Posted inUncategorized

ୱେଷ୍ଟଇଣ୍ଡିଜ ଗସ୍ତ ପୂର୍ବରୁ ବାବା ବାଗେଶ୍ୱରଙ୍କ ଶରଣ ପଶିଲେ ଏହି କ୍ରିକେଟର୍‌

ନୂଆଦିଲ୍ଲୀ,୭।୭: ଟିମ ଇଣ୍ଡିଆ ଚଳିତ ମାସରେ ୱେଷ୍ଟଇଣ୍ଡିଜ ଗସ୍ତରେ ଯିବ। ଏଠାରେ ଭାରତକୁ ଟେଷ୍ଟ, ଟି-୨୦ ଏବଂ ଦିନିକିଆ ମ୍ୟାଚ ଖେଳିବାକୁ ପଡିବ। ଷ୍ଟାର ବୋଲର କୁଲଦୀପ ଯାଦବଙ୍କୁ ମଧ୍ୟ ଦଳରେ ସ୍ଥାନ ଦିଆଯାଇଛି। ୱେଷ୍ଟଇଣ୍ଡିଜ ଯିବା ପୂର୍ବରୁ କୁଲଦୀପ ଯାଦବ ବାବା ବାଗେଶ୍ୱର ଧାମରେ ପହଞ୍ଚିଥିଲେ। ସେଠାରେ ପହଞ୍ଚିବା ପରେ ସ୍ପିନ ବୋଲର ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଆଶୀର୍ବାଦ ନେଇଥିଲେ। ଏହାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାଦବ ବାବାଙ୍କ ପାଦ ତଳେ ହାତ ଯୋଡି ବସିଥିବାର ଦେଖାଯାଇଥିଲେ। ଧିରେନ୍ଦ୍ର ଶାସ୍ତ୍ରୀଙ୍କ କଥା ୬ ଓ ୭ ଜୁଲାଇରେ ଦିଲ୍ଲୀରେ ଆୟୋଜିତ ହୋଇଥିଲା। ଏଠାକୁ କୁଲଦୀପ ଯାଦବ ଆସିଥିଲେ।
ସୂଚନାଯୋଗ୍ୟ,ୱେଷ୍ଟଇଣ୍ଡିଜ ବିପକ୍ଷରେ ଟି-୨୦ ଏବଂ ଦିନିକିଆ ଦଳରେ କୁଲଦୀପ ଯାଦବଙ୍କୁ ସ୍ଥାନ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୭୩୨ କୋଟି ଟଙ୍କାର ୨ ରେଳ ପ୍ରକଳ୍ପ ଲୋକାର୍ପିତ: ଯଖପୁରା-ଯାଜପୁର…

ଭୁବନେଶ୍ୱର, ୨୨ା୬ (ବନ୍ଦନା ସେଠୀ): ରେଳ ଭିତ୍ତିଭୂମିକୁ ଆହୁରି ଦୃଢ଼ କରିବା ସହ କାର୍ଯ୍ୟକ୍ଷମ ଦକ୍ଷତା ବୃଦ୍ଧି କରିବା ଦିଗରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ହାସଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri