ପର୍ଯ୍ୟଟକଙ୍କ ଅପେକ୍ଷାରେ କୁଲଡିହା

ନୀଳଗିରି, ୨୪ା୧୦(ସ୍ବ.ପ୍ର.): ନଭେମ୍ବର ୧ରୁ ଖୋଲିବ ବାଲେଶ୍ୱର ଜିଲା ନୀଳଗିରି ଉପଖଣ୍ଡର ସୌନ୍ଦର୍ଯ୍ୟମୟୀ କୁଲଡିହା ଅଭୟାରଣ୍ୟ। ପର୍ଯ୍ୟଟକଙ୍କୁ ଆକର୍ଷିତ କରିବା ଲାଗି ଏବେଠୁ ସଜେଇ ହେଲାଣି। କେସିପୁର ପଞ୍ଚାୟତ ବାଲିଆପାଳ ଫାଟକ ନିକଟରେ ବନ ବିଭାଗ ଅଧିକାରୀଙ୍କ ଦ୍ୱାରା ପର୍ଯ୍ୟଟକଙ୍କୁ ଗୋଲାପ ଫୁଲ ଦେଇ ସ୍ବାଗତ କରାଯିବା ଲାଗି ବ୍ୟବସ୍ଥା କରାଯାଇଛି। ଓଡ଼ିଶା ବାହାରୁ ଆସୁଥିବା ପର୍ଯ୍ୟଟକମାନେ ଏଠାରେ ରାତ୍ରିଯାପନ କରିବା ପରେ କିପରି ରୋମାଞ୍ଚକର ଅନୁଭୂତି ନେଇ ଫେରିବେ ସେନେଇ ବ୍ୟାପକ ପ୍ରସ୍ତୁତିରେ ଲାଗିପଡିଛି ବନବିଭାଗ।
ବାଲେଶ୍ୱର ସହରଠାରୁ ପ୍ରାୟ ୪୦ କି.ମି. ଦୂରରେ ରହିଛି ଏହି ଅଭୟାରଣ୍ୟ। ବର୍ଷାଋତୁ ପାଇଁ ଜୁନ୍‌ ୧୫ରୁ ଏହା ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିବା ବେଳେ ଆସନ୍ତା ନଭେମ୍ବର ୧ରୁ ଜୁନ ୧୫ତାରିଖ ପର୍ଯ୍ୟନ୍ତ ଅଭୟାରଣ୍ୟ ଖୋଲାରହିବ। ବାଲେଶ୍ୱର ଡିଏଫ୍‌ଓଙ୍କ ତତ୍ତ୍ୱାବଧାନରେ କୁଲଡିହା ରେଞ୍ଜର ଅନନ୍ତ କୁମାର ଜେନା ବ୍ୟାପକ ପ୍ରସ୍ତୁତି ଚଳାଇଛନ୍ତି। ୨୭୨.୭୫ ବର୍ଗ କି.ମି. ପରିବ୍ୟାପ୍ତ ଏହି ଅଭୟାରଣ୍ୟରେ ହାତୀ, ବାଘ, ଭାଲୁ, ସମ୍ବର, ହରିଣ, ଠେକୁଆ, ନୀଳଗାଈ, ବଳିଆ କୁକୁର, ବଜ୍ରକାପ୍ତା, ମୟୂର ଆଦିି ବନ୍ୟପ୍ରାଣୀ ଓ ବିଭିନ୍ନ ପ୍ରଜାତିର ଦେଶୀ ଏବଂ ବିଦେଶୀ ପକ୍ଷୀ ଦେଖାଯାଆନ୍ତି। କୁଲଡିହାକୁ ଲାଗିରହିଥିବା ଡ୍ୟାମ୍‌ ସାତଘାଟି, ରିଷିଆ, ପୁରୁଣାପାଣି, ଜଡ଼ାଚୁଆ, ମୁଖଚତୁରି, କଇମଚତୁରୀ ଅଞ୍ଚଳରେ ୨୫୦ରୁ ଅଧିକ ସଂଖ୍ୟାରେ ଦେଶୀ, ବିଦେଶୀ ପକ୍ଷୀ ଦେଖିବାକୁ ମିଳେ। ଏଠାରେ ପର୍ଯ୍ୟଟନର ବିକାଶ ଲାଗି ଗୋହିରାଭୋଳଠାରେ ‘ରିଷିଆ ପ୍ରକୃତି ନିବାସ’ ଖୋଲାଯାଇଛି। ରାତ୍ରିରହଣି ନିମନ୍ତେ ୯ଟି ତମ୍ବୁଘର ନିର୍ମାଣ ହୋଇଛି। ଏହାସହ ନେଚର୍ସ କ୍ୟାମ୍ପ କରାଯାଇ ପିଇବା ପାଣି, ଶୌଚାଳୟ ସହ ଆଲୋକ ବ୍ୟବସ୍ଥା ଓ ରୁଚିକର ଖାଦ୍ୟ ଯୋଗାଇବା ଲାଗି ବ୍ୟବସ୍ଥା କରାଯାଇଛି। ସକାଳେ ଚା’, ଜଳଖିଆ, ଦ୍ୱିପ୍ରହରେ ଭାତ ଡାଲି, ପରିବା ତରକାରି, ମାଛ, ଅଣ୍ଡା ଏବଂ ରାତିରେ ରୁଟି, ଡାଲି, ଅଣ୍ଡା ଆଦି ଖାଦ୍ୟ ପରଷା ଯିବାର ବ୍ୟବସ୍ଥା ରହିଛି। ତେବେ ଏଠାରେ ମାଦକଦ୍ରବ୍ୟ, ମାଂସ ଉପରେ କଟକଣା ରହିଛି। ବନ୍ୟପ୍ରାଣୀ ପଶି ନ ଆସିବା ପାଇଁ ଏହା ଚାରିପାଖରେ ଟ୍ରେଞ୍ଚ ଖୋଳାଯାଇଛି। ନେଚର୍ସ କ୍ୟାମ୍ପ ପାଖରେ ପର୍ଯ୍ୟଟକଙ୍କ ଲାଗି ରିଷିଆ ଡ୍ୟାମରେ ବୋଟିଂ ବ୍ୟବସ୍ଥା ରହିଛି। ଏହି ନେଚର୍ସ କ୍ୟାମ୍ପରେ ରହି ରାତ୍ରିଯାପନ କରି ପର୍ଯ୍ୟଟକମାନେ ବୁଲିବା ସମୟରେ ୪ଟି କୃତ୍ରିମ ସଲ୍ଟପିଟ୍‌, ୫ଟି ୱାଚ୍‌ ଟାୱାର ଅତି ନିକଟରୁ କୁଲଡିହା ଅଭୟାରଣ୍ୟ ପଶୁପକ୍ଷୀଙ୍କୁ ଦେଖିବା ସୁବିଧା ରହିଛି। ପୂର୍ବାହ୍ନ ୯ଟା ୩୦ରୁ ଅପରାହ୍ନ ୧ଟା ପ୍ରବେଶ ସହ ୫ଟା ପର୍ଯ୍ୟନ୍ତ ପରିଭ୍ରମଣର ସୁବିଧା ଦିଆଯାଉଛି। ନେଚର୍ସ କ୍ୟାମ୍ପରେ ରହଣି ପାଇଁ ଅନ୍‌ଲାଇନରେ ବୁକିଂ କରିବା ସକାଶେ ୱେବ୍‌ସାଇଟ୍‌ ଖୋଲାଯାଇଛି। ବିଗତ ୨ବର୍ଷ କୋଭିଡ୍‌ କଟକଣା ପାଇଁ କମ୍‌ ପର୍ଯ୍ୟଟକ ଆସିଥିବା ବେଳେ ଚଳିତବର୍ଷ ସଂଖ୍ୟା ଅଧିକ ହେବ ବୋଲି ଟୁରିଷ୍ଟ ଗାଇଡ୍‌ ତଥା ପକ୍ଷୀ ବିଶେଷଜ୍ଞ ମନୋରଞ୍ଜନ ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା ‘ମିଗଜୋମ’ର ପ୍ରଭାବ: ଏହି ଜିଲାରେ ସବୁ ସ୍କୁଲ ଛୁଟି ଘୋଷଣା

ଭୁବନେଶ୍ୱର,୫।୧୨: ବାତ୍ୟା ‘ମିଗଜୋମ’ର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ପାଗ କୋହଲା ରହିଛି। ଏହାସହ କିଛି ସ୍ଥାନରେ ବର୍ଷା ମଧ୍ୟ ହେଉଛି। ଏହାକୁ ଦୃଷ୍ଟିରେ ରଖି...

ଓଲଟିଲା ପିକଅପ୍‌ ଭ୍ୟାନ: ୧୫ ଗୁରୁତର

ବଲାଙ୍ଗୀର,୫।୧୨: ବଲାଙ୍ଗୀର ଜିଲା ଟିଟିଲାଗଡ଼ କତରକେଲା ରେଲ ଫାଟକ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପିକନିକ୍‌ ଯାଉଥିବା ଏକ ପିକଅପ୍‌ ଭ୍ୟାନ...

ଖୁବଶୀଘ୍ର ଗଠନ ହେବ ପଦ୍ମପୁର ଜିଲା, ଜିଲାପାଳ କାର୍ଯ୍ୟାଳୟ ପାଇଁ ସ୍ଥାନ ନିରୂପଣ

ପଦ୍ମପୁର, ୪ା୧୨(ପ୍ରଦୀପ୍ତ ଦାଶ ) ପଦ୍ମପୁରରେ ନୂତନ ଜିଲାପାଳ କାର୍ଯ୍ୟାଳୟ ସ୍ଥାନ ନିରୂପଣ ପାଇଁ ଉତ୍ତରାଞ୍ଚଳ ଆରଡିସି ଡକ୍ଟର ସୁରେଶ ଚନ୍ଦ୍ର ଦଲାଇଙ୍କ ନେତୃତ୍ୱରେ ଏକ...

ବାଘ ଭୟରେ ଦୋକାନ ବଜାର ବନ୍ଦ

ହାଟଡିହୀ,୪l୧୨(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ବାଘ ବୁଲୁଥିବା ଗୁଜବକୁ ନେଇ ଭୟର ବାତାବରଣ ଖେଳିଯାଇଛି। ଏହି ବ୍ଲକ ଅଧୀନ ବିଭିନ୍ନ ଛକ...

ଜେଲରୁ ମୁକୁଳିବେ ଅର୍ଚ୍ଚନା ନାଗ୍‌ : ଇଡି ମାମଲାରେ ହାଇକୋର୍ଟରୁ ମିଳିଲା ଜାମିନ

ଭୁବନେଶ୍ୱର,୪।୧୧ (ସତ୍ୟଜିତ୍‌ ରାଉତ): ବହୁଚର୍ଚ୍ଚିତ ହନିଟ୍ରାପ୍‌ ଓ ବେଆଇନ ଅର୍ଥ କାରବାର ମାମଲାରେ ଗିରଫ ହୋଇଥିବା ଅର୍ଚ୍ଚନା ନାଗ ଖୁବ୍‌ଶୀଘ୍ର ଝାରପଡ଼ା ଜେଲରୁ ମୁକୁଳିବେ। ପୂର୍ବରୁ...

ପୂର୍ବତନ ଜିଆରଏସ୍‌ଙ୍କୁ ୩ ବର୍ଷ ଜେଲ

ଫୁଲବାଣୀ, ୪ା୧୨(ରାକେଶ କୁମାର ରାଉତ): ଏକ ଲାଞ୍ଚ ନେବା ମାମଲାର ବିଚାର କରି ସୋମବାର ଫୁଲବାଣୀ ସ୍ବତନ୍ତ୍ର ଭିଜିଲାନ୍ସ ଜଜ୍‌ ସମର ବିଳାସ ବେହେରାଙ୍କୁ ୩...

ସ୍ବାମୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଜବତ: ଥାନାରେ ଅଭିଯୋଗ କଲେ ସ୍ତ୍ରୀ

ଜଗନ୍ନାଥପ୍ରସାଦ,୪ା୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ଛାମୁଣ୍ଡା ଗ୍ରାମରେ ଶୁକ୍ରବାର ଜଣେ ବ୍ୟକ୍ତିଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ତାଙ୍କ ଘରୁ ଜବତ କରାଯାଇଛି। ମୃତକ...

ଚୋରା ମାଙ୍ଗାନିଜ ବୋଝେଇ ଗାଡ଼ି ନେଇ ଯାଉଥିଲେ ମଝି ରାସ୍ତାରେ ଫାଟିଲା ଚକା : ଧରିଲା ପୋଲିସ 

ଯୋଡ଼ା,୪ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ କାରଣ ସାହିଠାରେ ପୋଲିସ ଏକ ଚୋରା ମାଙ୍ଗାନିଜ ବୋଝେଇ ପିକ୍‌ଅପ୍‌ ଭ୍ୟାନ୍‌ ଜବତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri