ଭାଙ୍ଗିଲା କ୍ରୀଦାଶପୁର କେନାଲ ବନ୍ଧ

ନୟାଗଡ଼,୨୮।୬(ଲୋକନାଥ ମିଶ୍ର): ଜଳସମ୍ପଦ ବିଭାଗର ଖାମଖିଆଲି ନୀତି କାରଣରୁ ନୟାଗଡ଼ ବ୍ଲକ ଡାହୁକାନଦୀର କ୍ରୀଦାଶପୁର କେନାଲର ବନ୍ଧ ଭାଙ୍ଗି ଯାଇଛି । କେନାଲ ବନ୍ଧ ଭାଙ୍ଗିବା କାରଣରୁ ଡାହୁକା ନାଳ ଓ କେନାଲ ଶୁଖିଲା ପଡ଼ିଛି । ବର୍ଷାଋତୁରେ ନାଳ ଓ କେନାଲ ଶୁଖିଲା ପଡିଥିବାରୁ ବର୍ଷା ନ ହେଲେ ଚଳିତ ବର୍ଷ ମରୁଡ଼ିର ଭୟ ଚାଷୀଙ୍କୁ ଘାରିଛି । ପଥର ପ୍ୟାଚିଂ କାମ ଠିକରେ ନ ହେବାରୁ କେନାଲ ବନ୍ଧ ଭାଙ୍ଗି ଗଲା ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନଦୀରେ ବନ୍ୟାଜଳ ଅଧିକ ପ୍ରବାହିତ ହେବା କାରଣରୁ ବନ୍ୟାର ଭୟ ଦେଖା ଦେଇଛି । ବାଲିକୁଦିଆ, ଗଦାଧରପ୍ରସାଦ, ଚମ୍ପତିପୁର ଗଁା ଭିତରେ ବନ୍ୟା ଜଳ ପ୍ରବେଶ କରିପାରେ । ବର୍ଷା ଅଧିକ ହେଲେ ମାଳବନ୍ଧ ଭାଙ୍ଗିବାର ଭୟ ସୃଷ୍ଟି ହୋଇଛି ।
ପ୍ରକାଶ ଯେ, ବାଘୁଆ ନଦୀ ଓ ଲୁଣିଝରା ନଦୀ ମିଳନ ହୋଇ ଯଦୁପୁର ଗଁା ନିକଟରେ ଡାହୁକା ନଦୀ ହୋଇଛି । ଡାହୁକା ନଦୀରେ ଆନିକଟ ହୋଇଥିଲା। ଏହି ଆନିକଟଠାରେ ବରପଲ୍ଲୀ ଓ କ୍ରୀଦାଶପୁର ଅଞ୍ଚଳ ପାଇଁ ୨ଟି କେନାଲ ବ୍ୟବସ୍ଥା ଥିଲା । ନଦୀର ଶଟର ପଡିଲେ ଦୁଇ କେନାଲରେ ପାଣି ଯିବା ପାଇଁ ବ୍ୟବସ୍ଥା ହୋଇଛି। ଆନିକଟଠାରେ ନଦୀ ଗର୍ଭର ବାଲି ଓ ପଟୁମାଟି ପ୍ରାୟ ୪୦ ବର୍ଷ ହେଲା ଜମା ହୋଇ ରହିଥିଲା। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ଓ ପଟୁମାଟି କଢ଼ା ଯାଇ ନ ଥିଲା । ଆନିକଟ ନିକଟରେ ନଦୀ ମଝିରେ ବାଲି ଓ ପଟୁମାଟି ଜମା ହୋଇ ନଦୀପଠା ପୋତି ହୋଇଗଲା । ନଦୀ ପଠା ପୋତି ହୋଇ ଯିବାରୁ ଶଟର ବନ୍ଦ ଥାଇ ମଧ୍ୟ କ୍ରୀଦାଶପୁର ଓ ବରପଲ୍ଲୀ ଅଞ୍ଚଳ ଦେଇ ଯାଇଥିବା କେନାଲରେ ଅଧିକ ନଦୀର ଜଳ ପ୍ରବାହିତ ହୋଇଥିଲା। ନଦୀର ଜଳ ଅଧିକ ଯିବା ଓ କେନାଲ ବନ୍ଧ ମଜଭୁତ ନ ଥିବାରୁ କ୍ରୀଦାଶପୁରକୁ ଯାଇଥିବା କେନାଲ ଓ ପାର୍ଶ୍ୱ (ପରୀ) କେନାଲ ପ୍ରାୟ ୮ଦିନ ତଳେ ଭାଙ୍ଗି ଗଲା । କେନାଲ ପାର୍ଶ୍ୱରେ ପଥର ପ୍ୟାଚିଂ ସତ୍ତ୍ୱେ କେନ୍‌ାଲ ବନ୍ଧ ଭାଙ୍ଗିବା ନିମ୍ନମାନର କାମକୁ ପ୍ରମାଣିତ କରୁଛି । ଅନ୍ୟପକ୍ଷେ କେନାଲର ବନ୍ଧ ଭାଙ୍ଗି ଯିବା ଦ୍ୱାରା ଯଦୁପୁର, ବାରବାଟୀ, ହରିପୁର, ଗଦାଧରପ୍ରସାଦ, ଚମ୍ପତିପୁର ଅଞ୍ଚଳର ଚାଷ ଜମିରେ ପାଣି ମାଡି ମାରୁନି। ସେହିପରି ଡାହୁକା ନଦୀରୁ ବାହାରିଥିବା ଡାହୁକା ନାଳରେ ପାଣି ଯାଉନି । ଡାହୁକା ନାଳରେ ପାଣି ନ ଯିବା ଦ୍ୱାରା ବୋଦାପଡା, ବରପଲ୍ଲୀ, ଲକ୍ଷ୍ମୀପ୍ରସାଦ, ଘଡୁଆଳ, ଇଟାମାଟି, ପଣ୍ଡୁସର ଅଞ୍ଚଳର ଜମିକୁ ମଧ୍ୟ ଅନୁରୂପ ପାଣି ଯାଉ ନାହିଁ । ଏଣୁ ଉପରୋକ୍ତ ଅଞ୍ଚଳରେ ମରୁଡ଼ିର ଭୟ ଘାରିଛି ।
ଏନେଇ ଜଳସମ୍ପଦ ବିଭାଗ ବିଭଗାର କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ ଜାଲି କୁହନ୍ତି, ବାଲିବସ୍ତା ପ୍ୟାକ କରାଯାଇ ଅସ୍ଥାୟୀ ବନ୍ଧ କରାଯାଇଛି । ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ନାହିଁ । ଆଗରୁ ଯେପରି ପାଣି ଯାଉଥିଲା ସେପରି ଯିବ । ସବୁ କିଛି ଠିକ୍‌ଠାକ ହୋଇଯିବ । ଜଣେ ଚାଷୀ ନିଜ ନାମ ଗୋପନ ରଖି କହିଛନ୍ତି, କେନାଲ ବନ୍ଧ ଭାଙ୍ଗିଯିବା ଦ୍ୱାରା ନଦୀ ପାଣି ନଦୀରେ ଗଲା । ନଦୀ ପଠା ଗଁାରେ ବନ୍ୟାର ଭୟ ଦେଖା ଦେବ । ଜଳ ସମ୍ପଦ ପକ୍ଷରୁ ବାଲିବସ୍ତା ପକାଇ ଦେଲେ କାମ ଦେବନି । ବର୍ଷାଋତୁରେ କେନାଲ ଓ ନାଳ ଶୁଖିଲା ପଡିଛି । ମରୁଡ଼ି ସମୟରେ ଜମି ଜଳସେଚିଚତ ହେବାର ଆଶା ନିରର୍ଥକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri