ଚଳଚଞ୍ଚଳ କୁଲାଡ଼ ଅଞ୍ଚଳ

ବଅଁରପାଳ, ୩।୪(ଡି.ଏନ୍‌.ଏ.): ଦିନକ ପରେ ମା’ ମଙ୍ଗଳାଙ୍କ ବାର୍ଷିକ ଯାତ୍ରା। ଏହାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଅନୁଗୋଳ ଜିଲା ବଅଁରପାଳ ବ୍ଲକର କୁଲାଡ଼ ଗ୍ରାମ। ଅଞ୍ଚଳର ଆରାଧ୍ୟା ଦେବୀଙ୍କ ଆବାହନ ପାଇଁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚତ୍ଥିବାବେଳେ ଏହାକୁ ନେଇ ଅଞ୍ଚଳବାସୀ ଉତ୍ସାହିତ ହୋଇପଡ଼ିଛନ୍ତି।
କୁଲାଡ଼ ଗ୍ରାମର ଅଧିଷ୍ଠାତ୍ରୀ ଦେବୀ ମା’ମଙ୍ଗଳାଙ୍କ ପୀଠରେ ହେଉଥିବା ବାର୍ଷିକ ଯାତ୍ରା ଚଳିତ ବର୍ଷ ୨୫ ବର୍ଷରେ ପହଞ୍ଚତ୍ଛି। ମନ୍ଦିର କମିଟି ପକ୍ଷରୁ ରୌପ୍ୟ ଜୟନ୍ତୀ ପାଳନ କରାଯାଉଥିବାବେଳେ ଏଥିଲାଗି ପ୍ରସ୍ତୁତି ଆଗେଇ ଚାଲିଛି। ଯାତ୍ରା ଉପଲକ୍ଷେ ମଙ୍ଗଳବାର ସକାଳେ ପୀଠରେ ମା’ଙ୍କ ସ୍ବତନ୍ତ୍ର ନୀତିକାନ୍ତି ହେବ। ଅପରାହ୍ନ ୪ଟାରେ ଦିଅଁ ଘରୁ ମା’ଙ୍କ ଚଳନ୍ତି ପ୍ରତିମାକୁ ବାଦ୍ୟ ବାଜଣାର ତାଳେତାଳେ ଗ୍ରାମ ପରିକ୍ରମା କରାଯିବା ପରେ ପୀଠକୁ ଅଣାଯିବ। ଘଣ୍ଟବାଦ୍ୟ, ଲଉଡ଼ି ଖେଳ ପ୍ରମୁଖ ଆକର୍ଷଣ ସାଜିବ। ଲୋକନୃତ୍ୟ ପରିବେଷଣ ପାଇଁ ବାହାର କଳାକାରଙ୍କୁ ଆମନ୍ତ୍ରଣ କରାଯାଇଛି। ସେହିପରି ସନ୍ଧ୍ୟାରେ ଦେବୀଙ୍କ ପୂଜାର୍ଚ୍ଚନା, ମାଜଣା, ଆଳତି କାର୍ଯ୍ୟକ୍ରମ ରହିଛି। ରାତିରେ ଶ୍ରଦ୍ଧାଳୁଙ୍କ ମନୋରଞ୍ଜନ ପାଇଁ ଦଣ୍ଡନୃତ୍ୟ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକ କମିଟି ପକ୍ଷରୁ ସୂଚନା ଦିଆଯାଇଛି।
ଅନ୍ୟପଟେ ଚଳିତ ବର୍ଷ ରୌପ୍ୟ ଜୟନ୍ତୀ ପାଳନ ହେଉଥିବାରୁ ସାଜସଜ୍ଜାକୁ ଅଧିକ ଗୁରୁତ୍ୱ ଦିଆଯାଉଛି। ରଙ୍ଗିନ ଆଲୋକମାଳା, ତୋରଣରେ ଗ୍ରାମ୍ୟ ପରିବେଶ ଝଲସି ଉଠିବ। ଉଠାଦୋକାନୀଙ୍କ ଭିଡ଼ ଜମିବ। ମା’ଙ୍କ ଯାତ୍ରାରେ ଶ୍ରଦ୍ଧାଳୁମାନେ ଯେପରି ଶୃଙ୍ଖଳିତ ଭାବେ ଦର୍ଶନ କରିବେ, ସେଦିଗରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ପାନୀୟ ଜଳ, ସୁରକ୍ଷାକୁ ଯଥେଷ୍ଟ ଗୁରୁତ୍ୱ ଦିଆଯାଉଛି।

ଶୋଭାଯାତ୍ରା ଆଡ଼ମ୍ବରପୂର୍ଣ୍ଣ ହେବ
ମା’ଙ୍କ ବାର୍ଷିକ ଯାତ୍ରାକୁ ୨୫ ବର୍ଷ ପୂରୁଛି। ଏହାକୁ ଦୃଷ୍ଟିରେ ରଖି ଶୋଭାଯାତ୍ରାକୁ ଆଡ଼ମ୍ବରପୂର୍ଣ୍ଣ କରିବାକୁ ଗୁରୁତ୍ୱ ଦିଆଯାଉଛି। ଆମନ୍ତ୍ରିତ ଅତିଥିଙ୍କ ଆତିଥେୟତାରେ ଯେପରି କୌଣସି କମ୍‌ ନ ରୁହେ, ସେ ଦିଗରେ ଧ୍ୟାନ ଦିଆଯାଉଛି।
-ପ୍ରକାଶ ବେହେରା, ଯାତ୍ରା କମିଟି ସଭାପତିି
ଶାନ୍ତିଶୃଙ୍ଖଳା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା
ଚଳିତବର୍ଷ ଧୁମ୍‌ଧାମ୍‌ରେ ଯାତ୍ରା ଆୟୋଜନ କରାଯାଉଛି। ଏହାକୁ ଶାନ୍ତିଶୃଙ୍ଖଳା ସହକାରେ ପାଳନ କରାଯିବାପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି। ସମସ୍ତ କାର୍ଯ୍ୟକ୍ରମ ତଦାରଖ କରିବା ଲାଗି କମିଟି ଗଠନ କରାଯାଇଛି।
-ଅଶୋକ କୁମାର ବିଶୋଇ, ଗ୍ରାମ ସଭାପତି
ନିଆରା ଢଙ୍ଗରେ ପାଳନ ହେବ
ଚଳିତ ବର୍ଷ ନିଆରା ଢଙ୍ଗରେ ମା’ଙ୍କ ଯାତ୍ରା ପାଳିତ ହେବ। ଏଥିଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ବହୁ ଅତିଥିଙ୍କୁ ଆମନ୍ତ୍ରଣ କରାଯାଇଛି। ମା’ଙ୍କ ଦର୍ଶନରେ ଯେପରି ଶ୍ରଦ୍ଧାଳୁଙ୍କ ଯେପରି କୌଣସି ସମସ୍ୟା ନ ହୁଏ, ସେଥିପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଛି।
-ଉଷାରାଣୀ ସ୍ବାଇଁ, ସରପଞ୍ଚ
ଶୀତୁଳା ପର୍ବରେ ଅନ୍ନପ୍ରସାଦ ବ୍ୟବସ୍ଥା
ମା’ମଙ୍ଗଳାଙ୍କ ଶୀତୁଳା ପର୍ବରେ ୭୦୦୦ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନପ୍ରସାଦ ବ୍ୟବସ୍ଥା କରାଯାଇଛି। ପୀଠ ସମେତ ସମଗ୍ର ଅଞ୍ଚଳକୁ ରଙ୍ଗିନ ଆଲୋକମାଳାରେ ସଜାଯିବ। ଯେପରି କୌଣସି ତ୍ରୁଟି ନ ରୁହେ, ସେଦିଗରେ ଦୃଷ୍ଟି ଦିଆଯାଉଛି।
-ପ୍ରିୟମ୍ବଦା ଧୀର, ସମିତିସଭ୍ୟା


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?