ବଢୁଛି ମହିଳା ଅପରାଧୀଙ୍କ ସଂଖ୍ୟା

ଯାଜପୁର ଅଫିସ,୪ା୪: ରାଜ୍ୟରେ ମହିଳା ଅପରାଧୀଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି ା ସେମାନେ ବିଭିନ୍ନ ଅପରାଧରେ ଅଭିଯୁକ୍ତ ସାବ୍ୟସ୍ତ ହୋଇ ଜେଲ୍‌କୁ ଆସୁଛନ୍ତି ା ୨୦୧୦ରୁ ଅଦ୍ୟାବଧି ଦୋଷୀ ସାବ୍ୟସ୍ତ ଓ ବିଚାରାଧୀନ ଭାବେ ୭୬୨୨ ଜଣ ମହିଳା କଏଦୀ ରାଜ୍ୟର ୮୭ କାରାଗାରରେ ଅଛନ୍ତି। ସେମାନଙ୍କ ମଧ୍ୟରୁ ୧୪୩୧ ଜଣ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ୬୧୯୧ ବିଚାରାଧୀନ କଏଦୀ ଭାବେ ଜେଲରେ ଦିନ କାଟୁଛନ୍ତି। ୨୦୧୦ରେ ରାଜ୍ୟର ବିଭିନ୍ନ ଜେଲରେ ସମୁଦାୟ ୪୯୦ ଜଣ ମହିଳା କଏଦୀ ଥିଲେ ା ୨୮ା୨ା୨୦୨୨ ସୁଦ୍ଧା ସେହି ସଂଖ୍ୟା ବୃଦ୍ଧି ପାଇ ୭୦୪ରେ ପହଞ୍ଚିଛି। ଅର୍ଥାତ୍‌ ଗତ ୧୨ ବର୍ଷରେ ୨୧୪ ଜଣ ମହିଳା ଅପରାଧୀଙ୍କ ସଂଖ୍ୟା ବଢିଛି। ଏହାସହ ଗତ ଫେବୃୟାରୀ ୨୮ ସୁଦ୍ଧା ୩୬ ଜଣ ମାଆ ଏବଂ ୦ ରୁ ୬ ବର୍ଷ ପର୍ଯ୍ୟନ୍ତ ୩୮ ଜଣ ଶିଶୁ ଜେଲରେ ଅଛନ୍ତି। ଚଳିତ ବିଧାନସଭାରେ ବିଧାୟକ ମୋହନଚରଣ ମାଝୀଙ୍କ ଏକ ପ୍ରଶ୍ନର ଉତ୍ତରରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଏହି ତଥ୍ୟ ଉପସ୍ଥାପନ କରିଛନ୍ତି ା ବିଶେଷକରି ସାଇବର ଅପରାଧ ସମେତ ଚୋରି, ହତ୍ୟା ଆଦି ମାମଲାରେ ମହିଳାମାନଙ୍କ ସମ୍ପୃକ୍ତି ରହୁଥିବା ମତପ୍ରକାଶ ପାଇଛି।
ଦିନଥିଲା ନାରୀମାନେ ସାମାଜିକ ବାସନ୍ଦ ଡରରେ ମୁହଁ ଖୋଲି ପାରୁ ନ ଥିଲେ। ଯେତେ ଆଇନ ପ୍ରଣୟନ ଓ ସଚେତନତା କାର୍ଯ୍ୟକ୍ରମ କରାଯାଉଥିଲେ ମଧ୍ୟ ନାରୀ ନିର୍ଯାତନା କମୁ ନ ଥିଲା। ଏବେ ନାରୀମାନେ କ୍ରମଶଃ ଶିକ୍ଷିତ ଓ ସଚେତନଶୀଳ ହେବାରେ ଲାଗିଛନ୍ତି। ନାରୀମାନଙ୍କ ସାକ୍ଷରତା ହାର ମଧ୍ୟ ଆଶାନୁରୂପ ଭାବେ ବୃଦ୍ଧି ପାଇଛି ା ତେବେ ଉଚ୍ଚଶିକ୍ଷିତ ମହିଳାମାନଙ୍କ ମଧ୍ୟରେ ବେକାରି ସମସ୍ୟା ଉଗ୍ରରୂପ ନେଇଛି। ରାଜ୍ୟରେ ଶତାଧିକ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇଥିଲେ ମଧ୍ୟ ସେଠାରେ ମହିଳା ନିଯୁକ୍ତି ସଂଖ୍ୟା ନଗଣ୍ୟ। ଯେଉଁ କେତେଜଣ ଶିକ୍ଷିତ ମହିଳା ନିଯୁକ୍ତି ପାଉଛନ୍ତି ସେମାନଙ୍କ ମଧ୍ୟରେ ଅଧିକାଂଶ ରାଜ୍ୟ ବାହାରର ବୋଲି ଅଭିଯୋଗ ହେଉଛି। ଏଭଳିସ୍ଥିତିରେ ଶିକ୍ଷିତ ବେକାର ଯୁବତୀମାନଙ୍କ ମଧ୍ୟରୁ କେତେଜଣ ସାଇବର ଅପରାଧରେ ଜଡିତ ରହୁଛନ୍ତି। ବିଭିନ୍ନ ସୋସିଆଲ ମିଡିଆରେ ନକଲି ଆଇଡି ତିଆରି କରି ଲୋକଙ୍କୁ ଠକିବା ଏବେ ସାଧାରଣ କଥା ହୋଇଛି। ଏପରିକି ଲୋକଙ୍କୁ ଫୋନ କରି ବିଭିନ୍ନ ଆଳ ଦେଖାଇ ଆକାଉଣ୍ଟରୁ ଟଙ୍କା ଗାଏବ କରିବା ଅଭିଯୋଗ ଏବେ ଚିନ୍ତାର କାରଣ ହୋଇଛି। କେବଳ ସେତିକି ନୁହେଁ ଯୁବତୀ, ମହିଳାମାନେ ଡ୍ରଗ୍ସ ବେପାର ଏବଂ ଦୋକାନରୁ ସୁନା ଗହଣା ସହ ବିଭିନ୍ନ ମୂଲ୍ୟବାନ ସାମଗ୍ରୀ ଚୋରି କରୁଥିବା ନେଇ ଖବର ଶୁଣିବାକୁ ମିଳୁଛି। ଏହିକ୍ରମରେ ମହିଳା ଅପରାଧୀଙ୍କ ସଂଖ୍ୟା ବଢି ଚାଲିଛି। ବିଶେଷକରି ମୟୂରଭଞ୍ଜ, ବ୍ରହ୍ମପୁର, କଟକ, ବାଲେଶ୍ୱର, ଖୋର୍ଦ୍ଧା, ସୁନ୍ଦରଗଡ଼, କଳାହାଣ୍ଡି, ବଲାଙ୍ଗୀର, ଭଦ୍ରକ ଆଦି ଜିଲାରେ ମହିଳା ଅପରାଧୀଙ୍କ ସଂଖ୍ୟା ଅଣାୟତ୍ତ ହେବାରେ ଲାଗିଛି।
ରିପୋର୍ଟ ଅନୁସାରେ ୨୦୧୦ରେ ୪୯୦, ୨୦୧୧ରେ ୪୪୩, ୨୦୧୨ରେ ୪୭୬, ୨୦୧୩ରେ ୬୪୧, ୨୦୧୪ରେ ୫୩୮, ୨୦୧୫ରେ ୬୪୨, ୨୦୧୬ରେ ୫୩୮, ୨୦୧୭ରେ ୫୬୦, ୨୦୧୮ରେ ୬୦୪, ୨୦୧୯ରେ ୫୮୭, ୨୦୨୦ରେ ୬୬୦, ୨୦୨୧ରେ ୭୩୯ ଏବଂ ୨୦୨୨ରେ ଗତ ଫେବୃୟାରୀ ସୁଦ୍ଧା ୭୦୪ ଜଣ ମହିଳା ଅପରାଧୀ ରାଜ୍ୟର ବିଭିନ୍ନ ଜେଲରେ ରହୁଛନ୍ତି। କୌଣସି ମହିଳା କଏଦୀ ଜେଲକୁ ଆସିବା ପରେ ଗର୍ଭବତୀ ହୋଇନାହାନ୍ତି। ୨୦୧୩ରେ ମହିଳା କଏଦୀମାନଙ୍କ ମଧ୍ୟରୁ ଜେଲ କର୍ମଚାରୀଙ୍କ ଦ୍ୱାରା ଅସଦାଚରଣ, ଯୌନ ନିର୍ଯାତନାର ଶିକାର ହୋଇଥିବା ଏକମାତ୍ର ଅଭିଯୋଗ ହୋଇଥିଲା। ଏ ସଂକ୍ରାନ୍ତରେ ଜାତୀୟ ମାନବାଧିକାର ଆୟୋଗଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ କରାଯାଇ ସରକାରଙ୍କ ତରଫରୁ ଅଭିଯୋଗକାରିଣୀଙ୍କୁ ୧ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଥିଲା।
ସୂଚନାଯୋଗ୍ୟ, ରାଜ୍ୟରେ ୯୨ଟି ଜେଲ ରହିଛି। ସେଥିମଧ୍ୟରୁ ୫ ସର୍କଲ ଜେଲ, ୯ ଡିଷ୍ଟ୍ରିକ୍ଟ ଜେଲ, ୨ ସ୍ପେଶିଆଲ ଜେଲ, ୬ ସ୍ପେଶିଆଲ ସବ୍‌ଜେଲ, ୬୭ ସବ୍‌ଜେଲ, ୧ ମହିଳା ଜେଲ, ୧ ଖୋଲା ଆକାଶ ଜେଲ ଓ ୧ ମଡେଲ କନଭିକ୍ଟ ଜେଲ୍‌ ରହିଛି। ଉପରୋକ୍ତ ଜେଲ୍‌ରେ ମୋଟ ୨୦,୦୨୭ ମହିଳା ଓ ପୁରୁଷ କଏଦୀଙ୍କ ପାଇଁ ବ୍ୟବସ୍ଥା ରହିଛି ା ଗତ ଫେବୃୟାରୀ ସୁଦ୍ଧା ୧୯,୫୭୧ ଜଣ କଏଦୀ ବିଭିନ୍ନ ଜେଲରେ ରହିଛନ୍ତି, ଯାହାକି କ୍ଷମତାଠାରୁ ୯୭.୭୨% ା ସମ୍ପ୍ରତି ୫ ଜେଲ କାର୍ଯ୍ୟକାରୀ ହୋଇ ପାରିନାହିଁ। ସେଥିରୁ ଗଞ୍ଜାମ ଜିଲା ପାତ୍ରପୁର ସବ୍‌ଜେଲ ଫାଇଲିନ ବାତ୍ୟା ଯୋଗୁ ନଷ୍ଟ ହୋଇଥିବାବେଳେ ତାହା ଏବେ ମରାମତି ଚାଲିଛି। ସେହିପରି ରାୟଗଡ଼ା ଜିଲାର କାଶୀପୁର ସବ୍‌ଜେଲ ମ୍ୟାନ୍‌ପାୱାର ଅଭାବରୁ ବନ୍ଦ ପଡିଛି। କୋରାପୁଟ ଜିଲା ଲକ୍ଷ୍ମୀପୁର ସବ୍‌ଜେଲ୍‌ ଏବଂ ମାଲକାନଗିରି ସବ୍‌ଜେଲରେ ସିଆର୍‌ପିଏଫ୍‌ଙ୍କ ଶିବିର ଚାଲିଥିବାରୁ ତାହା କଏଦୀଙ୍କ ପାଇଁ ବନ୍ଦ ରହିଛି । ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ସବ୍‌ଜେଲରେ ପାଣି ଅଭାବରୁ କଏଦୀମାନଙ୍କୁ ଗତ ୧୭ା୧ା୨୦୧୭ ତାରିଖରୁ ଅନ୍ୟତ୍ର ସ୍ଥାନାନ୍ତରଣ କରାଯାଇଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଅନ୍ୟପକ୍ଷେ ଜେଲ୍‌ମାନଙ୍କରେ ୩୨୨ ନିର୍ବାହୀ ଅଧିକାରୀଙ୍କ ମଧ୍ୟରୁ ୮୦ ଏବଂ ୧୮୭୨ କର୍ମଚାରୀଙ୍କ ମଧ୍ୟରୁ ୪୦୨ ପଦବୀ ଖାଲି ପଡିଛି।

ହର୍ଷବର୍ଦ୍ଧନ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

ଆମ୍ବେଦକର ସେବା ସଂଘର ଶୋଭାଯାତ୍ରା, କର୍ମକର୍ତ୍ତା ଚୟନ

ଦିଗପହଣ୍ଡି,୪।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିଠାରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗଙ୍କ ସାମ୍ବିଧାନିକ ମୌଳିକ ଅଧିକାର, ସାମାଜିକ ନ୍ୟାୟ, ଜମି ଅଧିକାର, ଶିକ୍ଷା ଓ…

ଜାଲରେ ଛନ୍ଦି ହୋଇଥିଲା ୮ ଫୁଟର ଅଜଗର, ଟାମଣା ଘାଟି ଜଙ୍ଗଲରେ….

ଛତ୍ରପୁର,୪ା୧୦(ଦିଲ୍ଲୀପ ସାମଲ /ଦ୍ଵାରିକା ପଟ୍ଟନାୟକ): ଛତ୍ରପୁର ବ୍ଲକ ଅନ୍ତର୍ଗତ ଅନ୍ତନ୍ତପୁର ଓ ସୀତାରାମପୁର ଦେଇ ଯାଇଥିବା ଏକ ନାଳରୁ ୮ ଫୁଟିଆ ଅଜଗର ସାପ ଉଦ୍ଧାର କରାଯାଇଛି…

ଆମେରିକା-ଚାଇନାକୁ ନେଇ ବଡ଼ ଖୁଲାସା କଲେ ଜୟଶଙ୍କର, ବିଶ୍ବରେ ହଇଚଇ!

ନୂଆଦିଲ୍ଲୀ,୪।୧୦: ଭାରତର ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ଆମେରିକା ଓ ଚାଇନାକୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି । ୬୨ତମ ମ୍ୟୁନିକ୍ ସିକ୍ୟୁରିଟି କନଫରେନ୍ସରେ ଜୟଶଙ୍କର କହିଛନ୍ତି…

ଏସିଆନ ଗେମ୍ସର ୨୦ତମ ସଂସ୍କରଣ ଉଦ୍‌ଯାପିତ

ନାଗୋୟା,୪ା୧୦: ଜାପାନର ପରମ୍ପରା ଓ ଆତିଥ୍ୟକୁ ପ୍ରଦର୍ଶିତ କରୁଥିବା ଲାଇଟ୍‌ ଓ ମ୍ୟୁଜିକାଲ ଶୋ’ ସହିତ ଏସିଆନ ଗେମ୍ସର ୨୦ତମ ସଂସ୍କରଣ ରବିବାର ଉଦ୍‌ଯାପିତ ହୋଇଯାଇଛି। ଦୁଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?