ତିନି ଘଣ୍ଟାରେ ୧୫ କିଲୋ ଓଜନ ବଢାଇଲେ କ୍ରିତି

ମୁମ୍ବାଇ:ବଲିଉଡ୍‌ର କେତେଜର ଷ୍ଟାର ଅଛନ୍ତି ଯେଉଁମାନେ ନିଜ ଦମଦାର ଅନ୍ଦାଜ ପାଇଁ ରୁହନ୍ତି ଚର୍ଚ୍ଚାରେ । ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି କ୍ରିତି ଖରବନ୍ଦା । ସେ ନିଜକୁ ଫିଟ୍ ରଖିବା ପାଇଁ ବେଶ୍ ମେହନତ୍ କରନ୍ତି । କେବେ କେବେ ସେ ଜିମରେ ଝାଳ ବୁହାଉଥିବା ଦେଖାଯାଇଥାଏ । ଅବଶ୍ୟ ସବୁ ଷ୍ଟାରମାନେ ନିଜକୁ ଫିଟ୍ ଓ ସ୍ଲିମ ରଖିବାକୁ ମେହନତ କରୁଥିବା ବେଳେ କ୍ରିତି ବି ସେମିତି କରନ୍ତି । ତେବେ ନିକଟରେ ‘ହାଉସଫୁଲ୍‌-୪’ ଆକ୍ଟ୍ରେସ୍ କ୍ରିତି ଖରବନ୍ଦା ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରି ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ଉକ୍ତ ଭିଡିଓରେ କ୍ରିତି ୩ ଘଣ୍ଟାରେ ୧୫ କିଲୋ ଓଜନ ବଢାଇ ଦେଇଛନ୍ତି । ତାଙ୍କ ଇନଷ୍ଟାଗ୍ରାମରେ ଅପଲୋଡ ହୋଇଥିବା ଏହି ଭିଡିଓରେ ଦେଖିବାକୁ ମିଳିଛି ପ୍ରଥମେ ସେ ଏକ ହେଭି ଜ୍ୟାକେଟ ଓ ନର୍ମାଲ ଡ୍ରେସ୍ ପିନ୍ଧି ଓଜନ ମେଶିନ ଉପରେ ଠିଆ ହୋଇ ଓଜନ ମାପୁଛନ୍ତି । ସେତେବେଳେ ତାଙ୍କ ଓଜନ ୪୫ କେଜି ଦେଖାଉଛି । ଏହାପରେ ସେ ବ୍ରାଉଡାଲ ମେକ୍‌ଅପରେ ଆସି ପୁଣିଥରେ ଓଜନ ମେଶିନରେ ଠିଆ ହେବା ବେଳକୁ ତାଙ୍କ ଓଜନ ୫୫-୫୭ କିଲୋ ଦେଖାଉଛି । ଏହି ଭିଡିଓକୁ ଶେୟାର କରି କ୍ରିତି ଲେଖିଛନ୍ତି ୩ ଘଣ୍ଟାରେ ୧୫ କିଲୋ ଓଜନ ବଢାଇବାର ଅଛି ତ ଏହି ଭିଡିଓକୁ ଦେଖନ୍ତୁ । ଏହାସହ ସେ ୩ଟି ଲାଫଟର ଇମୋଜି ବି ଶେୟାର କରିଛନ୍ତି । ଏବେ କ୍ରିତିଙ୍କର ଏହି ଭିଡିଓଟି ଭାଇରାଲ ହୋଇଥିବା ବେଳେ ତାଙ୍କ ପ୍ରଶଂସକମାନେ ଭିନ୍ନ ଭିନ୍ନ କମେଟ୍ ଦେଉଥିବା ଦେଖାଯାଇଛି ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ରମଣ ମାମଲା: ବାପ-ପୁଅଙ୍କୁ ବାନ୍ଧିଲା ପୋଲିସ

ଦିଗପହଣ୍ଡି,୨୪।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଖଜୁରୀପଦା ଗ୍ରାମର ରବୀନ୍ଦ୍ର ସାହୁଙ୍କୁ ଆକ୍ରମଣ ଘଟଣାରେ ପାଟପୁର ପୋଲିସ ସୋମବାର ଅଭିଯୁକ୍ତ ବାବୁ ସାହୁ…

ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ ମଙ୍ଗଳ: ୪ ରାଶିର କ୍ୟାରିୟରରେ ହେବ ବଡ଼ ଉନ୍ନତି, ବ୍ୟବସାୟରେ…

ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଆସନ୍ତା ୨୪ ସେପ୍ଟେମ୍ବର ୨୦୨୬, ଗୁରୁବାର ସକାଳ ୫ଟା ୫୦ ମିନିଟରେ ମଙ୍ଗଳ ଗ୍ରହ ପୁଷ୍ୟ ନକ୍ଷତ୍ରରେ ପ୍ରବେଶ କରିବେ। ଶନିଙ୍କ ନକ୍ଷତ୍ର…

ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଲେ ସଇତାନ ପୁଅ! କୁମ୍ଭାରପଡ଼ାରେ ହଇଚଇ

ପୁରୀ,୨୪।୮(ଅଜିତ କୁମାର ମହାନ୍ତି): ପୁରୀ ଜିଲାରେ ଏକ ଅଭାବନୀୟ ଘଟଣା ଘଟିଛି। ନିଜ ମା’ଙ୍କୁ ମାରି ଘରେ ପ୍ଲାଷ୍ଟର କରିଦେଇଛନ୍ତି ଜଣେ ସଇତାନ ପୁଅ! ପୁରୀ କୁମ୍ଭାରପଡ଼ାରେ…

ଆରକ୍ଷଣକୁ ନେଇ ଅଭିଜିତ ଦୀପକେଙ୍କ ବଡ଼ ବୟାନ, କହିଲେ- ‘ମୁଁ ଦଳିତ ପରିବାରରୁ ଆସିଛି, ମୋ ବାପା …’

ନୂଆଦିଲ୍ଲୀ,୨୪।୮: ଦେଶର ବିଭିନ୍ନ ସ୍ଥାନରେ ଏବେ ଆରକ୍ଷଣ ବ୍ୟବସ୍ଥା ଏବଂ ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (UGC)ର ଇକ୍ୱିଟି ନିୟମକୁ ନେଇ ପ୍ରଦର୍ଶନ ଚାଲିଛି। ପ୍ରଦର୍ଶନକାରୀମାନେ ଜାତିଭିତ୍ତିକ ଆରକ୍ଷଣ…

ଛାତ୍ରୀ ନିବାସକୁ ନାହିଁ ରାସ୍ତା: ସମସ୍ୟା ଭୋଗୁଛନ୍ତି ୨୩୦ ଆଦିବାସୀ ଛାତ୍ରୀ

ମୋହନା,୨୪।୮(ମନ୍ମଥ ମିଶ୍ର): ଛାତ୍ରୀ ନିବାସ ଅଛି। ଛାତ୍ରୀ ଅଛନ୍ତି। ପାଠପଢ଼ା ପାଇଁ ସବୁ ବ୍ୟବସ୍ଥା ଅଛି। ହେଲେ ବିଦ୍ୟାଳୟରେ ପହଞ୍ଚିବା ପାଇଁ ନାହିଁ ଭଲ ରାସ୍ତା। ଫଳରେ…

ବିବାଦରେ ଫସିଲେ କ୍ରିତି ସାନନ, ସୋସିଆଲ ମିଡିଆରେ ଉଠିଲା ଝଡ଼

ମୁମ୍ବାଇ: ଗୋଟିଏ ପର୍ବ, ଦାମୀ ବିଜ୍ଞାପନ, ବଲିଉଟର ଜଣେ ବଡ଼ ଚେହେରା ଏବଂ ସୋସିଆଲ ମିଡିଆରେ ବିବାଦ। ରକ୍ଷାବନ୍ଧନ ପାଇଁ ତିଆରି ହୋଇଥିବା ଏକ ଜୁଏଲାରୀ ବିଜ୍ଞାପନକୁ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ: ୨୪ ଘଣ୍ଟାରେ ଦାବି ପୂରଣ ନ ହେଲେ…

ଝାରବନ୍ଧ,୨୪।୮(ଦେବେନ୍ଦ୍ର ସାହୁ): ଧାନ ବିକ୍ରି ପାଇଁ ଆଟ କିସମ ଜମି ପଞ୍ଜିକରଣ ହେଉ ନ ଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି l ଆଟ କିସମକୁ ପଞ୍ଜିକରଣ କରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri