କୁଏତରେ ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪୦ ଭାରତୀୟଙ୍କ ଜୀବନ, ସରକାରଙ୍କ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର ଜାରି

କୁଏତ,୧୨।୬: କୁଏତର ଦକ୍ଷିଣ ମଙ୍ଗାଫ ଜିଲାରେ ଥିବା ଏକ ଅଟ୍ଟାଳିକା(ଲେବର କ୍ୟାମ୍ପ)ରେ ବୁଧବାର ଭୟଙ୍କର ନିଆଁ ଲାଗିଛି। ଏଯାବତ ଏଥିରେ ୪୦ ଭାରତୀୟଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ସେହିଭଳି ୩୦ ଭାରତୀୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପ୍ରାୟ ୯୦ ଭାରତୀୟଙ୍କୁ ଉଦ୍ଧାର କରାଯାଇଛି। ଘଟଣା ପରେ କୁଏତର ଗୃହମନ୍ତ୍ରୀ ଶେଖ ଫହାଦ ଅଲ ୟୁସୁଫ ଅଲ ସବାହ ଅଟ୍ଟାଳିକାର ମାଲିକଙ୍କୁ ଗିରଫ କରିବାକୁ ଆଦେଶ ଦେଇଛନ୍ତି। ଏହାକୁ ନେଇ ଭାରତୀୟ ଦୂତାବାସ ପକ୍ଷରୁ ହେଲ୍ପଲାଇନ୍‌ ନମ୍ବର, ମେଲ୍‌ ଆଇଡି ଜାରି କରାଯାଇଛି। ଏହା ମାଧ୍ୟମରେ ପୀଡ଼ିତଙ୍କ ପରିବାର କୁଏତରେ ଥିବା ଭାରତୀୟ ଦୂତାବାସ ସହ ଯୋଗାଯୋଗ କରିପାରିବେ।

ଦୁର୍ଘଟଣା ସମ୍ପର୍କରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ଲେଖିଛନ୍ତି ଯେ, ଅଗ୍ନିକାଣ୍ଡ ଘଟଣା ଶୁଣି ଅତ୍ୟନ୍ତ ମର୍ମାହତ। ୪୦ରୁ ଅଧିକ ମୃତ୍ୟୁ ହୋଇଛି। ୫୦ରୁ ଅଧିକ ଲୋକଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଆମର ରାଷ୍ଟ୍ରଦୂତ ପୀଡ଼ିତଙ୍କୁ ଭେଟିଛନ୍ତି। ଯେଉଁମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ପରିବାରପ୍ରତି ଗଭୀର ସମବେଦନା।

କୁହାଯାଉଛି ଯେ, ଯେଉଁ ଅଟ୍ଟାଳିକାରେ ନିଆଁ ଲାଗିଥିଲା ତାହା ୬ ମହଲା ବିଶିଷ୍ଟ। ଏହାର ରୋଷେଇଘରେ ନିଆଁ ଲାଗିଥିଲା। ପରେ ଏହା ବ୍ୟାପିଯାଇଥିଲା। ଏହି କୋଠାରେ ଗୋଟିଏ କମ୍ପାନୀରେ କାମ କରୁଥିବା ୧୬୦ ଲୋକ ରହୁଥିଲେ, ଯେଉଁଥିରେ ଅନେକ କର୍ମଚାରୀ ଭାରତୀୟ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଉପକୂଳରେ ଘୂର୍ଣ୍ଣିବଳୟ, ଦୁଇଟି ଟ୍ରଫ୍‌: ଆସନ୍ତା ୫ ଦିନ ଯାଏ ଏସବୁ ଜିଲାରେ ପ୍ରବଳ ବର୍ଷା, ଓ୍ବାର୍ନିଂ ଜାରି କଲା…

ଭୁବନେଶ୍ୱର, ୨୧ା୭ (ବନ୍ଦନା ସେଠୀ)- ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଏହା ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏଥିସହ ଦୁଇଟି ଟ୍ରଫ୍‌…

ଦକ୍ଷିଣମୋଡ଼ ହେଲା ଦର୍ପଦଳନ, ଅଧାରେ ଅଟକିଲା ତାଳଧ୍ୱଜ: ନନ୍ଦିଘୋଷ… 

ପୁରୀ,୨୧ା୭(ଅଜିତ୍‌ କୁମାର ମହାନ୍ତି): ମହାପ୍ରଭୁ ଶ୍ରୀଜଗନ୍ନାଥ ବଡ଼ଭାଇ ବଳଭଦ୍ର ଏବଂ ଭଉଣୀ ସୁଭଦ୍ରାଙ୍କୁ ସାଙ୍ଗରେ ଧରି ରଥାରୂଢ଼ ହୋଇ ଆସି ଶ୍ରୀଗୁଣ୍ଡିଚା ମନ୍ଦିରରେ ଅବସ୍ଥାନ କରିଛନ୍ତି। ରଥଯାତ୍ରାର…

ଛାତ୍ରଙ୍କ ଉପରେ ଲାଠିଚାର୍ଜକୁ ନେଇ କ୍ଷୁବ୍ଧ ଅରିଜିତ, କହିଲେ– ‘ନିଜକୁ ଭଗବାନ ଭାବୁଛନ୍ତି କି?’

ନୂଆଦିଲ୍ଲୀ,୨୧।୭: ଦିଲ୍ଲୀରେ ୨୦ ଜୁଲାଇରେ କକରୋଚ୍ ଜନତା ପାର୍ଟି (CJP)ର ଆହ୍ୱାନରେ ଆୟୋଜିତ ସଂସଦ ମାର୍ଚ୍ଚ ସମୟରେ ଛାତ୍ର ଓ ପୋଲିସ ମଧ୍ୟରେ ଉତ୍ତେଜନା ସୃଷ୍ଟି ହୋଇଥିଲା।…

ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଆଧାର ନିଷ୍କ୍ରିୟ; ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ…

ମୋହନା,୨୧।୭(ମନ୍ମଥ ମିଶ୍ର): ଜୀବିତ ଥାଇ ବି ସରକାରୀ ରେକର୍ଡରେ ମୃତ! ଏଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ଗଜପତି ଜିଲା ଆର୍. ଉଦୟଗିରି ବ୍ଲକ ରଣାଲଇ ଗ୍ରାମରେ ଦେଖିବାକୁ…

ରାଜ୍ୟ ରାଜନୀତିରେ ଚହଳ: ଧର୍ମେନ୍ଦ୍ରଙ୍କ ଇସ୍ତଫା ଦାବି କଲେ ନବୀନ

ନୂଆଦିଲ୍ଲୀ/ ଭୁବନେଶ୍ୱର:୨୧।୭: ଓଡ଼ିଶା ତଥା ଜାତୀୟ ରାଜନୀତିରେ ଏକ ବଡ଼ ଧରଣର ହଟଚମଟ ସୃଷ୍ଟି ହୋଇଛି। ପୂର୍ବତନ ମୁଖ୍ୟମନ୍ତ୍ରୀ, ଓଡ଼ିଶା ବିଧାନସଭାର ବିରୋଧୀ ଦଳ ନେତା ନବୀନ…

ପୋଲିସ ଟେକିନେବାରୁ ରାଗିଗଲେ ରାହୁଲ, ଏମିତି କହିଲେ ରାଜନୀତିରେ ଚହଳ!

ନୂଆଦିଲ୍ଲୀ,୨୧।୭: ପ୍ରଧାନମନ୍ତ୍ରୀଙ୍କ ବାସଭବନ ଆଗରେ ମଙ୍ଗଳବାର ବିକ୍ଷୋଭ ପ୍ରଦର୍ଶନରେ ବସିଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ, ସମାଜବାଦୀ ପାର୍ଟି (SP) ମୁଖିଆ ଅଖିଲେଶ ଯାଦବ…

ଅଧିନାୟଙ୍କ ବଡ଼ ଦାବି , ଜିମ୍ବାଓ୍ବେ ପାଖରେ ସିରିଜ୍‌ ଜିତିବାର ସୁଯୋଗ ରହିଛି

ହରାରେ,୨୧ା୭: ଆସନ୍ତା ଗୁରୁବାର ଭାରତ ଓ ଜିମ୍ବାଓ୍ବେ ମଧ୍ୟରେ ୩ ମ୍ୟାଚ୍‌ ବିଶିଷ୍ଟ ଟି୨୦ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ଖେଳାଯିବ। ଜିମ୍ବାଓ୍ବେ ଅଧିନାୟକ ଶିକନ୍ଦର ରାଜାଙ୍କ ମତରେ…

ପୁଣି ଆନ୍ଦୋଳନ ଡାକରା ଦେଲା CJP! ଆଜି ରାତି ୮ଟାରେ ଦିଲ୍ଲୀରେ ହେବ…

ନୂଆଦିଲ୍ଲୀ,୨୧।୭: ନିଟ୍ (NEET) ପେପର ଲିକ୍, କୃଷକଙ୍କ ଆନ୍ଦୋଳନ ଏବଂ ପୋଲିସର ବଳପ୍ରୟୋଗ ବିରୋଧରେ ଦିଲ୍ଲୀରେ ରାଜନୈତିକ ସରଗରମ ବୃଦ୍ଧି ପାଇବାରେ ଲାଗିଛି। ଏହି କ୍ରମରେ କକରୋଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri