କୁଶୁନୁପୁର ପ୍ରାଥମିକ ବିଦ୍ୟାଳୟ ଗୃହ ଜରାଜୀର୍ଣ୍ଣ

ପଟ୍ଟାମୁଣ୍ଡାଇ,୩।୯(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ କେନ୍ଦ୍ର ଓ ରାଜ୍ୟ ସରକାର ଗୁଣାତ୍ମକ ଶିକ୍ଷାର ବିକାଶ ପାଇଁ ଅନେକ ପଦକ୍ଷେପ ଗ୍ରହଣ କରୁଛନ୍ତି। ହେଲେ ପ୍ରଶାସନିକ ଅଧିକାରୀଙ୍କ ନିଷ୍କ୍ରିୟତା ଯୋଗୁ ଏହାର ସୁଫଳ ମିଳିପାରୁନାହିଁ। ସ୍କୁଲର ଭିତ୍ତିଭୂମିର ବିକାଶ ପାଇଁ ସର୍ବଶିକ୍ଷା ଅଭିଯାନ ଯୋଜନାରେ ମଧ୍ୟ କୋଟି କୋଟି ଟଙ୍କା ବ୍ୟୟ କରାଯାଉଛି। ଏସବୁ ସତ୍ତ୍ୱେ ସ୍କୁଲଗୁଡିକର ଆଶାନୁରୂପ ଭିତ୍ତିଭୂମିର ବିକାଶ ସମ୍ଭବ ହୋଇପାରୁନାହିଁ। ପଟ୍ଟାମୁଣ୍ଡାଇ ବ୍ଲକ ସାନଜରିଆ ପଞ୍ଚାୟତ କୁଶୁନୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ଶ୍ରେଣୀଗୃହ ଦୀର୍ଘଦିନ ହେବ ଆବଶ୍ୟକ ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଅତ୍ୟନ୍ତ ଜରାଜୀର୍ଣ୍ଣ ଅବସ୍ଥାରେ ପଡିରହିଛି। ବିପଦଜନକ ଅବସ୍ଥାରେ ଶ୍ରେଣୀ ଗୃହରେ ଛାତ୍ରୀଛାତ୍ର ପାଠ ପଢିବାକୁ ବାଧ୍ୟ ହେଉଛନ୍ତି। ବିଦ୍ୟାଳୟରେ ପ୍ରଥମରୁ ୫ମ ଶ୍ରେଣୀ ପାଇଁ ଶିକ୍ଷାଦାନର ବ୍ୟବସ୍ଥା ରହିଛି। ଚଳିତବର୍ଷ ବିଦ୍ୟାଳୟରେ ୪୫ରୁ ଊର୍ଦ୍ଧ୍ୱ ପିଲା ଅଧ୍ୟୟନ କରୁଛନ୍ତି। ହେଲେ ବିଦ୍ୟାଳୟରେ ଆବଶ୍ୟକ ଶ୍ରେଣୀଗୃହ ନ ଥିବାରୁ ପିଲାଙ୍କୁ ପାଳି କରି ବାହାରେ ତ କେତେବେଳେ ବାରଣ୍ଡା ଓ କୋଠରୀରେ ବସାଇ ପଢାଯାଉଛି। ଫଳରେ ଗୋଟିଏ ବିଷୟକୁ ବାରମ୍ବାର ପାଠ ପଢାଇବାକୁ ପଡୁଛି ବୋଲି କହିଛନ୍ତି ଶିକ୍ଷକ।
ଅନ୍ୟପକ୍ଷେ ବିଦ୍ୟାଳୟରେ କେବଳ ଶ୍ରେଣୀଗୃହ ସହ ପାନୀୟଜଳ ପାଇଁ ଟିଉବଲ କି ପାଇଖାନା ନା ମଧ୍ୟାହ୍ନଭୋଜନ ରୋଷେଇ ପାଇଁ ଗୃହ ମଧ୍ୟ ନାହିଁ। ଗୋଟିଏ ପଟେ ରାଜ୍ୟ ସରକାର ପରିମଳ ବ୍ୟବସ୍ଥାକୁ ଗୁରୁତ୍ୱ ଦେଉଥିବା ସ୍ଥଳେ କୁଶୁନୁପୁର ସରକାରୀ ବିଦ୍ୟାଳୟରେ ଶୌଚାଳୟ ନ ଥିବା ଖବର ଅତି ଦୁର୍ଭାଗ୍ୟଜନକ। ସମସ୍ତ ବିଦ୍ୟାଳୟରେ ପାଇଖାନା ତଥା ପାନୀୟ ଜଳ ଉପଲବ୍ଧ କରାଇବାକୁ ସରକାରୀ ନିର୍ଦ୍ଦେଶ ଥିଲେ ମଧ୍ୟ ଏଭଳି ଦୟନୀୟ ଅବସ୍ଥାରେ ପଡି ରାହିଛି କୁଶୁନୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ। ଏ ନେଇ ଛାତ୍ର ଅଭିଭାବକ ମହଲରେ ଗଭୀର ଉଦ୍‌ବେଗ ପ୍ରକାଶ ପାଇଛି। କୁଶୁନୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟର ୨ଟି କୋଠରୀ ବିଶିଷ୍ଟ କୋଠାଘର ଏକ ପ୍ରକାର ଠିକ୍‌ ଥିବା ବେଳେ ଏକ ବୃହତ ଆଜବେଷ୍ଟସ ହଲ ଜୀର୍ଣ୍ଣଶୀର୍ଣ୍ଣ ହୋଇପଡିଛି। ମାତ୍ର ଗ୍ରାମ୍ୟ ଉନ୍ନୟନ ବିଭାଗ ପକ୍ଷରୁ ସମ୍ପୃକ୍ତ ଶ୍ରେଣୀଗୃହଗୁଡିକୁ ଅଦ୍ୟାବଧି ଅସୁରକ୍ଷିତ ଘୋଷଣା କରିନାହାନ୍ତି। ଏ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି। କୁଶୁନୁପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ବିପଦଜନକ ଅବସ୍ଥାରେ ଥିବା ଶ୍ରେଣୀଗୃହଗୁଡିକ ଛାତ୍ରୀଛାତ୍ରମାନଙ୍କ ଜୀବନ ପ୍ରତି ବିପଦ ଥିବାରୁ ଅବିଳମ୍ବେ ଅସୁରକ୍ଷିତ ଘୋଷଣା କରାଯିବା ସହିତ ଭାଙ୍ଗି ଦେବା ପାଇଁ ଗ୍ରାମବାସୀ ଦାବି କରିଛନ୍ତି। ରାଜ୍ୟ ସରକାର ତଥା ଜିଲା ପ୍ରଶାସନ ପରିସ୍ଥିତିର ଗମ୍ଭୀରତାକୁ ଉପଲବ୍ଧି କରି ବିପଦଜନକ ଅବସ୍ଥାରେ ଥିବା ଶ୍ରେଣୀଗୃହଗୁଡିକୁ ଅସୁରକ୍ଷିତ ଘୋଷଣା କରିବା ସହ ପାନୀୟଜଳ, ପାଇଖାନା ଓ ନୂତନ ଗୃହ ନିର୍ମାଣ ଦିଗରେ ପଦକ୍ଷେପ ନେବାକୁ ମଦନ ମୋହନ ଦାସ, ବିଦ୍ୟାଧର କବି, ମହେଶ୍ୱର ନାୟକ, ବହ୍ଲବ ଚରଣ ବାରିକ, ହରେକୃଷ୍ଣ ରାଉତ, ମଦନ କୁମାର ଦାସ, କିରଣ ଦାସ, ଟିଟନ ଦାସ, ସୌରଭ ସାମଲ, ପ୍ରଦୀପ ନାୟକ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ରାଶିରେ ରାହୁ ଗୋଚର, ୩ ରାଶିଙ୍କୁ ଲାଭ ହିଁ ଲାଭ; ହୁ ହୁ ହୋଇ ବଢିବ ଧନ!

ଜ୍ୟୋତିଷ ଶାସ୍ତ୍ରରେ, ରାହୁକୁ ଏକ ରହସ୍ୟମୟ ଏବଂ ଛାୟାମୟ ଗ୍ରହ ଭାବରେ ବିବେଚନା କରାଯାଏ । ଏହାଛଡା ରାହୁଙ୍କ ଗତି ପ୍ରାୟତଃ ହଠାତ୍ ପରିବର୍ତ୍ତନ, ମହତ୍ତ୍ୱାକାଂକ୍ଷା, ନୂତନ…

8th Pay Commission ପୂର୍ବରୁ ସରକାରଙ୍କ ବଡ଼ ଉପହାର! ୫% ବଢିଲା DA

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଜଣେ ସରକାରୀ କର୍ମଚାରୀ କିମ୍ୱା ପେନସନଭୋଗୀ (Pensioner), ତେବେ ଆପଣଙ୍କ ପାଇଁ ଏକ ବହୁତ ଖୁସି ଖବର ରହିଛି। ଗୋଟିଏ ପଟେ ସାରା…

ଆବର୍ଜନା ସଫା କଲେ ଉପବାଚସ୍ପତି, ସମସ୍ତଙ୍କୁ ପରାମର୍ଶ ଦେଇ କହିଲେ…

ବଡ଼ଗାଁ,୨ା୧୦(ଅଶୋକ ଷଡ଼ଙ୍ଗୀ): ସୁନ୍ଦରଗଡ଼ ଜିଲା ବଡ଼ଗାଁଠାରେ ଶୁକ୍ରବାର ପୂର୍ବାହ୍ନରେ ଭାଜପା ପକ୍ଷରୁ ‘ସେବା ପକ୍ଷ’ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଧାନସଭା ଉପବାଚସ୍ପତି ଭବାନୀ ଶଙ୍କର ଭୋଇ,…

Video: କାପଟେନ ସ୍ମିତ୍‌ଙ୍କ ନୂଆ ଭିଡ଼ିଓ ଦେଖିଲେ ଛାତି ଥରି ଉଠିବ, ଏବେ କହିଲେ ‘ହନୁମାନ’ ମୋତେ ବଞ୍ଚାଇଦେଲେ

ନୂଆଦିଲ୍ଲୀ,୨।୧୦: ଫ୍ଲାଏ-ଦୁବାଇ (Flydubai) ବିମାନ ଘଟଣା ପରେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନରେ କଥା ହୋଇଥିଲେ। ଶୁକ୍ରବାର (ଅକ୍ଟୋବର…

ଶୁକ୍ରଙ୍କ ବକ୍ରୀ ଚଳନ: ଫାଇଦାରେ ରହିବେ ୫ ରାଶି, ମାସେ ଭିତରେ ହେବେ ଧନୀ!

ଶରତ ପୂର୍ଣ୍ଣିମା ଅବସରରେ ଅକ୍ଟୋବର ୨୫ ତାରିଖରେ ଶୁକ୍ର ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଘଟିବ। ବକ୍ରୀ ଶୁକ୍ର ଚିତ୍ରା ନକ୍ଷତ୍ରରେ ପ୍ରବେଶ କରିବେ। ଶୁକ୍ର ଏକ ମାସ…

ସ୍ବଚ୍ଛତା ହିଁ ସେବା: ସୁସ୍ଥ ପରିବେଶ ଗଠନ ଲକ୍ଷ୍ୟ

ଭଞ୍ଜନଗର, ୨।୧୦ (ବାବୁଲା ପ୍ରଧାନ): ଗାନ୍ଧୀ ଜୟନ୍ତୀ ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଉପଖଣ୍ଡ ହସ୍ପିଟାଲ ପରିସରରେ ‘ସ୍ବଚ୍ଛତା ହିଁ ସେବା’ ଅଭିଯାନ ପାଳିତ ହୋଇଯାଇଛି। ମେଡିକାଲ…

ବିରାଟ କୋହଲିଙ୍କ ୧୦ ବର୍ଷ ପୁରୁଣା ଟି-୨୦ ରେକର୍ଡ ଭାଙ୍ଗିଲେ ଏହି ଖେଳାଳି, ସବୁଠି ହେଲାଣି ଚର୍ଚ୍ଚା

ନୂଆଦିଲ୍ଲୀ,୨।୧୦: ଇଶାନ କିଶନ ପୁଣିଥରେ ନିଜ ବ୍ୟାଟିଂ ଯାଦୁ ଦେଖାଇଛନ୍ତି ଏବଂ ଏଥର ତାଙ୍କ ଇନିଂସ ବିରାଟ କୋହଲିଙ୍କ ଏକ ଦୀର୍ଘଦିନର ରେକର୍ଡକୁ ଅତିକ୍ରମ କରିଛି। ଶ୍ରୀଲଙ୍କା…

2 October No UPI Day: ଆଜି ଚାଲିବନି UPI ପେମେଣ୍ଟ, ପାଖରେ ରଖନ୍ତୁ କ୍ୟାଶ୍‌!

ନୂଆଦିଲ୍‌ଲୀ,୨।୧୦: ଯଦି ଆପଣ ଗାନ୍ଧୀ ଜୟନ୍ତୀ ଛୁଟିରେ ସପିଂ କରିବାକୁ କିମ୍ୱା ସାଙ୍ଗମାନଙ୍କ ସହ ବାହାରକୁ ବୁଲିବାକୁ ଯୋଜନା କରୁଛନ୍ତି, ତେବେ ଟିକେ ଅଟକି ଯାଆନ୍ତୁ। ଅନଲାଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?