ଏନ୍‌ସିଆର୍‌ବି ରିପୋର୍ଟ: ଦେଶରେ ବଢ଼ୁଛି ଶ୍ରମିକ ଆତ୍ମହତ୍ୟା

ଭୁବନେଶ୍ୱର,୪।୯(ବ୍ୟୁରୋ): ଲୋକମାନେ କାମଧନ୍ଦା ହରାଇ ଆର୍ଥିକ ଦୁଃସ୍ଥିତି ଦେଇ ଗତି କରୁଛନ୍ତି। ଏପରି କି ଦୁଇଓଳି ଦୁଇମୁଠା ଖାଇବାକୁ ମଧ୍ୟ ଯୋଗାଡ଼ କରିବା କଷ୍ଟକର ହୋଇପଡ଼ିଛି। ଆର୍ଥିକ ଅନଟନ ସାଙ୍ଗକୁ ମାନସିକ ଚିନ୍ତା ଘର ଓ ପରିବାରକୁ ଧ୍ୱଂସ କରିଦେଉଛି। ରୋଜଗାର ହରାଇବା ପରେ ବେକାର ହୋଇ ଘରେ ବସିଥିବା ପରିବାର ସଦସ୍ୟଙ୍କ ମଧ୍ୟରେ କଳହ ଏକ ଦୈନନ୍ଦିନ ଘଟଣାରେ ପରିଣତ ହେଲାଣି। ଏଥିସହିତ ଆତ୍ମହତ୍ୟା ଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାଦ୍ୱାରା ଦିନମଜୁରିଆ ଏବଂ ସ୍ବଳ୍ପ ଆୟ ବର୍ଗ ଲୋକମାନେ ଅତିମାତ୍ରାରେ ପ୍ରଭାବିତ ହୋଇଛନ୍ତି। ଏହି ଶ୍ରେଣୀର ଲୋକମାନଙ୍କ କ୍ଷେତ୍ରରେ ଆତ୍ମହତ୍ୟା ଭଳି ଘଟଣା ବଢ଼ିବାରେ ଲାଗିଛି। ନିକଟରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନ୍‌ସିଆର୍‌ବି)ରିପୋର୍ଟ ତଥ୍ୟରୁ ଏଭଳି ଦୁଃଖଦ ଚିତ୍ର ପଦାକୁ ଆସିଛି।
ଅନ୍ୟପକ୍ଷେ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ମଧ୍ୟ ବଢିଚାଲିଛି। ରାଜ୍ୟରେ ଏହି ମୃତ୍ୟୁ ହାର ଜାତୀୟ ହାରଠାରୁ ଅଧିକ। ପ୍ରତି ୧ ଲକ୍ଷରେ ଦେଶରେ ହାରାହାରି ୩୧.୫ ଜଣଙ୍କର ମୃତ୍ୟୁ ହେଉଥିବା ବେଳେ ଓଡ଼ିଶାରେ ୩୭.୬ ଜଣଙ୍କର ମୃତ୍ୟୁ ହୋଇଥିବା ଉକ୍ତ ରିପୋର୍ଟରେ ଉଲ୍ଲେଖ କରାଯାଇଛି।
ପ୍ରକାଶିତ ରିପୋର୍ଟ ଅନୁଯାୟୀ ୨୦୧୯ରେ ଦିନମଜୁରିଆମାନେ କାମଧନ୍ଦା ନ ପାଇ ପରିବାର ପ୍ରତିପୋଷଣରେ ଅକ୍ଷମତା କାରଣରୁ ଅଧିକ ସଂଖ୍ୟାରେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଉଛନ୍ତିି। ୨୦୧୯ରେ ଦେଶରେ ୧,୩୯,୧୨୩ ଆତ୍ମହତ୍ୟା ଘଟଣା ଘଟିଛି। ୨୦୧୮ ତୁଳନାରେ ତାହା ୩.୪ ପ୍ରତିଶତ ବୃଦ୍ଧି ପାଇଛି। ୨୦୧୮ରେ ୧,୩୪,୫୧୬ଜଣ ଆତ୍ମହତ୍ୟା କରିଥିଲେ। ସେଥିମଧ୍ୟରୁ ୨୩.୪ ପ୍ରତିଶତ ହେଉଛନ୍ତି ଦିନମଜୁରିଆ ବା ଶ୍ରମିକ। ଏଥିସହିତ ଅନ୍ୟାନ୍ୟ ବୃତ୍ତିଧାରୀ ମଧ୍ୟ ଆତ୍ମହତ୍ୟା କରିଥିବା ରିପୋର୍ଟରେ କୁହାଯାଇଛି। ୯୭,୬୧୩ ଜଣଙ୍କ ମଧ୍ୟରୁ ୨୯ ହଜାର ୯୨ ଜଣ ଶ୍ରମିକଶ୍ରେଣୀର ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେହିପରି ଗୃହିଣୀ ଓ ଛାତ୍ରୀଛାତ୍ରଙ୍କ ପରେ ଶ୍ରମଜୀବୀ ମହିଳା ଆତ୍ମହତ୍ୟା କରୁଥିବା ରିପୋର୍ଟରେ କୁହାଯାଇଛି।
ଦେଶରେ ସବୁଠାରୁ କମ୍‌ ରୋଜଗାର କରୁଥିବା ଗୋଷ୍ଠୀରେ ଶ୍ରମିକ ଶ୍ରେଣୀ ଅନ୍ତର୍ଭୁକ୍ତ। କୃଷି ଶ୍ରମିକମାନେ ମଧ୍ୟ ଏହି ଗୋଷ୍ଠୀରେ ରହିଛନ୍ତି। କୃଷି ପରେ କୃଷି ଶ୍ରମିକମାନେ କାମ ଧନ୍ଦା ହରାଇ ବେକାର ହୋଇଯାଉଛନ୍ତି। ଏନ୍‌ସିଆର୍‌ବି ରିପୋର୍ଟ ଅନୁଯାୟୀ ୨୦୧୯ରେ ୧୦,୨୮୧ କୃଷି ସହ ଜଡିତ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି। ସେମାନଙ୍କ ମଧ୍ୟରେ ୫,୯୫୭ ଜଣ କୃଷକ ଥିବାବେଳେ ୪,୩୨୪ ଜଣ କୃଷିଶ୍ରମିକ ରହିଛନ୍ତି। ଦେଶରେ ଆତ୍ମହତ୍ୟା କରୁଥିବା ଜନସଂଖ୍ୟାର ଏହା ହେଉଛି ୭.୪ ପ୍ରତିଶତ। ବିଭିନ୍ନ ରାଜ୍ୟରେ ଚାଷୀ ଆତ୍ମହତ୍ୟା ବୃଦ୍ଧି ପାଉଛି। ମହାରାଷ୍ଟ୍ରରେ ସର୍ବାଧିକ ଚାଷୀ ଆତ୍ମହତ୍ୟା କରୁଥିବା ରିପୋର୍ଟରେ କୁହାଯାଇଛି। ଦେଶରେ ଆତ୍ମହତ୍ୟା କରୁଥିବା ଚାଷୀଙ୍କ ମଧ୍ୟରୁ ମହାରାଷ୍ଟ୍ରରେ ସର୍ବାଧିକ ୩୮.୨ ପ୍ରତିଶତ ଚାଷୀ ଋଣଭାର ଓ ଫସଲହାନି ଯୋଗୁ ଜୀବନ ହାରିଛନ୍ତିି। ସେହିପରି କର୍ନାଟକରେ ୧୯.୪ ପ୍ରତିଶତ ଚାଷୀ ଆତ୍ମହତ୍ୟା କରୁଥିବା ଏଥିରେ କୁହାଯାଇଛି। ଏହା ପଛକୁ ଆନ୍ଧ୍ରପ୍ରଦେଶରେ ୧୦ ଏବଂ ମହାରାଷ୍ଟ୍ରରେ ୫.୩ ପ୍ରତିଶତ ଚାଷୀ ଆତ୍ମହତ୍ୟା କରିଛନ୍ତି। ଦେଶରେ ଆତ୍ମହତ୍ୟା କରୁଥିବା ସମୁଦାୟ ଲୋକଙ୍କ ମଧ୍ୟରୁ ଦୁଇ ତୃତୀୟାଂଶ ଲୋକଙ୍କର ମାସିକ ରୋଜଗାର ମାତ୍ର ୮ ହଜାର ୩୩୩ ଟଙ୍କା। ଅର୍ଥାତ୍‌ ସେମାନଙ୍କର ବାର୍ଷିକ ରୋଜଗାର ୧ ଲକ୍ଷରୁ କମ୍‌। ଆତ୍ମହତ୍ୟା କରୁଥିବା ୩୦ ପ୍ରତିଶତ ଲୋକଙ୍କର ବାର୍ଷିକ ରୋଜଗାର ୧ରୁ ୫ ଲକ୍ଷ ହୋଇଥିବା ରିପୋର୍ଟରେ କୁହାଯାଇଛି। ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା(ଏମ୍‌ଜିଏନ୍‌ଆରଇଜିଏସ୍‌)ରେ ଦୈନିକ ମଜୁରି କମ୍‌ ଥିବା ଯୋଗୁ ଶ୍ରମଜୀବୀମାନଙ୍କ ରୋଜଗାର ବଢିପାରୁ ନାହିଁ। କରୋନା ମହାମାରୀ ଯୋଗୁ ରୋଜଗାର ହରାଇଥିବା ଲୋକମାନଙ୍କ ମାନସିକ ସନ୍ତୁଳନ ବିଗୁଡୁଛି। ଆଗାମୀ ଦିନରେ ଆତ୍ମହତ୍ୟା ଭଳି ଘଟଣା ଆହୁରି ବଢ଼ିବ ବୋଲି ଅର୍ଥନୀତି ବିଶାରଦ ଆଶଙ୍କା କରିଛନ୍ତି।
ରିପୋର୍ଟ ଅନୁଯାୟୀ ସମୁଦାୟ ଆତ୍ମହତ୍ୟା ମାମଲାରେ ଦେଶରେ ୭ ପ୍ରତିଶତ ଚାଷୀ ଜୀବନ ହାରିଥିବା ବେଳେ ଛାତ୍ରୀଛାତ୍ର ୭, ଦିନମଜୁରିଆ ୨୩, ଗୃହିଣୀ ୧୫, ଆତ୍ମନିଯୁକ୍ତି କରିଥିବା ବ୍ୟକ୍ତି ୧୨, ବେକାର ୧୦ ପ୍ରତିଶତ ଆତ୍ମହତ୍ୟା କରିଛନ୍ତି। ମହିଳାଙ୍କ ତୁଳନାରେ ପୁରୁଷମାନେ ଅଧିକ ଆତ୍ମହତ୍ୟା କରୁଛନ୍ତି। ସମୁଦାୟ ଆତ୍ମହତ୍ୟା ମାମଲା ମଧ୍ୟରେ ପୁରୁଷ ଓ ମହିଳାଙ୍କ ଅନୁପାତ ଯଥାକ୍ରମେ ୭୦.୨, ୨୯.୯। ରଶି ଦେଇ ୫୩.୬ ପ୍ରତିଶତ ଆତ୍ମହତ୍ୟା କରିଥିବା ବେଳେ ବିଷ ପିଇ ୨୫.୮ ପ୍ରତିଶତ, ପାଣିକୁ ଡେଇଁ ୫.୨, ପୋଡିହୋଇ ୩.୮ ପ୍ରତିଶତ ଜୀବନ ହାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?