Posted inଖେଳ

ମୁମ୍ବାଇ ଇଣ୍ଡିଆନ୍ସରେ ଯୋଗ ଦେବେ ନୂଆ ସ୍ପିନର

ମୁମ୍ବାଇ,୨୮।୪: ମୁମ୍ବାଇ ଇଣ୍ଡିଆନ୍ସ ସ୍ପିନର ମହମ୍ମଦ ଅର୍ଶାଦ ଖାନ ଆହତ ସମସ୍ୟା କାରଣରୁ ଚଳିତ ଆଇପିଏଲର ଅବଶିଷ୍ଟାଂଶରୁ ବାଦ୍‌ ପଡ଼ିଛନ୍ତି। ତାଙ୍କ ବଦଳରେ ବାମହାତୀ ସ୍ପିନର କୁମାର କାର୍ତ୍ତିକେୟା ସିଂ ମୁମ୍ବାଇ ଦଳରେ ସାମିଲ ହୋଇଛନ୍ତି। ତାଙ୍କୁ ୨୦ ଲକ୍ଷ ଟଙ୍କା ବେସ୍‌ ପ୍ରାଇସ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ସାମିଲ କରାଯାଇଥିବା ଆଇପିଏଲ ପକ୍ଷରୁ ଗୁରୁବାର କୁହାଯାଇଛି।
ଘରୋଇ କ୍ରିକେଟରେ ମଧ୍ୟପ୍ରଦେଶକୁ ପ୍ରତିନିଧିତ୍ୱ କରୁଥିବା କୁମାର କାର୍ତ୍ତିକେୟା ଏପର୍ଯ୍ୟନ୍ତ ୯ ପ୍ରଥମ ଶ୍ରେଣୀ, ୧୯ ଲିଷ୍ଟ ଏ ଓ ୮ ଟି୨୦ ମ୍ୟାଚ୍‌ ଖେଳି ଯଥାକ୍ରମେ ୨୫, ୧୮ ଓ ୯ ଉଇକେଟ ନେଇଛନ୍ତି। ସେ ସପୋର୍ଟ ଟିମ୍‌ର ସଦସ୍ୟ ଭାବେ ମୁମ୍ବାଇ ଦଳ ସହ ଥିଲେ। ଉଲ୍ଲେଖଯୋଗ୍ୟ, ଲଗାତର ୮ ପରାଜୟ ବରଣ କରିଥିବା ମୁମ୍ବାଇ ପ୍ଲେ-ଅଫ୍‌ରୁ ବାଦ୍‌ ପଡ଼ି ସାରିଛି। ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଦଳ ୩୦ ତାରିଖରେ ନବି ମୁମ୍ବାଇସ୍ଥିତ ଡି ଓ୍ବାଇ ପାଟିଲ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସକୁ ଭେଟିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଚମକିଲେ ଜୁନିୟର ତେନ୍ଦୁଲକର, ଗୋଟିଏ ଓଭରରେ ମାରିଲେ ୫ ଛକା

ମୁମ୍ବାଇ,୧୫।୨: ମୁମ୍ବାଇ କ୍ରିକେଟ ଆସୋସିଏଶନ(ଏମ୍‌ସିଏ) ଆନୁକୂଲ୍ୟରେ ଚାଲିଥିବା ୭୩ତମ ପୋଲିସ ଆମନ୍ତ୍ରଣୀୟ ଶିଲ୍ଡ କ୍ରିକେଟ ଟୁର୍ନାମେଣ୍ଟରେ ରବିବାର ଖେଳାଯାଇଥିବା ଦ୍ୱିତୀୟ ରାଉଣ୍ଡ ଗ୍ରୁପ୍‌ ଏ’ ମ୍ୟାଚ୍‌ରେ...

ଇଡେନ୍‌ ଗାର୍ଡେନରେ ଭାରତ-ବାଂଲାଦେଶ ଦିବାରାତ୍ର ଟେଷ୍ଟ: ଗାଙ୍ଗୁଲି

କୋଲକାତା,୨୯।୧୦(ପି.ଟି.)- ଭାରତ ଏବେ ତା’ର ପ୍ରଥମ ଦିବାରାତ୍ର ଟେଷ୍ଟ ମ୍ୟାଚ୍‌ ଖେଳିବା ନିଶ୍ଚିତ ହୋଇଛି। ଐତିହାସିକ ଇଡେନ ଗାର୍ଡେନରେ ଭାରତ ପଡୋଶୀ ବାଂଲାଦେଶ ବିପକ୍ଷରେ ଏହି...

ପଡିଆରେ ନାଚିଲେ କୋହଲି, ଜାଣନ୍ତୁ କାହିଁକି

କରୋନା ଯୋଗୁ ଏଥର ଆଇପିଏଲ ୟୁଏଇରେ ଆୟୋଜିତ ହେଉଛି। ମ୍ୟାଚ୍‌ ପୂର୍ବରୁ ସବୁ ଦଳ ଅଭ୍ୟାସ ଆରମ୍ଭ କରିଛନ୍ତି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଦଳ କଠିନ...

ଅବସର ଘୋଷଣା କଲେ ମୁରଲୀ ବିଜୟ

ନୂଆଦିଲ୍ଲୀ,୩୦।୧: ଭେଟେରାନ ଇଣ୍ଡିଆ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ୩୮ ବର୍ଷ ବୟସରେ ତାଙ୍କ ଅନ୍ତର୍ଜାତୀୟ କ୍ରିକେଟ୍‌ କ୍ୟାରିୟରରୁ ଅବସର ଘୋଷଣା କରିଛନ୍ତି। ଏନେଇ ସେ ଟୁଇଟ୍‌...

ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି:ଭାରତୀୟ ମହିଳା ଦଳରେ ଓଡ଼ିଶାରୁ ୪

ଭୁବନେଶ୍ୱର, ୬ା୮ (ସ୍ପୋଟର୍‌ସ ବ୍ୟୁରୋ)- ଏସିଆ ରଗ୍‌ବୀ ସେଭେନ୍ସ ଟ୍ରଫି ଅଗଷ୍ଟ ୧୦ ଓ ୧୧ ଦୁଇ ଦିନ ଧରି ଇଣ୍ଡୋନେସିଆର ଜାକର୍ତ୍ତାସ୍ଥିତ ଜି.ବି.କେ. କମ୍ପ୍ଲେକ୍ସଠାରେ...

ଆର୍‌ଆର୍‌ ପାଇଁ ବିଜୟ ଲକ୍ଷ୍ୟ ୧୯୦…

ମୁମ୍ବାଇ, ୭।୫ : ଆଇପିଏଲ୍‌ ସିଜିନ୍‌ର ୧୫ତମ ସଂସ୍କରଣର ୫୨ତମ ମ୍ୟାଚ୍‌ରେ ଶନିବାର ରାଜସ୍ଥାନ ରୟାଲର୍‌ସ (ଆର୍‌ଆର୍‌) ବିପକ୍ଷରେ ପଞ୍ଜାବ କିଙ୍ଗସ(ପିବିକେଏସ୍‌) ଜିତି ପ୍ରଥମେ ବ୍ୟାଟିଂ...

ସନ୍‌ରାଇଜର୍ସର ପ୍ରଥମ ବିଜୟ

ଆବୁଧାବି, ୩୦।୯- ଜନି ବେୟାରଷ୍ଟୋଙ୍କ ଅର୍ଦ୍ଧଶତକ ଏବଂ ରଶିଦ ଖାଁଙ୍କ ଯାଦୁକରୀ ବୋଲିଂ ସହାୟତାରେ ସନ୍‌ରାଇଜର୍ସ ହାଇଦ୍ରାବାଦ ଚଳିତ ଇଣ୍ଡିଆନ ପ୍ରିମିୟର ଲିଗ୍‌ରେ ପ୍ରଥମ ବିଜୟ...

ଭାରତକୁ ଶେଷ ଟେଷ୍ଟ ଜିତିବାକୁ ହେବ

ନୂଆଦିଲ୍ଲୀ,୪।୩ (ପି.ଟି.): ଇନ୍ଦୋରଠାରେ ଅନୁଷ୍ଠିତ ତୃତୀୟ ଟେଷ୍ଟରେ ଭାରତ ଶୋଚନୀୟଭାବେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଛି। ତେଣୁ ଓ୍ବାଲର୍‌ଡ ଟେଷ୍ଟ ଚାମ୍ପିୟନଶିପ୍‌ (ଡବ୍ଲ୍ୟୁଟିସି) ଫାଇନାଲରେ ପ୍ରବେଶ କରିବାକୁ...

Advertisement
Archives

Model This Week