ଗୋଟିଏ ଦିନପରେ କୋଟିଆରେ ହେଲା ରଥଟଣା: ଯୋଗ ଦେଲେ ପଟ୍ଟାଙ୍ଗି ବିଧାୟକଙ୍କ ସହ…

ପଟ୍ଟାଙ୍ଗି,୧୭।୭(ଶରତ କୁମାର ଧଳ): ସାରା ରାଜ୍ୟରେ ଗୋଟିଏ ଦିନରେ ରଥଯାତ୍ରା ବା ରଥଟଣା ହେଉଥିବା ବେଳେ ରାଜ୍ୟର କିଛି ସ୍ଥାନରେ ଦିନକ ପରେ ରଥଯାତ୍ରା ବା ରଥଟଣା ହୋଇଥାଏ । ସେଥିମଧ୍ୟରୁ କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନରେ ରହିଥିବା କୋଟିଆ ପଞ୍ଚାୟତରେ ଗୁରୁବାର ପ୍ରଭୁ ଜଗନ୍ନାଥ , ବଳଭଦ୍ର ଏବଂ ଦେବୀ ସୁଭଦ୍ରାଙ୍କୁ ପୂଜାର୍ଚ୍ଚନା ପରେ ପହଣ୍ଡି କରି ରଥ ଉପରକୁ ଅଣାଯାଇଥିଲା । ଯାହା ରୀତିନୀତି ଅନୁସାରେ ଶୁକ୍ରବାର ରଥଟଣା କାର୍ଯ୍ୟ ହୋଇଥିଲା। ଏଥିରେ
ଶାବର ଶ୍ରୀକ୍ଷେତ୍ର ପୂଜକ ପ୍ରଶାନ୍ତ କୁମାର ପଣ୍ଡା ଏବଂ କୋଟିଆ ଜଗନ୍ନାଥଙ୍କ ନିତିଦିନ ପୂଜକ ମୁଗୁରୀ ତାଡିଙ୍ଗିଙ୍କ ଦ୍ୱାରା ରଥ ଉପରେ ପୂଜାର୍ଚ୍ଚନା ହେବା ପରେ ରଥଟଣା କାର୍ଯ୍ୟରେ ଯୋଗ ଦେଇଥିବା ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ , କୋରାପୁଟ ବିଧାୟକ ରଘୁରାମ ମାଛ , ପୂର୍ବତନ ସାଂସଦ ଜୟରାମ ପାଙ୍ଗି , ପୂର୍ବତନ ବିଧାୟକ ପ୍ରୀତମ ପାଢୀ , ବ୍ଲକ ଅଧ୍ୟକ୍ଷା କଳ୍ପନା ପାଙ୍ଗି , ସରପଞ୍ଚ ଲିଉ ଗେମେଲ , ଜିଲା ପରିଷଦ ସଭ୍ୟ ଲଇଚନ ଖରା , ସମିତି ସଭ୍ୟା ଅମ୍ବିକା ପାଙ୍ଗି , ଅବସରପ୍ରାପ୍ତ ଜିଲାପାଳ ଗଦାଧର ପରିଡ଼ା , ଭାଜପା ରାଜ୍ୟ ଆଦିବାସୀ ମୋର୍ଚ୍ଚା ଉପସଭାପତି ଚୈତନ୍ୟ ନନ୍ଦିବାଲି ପ୍ରମୁଖ ଯୋଗଦେଇ ପ୍ରଭୁ ଜଗନ୍ନାଥଙ୍କୁ ଦର୍ଶନ କରି ପୂଜା କରିବା ପରେ ପଞ୍ଚାୟତର କିଛି ମାନ୍ୟଗଣ୍ୟଙ୍କୁ ରଥ ଉପରେ ଉତ୍ତରୀୟ ଦେଇ ସମ୍ମାନିତ କରାଯାଇଥିଲା । ଏହା ପରେ ରାଜାଙ୍କ ଛେରାପହଁରା କାର୍ଯ୍ୟ ପୂର୍ବତନ ସରପଞ୍ଚ ସିଧେଶ୍ୱର ଗେମେଲଙ୍କ ଦ୍ୱାରା କରାଯିବାପରେ ଉପରୋକ୍ତ ଅତିଥିଙ୍କ ସମେତ ଜିଲାପାଳ ମନୋଜ ସତ୍ୟବାନ ମହାଜନ , ଜିଲା ଆରକ୍ଷୀ ଅଧିକ୍ଷକ ରୋହିତ ବର୍ମା , ସିଡିପିଓ ବେଣୁଧର ଶବର , ଏଡିଏମ , ସୁନାବେଡା ଏସଡିପିଓ ସୁମିତ୍ରା ଜେନା , ତହସିଲଦାର ଦେବେନ୍ଦ୍ର ବାହାଦୂର ସିଂ ଧାରୁଆ ପ୍ରମୁଖଙ୍କ ସହ ବ୍ଲକ କାର୍ଯ୍ୟାଳୟ କର୍ମଚାରୀ ଏବଂ ସୀମାନ୍ତବାସୀ ମିଳିମିଶି ରଥ ଟାଣି ଅଙ୍ଗନବାଡ଼ି କେନ୍ଦ୍ରରେ ହୋଇଥିବା ଗୁଣ୍ଡିଚା ମନ୍ଦିର ବା ମାଉଁସି ମା’ଘରେ ରଥ ପହଞ୍ଚାଇଥିଲେ । ପଞ୍ଚାୟତରେ ରଥଟଣା କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ପୋଲିସ ପ୍ରଶାସନ ପକ୍ଷରୁ କୋଟିଆ , ପଟ୍ଟାଙ୍ଗି , ସେମିଳିଗୁଡା , ସୁନାବେଡା ଥାନାଧିକାରୀ ଯୋଗଦେଇ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିଥିଲେ । ସେପଟେ ଜିଲା ତଥା ରାଜ୍ୟର ଏକ ସୀମା ବିବାଦୀୟ ପଞ୍ଚାୟତରେ ମହାଆଡମ୍ବରରେ ରଥଟଣା କାର୍ଯ୍ୟରେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ପୂର୍ବ ସୂଚନା ଦେବାରେ ବ୍ଲକ ପ୍ରଶାସନ କୁଣ୍ଠାବୋଧ କରିଥିଲେ ମଧ୍ୟ ଜିଲା ଓ ବ୍ଲକର ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ରଥଯାତ୍ରା ସମ୍ପର୍କରେ ଖବର ସଂଗ୍ରହ କରିବାରେ ପଛାଇନଥିଲେ। ବ୍ଲକ ପ୍ରଶାସନର ଏହିପରି କୁଣ୍ଠାବୋଧ ଉପରେ ଜିଲା ପ୍ରଶାସନ ଦୃଷ୍ଟି ଦେବା ଆବଶ୍ୟକ ରହିଛି ବୋଲି ମତପ୍ରକାଶ ପାଇଛି ।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଜାଲରେ ଫସିଥିଲା ବିରାଟକାୟ ଅଜଗର, ବନବିଭାଗ କର୍ମଚାରୀ ପହଞ୍ଚିବା ପରେ…

ପାଟଣା,୨ା୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅଧୀନ ମୂଷାପଡ଼ା ଗାଁର ଭରତ ନାଏକଙ୍କ ବଗିଚାରେ ଲାଗିଥିବା ଜାଲରୁ ବୁଧବାର ପୂର୍ବାହ୍ନରେ ଏକ ୬ ଫୁଟ ଲମ୍ବର…

ଫର୍ଚୁନରରୁ ଓହ୍ଲାଇ ରାସ୍ତାରେ ଝାଡୁ ଲଗାନ୍ତି ଏହି ସଫେଇ କର୍ମଚାରୀ, ଗାଡି କିଣି ସମସ୍ତଙ୍କୁ କରିଦେଲେ ଆଶ୍ଚର୍ଯ୍ୟ!

ନୂଆଦିଲ୍ଲୀ,୨।୯: ସଫଳତାର କାହାଣୀ ଶୁଣିବାକୁ ସମସ୍ତଙ୍କୁ ଭଲ ଲାଗେ। କିନ୍ତୁ ନିଜ ପରିଶ୍ରମରେ ଶୂନ୍ୟରୁ ଶିଖରରେ ପହଞ୍ଚିବା ଲୋକ ବହୁତ କମ୍‌। ଏମିତି ଜଣେ ପରିଶ୍ରମୀ ବ୍ୟକ୍ତି…

ଏକାଠି ହେଲେ ଓଡ଼ିଶା ଡ୍ରାଇଭର ମହାସଂଘ: ଉତ୍ସାହର ସହ…

ଥୁଆମୂଳ ରାମପୁର,୨।୯(ଦୁର୍ଗା କୀର୍ତ୍ତି): ସାରା ରାଜ୍ୟର ୩୦ଟି ଜିଲା ଓ ୩୧୪ଟି ବ୍ଲକରେ ଓଡ଼ିଶା ଡ୍ରାଇଭର ମହାସଂଘ ସକ୍ରିୟ ଭାବେ କାର୍ଯ୍ୟ କରୁଥିବା ବେଳେ ୨୦୨୧ ମସିହାରେ…

ଗାଡ଼ି ଚାଳକଙ୍କ ପାଇଁ ବଡ଼ ଘୋଷଣା କଲେ ରାଜ୍ୟ ସରକାର: କମିଲା PUCC ଫାଇନ୍‌

ଭୁବନେଶ୍ୱର, ୨।୯: ଗାଡ଼ି ଚାଳକଙ୍କ ପାଇଁ ବଡ଼ ଆଶ୍ୱସ୍ତିକର ଖବର। PUCC ଜରିମାନା କମାଇଲେ ରାଜ୍ୟ ସରକାର। ପ୍ରଦୂଷଣ ସାର୍ଟିଫିକେଟ ନ ଥିଲେ କଟାଯାଉଥିବା ୧୦ ହଜାର…

ଭୁଲରେ ବି ଏହି ଲୋକ ରଖନ୍ତୁନି ଜନ୍ମାଷ୍ଟମୀ ବ୍ରତ? ଉପବାସ ପୂର୍ବରୁ ଜାଣନ୍ତୁ ଜରୁରୀ କଥା…

ବୈଦିକ ପଞ୍ଜିକା ଅନୁଯାୟୀ, ସେପ୍ଟେମ୍ୱର ୪ ତାରିଖରେ ଦେଶବ୍ୟାପୀ ଉତ୍ସାହର ସହ ଜନ୍ମାଷ୍ଟମୀ (Janmashtami 2026) ପର୍ୱ ପାଳିତ ହେବ। ଏହି ଦିନ ଭଗବାନ ଶ୍ରୀକୃଷ୍ଣଙ୍କ ପୂଜା-ଆରାଧନା…

ଆଉ ଚାଲିବନି ବାହାନା! ଖେଳାଳିଙ୍କ ପାଇଁ BCCIର କଡ଼ା ନିୟମ, ବଦଳିଲା…

ନୂଆଦିଲ୍ଲୀ,୨।୯: ଆଫଗାନିସ୍ତାନ ବିପକ୍ଷ ୩ ମ୍ୟାଚରେ ଟି-୨୦ ସିରିଜ ପାଇଁ ଟିମ ଇଣ୍ଡିଆ ଘୋଷଣା ହୋଇସାରିଛି। ତେବେ ଏହି ଚୟନ ସହ କିଛି ଖେଳାଳିଙ୍କ ପାଇଁ ଫିଟନେସ୍‌କୁ…

ଜନ୍ମାଷ୍ଟମୀରେ ମହାଲକ୍ଷ୍ମୀ ରାଜଯୋଗ: ସେପ୍ଟେମ୍ୱର ୪ରୁ ଗରିବ ରହିବେନି ୪ ରାଶି, ବଢିବ ଆୟ…

ଏହି ବର୍ଷ ଜନ୍ମାଷ୍ଟମୀ ପର୍ୱ ସେପ୍ଟେମ୍ୱର ୪ ତାରିଖରେ ପାଳନ କରାଯିବ। ଭଗବାନ ଶ୍ରୀକୃଷ୍ଣଙ୍କ ଜନ୍ମୋତ୍ସବ ‘ଜନ୍ମାଷ୍ଟମୀ’ର ପବିତ୍ର ପର୍ୱର ଠିକ ପରଦିନ, ଅର୍ଥାତ ସେପ୍ଟେମ୍ୱର ୫…

କାଶତଣ୍ଡି ଫୁଲରେ ସୁଶୋଭିତ ଅଞ୍ଚଳ: ଖିଲି ଖିଲି ହସରେ ମା’ଙ୍କୁ କରୁଛି ନିମନ୍ତ୍ରଣ

କେସିଙ୍ଗା,୨।୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ବୋରିଆ ଗ୍ରାମ ନିକଟରେ ଥିବା ତେଲନଦୀ ପାର୍ଶ୍ୱରେ ଶୋଭାପାଉଛି କାଶତଣ୍ଡି ଫୁଲ। ଏପଟେ ଭଲ ବର୍ଷା ଯୋଗୁ ଧାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri