ଶତାବ୍ଦୀର ମୂକସାକ୍ଷୀ କୁଞ୍ଜକାନ୍ତ ମନ୍ଦିର

ଢେଙ୍କାନାଳ ,୧୬ା୧୦(ରତନ ନାୟାର): ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ସପ୍ତମ ସଂସ୍କରଣ ରବିବାର ସ୍ଥାନୀୟ କୁଞ୍ଜକାନ୍ତ ମନ୍ଦିରଠାରେ ଅନୁଷ୍ଠିତ ହୋଇଯାଇଛି। ଐତିହ୍ୟକୁ ଜାଣିବା ଓ ତାହା ସମ୍ପର୍କରେ ତଥ୍ୟ ସଂଗ୍ରହ କରି ଭବିଷ୍ୟତ ପିଢ଼ି ପାଇଁ ସଂରକ୍ଷିତ ରଖି ଜନ ସଚେତନତା ସୃଷ୍ଟି କରିବା ନିମନ୍ତେ ଏହାର ଉଦ୍ଦେଶ୍ୟ। ଢେଙ୍କାନାଳ ସହର ମଧ୍ୟଦେଇ ଯାଇଥିବା ମୁଖ୍ୟ ରାସ୍ତା କଡରେ ପାଣି ଓହଳା ପର୍ବତର ଠିକ ପାଦଦେଶର ଉଚ୍ଚସ୍ଥାନରେ ରହିଛି ଏହି ସୁନ୍ଦର ମନ୍ଦିର। ମନ୍ଦିରର ପ୍ରବେଶ ଦ୍ୱାର ଏକ ରାଜ ପ୍ରାସାଦର ଭ୍ରମ ସୃଷ୍ଟି କରୁଥିଲେ ହେଁ ବାସ୍ତବରେ ଏହା ଏକ ମନ୍ଦିର ଏବଂ ଏହା ଭିତରେ ପୂଜା ପାଉଛନ୍ତି ବୃନ୍ଦାବନଚନ୍ଦ୍ର ଶ୍ରୀକୃଷ୍ଣ ଓ ମହାମାୟୀ ଶ୍ରୀରାଧା। ଏଠି ଶ୍ରୀକୃଷ୍ଣଙ୍କୁ କୁଞ୍ଜକାନ୍ତ ଭାବରେ ସମ୍ବୋଧନ କରାଯାଏ। ସିଂହାସନ ଉପରେ ଅଷ୍ଟ ପାଟବଂଶୀ ପରିବେଷ୍ଠିତ ଶ୍ରୀକୃଷ୍ଣଙ୍କ ଚାରି ଫୁଟ୍‌ ଉଚ୍ଚତା ପ୍ରତିମାଟି କଳା ମୁଗୁନି ପଥରରେ ଓ ଶ୍ରୀରାଧାଙ୍କ ମୂର୍ତ୍ତିଟି ଅଷ୍ଟଧାତୁରେ ନିର୍ମିତ। ୧୯୧୭ରେ ତକତ୍ାଳୀନ ରାଜା ସୁରପ୍ରତାପଙ୍କ ଦ୍ୱାରା ଏହି ମନୋରମ ମନ୍ଦିରଟି ନିର୍ମିତ ହୋଇଥିଲା। ରାଜର୍ଷି ସୁରପ୍ରତାପଙ୍କ ଅକାଳ ବିୟୋଗ ପରେ ତାଙ୍କ ମହାରାଣୀ କୃଷ୍ଣପ୍ରିୟା ଦେବୀ ଏଠାରେ ରହି ଭଗବାନଙ୍କ ସେବାରେ ସାରା ଜୀବନ ଅତିବାହିତ କରିଥିଲେ। ମନ୍ଦିର ପରିସରରେ ଝୁଲଣ ମଣ୍ଡପ ଓ ବେଢା ବାହାରେ ଦୋଳ ମଣ୍ଡପ ସହିତ ଏକ ସୁନ୍ଦର ରାଣୀହଂସପୁର ରହିଛି । ଏହିଠାରେ ହିଁ ରାଣୀ କୃଷ୍ଣପ୍ରୀୟା ଅବସ୍ଥାନ କରୁଥିଲେ। ମୁଖ୍ୟ ମନ୍ଦିରଟି ରାଜପୁତନା ଶୈଳୀରେ ନିର୍ମିତ ଏକ ମାର୍ବଲ୍‌ ଆଚ୍ଛାଦିତ ଗୃହ। ଏଥିରେ ବ୍ୟବହୃତ ଲୌହ ଖୁମ୍ବଗୁଡିକ ଦେଖିବା ପାଇଁ ଖୁବ୍‌ ଆକର୍ଷଣୀୟ। ମନ୍ଦିରର ଉପରି ଭାଗରେ ଖୁବ୍‌ ସୂକ୍ଷ୍ମ କାରୁକାର୍ଯ୍ୟ ଏବେ ମଧ୍ୟ ଅକ୍ଷୂର୍ଣ୍ଣ ରହିଛି। ଦୀର୍ଘ ୧୦୦ ବର୍ଷରୁ ଅଧିକ କାଳଧରି ସ୍ଥାନୀୟ ରାଜ ପରିବାର ଦ୍ୱାରା ପରିଚାଳିତ ହୋଇ ଆସୁଥିବା ଏହି ମନ୍ଦିରରେ ଜନ୍ମାଷ୍ଟମୀ ଓ ଅନ୍ୟାନ୍ୟ ପର୍ବପର୍ବାଣି ଖୁବ୍‌ ନିଷ୍ଠାର ସହିତ ପାଳନ କରାଯାଏ। ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ଆବାହକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ରବିବାର ସକାଳେ ପଦଯାତ୍ରୀ ଦଳ ଏଠାରେ ପହଁଚିବା ପରେ ପରେଶ କୁମାର ମିଶ୍ର ମନ୍ଦିରର ଇତିହାସ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡଃ ମୃଣାଳ ଚାଟାର୍ଜୀ, କଟକ ହେରିଟେଜ୍‌ ୱାକ୍‌ର ସଦସ୍ୟ ବିଶ୍ୱରଞ୍ଜନ ଦେହୁରୀ, ରମେଶ ଚନ୍ଦ୍ର ପତି, ବିପିନ ବିହାରୀ ପାଣି, ଅଧ୍ୟାପକ ଅକ୍ଷୟ ପାତ୍ର, ଶାନ୍ତନୁ ନାୟକ, ସୁନୀତା ମହାପାତ୍ର, ଆଦିତ୍ୟ ମିଶ୍ର, ନାରାୟଣ ପଟ୍ଟନାୟକ, ଧୀରେନ୍‌ କୁମାର ମିଶ୍ର, ସ୍ବର୍ଣ୍ଣଲତା ସେଠୀ, ଢେଙ୍କାନାଳ ସ୍ବୟଂଶାସିତ ମହାବିଦ୍ୟାଳୟର ଅନେକ ପିଜି ଛାତ୍ର ପଦଯାତ୍ରାରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

ଦୁର୍ଘଟଣାରେ ଆହତ ବ୍ୟକ୍ତିଙ୍କୁ ତୁରନ୍ତ ମେଡିକାଲରେ ପହଞ୍ଚାଇ ଚର୍ଚ୍ଚାରେ ୨ ହୋମ୍‌ଗାର୍ଡ, ସାହସିକତାକୁ ଚାରିଆଡୁ ପ୍ରଶଂସା

ମୋହନା,୪ା୧୦(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତର୍ଗତ ଅନ୍ତରବା ଛକ ନିକଟରେ ପିକଅପ୍‌ ଓ ଦୁଇଟି ବାଇକ୍‌ ମଧ୍ୟରେ ଦୁର୍ଘଟଣା ଘଟି ୩ ଗୁରୁତର ଥିବାବେଳେ…

ପାକିସ୍ତାନ କ୍ରିକେଟକୁ ନେଇ ଆସିଲା ବଡ଼ ଖବର, ସୋଏବ ଅଖତର ଦେଲେ ଏମିତି ଉତ୍ତର ସମସ୍ତେ ଚକିତ

ଇସଲାମାବାଦ,୪।୧୦: ଶୋଏବ ଅଖତର କ’ଣ ପାକିସ୍ତାନ କ୍ରିକେଟ ଦଳର ମୁଖ୍ୟ ଚୟନକର୍ତ୍ତା (ଚିଫ ସିଲେକ୍ଟର) ହେବାକୁ ଯାଉଛନ୍ତି? ସାମ୍ପ୍ରତିକ ସମୟରେ ଇଣ୍ଟରନେଟରେ ଏହାକୁ ନେଇ ବ୍ୟାପକ ଚର୍ଚ୍ଚା…

ଅକ୍ଟୋବରରେ ଅଷ୍ଟ୍ରେଲିଆ ବିପକ୍ଷରେ ପ୍ରଥମ ଦିନିକିଆ ମ୍ୟାଚ ଖେଳିବ ଟିମ ଇଣ୍ଡିଆ; ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ନେବେ ଏହି ଖେଳାଳି

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ ଦଳ ଅକ୍ଟୋବର ୬ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ ଟି-୨୦ ସିରିଜ ଖେଳିବାକୁ ଯାଉଛି। ଏହି ସମୟରେ, ଅନ୍ୟ ଏକ ଭାରତୀୟ ଦଳ ଅଷ୍ଟ୍ରେଲିଆର…

ଟିଏମସି (TMC)କୁ ଲାଗିବ ଶକ୍ତ ଧକ୍କା, ଦଳ ଛାଡିଥିବା ନେତାଙ୍କୁ ଭାଜପା ଦେଲା ବଡ଼ ସୁଯୋଗ

ନୂଆଦିଲ୍ଲୀ,୪।୧୦: ଭାରତୀୟ ଜନତା ପାର୍ଟି(ଭାଜପା)ର କେନ୍ଦ୍ରୀୟ ନିର୍ବାଚନ କମିଟି ରବିବାର (ଅକ୍ଟୋବର ୪) ରାଜ୍ୟ ସଭା ନିର୍ବାଚନ ପାଇଁ ଦୁଇଜଣ ପ୍ରମୁଖ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି।…

ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ବୟାନ, ଭାରତରେ ଏବେ ପୂର୍ବଭଳି….

ମୁମ୍ବାଇ,୪।୧୦: ଅଭିନେତା ସଞ୍ଜୟ ଦତ୍ତଙ୍କୁ ଶେଖର ସୁମନଙ୍କ ଶୋ’ ‘ଶେଖର ଟୁନାଇଟ୍’ରେ ଦେଖିବାକୁ ମିଳିଛି । ଗାନ୍ଧୀ ଜୟନ୍ତୀ ସ୍ପେଶାଲ ଏପିସୋଡ୍‌ରେ ଯୋଗଦେଇ ସଞ୍ଜୟ ଦତ୍ତ ତାଙ୍କ…

ଛତୁ ତୋଳିବାକୁ ଯାଇ ଭାଲୁ ହାବୁଡ଼ରେ ପଡ଼ିଗଲେ ମହିଳା, ଆଉ ତା’ ପରେ…

ଆନନ୍ଦପୁର,୪ା୧୦(ସୁଶାନ୍ତ କୁମାର ସାହୁ): ଛତୁ ତୋଳିବାକୁ ଯାଇଥିବାବେଳେ ମହିଳା ଭାଲୁ ଆକ୍ରମଣରେ ଗୁରତର ଅବସ୍ଥାରେ ପ୍ରଥମେ ଆନନ୍ଦପୁର ମେଡିକାଲ ପରେ ଗୁରୁତର ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?