କ୍ରିଷ୍ଣା ଦେବାଶିଷଙ୍କୁ ଗ୍ରାଣ୍ଡମାଷ୍ଟର ଉପାଧି

ରସୁଲପୁର,୧୨ା୮(ଡି.ଏନ.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବାମଦେବପୁର ଗ୍ରାମର ୨ ବର୍ଷ ୧୦ ମାସ ବୟସର ବାଳକ ଡି.ଏନ୍‌. କ୍ରିଷ୍ଣା ଦେବାଶିଷଙ୍କୁ ଆଉ ଏକ ସଫଳତା ମିଳିଛି। ଏସିଆ ବୁକ୍‌ ଅଫ୍‌ ରେକଡର୍‌ସ ପକ୍ଷରୁ ତାଙ୍କୁ ଗ୍ରାଣ୍ଡ୍‌ମାଷ୍ଟର ଉପାଧି ଦିଆଯାଇଛି। ସେ ନିକଟରେ ୨୩.୭୨ ସେକେଣ୍ଡରେ ଦେଶର ସମସ୍ତ ରାଜ୍ୟର ରାଜଧାନୀ ନାମ ଆବୃତ୍ତିକରି ଇଣ୍ଡିଆ ବୁକ୍‌ ଅଫ୍‌ ରେକଡର୍‌ସରେ ସ୍ଥାନ ପାଇଥିଲେ। ତାଙ୍କର ଏହି ରେକର୍ଡ ଏସିଆ ବୁକ୍‌ ଅଫ୍‌ ରେକଡର୍‌ସରେ କାଏମ୍‌ ରହିଛି। ଫଳରେ ତାଙ୍କୁ ଗ୍ରାଣ୍ଡ୍‌ମାଷ୍ଟର ଉପାଧି ପ୍ରଦାନ କରାଯାଇଥିବା ନେଇ ୫ ତାରିଖରେ ଏସିଆ ବୁକ୍‌ ଅଫ ରେକଡର୍‌ସ ପକ୍ଷରୁ ଅବଗତ କରାଯାଇଛି। ଦେବାଶିଷଙ୍କୁ ପଦକ ସହ ମାନପତ୍ର ପ୍ରଦାନ କରାଯାଇଛି। ଏବେ ସେ ୱାର୍ଲଡ ବୁକ୍‌ ଅଫ୍‌ ରେକଡର୍‌ସ ଓ ଗିନିଜ୍‌ ବୁକ୍‌ ଅଫ୍‌ ରେକଡର୍‌ସରେ ଜଣେ ଶିଶୁ ପ୍ରତିଭା ଭାବେ ସ୍ଥାନ ପାଇବା ପାଇଁ ପ୍ରସ୍ତୁତି ଚଳାଇଛନ୍ତି। ପୁଅର ଏହି ସଫଳତାରେ ପିତା ସ୍ଥଳସେନା କର୍ମଚାରୀ ଧର୍ମକାନ୍ତ ରାଉତ ଓ ମାତା ମିତା ପାଲ୍‌ ଖୁସି ପ୍ରକଟ କରିଛନ୍ତି। ଏହି ପରିବାର ଏବେ ଉତ୍ତରପ୍ରଦେଶର ଡେରାଡୁନ ସହରରେ ରହୁଛନ୍ତି। ସେ ଇଣ୍ଡିଆ ବୁକ୍‌ ଅଫ ରେକଡର୍‌ସ ପାଇଁ ୨୩ ଏପ୍ରିଲ ୨୦୨୧ରେ ମୌଖିକ ପରୀକ୍ଷାରେ ରାଜ୍ୟର ରାଜଧାନୀଗୁଡିକୁ ଆବୃତ୍ତି କରି ଦେଶର ଦ୍ରୁତତମ ଶିଶୁ ପ୍ରତିଭାଧାରୀ ହୋଇପାରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାର ଧକ୍କାରେ ବୋହୂ ମୃତ: ଜେଜେ, ନାତୁଣୀ ଗୁରୁତର

ଗଞ୍ଜାମ,୧୯।୧୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ରମ୍ଭା ଥାନା ୧୬ ନମ୍ବର ଜାତୀୟ ରାଜପଥ ପାର୍ଶ୍ୱ ଏକ ଢାବା ନିକଟରେ ଶନିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।...

ସାବୁନ ବାଣ୍ଟିଲେ ଅଙ୍ଗନୱାଡି, ଆଶାକର୍ମୀ

ଦାରିଙ୍ଗବାଡ଼ି,୬।୪(ଡି.ଏନ.ଏ)-ଲୋକେ ଠିକ ଭାବେ ସାମାଜିକ ଦୂରତ୍ୱ ଅବଲମ୍ବନ କରୁ ନ ଥିବାରୁ କନ୍ଧମାଳ ଏସ୍‌ପି ପ୍ରତୀକ ସିଂଙ୍କ ନିର୍ଦ୍ଦେଶକ୍ରମେ ଦାରିଙ୍ଗବାଡ଼ି ଏବଂ ବ୍ରାହ୍ମଣୀଗାଁ ପୋଲିସ ପକ୍ଷରୁ...

ପାଣିରେ ବୁଡ଼ିି ଜୀବନ ଗଲା

ଖଇରା, ୨୪ା୫(ଡି.ଏନ୍‌.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଗୋବିନ୍ଦପୁର ପଞ୍ଚାୟତ ଚନ୍ଦ୍ରାଟିକିରୀ ଗ୍ରାମର ପ୍ରତାପ ଚନ୍ଦ୍ର ମହାନ୍ତିଙ୍କ ପୁଅ ଓଁକାର(୮) ଶନିବାର ପୋଖରୀ ପାଣିରେ ବୁଡି ପ୍ରାଣ...

ଜମି କିଣାବିକା ଅନୁମତି ଲାଗି ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ଭବାନୀପାଟଣା,୨୨।୧୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ତହସିଲ ଅନ୍ତର୍ଗତ ୧୨ଟି ଗାଁ ଦେଇ ବିଜୁ ଏକ୍ସପ୍ରେସ୍‌ ୱେ ନିର୍ମାଣ ପାଇଁ ଜମି ଅଧିଗ୍ରହଣ କରି ରାସ୍ତା ନିର୍ମାଣ...

ସହର ଉପକଣ୍ଠରେ ଗୋଠଛଡ଼ା ଦନ୍ତା

ବାରିପଦା ଅଫିସ,୨୬ା୧୨: ମୟୂରଭଞ୍ଜ ଜିଲା ବାରିପଦା ସହର ଉପକଣ୍ଠରେ ସୋମବାର ସକାଳେ ଏକ ଗୋଠଛଡ଼ା ଦନ୍ତା ଆତଙ୍କ ସୃଷ୍ଟି କରିଥିଲା। ବାରିପଦା ରେଞ୍ଜ ଅଧୀନ ଭୁଗୁଡ଼ାକଟା...

ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ବାଳକ ମୃତ

ବାଲେଶ୍ୱର ଅଫିସ,୨୮।୫: ସୂବର୍ଣ୍ଣରେଖାରେ ଗାଧୋଇବା ବେଳେ ବୁଡ଼ିଯାଇ ଜଣେ ବାଳକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିଆପାଳ ଥାନା ଅନ୍ତର୍ଗତ ବିଷ୍ଣୁପୁର ଗ୍ରାମର ଶଶିକାନ୍ତ ଦାସଙ୍କ...

ବିଲମାଳରେ ପଡ଼ିଛି ଶିଶୁପୁତ୍ରର ମୃତଦେହ

ବଇଣ୍ଡା,୨୫।୫(ଡି.ଏନ.ଏ.): ଆଠମଲ୍ଲିକ ବ୍ଲକ ପାଇକସାହି ପଞ୍ଚାୟତ କଳାପାଟନାଳୀ ନିକଟସ୍ଥ ଅର୍ପତ ଘାଇ ବିଲମାଳରେ ଶନିବାର ଏକ ନବଜାତ ଶିଶୁ ପୁତ୍ରର ମୃତଦେହ ପଡ଼ିଥିବା ଦେଖିବାକୁ ମିଳିଛି।...

ଖଣିଜ ସାମ୍ପଲିଂ କାର୍ଯ୍ୟାଳୟରୁ ଚୋରି ଅଭିଯୋଗ

ଯୋଡ଼ା,୨୪।୧୧(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଯୋଡ଼ା ସହରର କମାରଯୋଡ଼ାଠାରେ ଥିବା ଏସ୍‌ଜିଏସ୍‌ ଖଣିଜ ସାମ୍ପଲିଂ କାରଖାନା କାର୍ଯ୍ୟାଳୟ ପରିସରରୁ ଶୁକ୍ରବାର ଚୋରି ହୋଇଥିବା ଯୋଡ଼ା ଥାନାରେ ଲିଖିତ...

Advertisement
Archives

Model This Week