Odisha Elections 2024
Posted inଖେଳ

ଅଧିନାୟକଙ୍କ କଥା ମାନିଲେନି, ନିଜ ନିଷ୍ପତ୍ତିରେ ସମସ୍ତଙ୍କୁ ଚମକାଇଲେ କୂଲଦୀପ

ରାଞ୍ଚି,୨୭।୨: ରାଞ୍ଚିରେ ଖେଳାଯାଉଥିବା ଚତୁର୍ଥ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ପର୍ଯ୍ୟାୟରେ ପହଞ୍ଚିଛି। ପ୍ରଥମ ଇନିଂସରେ ୪୬ ରନର ଅଗ୍ରଣୀ ହାସଲ କରିବା ସତ୍ତ୍ୱେ ଇଂଲଣ୍ଡ ଚତୁର୍ଥ ଟେଷ୍ଟ ହାରିଥିଲା। ରବିଚନ୍ଦ୍ରନ ଅଶ୍ୱିନ ଏବଂ କୁଲଦୀପ ଯାଦବଙ୍କ ସାଂଘାତିକ ବୋଲିଂ ଯୋଗୁ ଭାରତ ଇଂଲଣ୍ଡର ବ୍ୟାଟିଂ ଲାଇନ୍‌ ଅପ୍‌ ଭୁଶୁଡି ପଡିଥିଲା। ଦ୍ୱିତୀୟ ଇନିଂସରେ ୧୪୫ ରନାର ଇଂଲଣ୍ଡ ଦଳ ଅଲଆଉଟ୍‌ ହୋଇଯାଇଥିଲା। ଅଶ୍ୱିନ ବେନ ଡକେଟ, ଓଲି ପୋପ ଏବଂ ଜୋ ରୁଟ୍‌ଙ୍କ ଉଇକେଟ ନେଇଥିଲେ, ଏହା ପରେ କୁଲଦୀପ ଇଂଲଣ୍ଡର ମଡିଲ ଅର୍ଡର ଧ୍ବଂସ କରିଥିଲେ। କୁଲଦୀପ ଇଂଲଣ୍ଡକୁ ଜ୍ୟାକ କ୍ରାଉଲିଙ୍କ ରୂପରେ ଚତୁର୍ଥ ଝଟକା ଦେଇଥିଲେ। ତେବେ ଏଥିପାଇଁ ସେ ଅଧିନାୟକ ରୋହିତ ଶର୍ମାଙ୍କ ପରାମର୍ଶ ଗ୍ରହଣ କରିବାକୁ ମନା କରିଦେଇଥିଲେ ଏବଂ ପରେ ଏହି ନିଷ୍ପତ୍ତି ଏକ ମାଷ୍ଟର ଷ୍ଟ୍ରୋକ ବୋଲି ପ୍ରମାଣିତ ହୋଇଥିଲା।
ଇଂଲଣ୍ଡର ଦ୍ୱିତୀୟ ଇନିଂସର ୨୯ତମ ଓଭରରେ କୁଲଦୀପ ରୋହିତଙ୍କ ସହ ଦୀର୍ଘ ସମୟ କଥାବାର୍ତ୍ତା କରୁଥିବା ଦେଖିବାକୁ ମିଳିଥିଲା। ଅଧିନାୟକ କୁଲଦୀପଙ୍କୁ ପରାମର୍ଶ ଦେଇଥିଲେ ଯେ ଯଦି ସେ ଫିଲ୍ଡରଙ୍କୁ ନିକଟକୁ ଆଣିଲେ ଭଲ ହେବ, ଯାହା ଦ୍ୱାରା ସିଙ୍ଗଲ୍ସ ଦିଆଯାଇପାରିବ ନାହିଁ। ତେବେ କୁଲଦୀପ ରୋହିତଙ୍କ କଥା ଶୁଣିବାକୁ ମନା କରିଦେଇଥିଲେ। ସେ ମଧ୍ୟ ଅଧିନାୟକଙ୍କୁ ମନାଇବାରେ ସଫଳ ହୋଇଥିଲେ ଯେ ସେ ଫିଲ୍ଡରଙ୍କୁ ସୀମାରେ ରଖିବା ଉଚିତ୍। କୁଲଦୀପଙ୍କ ଏହି ପଦକ୍ଷେପ ସଠିକ ପ୍ରମାଣିତ ହୋଇଥିଲା ଏବଂ ଅଫ ସାଇଡ୍‌ରେ ବଲ ଖେଳିବା ପାଇଁ କ୍ରାଉଲି ପରବର୍ତ୍ତୀ ବଲରେ କ୍ଲିନ୍‌ ବୋଲ୍ଡ କରିଥିଲେ।
ଏହା ପରେ ରୋହିତ ଏତେ ଖୁସି ଥିଲେ ଯେ ସେ ଯାଇ କୁଲଦୀପଙ୍କୁ ଆଲିଙ୍ଗନ କରିଥିଲେ। ରୋହିତଙ୍କ ମୁହଁରେ ହସ ଥିଲା।

 

 


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତା ବିପକ୍ଷରେ ଟସ୍‌ ଜିତିଲା ହାଇଦ୍ରାବାଦ, ନେଲା ଏହି ନିଷ୍ପତ୍ତି

ଅହମ୍ମଦାବାଦ,୨୧।୫: ଆଇପିଏଲ୍‌ କ୍ୱାଲିଫାୟର- ୧ ମୁକାବିଲା ମଙ୍ଗଳବାର କୋଲକାତା ନାଇଟ୍‌ ରାଇଡର୍ସ(କେକେଆର୍‌) ଏବଂ ସନରାଇଜର୍ସ ହାଇଦ୍ରାବାଦ ମଧ୍ୟରେ ଖେଳାଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଉଥିବା...

ଗମ୍ଭୀର ନା ଫ୍ଲେମିଂ, କିଏ ହେବେ ଭାରତର କୋଚ୍‌? ମହେନ୍ଦ୍ର ସିଂ ଧୋନୀ ନେବେ ନିଷ୍ପତ୍ତି !

ନୂଆଦିଲ୍ଲୀ,୨୧।୫: ଟି୨୦ ବିଶ୍ୱକପ୍‌ ପରେ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ପଦ ଖାଲି ହୋଇଯିବ। ଏଥିଲାଗି ବିସିସିଆଇ ନୂଆ କୋଚ୍‌ ଖୋଜିବା ଆରମ୍ଭ କରିଛି। ନ୍ୟାଶନାଲ...

ତୁମକୁ ଫାଇନାଲ୍‌ ଜିତିବାକୁ ପଡ଼ିବ…କୋହଲିଙ୍କୁ ଧୋନୀଙ୍କ ମେସେଜ୍‌

ନୂଆଦିଲ୍ଲୀ,୨୧।୫: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ମେ ୧୮ରେ ଚେନ୍ନାଇ ସୁପର କିଙ୍ଗ୍ସକୁ ପରାସ୍ତ କରି ପ୍ଲେ ଅଫରେ ସ୍ଥାନ ହାସଲ କରିଛି । ପ୍ଲେ ଅଫରେ...

ମୁଁ କାହାର ପାଦ ଛୁଏଁ ନାହିଁ, ସେଥିପାଇଁ ମୋତେ….କାହିଁକି ଏମିତି କହିଲେ ଗୌତମ ଗମ୍ଭୀର

ନୂଆଦିଲ୍ଲୀ,୨୧।୫: ପୂର୍ବତନ ଭାରତୀୟ କ୍ରିକେଟର ଗୌତମ ଗମ୍ଭୀର ତାଙ୍କର ତାଙ୍କ ବିବୃତ୍ତି ପାଇଁ ପ୍ରାୟତ ଚର୍ଚ୍ଚାରେ ଥାନ୍ତି। ନିକଟରେ ଟିମ ଇଣ୍ଡିଆର ଅଫ ସ୍ପିନର ରବି...

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri