Posted inଖେଳ

ବିଶ୍ୱକପ୍‌ରେ କୁମ୍ବଲେଙ୍କ ରେକର୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ। ଇଞ୍ଜିନିୟରିଂ କରିବା ପରେ ଫଟୋଗ୍ରାଫର ଓ ପରବର୍ତ୍ତୀ ସମୟରେ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ । ଜୁମ୍ବୋ ନାମରେ ପରିଚିତ ଏହି ଖେଳାଳି ଜଣଙ୍କ ଭାରତୀୟ ଟେଷ୍ଟ ଇତିହାସରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ୧୮ ମ୍ୟାଚ୍‌ ଖେଳି ୩୧ ଉଇକେଟ ନେଇଥିବା କୁମ୍ବଲେଙ୍କ ଜନ୍ମଦିନରେ ବିଶ୍ୱକପ୍‌ର କିଛି ସ୍ମରଣୀୟ ଇନିଂସ ଓ ଘଟଣା
ବେଙ୍ଗାଲୁରୁସ୍ଥିତ ମାଇସୋରରେ ୧୭ ଅକ୍ଟୋବର ୧୯୭୦ରେ ଅନିଲ କୁମ୍ବଲେଙ୍କ ଜନ୍ମ। ଆରମ୍ଭରୁ ପେସ୍‌ ବୋଲିଂ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଲେଗ୍‌ ସ୍ପିନ୍‌ ବୋଲିଂ କରିଥିଲେ। ବଲ୍‌କୁ ଟର୍ନ କରାଇବାରେ ଏତେ ଦକ୍ଷ ନ ଥିଲେ ମଧ୍ୟ ଉଇକେଟ ହାସଲ ପାଇଁ ସେ ପିଚ୍‌ ଉପରେ ନିର୍ଭରଶୀଳ ରୁହନ୍ତି ନାହିଁ। ଜଣେ ଦୃଢମନା କ୍ରିକେଟର ଭାବରେ କୁମ୍ବଲେ ବେଶ୍‌ ପ୍ରସିଦ୍ଧ। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ସମୟରେ ବଲ୍‌ ବାଜି ମୁହଁ ଫାଟି ଯାଇଥିବା ବେଳେ ବ୍ୟାଣ୍ଡେଜ ବାନ୍ଧି ବୋଲିଂ କରିଥିଲେ। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବରେ କାର୍ଯ୍ୟ କରି ସାରିଥିବା କୁମ୍ବଲେ ମଙ୍ଗଳବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତୀୟ ଦଳର ସ୍ପିନର ଭାବରେ ଉଭୟ ଘରୋଇ ଓ ବିଦେଶୀ ପିଚ୍‌ରେ ସଫଳତା ହାସଲ କରିଥିବା କୁମ୍ବଲେ ୧୩୨ ଟେଷ୍ଟରୁ ୬୧୯ ଉଇକେଟ ନେଇଥିବା ବେଳେ ୨୭୧ ଦିନିକିଆରୁ ୩୩୭ ଉଇକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ପ୍ରଥମ ଭାରତୀୟ ତଥା ବିଶ୍ୱର ଦ୍ୱିତୀୟ ଖେଳାଳି ଭାବରେ ଗୋଟିଏ ଇନିଂସରେ ୧୦ ଉଇକେଟ ସଫଳତା ହାସଲ କରିଥିଲେ କୁମ୍ବଲେ। ୧୯୯୬ରେ ପ୍ରଥମ ବିଶ୍ୱକପ୍‌ ଖେଳିଥିବା କୁମ୍ବଲେ ୨୦୦୭ରେ ଖେଳିଥିଲେ ଅନ୍ତିମ ବିଶ୍ୱକପ୍‌। ଦିନିକିଆ ବିଶ୍ୱକପ୍‌ରେ ୧୮ ମ୍ୟାଚ୍‌ ଖେଳି ସେ ଅକ୍ତିଆର କରିଥିଲେ ୩୧ ଉଇକେଟ। ୩୨ ରନ୍‌ ଦେଇ ୪ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଏହା ସହିତ ସେ ସମୁଦାୟ ୧୪ଟି କ୍ୟାଚ୍‌ ନେଇଛନ୍ତି। ୧୭୩.୧ ଓଭର ବୋଲିଂ କରିଥିବା ଏହି ବୋଲର ଜଣଙ୍କ ୫ ଓଭର ମେଡେନ୍‌ ପକାଇଥିବା ବେଳେ ୧୩.୭୩ର ଚମତ୍କାର ଆଭରେଜ୍‌ ରହିଛି।
୧୯୯୬ରେ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା କୁମ୍ବଲେ ବିଶ୍ୱକପ୍‌ରେ ୭ ମ୍ୟାଚ୍‌ରୁ ଅକ୍ତିଆର କରିଥିଲେ ୧୫ ଉଇକେଟ। ଏହା ସହ ସେ ଉକ୍ତ ସଂସ୍କରଣର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ପାଲଟିଥିଲେ। ଓଡ଼ିଶାର ଐତିହାସିକ ବାରବାଟୀ ଷ୍ଟାଡିୟମରେ କୁମ୍ବଲେ ନିଜର ବିଶ୍ୱକପ୍‌ ପଦାର୍ପଣ କରିଥିବା ବେଳେ ନେଇଥିଲେ ୩ ଉଇକେଟ।
୧୯୯୯ ବିଶ୍ୱକପ୍‌ରେ ପୂର୍ବ ସଫଳତା ଦୋହରାଇବାରେ ସଫଳ ହୋଇ ନ ଥିଲେ। ୭ଟି ଯାକ ମ୍ୟାଚ ଖେଳିଥିଲେ ମଧ୍ୟ ସେ ମାତ୍ର ୮ ଉଇକେଟ ନେଇଥିଲେ। ତେବେ ଇଂଲିଶ ପରିବେଶରେ ତାଙ୍କର ଇକୋନୋମି ଓ କଞ୍ଜୁସ ବୋଲିଂ ଦଳକୁ ଫାଇଦା ପ୍ରଦାନ କରିଥିଲା।
ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ସଂସ୍କରଣରେ ହରଭଜନ ସିଂ ଭାରତର ପ୍ରଥମ ପସନ୍ଦର ସ୍ପିନର ରହିଥିଲେ। କୁମ୍ବଲେ ଦ୍ୱିତୀୟ ସ୍ପିନର ରହିଥିବା ବେଳେ ୩ ମ୍ୟାଚ୍‌ ଖେଳି ନେଇଥିଲେ ୫ ଉଇକେଟ। ଏହା ସହିତ ବିଶ୍ୱକପ୍‌ରେ ସେ ନିଜର ସର୍ବଶ୍ରେଷ୍ଠ ବୋଲିଂ ଫିଗର(୪/୩୨) ମଧ୍ୟ ରେକର୍ଡ କରିଥିଲେ।
ଭାରତ ଏହି ସଂସ୍କରଣର ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ତେବେ କୁମ୍ବଲେଙ୍କୁ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିବା ବେଳେ ସେ ନେଇଥିଲେ ୩ ଉଇକେଟ।
ବିଶ୍ୱକପ୍‌ରେ କୁମ୍ବଲେ ୧୮ ମ୍ୟାଚ୍‌ରୁ ୩୧ ଉଇକେଟ ନେଇଥିବା ବେଳେ ଭାରତୀୟଙ୍କ ମଧ୍ୟରେ ଏହା ଚତୁର୍ଥ ଶ୍ରେଷ୍ଠ ପ୍ରଦର୍ଶନ। ଜାହିର ଖାନ୍‌ ଓ ଜାଭାଗଲ ଶ୍ରୀନାଥ ୪୪ ଉଇକେଟ ସହ ଯୁଗ୍ମ ଭାବରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ଶାମି ଓ ଅନିଲ କୁମ୍ବଲେ ଉଭୟ ୩୧ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

୨୧ ଦିନ ପରେ ଶିକ୍ଷକ ଆନ୍ଦୋଳନ ସ୍ଥଗିତ, ସରକାରଙ୍କ ସହ ସଫଳ ବୈଠକ ପରେ…

ଭୁବନେଶ୍ୱର,୫।୯: ଶିକ୍ଷକ ଓ କର୍ମଚାରୀଙ୍କ ଅହୋରାତ୍ର ଆନ୍ଦୋଳନ ୨୧ଦିନ ପରେ ସ୍ଥଗିତ ହୋଇଛି। ଶନିବାର ରାତି ପ୍ରାୟ ୮ଟାରେ ଭୁବନେଶ୍ୱର ଲୋୟର ପିଏମ୍‌ଜିସ୍ଥିତ ଧାରଣାସ୍ଥଳରେ ଆଠଟି ସଂଗଠନର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

ନେପାଳ ବନ୍ୟା: ୧୩ ଶହ ଟପିଲା ମୃତ୍ୟୁ ସଂଖ୍ୟା, ଏବେ ବି ୫,୦୦୦ ନିଖୋଜ

କାଠମାଣ୍ଡୁ,୫ା୯: ନେପାଳ ବନ୍ୟା ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି। ଶନିବାର ସୁଦ୍ଧା ମୃତ୍ୟୁ ସଂଖ୍ୟା ୧,୩୪୪ରେ ପହଞ୍ଚିଛି। ବନ୍ୟା କ୍ଷତିଗ୍ରସ୍ତ ୮ ଜିଲାରୁ ଅଧିକରୁ ଅଧିକ…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଗୁରୁଦିବସରେ ୧୭୬ ଶିକ୍ଷକଙ୍କୁ ମିଳିଲା ପଦୋନ୍ନତି, ଛୁଟିଲା ଶୁଭେଚ୍ଛା ବାର୍ତ୍ତା…

ମାଲକାନଗିରି,୫ା୯(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ଶିକ୍ଷା କାର୍ଯ୍ୟାଳୟ ପକ୍ଷରୁ ଗୁରୁଦିବସ ଅବସରରେ ୧୭୬ଜଣ ଲେବଲ-୪ ପ୍ରାରମ୍ଭିକ ଶିକ୍ଷକଙ୍କୁ ଲେବଲ-୩କୁ ଶନିବାର ପଦୋନ୍ନତି ଦିଆଯାଇଛି। ଜିଲା ଶିକ୍ଷା ଅଧିକାରୀ…

ପ୍ରକଳ୍ପ ଟନେଲରୁ ଜୀବିତ ଉଦ୍ଧାର ହେଲେ ଚାଇନା ନାଗରିକ

କାଠମାଣ୍ଡୁ,୫ା୯: ନେପାଳର ରସୁଓ୍ବା ଜିଲାରେ ଏକ ଜଳବିଦ୍ୟୁତ୍‌ ପ୍ରକଳ୍ପ ଟନେଲ ମଧ୍ୟରୁ ଶନିବାର ଜଣେ ଚାଇନା ନାଗରିକଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି। ବନ୍ୟା କ୍ଷତିଗ୍ରସ୍ତ ଅପର ତ୍ରିଶୂଳୀ-୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri