ଭାଙ୍ଗିଲା କ୍ରୀଦାଶପୁର କେନାଲ ବନ୍ଧ

ନୟାଗଡ଼,୨୮।୬(ଲୋକନାଥ ମିଶ୍ର): ଜଳସମ୍ପଦ ବିଭାଗର ଖାମଖିଆଲି ନୀତି କାରଣରୁ ନୟାଗଡ଼ ବ୍ଲକ ଡାହୁକାନଦୀର କ୍ରୀଦାଶପୁର କେନାଲର ବନ୍ଧ ଭାଙ୍ଗି ଯାଇଛି । କେନାଲ ବନ୍ଧ ଭାଙ୍ଗିବା କାରଣରୁ ଡାହୁକା ନାଳ ଓ କେନାଲ ଶୁଖିଲା ପଡ଼ିଛି । ବର୍ଷାଋତୁରେ ନାଳ ଓ କେନାଲ ଶୁଖିଲା ପଡିଥିବାରୁ ବର୍ଷା ନ ହେଲେ ଚଳିତ ବର୍ଷ ମରୁଡ଼ିର ଭୟ ଚାଷୀଙ୍କୁ ଘାରିଛି । ପଥର ପ୍ୟାଚିଂ କାମ ଠିକରେ ନ ହେବାରୁ କେନାଲ ବନ୍ଧ ଭାଙ୍ଗି ଗଲା ବୋଲି ଅଭିଯୋଗ ହୋଇଛି। ଅନ୍ୟପକ୍ଷେ ନଦୀରେ ବନ୍ୟାଜଳ ଅଧିକ ପ୍ରବାହିତ ହେବା କାରଣରୁ ବନ୍ୟାର ଭୟ ଦେଖା ଦେଇଛି । ବାଲିକୁଦିଆ, ଗଦାଧରପ୍ରସାଦ, ଚମ୍ପତିପୁର ଗଁା ଭିତରେ ବନ୍ୟା ଜଳ ପ୍ରବେଶ କରିପାରେ । ବର୍ଷା ଅଧିକ ହେଲେ ମାଳବନ୍ଧ ଭାଙ୍ଗିବାର ଭୟ ସୃଷ୍ଟି ହୋଇଛି ।
ପ୍ରକାଶ ଯେ, ବାଘୁଆ ନଦୀ ଓ ଲୁଣିଝରା ନଦୀ ମିଳନ ହୋଇ ଯଦୁପୁର ଗଁା ନିକଟରେ ଡାହୁକା ନଦୀ ହୋଇଛି । ଡାହୁକା ନଦୀରେ ଆନିକଟ ହୋଇଥିଲା। ଏହି ଆନିକଟଠାରେ ବରପଲ୍ଲୀ ଓ କ୍ରୀଦାଶପୁର ଅଞ୍ଚଳ ପାଇଁ ୨ଟି କେନାଲ ବ୍ୟବସ୍ଥା ଥିଲା । ନଦୀର ଶଟର ପଡିଲେ ଦୁଇ କେନାଲରେ ପାଣି ଯିବା ପାଇଁ ବ୍ୟବସ୍ଥା ହୋଇଛି। ଆନିକଟଠାରେ ନଦୀ ଗର୍ଭର ବାଲି ଓ ପଟୁମାଟି ପ୍ରାୟ ୪୦ ବର୍ଷ ହେଲା ଜମା ହୋଇ ରହିଥିଲା। ତେବେ ଜଳସମ୍ପଦ ବିଭାଗ ପକ୍ଷରୁ ବାଲି ଓ ପଟୁମାଟି କଢ଼ା ଯାଇ ନ ଥିଲା । ଆନିକଟ ନିକଟରେ ନଦୀ ମଝିରେ ବାଲି ଓ ପଟୁମାଟି ଜମା ହୋଇ ନଦୀପଠା ପୋତି ହୋଇଗଲା । ନଦୀ ପଠା ପୋତି ହୋଇ ଯିବାରୁ ଶଟର ବନ୍ଦ ଥାଇ ମଧ୍ୟ କ୍ରୀଦାଶପୁର ଓ ବରପଲ୍ଲୀ ଅଞ୍ଚଳ ଦେଇ ଯାଇଥିବା କେନାଲରେ ଅଧିକ ନଦୀର ଜଳ ପ୍ରବାହିତ ହୋଇଥିଲା। ନଦୀର ଜଳ ଅଧିକ ଯିବା ଓ କେନାଲ ବନ୍ଧ ମଜଭୁତ ନ ଥିବାରୁ କ୍ରୀଦାଶପୁରକୁ ଯାଇଥିବା କେନାଲ ଓ ପାର୍ଶ୍ୱ (ପରୀ) କେନାଲ ପ୍ରାୟ ୮ଦିନ ତଳେ ଭାଙ୍ଗି ଗଲା । କେନାଲ ପାର୍ଶ୍ୱରେ ପଥର ପ୍ୟାଚିଂ ସତ୍ତ୍ୱେ କେନ୍‌ାଲ ବନ୍ଧ ଭାଙ୍ଗିବା ନିମ୍ନମାନର କାମକୁ ପ୍ରମାଣିତ କରୁଛି । ଅନ୍ୟପକ୍ଷେ କେନାଲର ବନ୍ଧ ଭାଙ୍ଗି ଯିବା ଦ୍ୱାରା ଯଦୁପୁର, ବାରବାଟୀ, ହରିପୁର, ଗଦାଧରପ୍ରସାଦ, ଚମ୍ପତିପୁର ଅଞ୍ଚଳର ଚାଷ ଜମିରେ ପାଣି ମାଡି ମାରୁନି। ସେହିପରି ଡାହୁକା ନଦୀରୁ ବାହାରିଥିବା ଡାହୁକା ନାଳରେ ପାଣି ଯାଉନି । ଡାହୁକା ନାଳରେ ପାଣି ନ ଯିବା ଦ୍ୱାରା ବୋଦାପଡା, ବରପଲ୍ଲୀ, ଲକ୍ଷ୍ମୀପ୍ରସାଦ, ଘଡୁଆଳ, ଇଟାମାଟି, ପଣ୍ଡୁସର ଅଞ୍ଚଳର ଜମିକୁ ମଧ୍ୟ ଅନୁରୂପ ପାଣି ଯାଉ ନାହିଁ । ଏଣୁ ଉପରୋକ୍ତ ଅଞ୍ଚଳରେ ମରୁଡ଼ିର ଭୟ ଘାରିଛି ।
ଏନେଇ ଜଳସମ୍ପଦ ବିଭାଗ ବିଭଗାର କନିଷ୍ଠ ଯନ୍ତ୍ରୀ କ୍ଷୀରୋଦ ଜାଲି କୁହନ୍ତି, ବାଲିବସ୍ତା ପ୍ୟାକ କରାଯାଇ ଅସ୍ଥାୟୀ ବନ୍ଧ କରାଯାଇଛି । ମରୁଡ଼ି ପରିସ୍ଥିତି ସୃଷ୍ଟି ହେବ ନାହିଁ । ଆଗରୁ ଯେପରି ପାଣି ଯାଉଥିଲା ସେପରି ଯିବ । ସବୁ କିଛି ଠିକ୍‌ଠାକ ହୋଇଯିବ । ଜଣେ ଚାଷୀ ନିଜ ନାମ ଗୋପନ ରଖି କହିଛନ୍ତି, କେନାଲ ବନ୍ଧ ଭାଙ୍ଗିଯିବା ଦ୍ୱାରା ନଦୀ ପାଣି ନଦୀରେ ଗଲା । ନଦୀ ପଠା ଗଁାରେ ବନ୍ୟାର ଭୟ ଦେଖା ଦେବ । ଜଳ ସମ୍ପଦ ପକ୍ଷରୁ ବାଲିବସ୍ତା ପକାଇ ଦେଲେ କାମ ଦେବନି । ବର୍ଷାଋତୁରେ କେନାଲ ଓ ନାଳ ଶୁଖିଲା ପଡିଛି । ମରୁଡ଼ି ସମୟରେ ଜମି ଜଳସେଚିଚତ ହେବାର ଆଶା ନିରର୍ଥକ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?