କୁଟୁରା ଶିକାର, ୧୨ ଗିରଫ

କଣିହାଁ,୭ା୨(ଡି.ଏନ.ଏ.): ଅନୁଗୋଳ ଜିଲା କଣିହାଁ ବନାଞ୍ଚଳ ତରଫରୁ କୁଟୁରା ଶିକାର ଅଭିଯୋଗରେ ୧୨ ଜଣଙ୍କୁ ଗିରଫ ପରେ ଶନିବାର ରାତିରେ କୋର୍ଟ ଚାଲାଣ କରାଯାଇଛି। ରେଞ୍ଜ ଅଫିସର ନୀଳମଣି ଦେହୁରୀ କହିଛନ୍ତି, ରେଙ୍ଗାଳି ଫରେଷ୍ଟ ସେକ୍ସନର ବିରୁପାଳ ସଂରକ୍ଷିତ ଜଙ୍ଗଲରେ ଶନିବାର କେତେଜଣ ଶିକାରୀ କୁକୁର ସହାୟତାରେ ଏକ କୁଟୁରାକୁ ଶିକାର କରିଥିଲେ। ପାଟ୍ରୋଲିଂ ଟିମ୍‌ ଖବରପାଇ ଜଙ୍ଗଲ ଭିତରେ ଚଢ଼ାଉ କରି କୁଟୁରା ମୃତଦେହ ଜବତ କରିବା ସହିତ ୧୨ ଜଣ ଶିକାରୀଙ୍କୁ ଗିରଫ କରିଥିଲା। ଗିରଫ ଶିକାରୀମାନେ ହେଲେ ପାଲଲହଡା ଉପଖଣ୍ଡ ଖମାର ଥାନା ଝାରକିଲିଣ୍ଡା ଗ୍ରାମର ପର୍ଶୁରାମ କିଶାନ, ଇନ୍ଦ୍ରମଣି ସେଠୀ, ସଞ୍ଜୟ ସେଠୀ, ନରେନ୍ଦ୍ର ସାହୁ, ମେଘ ସେଠୀ, ବାଇକୁଳି ପ୍ରଧାନ, ନିର ନାଏକ, ବାଉରୀ ବନ୍ଧୁ ପ୍ରଧାନ, ଭଜମନ ବେହେରା, ଜଗମୋହନ ସାହୁ ଓ ପିଟା ଗ୍ରାମର ଅନାଦି ମୁଣ୍ଡା, ଶିବ ମୁଣ୍ଡା। ସେମାନଙ୍କଠାରୁ ପାଞ୍ଚଟି ଟାଙ୍ଗିଆ ଜବତ କରାଯାଇଛି। ନଂ. ନମ୍ବର ୫୫/୨୨ ମାମଲାରେ ସେମାନଙ୍କୁ କୋର୍ଟଚାଲାଣ କରାଯାଇଛି। ଚଢ଼ାଉ ଟିମ୍‌ରେ ରେଞ୍ଜରଙ୍କ ସହିତ ଫରେଷ୍ଟର ଅନୁରାଗ ପରିଡା, ହରେକୃଷ୍ଣ ଦେହୁରୀ ପ୍ରମୁଖ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେକିଂ ପାଇଁ ଯାଇ ମାଲ୍ୟଗିରି ପାହାଡ଼ରେ ଫସିଯାଇଥିଲେ ୩ ଯୁବକ, ୨୫ ଫୁଟ ଘାଇରୁ….

ପାଳଲହଡା,୯ା୭(ଦିବ୍ୟଜ୍ୟୋତି ଦାଶ): ଅନୁଗୋଳ ଜିଲା ପାଳଲହଡା ମାଲ୍ୟଗିରି ପାହାଡକୁ ଟ୍ରେକିଂ କରିବାକୁ ଯାଇ ଫସି ରହିଥିବା ୩ ଯୁବକଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କଲା ଅଗ୍ନିଶମ ବାହିନୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri