କ୍ରିଷ୍ଣା ଦେବାଶିଷଙ୍କୁ ଗ୍ରାଣ୍ଡମାଷ୍ଟର ଉପାଧି

ରସୁଲପୁର,୧୨ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାମଦେବପୁର ଗ୍ରାମର ୨ ବର୍ଷ ୧୦ ମାସ ବୟସର ବାଳକ ଡି.ଏନ୍‌. କ୍ରିଷ୍ଣା ଦେବାଶିଷଙ୍କୁ ଆଉ ଏକ ସଫଳତା ମିଳିଛି। ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପକ୍ଷରୁ ତାଙ୍କୁ ଗ୍ରାଣ୍ଡ୍‌ମାଷ୍ଟର ଉପାଧି ଦିଆଯାଇଛି। ସେ ନିକଟରେ ୨୩.୭୨ ସେକେଣ୍ଡରେ ଦେଶର ସମସ୍ତ ରାଜ୍ୟର ରାଜଧାନୀ ନାମ ଆବୃତ୍ତିକରି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିଲେ। ତାଙ୍କର ଏହି ରେକର୍ଡ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ କାଏମ୍‌ ରହିଛି। ଫଳରେ ତାଙ୍କୁ ଗ୍ରାଣ୍ଡ୍‌ମାଷ୍ଟର ଉପାଧି ପ୍ରଦାନ କରାଯାଇଥିବା ନେଇ ୫ ତାରିଖରେ ଏସିଆ ବୁକ୍‌ ଅଫ ରେକଡର୍‌ସ ପକ୍ଷରୁ ଅବଗତ କରାଯାଇଛି। ଦେବାଶିଷଙ୍କୁ ପଦକ ସହ ମାନପତ୍ର ପ୍ରଦାନ କରାଯାଇଛି। ଏବେ ସେ ୱାର୍ଲଡ ବୁକ୍‌ ଅଫ୍‌ ରେକଡର୍‌ସ ଓ ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ଜଣେ ଶିଶୁ ପ୍ରତିଭା ଭାବେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପୁଅର ଏହି ସଫଳତାରେ ପିତା ସ୍ଥଳସେନା କର୍ମଚାରୀ ଧର୍ମକାନ୍ତ ରାଉତ ଓ ମାତା ମିତା ପାଲ୍‌ ଖୁସି ପ୍ରକଟ କରିଛନ୍ତି। ଏହି ପରିବାର ଏବେ ଉତ୍ତରପ୍ରଦେଶର ଡେରାଡୁନ ସହରରେ ରହୁଛନ୍ତି। ସେ ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସ ପାଇଁ ୨୩ ଏପ୍ରିଲ ୨୦୨୧ରେ ମୌଖିକ ପରୀକ୍ଷାରେ ରାଜ୍ୟର ରାଜଧାନୀଗୁଡିକୁ ଆବୃତ୍ତି କରି ଦେଶର ଦ୍ରୁତତମ ଶିଶୁ ପ୍ରତିଭାଧାରୀ ହୋଇପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଲାଗିବ ବଡ଼ ଝଟକା? ଉପ-ନିର୍ବାଚନରେ TVK ଟଙ୍କା ବାଣ୍ଟୁଥିବା ନେଇ ସହଯୋଗୀ ଦଳର ଦାବି

ଚେନ୍ନାଇ,୨।୧୦: ତାମିଲନାଡୁର ମଦୁରାନଥକମ ଏବଂ ଧାରାପୁରମ ନିର୍ବାଚନ ମଣ୍ଡଳୀରେ ଅକ୍ଟୋବର ୬ରେ ହେବାକୁ ଥିବା ଉପ-ନିର୍ବାଚନ ପୂର୍ବରୁ, ମୁଖ୍ୟମନ୍ତ୍ରୀ ବିଜୟଙ୍କ ଦଳ ‘ଟିଭିକେ’ (TVK) ବିରୁଦ୍ଧରେ ଗୁରୁତର…

ଜିଓର ଦମଦାର ଅଫର: ୧୪୯୯ ଟଙ୍କାରେ ମିଳିବ ଫୋନ୍‌, ୬ ମାସ ମାଗଣା ରିଚାର୍ଜ

ମୁମ୍ବାଇ,୨।୧୦: ୧୦ମ ବାର୍ଷିକୋତ୍ସବ ଉପଲକ୍ଷେ ଜିଓ ସ୍ବତନ୍ତ୍ର ଅଫର ଘୋଷଣା କରିଛି । ୧୪୯୯ ଟଙ୍କା ମୂଲ୍ୟର ଜିଓଭାରତ ୪ଜି ଫୋନ୍‌ ସହ ୬ ମାସର ମାଗଣା…

ସ୍ମିତ୍‌ ମଚ୍ଛାରଙ୍କ ସାହସର ଖୁବ ପ୍ରଶଂସା କରି ଫୋନରେ କଥା ହେଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୨।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ଫ୍ଲାଏଦୁବାଇ’ (Flydubai) ବିମାନର ପାଇଲଟ କ୍ୟାପଟେନ ସ୍ମିତ୍‌ ମଚ୍ଛାରଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। କ୍ୟାପଟେନ ସ୍ମିତ୍‌ ନିଜର ଅନୁଭୂତି…

ମିଠା ପ୍ୟାକେଟ୍‌ ଖୋଳ ତିଆରି କରୁଛନ୍ତି ବାପା: ଦେଶ ପାଇଁ ସ୍ବର୍ଣ୍ଣ ଆଣିଲେ ଝିଅ

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା ରିକର୍ଭ ତୀରନ୍ଦାଜୀ ଦଳ ଇତିହାସ ରଚିଛି। ଅଙ୍କିତା ଭକତ, କୀର୍ତ୍ତି ଓ କୁମକୁମ ମୋହୋଦଙ୍କୁ ନେଇ ଗଠିତ ଭାରତୀୟ…

ଝାଟିପଦର ଠାକୁରାଣୀ ମନ୍ଦିରରେ ଶେଷ ପର୍ଯ୍ୟାୟରେ ନବରାତ୍ର ପୂଜା ପ୍ରସ୍ତୁତି

ଗଞ୍ଜାମ,୨ା୧୦(ବିଦ୍ୟାଧର ସାହୁ): ଚଳିତ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି ଶନିବାରଠାରୁ ଆରମ୍ଭ ହୋଇଛି ମା’ ଠାକୁରାଣୀଙ୍କ ପୀଠରେ ଶାରଦୀୟ ନବ ରାତ୍ର ପୂଜା। ଏହି ପୂଜା…

ଫ୍ଲାଇଦୁବାଇ ଘଟଣାରେ ବଡ଼ ଖୁଲାସା; ସାମ୍ନାକୁ ଆସିଲା ସ୍ମିତଙ୍କ ନୂଆ ଭିଡିଓ, ମୋତେ….

ନୂଆଦିଲ୍ଲୀ,୨।୧୦: ଦୁବାଇରୁ ତେଲ୍‌ ଅଭିଭ୍‌ ଯାଉଥିବା ଫ୍ଲାଇଦୁବାଇ ବିମାନରେ ଘଟିଥିବା କକ୍‌ପିଟ୍‌ ଆକ୍ରମଣ ଘଟଣାକୁ ନେଇ ନୂଆ ଭିଡିଓ ସାମ୍ନାକୁ ଆସିଛି । ଭିଡିଓରେ ବିମାନ ଭିତରେ…

କୁକୁର ମୁହଁରୁ କୃଷ୍ଣସାର ମୃଗଛୁଆକୁ ଉଦ୍ଧାର କରି ଘରେ ରଖିଥିଲେ ବ୍ୟକ୍ତି, ବନ ବିଭାଗ କର୍ମଚାରୀ ପହଞ୍ଚି…

ଦିଗପହଣ୍ଡି,୨।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଚୌଧୁରୀ ଟିକରପଡ଼ା ପଞ୍ଚାୟତ ବଜ୍ରଗୁମାରୁ ଏକ କୃଷ୍ଣସାର ମୃଗ ଛୁଆକୁ ବନ ବିଭାଗ କର୍ମଚାରୀମାନେ ଉଦ୍ଧାର କରିଛନ୍ତି।…

ଇତିହାସ ରଚିଲେ ସୁନା ଝିଅ ଲଭଲିନା: ଏସିଆନ ଗେମ୍ସରେ କଲେ କମାଲ୍‌

ନୂଆଦିଲ୍ଲୀ,୨।୧୦: ଭାରତୀୟ ବକ୍ସିଂ ପାଇଁ ଆସିଛି ବଡ଼ ଖୁସି ଖବର। ୨୦୨୬ ଏସିଆନ ଗେମ୍ସରେ ମହିଳା ୭୫ କିଲୋଗ୍ରାମ ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଭାରତୀୟ ବକ୍ସର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?