ଶ୍ରୀମନ୍ଦିରରେ କୃଷ୍ଣଲୀଳା ସମାପନ

ପୁରୀ ଅଫିସ,୨୯ା୮: ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି। ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ। ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇଠାକୁରଙ୍କୁ ବଟବୃକ୍ଷ ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା। ବିମାନବଡୁମାନେ ପାଲିଙ୍କିକୁ କୁଣ୍ଢାଇବେଣ୍ଟ ସାହିରେ ଥିବା ଲବଣୀଖିଆ ଛକକୁ ନେଇଥିଲେ। ଛକରେ ଥିବା ପନ୍ତିଘରେ ଲବଣୀ ଖିଆ ନୀତି ସମ୍ପନ୍ନ ହୋଇଥିଲା। ସେଠାରେ ଭିତରଚ୍ଛ ମହାପାତ୍ର ଠାକୁରଙ୍କୁ ଆଳତି ବନ୍ଦାପନା କରିବା ସହିତ ମହାଭୋଇଙ୍କ ସର, ଲବଣୀଙ୍କୁ ଠାକୁରଙ୍କୁ ସମର୍ପଣ କରିଥିଲେ। ମହାଜନମାନେ ଠାକୁରଙ୍କୁ ପନ୍ତି ଘର ଖଟଶେଯ ଉପରକୁ ବିଜେ କରାଇବା ପରେ ପୂଜାପଣ୍ଡା ସାମନ୍ତ ଭୋଗ ଲାଗି କରାଇଥିଲେ। ଏହାପରେ ମହାଭୋଇ ଘରର ବୋହୂମାନେ ଠାକୁରଙ୍କୁ ଅର୍ଘ୍ୟ ବନ୍ଦାପନା କରି କ୍ଷୀର, ସର, ଲବଣୀ, ଖୁଆଇଥିଲେ। ଶୀତଳ ଭୋଗ ପରେ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିଥିଲେ। ଠାକୁର ପାଲଙ୍କିରେ ବିଜେ ହୋଇ ମରିଚିକୋଟ ଛକ ନିକଟସ୍ଥ ମରିଚି ଠାକୁରାଣୀଙ୍କ ପନ୍ତି ନିମନ୍ତେ ଯାଇଥିଲେ। ଠାକୁରାଣୀଙ୍କ ସମ୍ମୁଖରେ ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ାର ଦୁଇଜଣ ମଲ୍ଲ ଯୁଦ୍ଧ ପ୍ରସ୍ତାବ ଆଗତ କରି ଏହି ନୀତି ସମ୍ପନ୍ନ କରିଥିଲେ।
କଂସ ବଧ : ସିଂହଦ୍ୱାର ସମ୍ମୁଖ ବଡ଼ଛତା ମଠ ଆଗରେ କଂସବଧ ନୀତି ସମ୍ପନ୍ନ ହୋଇଥିଲା। ବାଲିସାହି ଆଖଡ଼ା ପକ୍ଷରୁ କଂସ ବଧ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ନୀତିରେ ପ୍ରଥମେ କଂସ ନିଜର ରଣହୁଙ୍କାର ଦେବା ପରେ ସେଠାରେ ଠାକୁରଙ୍କୁ ଶୀତଳ ଭୋଗ ବନ୍ଦାପନା ହୋଇଥିଲା। ଶ୍ରୀକୃଷ୍ଣଙ୍କ ପରାକ୍ରମ ଦେଖି କଂସ ଭୟଭୀତ ହୋଇ ମଞ୍ଚାରୁ ପଡିଯିବାରୁ ତାଙ୍କର ନିଧନ ହୋଇଥିଲା। ଏହାପରେ ସେଠାରେ ଶୀତଳ ଭୋଗ ବନ୍ଦାପନା ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ମିଶ୍ରଣ ପର୍ବରେ ବିଜେଡି କର୍ମୀଙ୍କୁ ଟାର୍ଗେଟ୍‌ କଲେ କଂଗ୍ରେସ କର୍ମୀ

ମୋରଡ଼ା,୨୫ା୪(ସ୍ମାରକ ମାଜୀ): ଆଗାମୀ ସାଧାରଣ ନିର୍ବାଚନ ପାଇଁ କଂଗ୍ରେସ ବଳ ଗୋଟାଇବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଗୁରୁବାର ମୋରଡା ବ୍ଲକ ଅଧୀନ କଲରାଫୁଲିଆସ୍ଥିତ କଂଗ୍ରେସ କାର୍ଯ୍ୟାଳୟରେ...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri