ଆନ୍ଧ୍ରର ନୂଆ ଜିଲାରେ କୋଟିଆ

ପଟ୍ଟାଙ୍ଗୀ,୪ା୪(ଡି.ଏନ୍‌.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶର ୧୩ ଜିଲାକୁ ଭାଗ କରାଯାଇ ୨୬ ଜିଲା ଗଠନ କରାଯାଇଛି। ତେବେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନବଗଠିତ ‘ପାର୍ବତୀପୁରମ୍‌ ମାନ୍ୟମ୍‌’ ଜିଲାରେ ରଖାଯାଇଛି। କୋଟିଆକୁ ନେଇ ଦୁଇ ରାଜ୍ୟରେ ମଧ୍ୟରେ ସୀମା ବିବାଦ ଦୀର୍ଘବର୍ଷ ଧରି ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକରେ କୋଟିଆ ପଞ୍ଚାୟତ ରହିଥିବାବେଳେ ଆନ୍ଧ୍ର ତାହାକୁ ପଞ୍ଚାୟତ ଭାବେ ପୂର୍ବରୁ ବିଜୟନଗରମ ଜିଲା ପାର୍ବତୀପୁରମ୍‌ ଉପଖଣ୍ଡର ସାଲୁର ମଣ୍ଡଳମ୍‌(ବ୍ଲକ) ରଖିଥିଲା।
ସୂଚନାଯୋଗ୍ୟ, ୨୦୧୪ ଜୁନ୍‌ ୨ରେ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟରେ ବିଭକ୍ତ ହୋଇଥିଲା। ୩୩ ଜିଲାକୁ ନେଇ ତେଲଙ୍ଗାନା ରାଜ୍ୟ ଘୋଷଣା କରାଯାଇ ହାଇଦ୍ରାବାଦକୁ ଏହାର ରାଜଧାନୀ କରାଯାଇଥିଲା। ସେହିପରି ଆନ୍ଧ୍ରପ୍ରଦେଶରେ ୧୩ ଜିଲାକୁ ଅନ୍ତର୍ଭୁକ୍ତ କରାଯାଇ ଅମରାବତୀକୁ ରାଜଧାନୀ କରାଯାଇଥିଲା। ଏହାପରେ ଆନ୍ଧ୍ର ଏକ ଛୋଟ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିଥିଲା। ଏବେ ଆନ୍ଧ୍ର ସରକାର ଆଉ ୧୩ଟି ନୂତନ ଜିଲା ଗଠନ କରି ରାଜ୍ୟରେ ଜିଲା ସଂଖ୍ୟା ୨୬କୁ ବଢ଼ାଇଛନ୍ତି। ନୂତନ ଜିଲା ମଧ୍ୟରେ ଓଡ଼ିଶା ସୀମାନ୍ତ ପାର୍ବତୀପୁରମ୍‌ ଉପଖଣ୍ଡକୁ ‘ପାର୍ବତୀପୁରମ୍‌ ମାନ୍ୟମ’ ଜିଲା କରାଯାଇଛି। ତେଲୁଗୁ ଭାଷାରେ ମାନ୍ୟମର ଅର୍ଥ ପଛୁଆ। ଏହି ନୂତନ ଜିଲା ଗଠନ ବିଷୟରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରବିବାର ଗେଜେଟ୍‌ ନୋଟିଫକେଶନ ଜାରି ହୋଇଛି। ଏପରି କି ଆନ୍ଧ୍ର ପକ୍ଷରୁ ପାର୍ବତୀପୁରମ୍‌ ମାନ୍ୟମ ଜିଲାପାଳ ଭାବେ ନିଶାନ୍ତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ବିଦ୍ୟାସାଗର ନାଇଡ଼ୁଙ୍କୁୁ ନୂତନ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

ସୋମବାର ସକାଳ ୯ଟାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସମସ୍ତ ୨୬ ଜିଲାକୁ ନେଇ ବିଧିବଦ୍ଧ ଘୋଷଣା କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଥାଉ କି, ଆନ୍ଧ୍ର ସରକାର ଓଡ଼ିଶାର ୨୧ଟି ସୀମାନ୍ତ ଗ୍ରାମକୁ ନେଇ ୩ ପଞ୍ଚାୟତ ଯଥା ଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରି ଗଠନ କରିଛନ୍ତି। ଏହି ପଞ୍ଚାୟତବାସୀ ବିଜୟନଗର ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ବାକୁ ପୂର୍ବରୁ ଅନେକ ଦୂର ହେଉଥିଲା। ବର୍ତ୍ତମାନ ନୂତନ ଜିଲା ଘୋଷଣା ପରେ ଉପରୋକ୍ତ ୩ ପଞ୍ଚାୟତବାସୀଙ୍କୁ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ବା ସହଜ ହୋଇପାରିବ ବୋଲି ଆନ୍ଧ୍ରର ଗଞ୍ଜେଇପଦର ସରପଞ୍ଚ ଦିବାକର ଗେମେଲ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର କୋଟିଆ ପଞ୍ଚାୟତର ସରପଞ୍ଚ ଲିୟୁ ଗେମେଲ କହିଛନ୍ତି ଯେ, ଆମ ପଞ୍ଚାୟତକୁ ନେଇ ଆନ୍ଧ୍ର ସରକାର ଯେତେ ଯୋଜନା କଲେ ମଧ୍ୟ କିଛି ଫରକ ପଡ଼ିବନାହିଁ। କୋଟିଆ ପଞ୍ଚାୟତରେ ଯେତେ ସବୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ସବୁ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଛି। ଆଗକୁ ମଧ୍ୟ ଉନ୍ନୟମୂଳକ କାର୍ଯ୍ୟ ଜାରି ରହିବ ବୋଲି ଲିୟୁ କହିିଛନ୍ତି। ସେହିପରି ନବ ନିର୍ବାଚିତ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ ଏବଂ ସମିତିସଭ୍ୟା ଅମ୍ବିକା ପାଙ୍ଗି ମଧ୍ୟ ଅନୁରୂପ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri