ଏନ୍‌ଆର୍‌ଆର୍‌ଆଇରେ ଶ୍ରମିକ ଅଶାନ୍ତି

କଟକ ଅଫିସ,୨୬ା୨: କଟକ ଜିଲା ବିଦ୍ୟାଧରପୁରସ୍ଥିତ ଜାତୀୟ ଧାନ ଗବେଷଣା ପ୍ରତିଷ୍ଠାନ(ଏନ୍‌ଆର୍‌ଆର୍‌ଆଇ)ରେ ଶୁକ୍ରବାର ଠିକା ଶ୍ରମିକ ଅଶାନ୍ତି ଦେଖାଦେଇଛି। ବିଭିନ୍ନ ଦାବି ନେଇ ସେମାନେ ପ୍ରତିଷ୍ଠାନର ଫାଟକ ସମ୍ମୁଖରେ ଧାରଣାରେ ବସିଥିଲେ। ସେମାନଙ୍କ ଅଭିଯୋଗ ଅନୁଯାୟୀ, କେନ୍ଦ୍ର ସରକାର ଶ୍ରମିକମାନଙ୍କ ପାଇଁ କରିଥିବା ନୀତି, ନିୟମକୁ ଏନ୍‌ଆର୍‌ଆର୍‌ଆଇ କର୍ତ୍ତୃପକ୍ଷ ମାନୁନାହାନ୍ତି । ଶ୍ରମିକମାନଙ୍କୁ ନିୟମିତ ଭାବେ ପାରିଶ୍ରମିକ ମିଳୁ ନ ଥିବାବେଳେ ପ୍ରୋଭିଡେଣ୍ଟ ଫଣ୍ଡ୍‌ ଜମା କରାଯାଉନାହିଁ। ଉକ୍ତ ପ୍ରତିଷ୍ଠାନର କର୍ତ୍ତୃପକ୍ଷ ନିର୍ଦ୍ଧାରିତ ଠିକା ସଂସ୍ଥା ମାଧ୍ୟମରେ ଶ୍ରମିକମାନଙ୍କୁ ଆଣି କାର୍ଯ୍ୟରେ ଲଗାଉଛନ୍ତି। ଏପରି କି ବାରମ୍ବାର ଠିକାଦାର ପରିବର୍ତ୍ତନ ଯୋଗୁ ଶ୍ରମିକମାନେ ନ୍ୟାଯ୍ୟ ପାରିଶ୍ରମିକ ପାଇବାରୁ ବଞ୍ଚିତ ହେଉଛନ୍ତି। କରୋନା ମହାମାରୀ ସମୟରେ ଶ୍ରମିକମାନଙ୍କୁ ଆର୍ଥିକ ସହାୟତା ଯୋଗାଇବା କ୍ଷେତ୍ରରେ ବହୁ ଅନିୟମିତତା ହୋଇଛି। ଠିକା ସଂସ୍ଥା ଶ୍ରମିକମାନଙ୍କୁ ଶୋଷଣ କରୁଛନ୍ତି ।
ନିୟମିତ ପାରିଶ୍ରମିକ, ପ୍ରୋଭିଡେଣ୍ଟ ଫଣ୍ଡ ଜମା, ଇଏସ୍‌ଆଇର ସମସ୍ତ ସୁବିଧା ଯୋଗାଇଦେବା ଦାବିରେ ଶ୍ରମିକମାନେ ଧାରଣାରେ ବସିଥିଲେ। ଏ ସମ୍ପର୍କରେ ଏନ୍‌ଆର୍‌ଆର୍‌ଆଇ ଠିକା ଶ୍ରମିକ ସଂଘର ଉପସଭାପତି କିଶୋର ଭୋଇ କହିଛନ୍ତି, ୨୫୦ରୁ ଊର୍ଦ୍ଧ୍ୱ ଠିକା ଶ୍ରମିକ ଏଠାରେ କାର୍ଯ୍ୟ କରୁଛନ୍ତି । ସେମାନଙ୍କ ମଧ୍ୟରୁ କେତେଜଣ ପ୍ରାୟ ୩୦ ବର୍ଷ ହେବ ଠିକା ଶ୍ରମିକ ଭାବେ କାର୍ଯ୍ୟ କରି ଆସୁଛନ୍ତି। ଶ୍ରମିକମାନଙ୍କୁ ପ୍ରତିଦିନ କାମ ମଧ୍ୟ ଦିଆଯାଉନାହିଁ। ମାସକୁ ୫ରୁ ୭ ଦିନ କାର୍ଯ୍ୟ ଦିଆଯାଉଛି। ଶ୍ରମିକମାନେ ଠିକାଦାରଙ୍କ ନିକଟରେ ଯେଉଁ କାର୍ଯ୍ୟ କରିଛନ୍ତି ତାହାର ପାରିଶ୍ରମିକ ମଧ୍ୟ ଦିଆଯାଉନାହିଁ  । ସେହିପରି ଯୁଗ୍ମ ସମ୍ପାଦକ ମମତା ଭୋଇ କହିଛନ୍ତି, ଉକ୍ତ ପ୍ରତିଷ୍ଠାନରେ ଆମ ଅସୁବିଧା ସମ୍ପର୍କରେ ଶୁଣିବା ପାଇଁ କେହି ନାହାନ୍ତି। ଏହି ପ୍ରତିଷ୍ଠାନ ଜମିରେ ପକା ଯାଉଥିବା ବିଷାକ୍ତ ଔଷଧ ଯୋଗୁ ଶ୍ରମିକଙ୍କୁ ଚର୍ମ କର୍କଟ ଭଳି ରୋଗ ହେଉଛି। ଏହି ରୋଗରେ ଆକ୍ରାନ୍ତ ହୋଇ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲେ ମଧ୍ୟ ପ୍ରତିଷ୍ଠାନର କର୍ତ୍ତୃପକ୍ଷଙ୍କ ପକ୍ଷରୁ ତାଙ୍କ ପରିବାର ଲୋକଙ୍କୁ କ୍ଷତିପୂରଣ ଦିଆଯାଇନାହିଁ। ଅପରପକ୍ଷେ ଏନ୍‌ଆର୍‌ଆର୍‌ଆଇ ନିର୍ଦ୍ଦେଶିକା ପଦ୍ମିନୀ ସ୍ବାଇଁ କହିଛନ୍ତି, ମୋତେ ଶ୍ରମିକମାନେ ସମସ୍ୟା ବିଷୟରେ ଜଣାଇ ନାହାନ୍ତି। କୌଣସି ସୂତ୍ରରୁ ଏ ବିଷୟରେ ଜାଣିବାକୁ ପାଇଲି। ଠିକା ଶ୍ରମିକ ସଂଘର ଉପ ସଭାପତି କିଶୋର ଓ କଣ୍ଟ୍ରାକ୍ଟରମାନଙ୍କୁ ଶନିବାର ଆଲୋଚନା ପାଇଁ ଡକାଇଛି। ତେବେ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨ ରାଜ୍ୟରେ ଭୋଟ ଦେବେ ସୀମାନ୍ତବାସୀ

ନନ୍ଦପୁର,୨୦ା୪(ଶଙ୍କର ପୂଜାରୀ)ଆନ୍ଧ୍ର ଓ ଓଡ଼ିଶା ସରକାରଙ୍କ ପକ୍ଷରୁ ସୁବିଧା ପାଇଛୁ। ଆଧାର, ରାଶନ, କୁଲି ଓ ଭୋଟରକାର୍ଡ ପାଇଛୁ। ଉଭୟ ରାଜ୍ୟରୁ ଭତ୍ତା, ଚାଉଳ, କୁଲିକାମ,...

ଭୁଶୁଡିଯିବ ବୈତରଣୀ ସେତୁ

ରାମଚନ୍ଦ୍ରପୁର,୨୦।୪(ଗଣେଶ୍ୱର ସା)କେନ୍ଦୁଝର ଜିଲା ଘସିପୁରା ବ୍ଲକ୍‌ ଅନ୍ତର୍ଗତ ବାତୋଠା ଆମ୍ବୋକୁ ସଂଯୋଗୀକରଣ ହେଉଥିବା ବୈତରଣୀ ନଦୀର ସେତୁ ନିକଟରୁ ବେଧଡ଼କ ବାଲି ଚୋରାଚାଲାଣ ହେଉଛି। ସେହିପରି...

ମତ୍ସ୍ୟଜୀବୀଙ୍କୁ ମିଳୁନି ମୌଳିକ ସୁବିଧା

କାଳିପଦା, ୨୦।୪(ରାଜଶ୍ରୀ ପାଣିଗ୍ରାହୀ)ନିର୍ବାଚନ ପୂର୍ବରୁ ସବୁବର୍ଗର ଲୋକଙ୍କୁ ଖୁସି କରିବା ଲାଗି ବିଭିନ୍ନ ଲୋଭନୀୟ ଯୋଜନା ମାଧ୍ୟମରେ ସରକାର ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚେଷ୍ଟା କରୁଛନ୍ତି।...

ଖରାରେ ଖଟୁଛନ୍ତି ଶ୍ରମିକ

ବାରିପଦା,୨୦ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ)ପ୍ରଚଣ୍ଡ ରୌଦ୍ରତାପକୁ ନେଇ ନିଦ୍ଦିଷ୍ଟ ସମୟ ମଧ୍ୟରେ ଶ୍ରମିକମାନେ କାର୍ଯ୍ୟ କରିବାକୁ ରାଜ୍ୟ ସରକାର ନିର୍ଦ୍ଦେଶନାମା ଜାରି କରିଥିବା ବେଳେ ମୟୂରଭଞ୍ଜ ଜିଲାରରେ...

ଗଞ୍ଜାମ ଜିଲାରେ ମହିଳାଙ୍କୁ ପ୍ରାର୍ଥୀ କରିନି ଭାଜପା

ବ୍ରହ୍ମପୁର,୨୦ା୪(ନରସିଂହ ସାହୁ)ମହିଳା ଭୋଟରଙ୍କୁ ନଜରରେ ରଖି ଭାଜପାର ନିର୍ବାଚନୀ ଇସ୍ତାହାରରେ ନାରୀ ଶକ୍ତି ବନ୍ଧନକୁ ଗୁରୁତ୍ୱ ଦିଆଯାଇଛି। ତେବେ ଗଞ୍ଜାମ ଜିଲାର ୧୩ ବିଧାନସଭା ନିର୍ବାଚନ...

ବଢ଼ୁଛି ଖରା, ପିଇବାକୁ ପାଣି ନାହିଁ

କେନ୍ଦ୍ରାପଡ଼ା, ୨୦ା୪ (ଜଗନ୍ନାଥ ଧଳ)କେନ୍ଦ୍ରାପଡ଼ା ଜିଲାରେ ଉତ୍ତାପ ୪୨ ଡିଗ୍ରୀ ଉପରେ ଅଛି। ମହାନଦୀ, ବ୍ରାହ୍ମଣୀ ଓ ବୈତରଣୀ ସିଷ୍ଟମ୍‌ରେ ଥିବା ୭ ନଦୀ ଶୁଖିଲା...

ଖଣି ବିଭାଗର ଡ୍ରୋନ୍‌ କ୍ୟାମେରାରେ ମାପଚୁପ

ଯାଜପୁର,୨୦।୪ (ହର୍ଷବର୍ଦ୍ଧନ ବେହେରା)ଦ୍ରୁତ ଶିଳ୍ପାୟନ ରାଜ୍ୟର ଆର୍ଥିକ ଅଭିବୃଦ୍ଧି ସହ ଅଧିକରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ ବୋଲି ରାଜ୍ୟ ସରକାର ଦାବି କରୁଛନ୍ତି।...

ଛାତ୍ରୀଛାତ୍ରଙ୍କ ଦୁର୍ଦ୍ଦଶାର ହେଉନି ଅନ୍ତ

ଡେରାବିଶ, ୨୦ା୪ (ବେବର୍ତ୍ତା ଅଜୟ ଦାସ)କେନ୍ଦ୍ରାପଡ଼ା ଜିଲା ଅନ୍ତର୍ଗତ ଡେରାବିଶ ବ୍ଲକ କୁରୁଜଙ୍ଗାଠାରେ ୨୦୨୨ରେ ଖୋଲାଯାଇଥିବା ଆଦର୍ଶ ବିଦ୍ୟାଳୟ ଏବେ ବି ସମସ୍ୟା ଘେରରେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri