ଆନ୍ଧ୍ରର ନୂଆ ଜିଲାରେ କୋଟିଆ

ପଟ୍ଟାଙ୍ଗୀ,୪ା୪(ଡି.ଏନ୍‌.ଏ.): ପଡ଼ୋଶୀ ଆନ୍ଧ୍ରପ୍ରଦେଶର ୧୩ ଜିଲାକୁ ଭାଗ କରାଯାଇ ୨୬ ଜିଲା ଗଠନ କରାଯାଇଛି। ତେବେ ଓଡ଼ିଶା-ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତକୁ ନବଗଠିତ ‘ପାର୍ବତୀପୁରମ୍‌ ମାନ୍ୟମ୍‌’ ଜିଲାରେ ରଖାଯାଇଛି। କୋଟିଆକୁ ନେଇ ଦୁଇ ରାଜ୍ୟରେ ମଧ୍ୟରେ ସୀମା ବିବାଦ ଦୀର୍ଘବର୍ଷ ଧରି ଲାଗିରହିଛି। ଓଡ଼ିଶାର କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକରେ କୋଟିଆ ପଞ୍ଚାୟତ ରହିଥିବାବେଳେ ଆନ୍ଧ୍ର ତାହାକୁ ପଞ୍ଚାୟତ ଭାବେ ପୂର୍ବରୁ ବିଜୟନଗରମ ଜିଲା ପାର୍ବତୀପୁରମ୍‌ ଉପଖଣ୍ଡର ସାଲୁର ମଣ୍ଡଳମ୍‌(ବ୍ଲକ) ରଖିଥିଲା।
ସୂଚନାଯୋଗ୍ୟ, ୨୦୧୪ ଜୁନ୍‌ ୨ରେ ଆନ୍ଧ୍ରପ୍ରଦେଶ ଦୁଇ ରାଜ୍ୟରେ ବିଭକ୍ତ ହୋଇଥିଲା। ୩୩ ଜିଲାକୁ ନେଇ ତେଲଙ୍ଗାନା ରାଜ୍ୟ ଘୋଷଣା କରାଯାଇ ହାଇଦ୍ରାବାଦକୁ ଏହାର ରାଜଧାନୀ କରାଯାଇଥିଲା। ସେହିପରି ଆନ୍ଧ୍ରପ୍ରଦେଶରେ ୧୩ ଜିଲାକୁ ଅନ୍ତର୍ଭୁକ୍ତ କରାଯାଇ ଅମରାବତୀକୁ ରାଜଧାନୀ କରାଯାଇଥିଲା। ଏହାପରେ ଆନ୍ଧ୍ର ଏକ ଛୋଟ ରାଜ୍ୟ ଭାବେ ପରିଚୟ ସୃଷ୍ଟି କରିଥିଲା। ଏବେ ଆନ୍ଧ୍ର ସରକାର ଆଉ ୧୩ଟି ନୂତନ ଜିଲା ଗଠନ କରି ରାଜ୍ୟରେ ଜିଲା ସଂଖ୍ୟା ୨୬କୁ ବଢ଼ାଇଛନ୍ତି। ନୂତନ ଜିଲା ମଧ୍ୟରେ ଓଡ଼ିଶା ସୀମାନ୍ତ ପାର୍ବତୀପୁରମ୍‌ ଉପଖଣ୍ଡକୁ ‘ପାର୍ବତୀପୁରମ୍‌ ମାନ୍ୟମ’ ଜିଲା କରାଯାଇଛି। ତେଲୁଗୁ ଭାଷାରେ ମାନ୍ୟମର ଅର୍ଥ ପଛୁଆ। ଏହି ନୂତନ ଜିଲା ଗଠନ ବିଷୟରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ରବିବାର ଗେଜେଟ୍‌ ନୋଟିଫକେଶନ ଜାରି ହୋଇଛି। ଏପରି କି ଆନ୍ଧ୍ର ପକ୍ଷରୁ ପାର୍ବତୀପୁରମ୍‌ ମାନ୍ୟମ ଜିଲାପାଳ ଭାବେ ନିଶାନ୍ତ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ସେହିପରି ବିଦ୍ୟାସାଗର ନାଇଡ଼ୁଙ୍କୁୁ ନୂତନ ଏସ୍‌ପି ଭାବେ ନିଯୁକ୍ତି ମିଳିଛି।

ସୋମବାର ସକାଳ ୯ଟାରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡି ସମସ୍ତ ୨୬ ଜିଲାକୁ ନେଇ ବିଧିବଦ୍ଧ ଘୋଷଣା କରିବା କାର୍ଯ୍ୟକ୍ରମ ରହିଛି। ସୂଚନାଥାଉ କି, ଆନ୍ଧ୍ର ସରକାର ଓଡ଼ିଶାର ୨୧ଟି ସୀମାନ୍ତ ଗ୍ରାମକୁ ନେଇ ୩ ପଞ୍ଚାୟତ ଯଥା ଗଞ୍ଜେଇପଦର, ଫଗୁଣସିନେରି ଓ ଫାଟୁସିନେରି ଗଠନ କରିଛନ୍ତି। ଏହି ପଞ୍ଚାୟତବାସୀ ବିଜୟନଗର ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ବାକୁ ପୂର୍ବରୁ ଅନେକ ଦୂର ହେଉଥିଲା। ବର୍ତ୍ତମାନ ନୂତନ ଜିଲା ଘୋଷଣା ପରେ ଉପରୋକ୍ତ ୩ ପଞ୍ଚାୟତବାସୀଙ୍କୁ ଜିଲା ପ୍ରଶାସନ ନିକଟରେ ପହଞ୍ଚତ୍ବା ସହଜ ହୋଇପାରିବ ବୋଲି ଆନ୍ଧ୍ରର ଗଞ୍ଜେଇପଦର ସରପଞ୍ଚ ଦିବାକର ଗେମେଲ କହିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାର କୋଟିଆ ପଞ୍ଚାୟତର ସରପଞ୍ଚ ଲିୟୁ ଗେମେଲ କହିଛନ୍ତି ଯେ, ଆମ ପଞ୍ଚାୟତକୁ ନେଇ ଆନ୍ଧ୍ର ସରକାର ଯେତେ ଯୋଜନା କଲେ ମଧ୍ୟ କିଛି ଫରକ ପଡ଼ିବନାହିଁ। କୋଟିଆ ପଞ୍ଚାୟତରେ ଯେତେ ସବୁ ଉନ୍ନୟନମୂଳକ କାର୍ଯ୍ୟ ହୋଇଛି ସବୁ ଓଡ଼ିଶା ସରକାରଙ୍କ ପକ୍ଷରୁ କରାଯାଇଛି। ଆଗକୁ ମଧ୍ୟ ଉନ୍ନୟମୂଳକ କାର୍ଯ୍ୟ ଜାରି ରହିବ ବୋଲି ଲିୟୁ କହିିଛନ୍ତି। ସେହିପରି ନବ ନିର୍ବାଚିତ ଜିଲା ପରିଷଦ ସଭ୍ୟା ଟିକାଇ ଗେମେଲ ଏବଂ ସମିତିସଭ୍ୟା ଅମ୍ବିକା ପାଙ୍ଗି ମଧ୍ୟ ଅନୁରୂପ ମତ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri