ତି ଦେଖାଦେଇଛି। ବିଭିନ୍ନ ଦାବି ନେଇ ସେମାନେ ପ୍ରତିଷ୍ଠାନର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ କରିଥିବା ନୀତି, ନିୟମକୁ ଏନ୍‌ଆର୍‌ଆର୍‌ଆଇ କର୍ତ୍ତୃପକ୍ଷ ମାନୁନାହାନ୍ତି । ଶ୍ରମିକମାନଙ୍କୁ ନିୟମିତ ଭାବେ ପାରିଶ୍ରମିକ ମିଳୁ ନ ଥିବାବେଳେ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଜମା କରାଯାଉନାହିଁ। ଉକ୍ତ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ନିର୍ଦ୍ଧାରିତ ଠିକା ସଂସ୍ଥା ମାଧ୍ୟମରେ ଶ୍ରମିକମାନଙ୍କୁ ଆଣି କାର୍ଯ୍ୟରେ ଲଗାଉଛନ୍ତି। ଏପରି କି ବାରମ୍ବାର ଠିକାଦାର ପରିବର୍ତ୍ତନ ଯୋଗୁ ଶ୍ରମିକମାନେ ନ୍ୟାଯ୍ୟ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି। କରୋନା ମହାମାରୀ ସମୟରେ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା କ୍ଷେତ୍ରରେ ବହୁ ଅନିୟମିତତା ହୋଇଛି। ଠିକା ସଂସ୍ଥା ଶ୍ରମିକମାନଙ୍କୁ ଶୋଷଣ କରୁଛନ୍ତି ।
ନିୟମିତ ପାରିଶ୍ରମିକ, ପ୍ରୋଭିଡେଣ୍ଟ ଫଣ୍ଡ ଜମା, ଇଏସ୍‌ଆଇର ସମସ୍ତ ସୁବିଧା ଯୋଗାଇଦେବା ଦାବିରେ ଶ୍ରମିକମାନେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଏନ୍‌ଆର୍‌ଆର୍‌ଆଇ ଠିକା ଶ୍ରମିକ ସଂଘର ଉପସଭାପତି କିଶୋର ଭୋଇ କହିଛନ୍ତି, ୨୫୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ ଏଠାରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ପ୍ରାୟ ୩୦ ବର୍ଷ ହେବ ଠିକା ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଶ୍ରମିକମାନଙ୍କୁ ପ୍ରତିଦିନ କାମ ମଧ୍ୟ ଦିଆଯାଉନାହିଁ। ମାସକୁ ୫ରୁ ୭ ଦିନ କାର୍ଯ୍ୟ ଦିଆଯାଉଛି। ଶ୍ରମିକମାନେ ଠିକାଦାରଙ୍କ ନିକଟରେ ଯେଉଁ କାର୍ଯ୍ୟ କରିଛନ୍ତି ତାହାର ପାରିଶ୍ରମିକ ମଧ୍ୟ ଦିଆଯାଉନାହିଁ  । ସେହିପରି ଯୁଗ୍ମ ସମ୍ପାଦକ ମମତା ଭୋଇ କହିଛନ୍ତି, ଉକ୍ତ ପ୍ରତିଷ୍ଠାନରେ ଆମ ଅସୁବିଧା ସମ୍ପର୍କରେ ଶୁଣିବା ପାଇଁ କେହି ନାହାନ୍ତି। ଏହି ପ୍ରତିଷ୍ଠାନ ଜମିରେ ପକା ଯାଉଥିବା ବିଷାକ୍ତ ଔଷଧ ଯୋଗୁ ଶ୍ରମିକଙ୍କୁ ଚର୍ମ କର୍କଟ ଭଳି ରୋଗ ହେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ଅପରପକ୍ଷେ ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶିକା ପଦ୍ମିନୀ ସ୍ବାଇଁ କହିଛନ୍ତି, ମୋତେ ଶ୍ରମିକମାନେ ସମସ୍ୟା ବିଷୟରେ ଜଣାଇ ନାହାନ୍ତି। କୌଣସି ସୂତ୍ରରୁ ଏ ବିଷୟରେ ଜାଣିବାକୁ ପାଇଲି। ଠିକା ଶ୍ରମିକ ସଂଘର ଉପ ସଭାପତି କିଶୋର ଓ କଣ୍ଟ୍ରାକ୍ଟରମାନଙ୍କୁ ଶନିବାର ଆଲୋଚନା ପାଇଁ ଡକାଇଛି। ତେବେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

BJPରେ ସ୍ମୃତି ଇରାନୀଙ୍କୁ ବଡ଼ ଦାୟିତ୍ୱ: ସଂଗଠନକୁ ଫେରି କହିଲେ ଏହି ବଡ଼ କଥା, ରାଜନୀତିରେ ଚହଳ

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନ ସୋମବାର ତାଙ୍କ ନୂଆ ଟିମର ଘୋଷଣା କରିଛନ୍ତି। ଏହି ଟିମରେ ଦଳକୁ ଆହୁରି…

ଭାଜପାର ନୂଆ ଟିମରେ ଓଡ଼ିଶାରୁ ୨: ସୋସିଆଲ ମିଡିଆରେ ଧର୍ମେନ୍ଦ୍ର ପ୍ରଧାନ କହିଲେ…

ନୂଆଦିଲ୍ଲୀ, ୧୭।୮: ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ନୂଆ ଟିମ ଘୋଷଣା କରିଛନ୍ତି। ସ୍ମୃତି ଇରାନୀଙ୍କୁ ସାଧାରଣ ସମ୍ପାଦକ ଏବଂ ବସୁନ୍ଧରା ରାଜେଙ୍କୁ ଉପାଧ୍ୟକ୍ଷ ଭାବେ ନିଯୁକ୍ତ…

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଗର୍ଲିଲା ଓଡ଼ିଶା କୃଷକ ସଭା

ଦିଗପହଣ୍ଡି,୧୭।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିମାନଙ୍କରେ ଚଳିତବର୍ଷ ଧାନ ମଣ୍ଡି ରେ ଚାଷୀମାନଙ୍କ ନାଁ ରେଜିଷ୍ଟ୍ରେସନ ପାଇଁ…

ଭାଜପାର ନୂଆ ଟିମରୁ ଅମିତ ମାଲବ୍ୟ ବାଦ୍‌, ସୋସିଆଲ ମିଡିଆରେ ଲେଖିଲେ ଏଭଳି କଥା

ନୂଆଦିଲ୍ଲୀ, ୧୭।୮: ଭାରତୀୟ ଜନତା ପାର୍ଟି (BJP)ର ଜାତୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ନୂଆ ଟିମରେ ଅମିତ ମାଲବ୍ୟଙ୍କୁ ସ୍ଥାନ ମିଳିନାହିଁ। ତାଙ୍କ ସ୍ଥାନରେ ଛତିଶଗଡ଼ର ଦୀପକ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ରାହୁ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ: ମେଷ ସମେତ ୪ ରାଶିଙ୍କ ଉପରେ ମାଡ଼ି ଆସୁଛି ଭୟଙ୍କର ସଙ୍କଟ! ସତର୍କ ନ ରହିଲେ…

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ରାଶି ପରିବର୍ତ୍ତନ ସହିତ ସେମାନଙ୍କର ନକ୍ଷତ୍ର ପରିବର୍ତ୍ତନକୁ ମଧ୍ୟ ବେଶ ପ୍ରଭାବଶାଳୀ ବୋଲି ମନେ କରାଯାଏ। ମଙ୍ଗଳଙ୍କୁ ସାହସ, ଶକ୍ତି, ଆତ୍ମବିଶ୍ୱାସ ଏବଂ…

ଅସହାୟ ପରିବାର ପାଖରେ ପହଞ୍ଚିଲା ‘ଯୁବ ଶକ୍ତି ଥୁଆମୂଳ ରାମପୁର’

ଥୁଆମୂଳ ରାମପୁର,୧୭।୮ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ପାଡେପଦର ପଞ୍ଚାୟତ ଭାଟିଫାସ ଗ୍ରାମର ଦାଦନ ଶ୍ରମିକ ସ୍ବର୍ଗତ ସିବା ମାଝୀଙ୍କ ଅକାଳ ବିୟୋଗ…

ପଲିଥିନ୍ ତଳେ ଜୀବନ କଟୁଛି ଜୀବନ: ଜିଲା ପ୍ରଶାସନର ଦୃଷ୍ଟି ଦେବାକୁ ଦାବି

କେସିଙ୍ଗା, ୧୭।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ପରମେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri