Posted inଖେଳ

ବିଶ୍ୱକପ୍‌ରେ କୁମ୍ବଲେଙ୍କ ରେକର୍ଡ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଲେଗ୍‌ ସ୍ପିନର ଅନିଲ କୁମ୍ବଲେ। ଇଞ୍ଜିନିୟରିଂ କରିବା ପରେ ଫଟୋଗ୍ରାଫର ଓ ପରବର୍ତ୍ତୀ ସମୟରେ ଭାରତୀୟ ଦଳ ପକ୍ଷରୁ ସେ ଖେଳିଥିଲେ । ଜୁମ୍ବୋ ନାମରେ ପରିଚିତ ଏହି ଖେଳାଳି ଜଣଙ୍କ ଭାରତୀୟ ଟେଷ୍ଟ ଇତିହାସରେ ସର୍ବାଧିକ ଉଇକେଟ ହାସଲକାରୀ ବୋଲର। ଦିନିକିଆ କ୍ରିକେଟ ବିଶ୍ୱକପ୍‌ରେ ୧୮ ମ୍ୟାଚ୍‌ ଖେଳି ୩୧ ଉଇକେଟ ନେଇଥିବା କୁମ୍ବଲେଙ୍କ ଜନ୍ମଦିନରେ ବିଶ୍ୱକପ୍‌ର କିଛି ସ୍ମରଣୀୟ ଇନିଂସ ଓ ଘଟଣା
ବେଙ୍ଗାଲୁରୁସ୍ଥିତ ମାଇସୋରରେ ୧୭ ଅକ୍ଟୋବର ୧୯୭୦ରେ ଅନିଲ କୁମ୍ବଲେଙ୍କ ଜନ୍ମ। ଆରମ୍ଭରୁ ପେସ୍‌ ବୋଲିଂ କରୁଥିବା ବେଳେ ପରବର୍ତ୍ତୀ ସମୟରେ ଲେଗ୍‌ ସ୍ପିନ୍‌ ବୋଲିଂ କରିଥିଲେ। ବଲ୍‌କୁ ଟର୍ନ କରାଇବାରେ ଏତେ ଦକ୍ଷ ନ ଥିଲେ ମଧ୍ୟ ଉଇକେଟ ହାସଲ ପାଇଁ ସେ ପିଚ୍‌ ଉପରେ ନିର୍ଭରଶୀଳ ରୁହନ୍ତି ନାହିଁ। ଜଣେ ଦୃଢମନା କ୍ରିକେଟର ଭାବରେ କୁମ୍ବଲେ ବେଶ୍‌ ପ୍ରସିଦ୍ଧ। ଓ୍ବେଷ୍ଟଇଣ୍ଡିଜ୍‌ ଗସ୍ତରେ ଥିବା ସମୟରେ ବଲ୍‌ ବାଜି ମୁହଁ ଫାଟି ଯାଇଥିବା ବେଳେ ବ୍ୟାଣ୍ଡେଜ ବାନ୍ଧି ବୋଲିଂ କରିଥିଲେ। ଭାରତୀୟ ଦଳର ମୁଖ୍ୟ କୋଚ୍‌ ଭାବରେ କାର୍ଯ୍ୟ କରି ସାରିଥିବା କୁମ୍ବଲେ ମଙ୍ଗଳବାର ୫୩ ବର୍ଷରେ ପଦାର୍ପଣ କରିଛନ୍ତି। ଭାରତୀୟ ଦଳର ସ୍ପିନର ଭାବରେ ଉଭୟ ଘରୋଇ ଓ ବିଦେଶୀ ପିଚ୍‌ରେ ସଫଳତା ହାସଲ କରିଥିବା କୁମ୍ବଲେ ୧୩୨ ଟେଷ୍ଟରୁ ୬୧୯ ଉଇକେଟ ନେଇଥିବା ବେଳେ ୨୭୧ ଦିନିକିଆରୁ ୩୩୭ ଉଇକେଟ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ପ୍ରଥମ ଭାରତୀୟ ତଥା ବିଶ୍ୱର ଦ୍ୱିତୀୟ ଖେଳାଳି ଭାବରେ ଗୋଟିଏ ଇନିଂସରେ ୧୦ ଉଇକେଟ ସଫଳତା ହାସଲ କରିଥିଲେ କୁମ୍ବଲେ। ୧୯୯୬ରେ ପ୍ରଥମ ବିଶ୍ୱକପ୍‌ ଖେଳିଥିବା କୁମ୍ବଲେ ୨୦୦୭ରେ ଖେଳିଥିଲେ ଅନ୍ତିମ ବିଶ୍ୱକପ୍‌। ଦିନିକିଆ ବିଶ୍ୱକପ୍‌ରେ ୧୮ ମ୍ୟାଚ୍‌ ଖେଳି ସେ ଅକ୍ତିଆର କରିଥିଲେ ୩୧ ଉଇକେଟ। ୩୨ ରନ୍‌ ଦେଇ ୪ ଉଇକେଟ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ରହିଥିଲା। ଏହା ସହିତ ସେ ସମୁଦାୟ ୧୪ଟି କ୍ୟାଚ୍‌ ନେଇଛନ୍ତି। ୧୭୩.୧ ଓଭର ବୋଲିଂ କରିଥିବା ଏହି ବୋଲର ଜଣଙ୍କ ୫ ଓଭର ମେଡେନ୍‌ ପକାଇଥିବା ବେଳେ ୧୩.୭୩ର ଚମତ୍କାର ଆଭରେଜ୍‌ ରହିଛି।
୧୯୯୬ରେ ଭାରତୀୟ ଦଳ ପାଇଁ ଚମତ୍କାର ପ୍ରଦର୍ଶନ କରିଥିବା କୁମ୍ବଲେ ବିଶ୍ୱକପ୍‌ରେ ୭ ମ୍ୟାଚ୍‌ରୁ ଅକ୍ତିଆର କରିଥିଲେ ୧୫ ଉଇକେଟ। ଏହା ସହ ସେ ଉକ୍ତ ସଂସ୍କରଣର ସର୍ବାଧିକ ଉଇକେଟ ହାସଲକାରୀ ବୋଲର ପାଲଟିଥିଲେ। ଓଡ଼ିଶାର ଐତିହାସିକ ବାରବାଟୀ ଷ୍ଟାଡିୟମରେ କୁମ୍ବଲେ ନିଜର ବିଶ୍ୱକପ୍‌ ପଦାର୍ପଣ କରିଥିବା ବେଳେ ନେଇଥିଲେ ୩ ଉଇକେଟ।
୧୯୯୯ ବିଶ୍ୱକପ୍‌ରେ ପୂର୍ବ ସଫଳତା ଦୋହରାଇବାରେ ସଫଳ ହୋଇ ନ ଥିଲେ। ୭ଟି ଯାକ ମ୍ୟାଚ ଖେଳିଥିଲେ ମଧ୍ୟ ସେ ମାତ୍ର ୮ ଉଇକେଟ ନେଇଥିଲେ। ତେବେ ଇଂଲିଶ ପରିବେଶରେ ତାଙ୍କର ଇକୋନୋମି ଓ କଞ୍ଜୁସ ବୋଲିଂ ଦଳକୁ ଫାଇଦା ପ୍ରଦାନ କରିଥିଲା।
ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ଏହି ସଂସ୍କରଣରେ ହରଭଜନ ସିଂ ଭାରତର ପ୍ରଥମ ପସନ୍ଦର ସ୍ପିନର ରହିଥିଲେ। କୁମ୍ବଲେ ଦ୍ୱିତୀୟ ସ୍ପିନର ରହିଥିବା ବେଳେ ୩ ମ୍ୟାଚ୍‌ ଖେଳି ନେଇଥିଲେ ୫ ଉଇକେଟ। ଏହା ସହିତ ବିଶ୍ୱକପ୍‌ରେ ସେ ନିଜର ସର୍ବଶ୍ରେଷ୍ଠ ବୋଲିଂ ଫିଗର(୪/୩୨) ମଧ୍ୟ ରେକର୍ଡ କରିଥିଲେ।
ଭାରତ ଏହି ସଂସ୍କରଣର ବିଶ୍ୱକପ୍‌ର ପ୍ରଥମ ରାଉଣ୍ଡରୁ ବିଦାୟ ନେଇଥିଲା। ତେବେ କୁମ୍ବଲେଙ୍କୁ ମାତ୍ର ଗୋଟିଏ ମ୍ୟାଚ୍‌ ଖେଳିବାର ସୁଯୋଗ ମିଳିଥିବା ବେଳେ ସେ ନେଇଥିଲେ ୩ ଉଇକେଟ।
ବିଶ୍ୱକପ୍‌ରେ କୁମ୍ବଲେ ୧୮ ମ୍ୟାଚ୍‌ରୁ ୩୧ ଉଇକେଟ ନେଇଥିବା ବେଳେ ଭାରତୀୟଙ୍କ ମଧ୍ୟରେ ଏହା ଚତୁର୍ଥ ଶ୍ରେଷ୍ଠ ପ୍ରଦର୍ଶନ। ଜାହିର ଖାନ୍‌ ଓ ଜାଭାଗଲ ଶ୍ରୀନାଥ ୪୪ ଉଇକେଟ ସହ ଯୁଗ୍ମ ଭାବରେ ପ୍ରଥମ ସ୍ଥାନରେ ରହିଛନ୍ତି। ଅନ୍ୟପକ୍ଷରେ ମହମ୍ମଦ ଶାମି ଓ ଅନିଲ କୁମ୍ବଲେ ଉଭୟ ୩୧ ଲେଖାଏ ଉଇକେଟ ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରାଜସ୍ଥାନର ଅଷ୍ଟମ ବିଜୟ, ସଞ୍ଜୁ ସାମସନ୍‌ଙ୍କ ଅଧିନାୟକ ପାଳି

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ରେ ଶନିବାର ଲକ୍ଷ୍ନୌ ସୁପର ଜାଏଣ୍ଟ୍ସକୁ ୭ ଉଇକେଟରେ ହରାଇ ଅଷ୍ଟମ ବିଜୟ ହାସଲ କରିଛି ରାଜସ୍ଥାନ ରୟାଲ୍ସ। ଟସ୍‌ ହାରି...

ହାଇସ୍କୋରିଂ ମ୍ୟାଚ୍‌ରେ କ୍ୟାପିଟାଲ୍ସ ବିଜୟୀ

ନୂଆଦିଲ୍ଲୀ,୨୭ା୪: ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ଶନିବାର ଅନୁଷ୍ଠିତ ଡବଲ୍‌ ହେଡରର ହାଇସ୍କୋରିଂ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୧୦ ରନ୍‌ରେ ପରାସ୍ତ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ...

ଆଇପିଏଲ୍‌ ୨୦୨୪ର ନୂଆ ହିରୋ ଶଶାଙ୍କ କିଏ? ୧୦୦ ଟେଷ୍ଟ ଖେଳିଥିବା କ୍ରିକେଟର ବି କରୁଛନ୍ତି ପ୍ରଶଂସା

ନୂଆଦିଲ୍ଲୀ,୨୭।୪: ଆଇପିଏଲ୍‌ ୨୦୨୪କୁ ମିଳିଛି ନୂଆ ହିରୋ। ସେ କୌଣସି ବିଦେଶୀ ଖେଳାଳି ନୁହନ୍ତି ବରଂ ପଞ୍ଜାବ କିଙ୍ଗ୍ସର ଅନ୍‌କ୍ୟାପ୍ଡ ଖେଳାଳି ଶଶାଙ୍କ ସିଂ। ଶଶାଙ୍କଙ୍କୁ...

ସେମିରେ ଦୀପିକା କୁମାରୀ

ସାଂଘାଇ, ୨୭ା୪: ମାତୃତ୍ୱ ଲାଭ ପରେ ମଧ୍ୟ ଭାରତର ପୂର୍ବତନ ବିଶ୍ୱର ନମ୍ବର-୧ ତୀରନ୍ଦାଜ ଦୀପିକା କୁମାରୀ ତାଙ୍କ ଭଲ ପ୍ରଦର୍ଶନ ଜାରି ରଖିଛନ୍ତି। ଏଠାରେ...

ଆଜିଠାରୁ ଥୋମାସ୍‌, ଉବର କପ୍‌

ଚେଙ୍ଗ୍‌ଡୁ, ୨୭ା୪ ଥୋମାସ କପ୍‌ ଓ ଉବର କପ୍‌ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତା ଏଠାରେ ଶନିବାରଠାରୁ ଆରମ୍ଭ ହେବ। ଭାରତୀୟ ପୁରୁଷ ଦଳ ଏଥର ଥୋମାସ କପ୍‌...

ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା କଲେ ବଡ଼ ଘୋଷଣା

ସାଓ ପାଉଲୋ, ୨୭ା୪: ଛଅ ଥର ମହିଳା ବିଶ୍ୱକପ୍‌ ଖେଳିଥିବା ବ୍ରାଜିଲିଆନ ଫୁଟ୍‌ବଲ ଷ୍ଟାର ମାର୍ଟା ଚଳିତ ବର୍ଷ ଶେଷ ହେବା ପରେ ଜାତୀୟ ଦଳରୁ...

ଆଇପିଏଲ୍‌ ଇତିହାସରେ ସର୍ବାଧିକ ରନ୍‌ ଚେଜ୍‌

କୋଲକାତା, ୨୭।୪: ଇଡେନ ଗାର୍ଡେନ୍ସରେ କୋଲକାତା ନାଇଟ ରାଇଡର୍ସ କରିଥିବା ୨୬୧ ରନ ପର୍ଯ୍ୟାପ୍ତ ହେଲାନି। ଜନି ବେୟାରଷ୍ଟୋଙ୍କ ଅପରାଜିତ ଶତକ ସହାୟତାରେ ପଞ୍ଜାବ କିଙ୍ଗ୍ସ...

ଟି୨୦ ବିଶ୍ୱକପ୍‌ ଲାଗି ସିକ୍ସର କିଙ୍ଗ ଯୁବରାଜଙ୍କୁ ମିଳିଲା ବଡ଼ ଦାୟିତ୍ୱ

ନୂଆଦିଲ୍ଲୀ,୨୬।୪: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍‌ ୨୦୨୪ ଜୁନ୍‌ରେ ଆରମ୍ଭ ହେବ। ଆମେରିକା ଓ ୱେଷ୍ଟଇଣ୍ଡିଜରେ ଜୁନ ପହିଲାରୁ ଜୁନ୍‌ ୨୯ ଯାଏ ଏହା ଖେଳାଯିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri