ବସ୍ତି ଅଞ୍ଚଳର ଯୁବ ରାପର କୃଷ୍ଣ

ପୁରୀ ଅଫିସ,୨୭ା୯: ପୁରୀ ବଳିଆପଣ୍ଡା ବସ୍ତିର କୃଷ୍ଣ କୁମାର ପଣ୍ଡା। ରାପକୁ ନେଇ ଆଗକୁ ବଢିବାର ଅଦମ୍ୟ ସାହସ ବାନ୍ଧିଛନ୍ତି। ଦାରିଦ୍ର୍ୟତାର କଷାଘାତରେ ପେଶି ହେଉଥିଲେ ବି ଏହି ଯୁବ ରାପରଙ୍କ ମଧ୍ୟରେ ଅସରନ୍ତି ଆଶା ଓ ସ୍ବପ୍ନ ଉଙ୍କିମାରୁଛି। ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ଶ୍ରୀମନ୍ଦିରରୁ ଆରମ୍ଭ କରିଥିଲେ ତାଙ୍କ ରାପ୍‌ ଅଭିଯାନ। କରୋନା ଯୋଗୁ ପରିବାର ଚଳାଇବାରେ ପ୍ରତିବନ୍ଧକ ସମ୍ମୁଖୀନ ହେଉଥିବା କୃଷ୍ଣ କିନ୍ତୁ ତାଙ୍କ ରାପ ଜାରି ରଖିଛନ୍ତି। କାଳିଆ ଠାକୁରଙ୍କ ଆଶୀର୍ବାଦରୁ ଦିନେ ନା ଦିନେ ସେ ନିଜକୁ ପ୍ରତିପାଦିତ କରିବେ ବୋଲି ଆଶା ବାନ୍ଧିଛନ୍ତି।
ଅନେକ ପ୍ରତିଭା ଅଛନ୍ତି, ହେଲେ ଉପଯୁକ୍ତ ସୁଯୋଗ ଓ ପ୍ରୋତ୍ସାହନ ଅଭାବରୁ ସେମାନେ ଆଗକୁ ଆସିପାରୁ ନାହାନ୍ତି। ଏମିତି ଜଣେ ପ୍ରତିଭା ହେଉଛନ୍ତି କୃଷ୍ଣ। ବାପା ଜଣେ ବିଚ୍‌ ଫଟୋଗ୍ରାଫର। କୃଷ୍ଣ ଶ୍ରୀମନ୍ଦିରରେ ଯାତ୍ରୀ ଗୁମାସ୍ତା କାମ କରନ୍ତି। କିନ୍ତୁ ନିଶା ତାଙ୍କର ରାପ୍‌ ଗାଇବା। କରୋନା ଯୋଗୁ ୬ମାସରୁ ଊର୍ଦ୍ଧ୍ୱ ହେଲାଣି ଶ୍ରୀମନ୍ଦିରକୁ ଭକ୍ତଙ୍କ ପ୍ରବେଶ ଉପରେ କଟକଣା ଜାରି ଯୋଗୁ ତାଙ୍କ ପେଶା ବନ୍ଦ ହୋଇଯାଇଛି । ଏହି ଅଭାବୀ ଭିତରେ କିନ୍ତୁ ନିଜ ପ୍ରତିଭାକୁ ମାରି ଦେଇନାହାନ୍ତି। ଦୃଢ ଇଚ୍ଛାଶକ୍ତି ଯୋଗୂ ସେ ଏବେ ଓଡ଼ିଆ, ହିନ୍ଦୀ ଏବଂ ବେଙ୍ଗଲି ଭାଷାରେ ରାପ୍‌ ଗାଉଛନ୍ତି। କୌଣସି ପ୍ରସଙ୍ଗକୁ ରାପ୍‌ ମାଧ୍ୟମରେ ପରିବେଷଣ କରିବାରେ ସେ ମାହିର। ତାଙ୍କ ପାଇଁ ସୋସିଆଲ ମିଡିଆ ହିଁ ସାଜିଛି ଏକମାତ୍ର ରାସ୍ତା। ବସ୍ତିର ବାସ୍ତବ ଚିତ୍ରଠାରୁ ଆରମ୍ଭ କରି ମହାମାରୀ କରୋନା, ପୁଣି ବହୁ ଚର୍ଚ୍ଚିତ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପର୍ଯ୍ୟନ୍ତ ଏମିତି ଏକାଧିକ ସାମ୍ପ୍ରତିକ ସ୍ଥିତିକୁ ନେଇ ରାପ୍‌ ତିଆରି କରିଛନ୍ତି କୃଷ୍ଣ। ପାଖରେ କ୍ୟାମେରା ନାହିଁ କି ସାଥ୍‌ ଦେବାକୁ କୌଣସି ମ୍ୟୁଜିକ୍‌ ନିର୍ଦ୍ଦେଶକ ଅବା ମ୍ୟୁଜିକ ଇନ୍‌ଷ୍ଟୁମେଣ୍ଟ ମଧ୍ୟ ନାହିଁ। ଏକା ଏକା ତାଙ୍କ ସ୍ବପ୍ନକୁ ପୂରଣ କରିବା ଲାଗି ଅହରହ ଉଦ୍ୟମ ଚଳାଇଛନ୍ତି। ଏବେ ଶାରଦୀୟ ପୂଜାକୁ ନେଇ ଏକ ରାପ୍‌ ପ୍ରସ୍ତୁତିରେ ସେ ଲାଗିଛନ୍ତି। କୃଷ୍ଣ ଜଣେ ପଶୁପକ୍ଷୀ ପ୍ରେମୀ। ସେ କୁକୁର ଓ ଶୁଆ ପାଳିଛନ୍ତି। କୃଷ୍ଣ କହିଛନ୍ତି, କିଛି କରିବାର ମନରେ ଇଚ୍ଛା ଥିଲା। ତେଣୁ ରାପ୍‌କୁ ଆପଣାଇଛି। ଆଗାମୀ ଦିନରେ ଓଡ଼ିଆ ସଂସ୍କୃତି, ପରମ୍ପରା ଓ ଆଦିବାସୀ ବାଦ୍ୟକୁ ନେଇ ନିଆରା ରାପ୍‌ ପ୍ରସ୍ତୁତ କରିବା ପାଇଁ ଲକ୍ଷ୍ୟ ରଖିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ବିଶ୍ୱବିଦ୍ୟାଳୟରେ ବିନା ଅନୁମୋଦନରେ ନିଯୁକ୍ତ କର୍ମଚାରୀ ଛଟେଇ ହେବେ

ଭୁବନେଶ୍ୱର,୨୧ା୫(ସୁଚିସ୍ମିତା ସାହୁ): ରାଜ୍ୟ ସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକରେ ବେଆଇନ ଭାବେ ନିଯୁକ୍ତ କର୍ମଚାରୀଙ୍କୁ ଛଟେଇ କରାଯିବ। ସେମାନଙ୍କ ନିୟମିତକରଣ ଦାବିକୁ ବିଚାର କରାଯିବ ନାହିଁ। ଏପରି ନିଯୁକ୍ତି ଫଳରେ…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ପ୍ଲେଅଫ୍‌ ରେସରୁ ବାଦ୍‌ ପଡ଼ିଲା ଚେନ୍ନାଇ

ଅହମଦାବାଦ, ୨୧ା୫: ଅଧିନାୟକ ଶୁବମନ ଗିଲ୍‌ ଏବଂ ସାଇ ସୁଦର୍ଶନଙ୍କ ଶତକୀୟ ଭାଗୀଦାରି ବଳରେ ଗୁରୁବାର ଅନୁଷ୍ଠିତ ଆଇପିଏଲ୍‌ ମ୍ୟାଚ୍‌ରେ ଗୁଜରାଟ ଜାଏଣ୍ଟ୍ସ ୮୯ ରନରେ ଚେନ୍ନାଇ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri