କୌପୀନଧାରୀଙ୍କ ଜେଲଭରୋ ଚେତାବନୀ

ଢେଙ୍କାନାଳ ଅଫିସ,୩୦।୧୨: ହାଇକୋର୍ଟଙ୍କ ନିର୍ଦ୍ଦେଶରେ ଢେଙ୍କାନାଳ ଜିଲାର ବିଶ୍ୱପ୍ରସିଦ୍ଧ ମହିମା ଧର୍ମପୀଠ ସ୍ଥଳୀ ଯୋରନ୍ଦା ମହିମା ଗାଦିର ବିବାଦୀୟ ତୃତୀୟ ବେଢ଼ାରୁ କୌପୀନଧାରୀ ମହିମା ସମାଜର ଉପାସନାସ୍ଥଳୀ ଉଚ୍ଛେଦକୁ ମାସେ ବିତିଗଲାଣି। ହେଲେ କୌପୀନଧାରୀଙ୍କ ଦାବିକୁ ଅଣଦେଖା କରାଯାଉଛି। ତେଣୁ ନୀତିକାନ୍ତି ଓ ଉପାସନାରେ ବ୍ୟାଘାତ ସୃଷ୍ଟି ହେଉଥିବା ସତ୍ୟ ଅଲେଖ ମହିମାଧର୍ମ କୌପୀନଧାରୀ ସମିତି ପକ୍ଷରୁ ଅଭିଯୋଗ ହୋଇଛି। ଏହାର ପ୍ରତିକାର କରିବାକୁ ଗୁରୁବାର ୫ ଦଫା ଦାବିରେ ଜିଲାପାଳଙ୍କୁ ଭେଟିଛନ୍ତି ସମାଜର ସାଧୁସନ୍ଥ। ୭ଦିନ ମଧ୍ୟରେ ଏହାର ସମାଧାନ ନ କଲେ ଜେଲଭରୋ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି। ଅନ୍ୟପଟେ ବକ୍କ୍ବଳଧାରୀ ଏବଂ କୌପୀନଧାରୀ ସାଧୁସନ୍ଥମାନେ ଆପୋସ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ଜିଲାପାଳ ନିବେଦନ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ହାଇକୋର୍ଟଙ୍କ ପକ୍ଷରୁ ଗାଦିମନ୍ଦିର ଓ ଶୂନ୍ୟ ମନ୍ଦିରରେ ପୂଜାନୀତି କରିବାକୁ ଉଭୟ ପକ୍ଷରୁ ସମାନ ଅଧିକାର ଦିଆଯାଇଛି। ସେହିପରି ଯୋରନ୍ଦା ଓ ନାଟିମା ମୌଜାରେ ମହିମା ସ୍ବାମୀଙ୍କ ନାମରେ ଥିବା ସମସ୍ତ ଭୂ-ସମ୍ପତ୍ତିରେ କୌପୀନଧାରୀ ମହିମା ସମାଜର ୫୦% ଅଧିକାର ଥିବା ହାଇକୋର୍ଟ କହିଛନ୍ତି। ଏହା ପାଳନ ହେବା ଜରୁରୀ। ଯୋରନ୍ଦାରେ ଥିବା ଖାତା ନଂ. ୪୪୯ର ସମସ୍ତ ଭୂ-ସମ୍ପତ୍ତି ମାଲିକାନାରେ ସଂଶୋଧନ କରି ବକ୍କ୍ବଳଧାରୀ ମହିମା ସମାଜ ନାମ ସହିତ ସଂଯୋଗ କରିବାକୁ ଢେଙ୍କାନାଳ ଉପଜିଲାପାଳଙ୍କ ପାଖରେ ଅପିଲ କରାଯାଇଛି। କିନ୍ତୁ ଏହି ବିବାଦର ଫଇସଲା ହେଉନାହିଁ। ଉଭୟ ପକ୍ଷର ସହମତି ଭିତ୍ତିରେ ଗାଦିମନ୍ଦିର ବେଢ଼ାରେ ଭଙ୍ଗାଯାଇଥିବା ୩ ମନ୍ଦିର ତିଆରି କରିବାକୁ ସ୍ଥାନ ଚିହ୍ନଟ, ଏଥିଲାଗି ଆବଶ୍ୟକ ସହାୟତା ଯୋଗାଇଦେବା, ଏଣିକି ପୀଠରେ କୌଣସି ନିର୍ମାଣ ପୂର୍ବରୁ ଉଭୟ ପକ୍ଷର ସ୍ବୀକୃତି ନେବା ଲାଗି ଦାବି କରାଯାଇଛି। ସମସ୍ୟା ସମାଧାନ ଲାଗି ଗତ ୯ ଏବଂ ୧୦ ତାରିଖରେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ତେଲଙ୍ଗାନା, ଛତିଶଗଡ଼, ଝାଡ଼ଖଣ୍ଡ, ଆସାମର କୌପୀନଧାରୀ ମହିମା ସାଧୁସନ୍ଥମାନେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ। ତଥାପି ସରକାର କୌଣସି ପଦକ୍ଷେପ ନେଉ ନ ଥିବାରୁ ସେମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଆସନ୍ତା ଫେବୃୟାରୀରେ ବିଶ୍ୱ ପ୍ରସିଦ୍ଧ ମାଘମେଳା ରହିଛି। ଏହାପୂର୍ବରୁ ସମସ୍ୟାର ସମାଧାନ କରିବାକୁ ଜିଲାପାଳଙ୍କୁ ଅନୁରୋଧ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁ ମୁହାଁ ନିଆଁକୁ ଆୟତ୍ତ କଲେ କୁନିକୁନି ପିଲା

ପାଟଣା,୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଅଞ୍ଚଳରେ ଦିନକୁ ଦିନ ତାପମାତ୍ରା ବୃଦ୍ଧି ପାଉଛି। ସେହି ଅନୁପାତରେ ପାଟଣା ରେଞ୍ଜରେ ପ୍ରତି ଦିନ ଜଙ୍ଗଲ ନିଆଁ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କଳାହାଣ୍ଡିରେ କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ଏମ୍‌ପି-ବିଧାୟକଙ୍କ ପାଇଁ କଲେ ଭୋଟ୍‌ ନିବେଦନ

ଭବାନୀପାଟଣା,୧ା୫(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ନିର୍ବାଚନ ମଣ୍ଡଳୀର ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଉଦେଶୃଙ୍ଗଠାରେ ବୁଧବାର ଭାଜପାର ପରିବର୍ତ୍ତନ ସଭା ଓ ମିଶ୍ରଣ ପର୍ବ...

କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ ପଡି ବୃଦ୍ଧା ମୃତ

କୋରାପୁଟ,୧ା୫: (ଅମିତାଭ ବେହେରା ) ବୁଧବାର କୋରାପୁଟ ସହରର ହାଟ ପଦା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। କୂଅରୁ ପାଣି କାଢ଼ୁଥିବା ବେଳେ କୂଅରେ...

ପୋର୍ଟ ଭିତରୁ କୋଇଲା ଚାଲାଣ ଘଟଣା: ୫ ଜଣଙ୍କୁ ଗିରଫ କଲା ପୋଲିସ

ପାରାଦୀପ,୧ା୫(ଶରତ ରାଉତ): ପାରାଦୀପ ଆଦର୍ଶଥାନା ପୋଲିସ ୩ ଦିନର ତଦନ୍ତ ପରେ ବୁଧବାର ଚୋରା କୋଇଲା ଟ୍ରକ୍‌ ସମ୍ପର୍କରେ କାର୍ଯ୍ୟାନୁଷ୍ଠାନ ନେଇଛି। କେସ୍‌ ନଂ ୧୨୨/୨୪ରେ...

ବାଇକ୍‌ ସହ ପିଟିହେଲା ବାଇକ୍‌: ୨ ଜଣଙ୍କ ଜୀବନ ଗଲା, ୨ ଆହତ

ଛତ୍ରପୁର,୧ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅନ୍ତର୍ଗତ ବାଟ ଛତ୍ରପୁର ଗ୍ରାମ ନିକଟ କାଜୁ ଫ୍ୟାକ୍ଟରି ସମ୍ମୁଖ ରାଜପଥରେ ବାଇକ୍‌ ସହ ବାଇକ ଧକ୍କାରେ...

ଦଳିତ ପରିବାରରେ କେନ୍ଦ୍ର ମନ୍ତ୍ରୀଙ୍କ ଭୋଜନ

ଭବାନୀପାଟଣା,୧।୫ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଗୋଲାମୁଣ୍ଡା ବ୍ଲକ ଉଦେଶୃଙ୍ଗ ଠାରେ ବୁଧବାର ଭାଜପାର ମିଶ୍ରଣ ପର୍ବରେ କେନ୍ଦ୍ର ମନ୍ତ୍ରୀ ଭୁପେନ୍ଦ୍ର ସିଂହ ଯାଦବ...

ଭାଜପାରେ ଯୋଗଦେଲେ ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ

ସମ୍ବଲପୁର,୧ା୫: ଭାଜପାରେ ଯୋଗ ଦେଇଛନ୍ତି ପୂର୍ବତନ କଂଗ୍ରେସ ଲୋକ ସଭା ପ୍ରାର୍ଥୀ ଦୁଲାଲ ପ୍ରଧାନ। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ‌ଙ୍କ ଉପସ୍ଥିତିରେ ଜିଲା ଭାଜପା କାର୍ଯ୍ୟାଳୟରେ ଅନୁଷ୍ଠିତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri