ଶ୍ରୀମନ୍ଦିରରେ କୃଷ୍ଣଲୀଳା ସମାପନ

ପୁରୀ ଅଫିସ,୨୯ା୮: ପ୍ରବଳ ପ୍ରତାପୀ କଂସ ବଧ ସହିତ ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଲୀଳା ପରିସମାପ୍ତି ଘଟିଛି। ଭାଦ୍ରବ ଶୁକ୍ଲ ଦଶମୀ ଅବସରରେ ଶୁକ୍ରବାର ଶ୍ରୀମନ୍ଦିରରେ ମଧ୍ୟାହ୍ନ ଧୂପ ବଢିବା ପରେ ମହାଜନ ସେବକ ରାମକୃଷ୍ଣଙ୍କୁ ସିଂହାସନରେ ବିଜେ କରାଇଥିଲେ। ସେଠାରେ ଆଜ୍ଞାମାଳ ଲାଗି ହେବା ପରେ ଦୁଇଠାକୁରଙ୍କୁ ବଟବୃକ୍ଷ ନିକଟରେ ଥିବା ପାଲିଙ୍କିରେ ବିଜେ କରାଯାଇଥିଲା। ବିମାନବଡୁମାନେ ପାଲିଙ୍କିକୁ କୁଣ୍ଢାଇବେଣ୍ଟ ସାହିରେ ଥିବା ଲବଣୀଖିଆ ଛକକୁ ନେଇଥିଲେ। ଛକରେ ଥିବା ପନ୍ତିଘରେ ଲବଣୀ ଖିଆ ନୀତି ସମ୍ପନ୍ନ ହୋଇଥିଲା। ସେଠାରେ ଭିତରଚ୍ଛ ମହାପାତ୍ର ଠାକୁରଙ୍କୁ ଆଳତି ବନ୍ଦାପନା କରିବା ସହିତ ମହାଭୋଇଙ୍କ ସର, ଲବଣୀଙ୍କୁ ଠାକୁରଙ୍କୁ ସମର୍ପଣ କରିଥିଲେ। ମହାଜନମାନେ ଠାକୁରଙ୍କୁ ପନ୍ତି ଘର ଖଟଶେଯ ଉପରକୁ ବିଜେ କରାଇବା ପରେ ପୂଜାପଣ୍ଡା ସାମନ୍ତ ଭୋଗ ଲାଗି କରାଇଥିଲେ। ଏହାପରେ ମହାଭୋଇ ଘରର ବୋହୂମାନେ ଠାକୁରଙ୍କୁ ଅର୍ଘ୍ୟ ବନ୍ଦାପନା କରି କ୍ଷୀର, ସର, ଲବଣୀ, ଖୁଆଇଥିଲେ। ଶୀତଳ ଭୋଗ ପରେ ଭିତରଚ୍ଛ ମହାପାତ୍ର ବନ୍ଦାପନା କରିଥିଲେ। ଠାକୁର ପାଲଙ୍କିରେ ବିଜେ ହୋଇ ମରିଚିକୋଟ ଛକ ନିକଟସ୍ଥ ମରିଚି ଠାକୁରାଣୀଙ୍କ ପନ୍ତି ନିମନ୍ତେ ଯାଇଥିଲେ। ଠାକୁରାଣୀଙ୍କ ସମ୍ମୁଖରେ ମାଟିମଣ୍ଡପ ସାହି ଉତ୍ତରକାଳୀ ଆଖଡ଼ାର ଦୁଇଜଣ ମଲ୍ଲ ଯୁଦ୍ଧ ପ୍ରସ୍ତାବ ଆଗତ କରି ଏହି ନୀତି ସମ୍ପନ୍ନ କରିଥିଲେ।
କଂସ ବଧ : ସିଂହଦ୍ୱାର ସମ୍ମୁଖ ବଡ଼ଛତା ମଠ ଆଗରେ କଂସବଧ ନୀତି ସମ୍ପନ୍ନ ହୋଇଥିଲା। ବାଲିସାହି ଆଖଡ଼ା ପକ୍ଷରୁ କଂସ ବଧ ପ୍ରସ୍ତାବ ଆଗତ କରାଯାଇଥିଲା। ଏହି ନୀତିରେ ପ୍ରଥମେ କଂସ ନିଜର ରଣହୁଙ୍କାର ଦେବା ପରେ ସେଠାରେ ଠାକୁରଙ୍କୁ ଶୀତଳ ଭୋଗ ବନ୍ଦାପନା ହୋଇଥିଲା। ଶ୍ରୀକୃଷ୍ଣଙ୍କ ପରାକ୍ରମ ଦେଖି କଂସ ଭୟଭୀତ ହୋଇ ମଞ୍ଚାରୁ ପଡିଯିବାରୁ ତାଙ୍କର ନିଧନ ହୋଇଥିଲା। ଏହାପରେ ସେଠାରେ ଶୀତଳ ଭୋଗ ବନ୍ଦାପନା ହୋଇ ଠାକୁର ଶ୍ରୀମନ୍ଦିରକୁ ବାହୁଡା ବିଜେ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଇରାନର ତୈଳ ଜାହାଜ ଉପରେ ଆମେରିକାର ବଡ଼ ଆକ୍ରମଣ

ଓ୍ବାଶିଂଟନ,୫ା୯: ଇରାନର ଇସ୍‌ଲାମିକ ରିଭଲ୍ୟୁଶନାରି ଗାର୍ଡ କର୍‌ (ଆଇଆର୍‌ଜିସି) ଆମେରିକା ନୌସେନାର ୨ ଯୁଦ୍ଧଜାହାଜକୁ ଟାର୍ଗେଟ କରି କ୍ଷେପଣାସ୍ତ୍ର ଛାଡ଼ିବା ପରେ ଆମେରିକା ସେନା ଅଶୋଧିତ ତୈଳ…

ଭୂସ୍ଖଳନ ଘଟି ଚାମେଲିଆ ନଦୀ ଗତିପଥ ଅବରୋଧ, କାଳୀ ନଦୀରେ ବଡ଼ ବନ୍ୟା ଆଶଙ୍କା

ଡେରାଡୁନ୍‌,୫ା୯: ଏକ ବଡ଼ ଧରଣର ଭୂସ୍ଖଳନ ଯୋଗୁ ନେପାଳର ଚାମେଲିଆ ନଦୀ ଆଂଶିକ ଅବରୋଧ ହୋଇ ଏକ କୃତ୍ରିମ ହ୍ରଦ ସୃଷ୍ଟି କରିଛି। ଫଳରେ ଭାରତ ପାର୍ଶ୍ୱରେ…

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri