Posted inଖେଳ

ଏସୀୟ ଲଢ଼େଇରେ କୋରିଆର ବାଜିମାତ୍‌

ଭୁବନେଶ୍ୱର, ୧୮।୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ହକି ବିଶ୍ୱକପ୍‌ର ମଙ୍ଗଳବାର ଅନୁଷ୍ଠିତ ଏସୀୟ ଲଢ଼େଇରେ ଦକ୍ଷିଣ କୋରିଆ ୨-୧ ଗୋଲରେ ଜାପାନକୁ ପରାସ୍ତ କରିଛି। ଏଥିସହ ୨ ମ୍ୟାଚରୁ ପ୍ରଥମ ବିଜୟ ସ୍ବାଦ ଚାଖିଛି କୋରିଆ। କୋରିଆ ପକ୍ଷରୁ ଡବଲ ଗୋଲ ସ୍କୋରର ଲୀ ଜୁଙ୍ଗଜୁନ୍‌ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଛନ୍ତି। ଏଠାରେ ବିଜୟ ଫଳରେ କୋରିଆର କ୍ରସ୍‌ ଓଭର ଖେଳିବା ଆଶା ଉଜ୍ଜୀବିିତ ହୋଇଛି। ପ୍ରଥମ ମ୍ୟାଚରେ ଏହି ଦଳ ଡିିଫେଣ୍ଡିଂ ଚାମ୍ପିୟନ ବେଲଜିୟମଠାରୁ ୦-୫ ଗୋଲରେ ହାରି ଯାଇଥିଲା। ଅନ୍ୟପକ୍ଷରେ ନିଜର ପ୍ରଥମ ମ୍ୟାଚରେ ଜର୍ମାନୀଠାରୁ ୦-୩ ଗୋଲରେ ହାରିଥିବା ଜାପାନ କ୍ରମାଗତ ୨ୟ ପରାଜୟ ବରଣ କରିବାରୁ ଗ୍ରୁପ୍‌ ପର୍ଯ୍ୟାୟରୁ ବିଦାୟ ହେବା ପରିସ୍ଥିତି ସୃଷ୍ଟି ହୋଇଛି। କୋରିଆ ଆସନ୍ତା ୨୦ ତାରିଖରେ ଏହାର ଶେଷ ଗ୍ରୁପ୍‌ ମ୍ୟାଚ ଜର୍ମାନୀ ବିପକ୍ଷରେ ଖେଳିବ। ସେହିଦିନ ଜାପାନ ଓ ବେଲଜିୟମ ମଧ୍ୟରେ ମୁକାବିଲା ହେବ। ୨ଟି ଯାକ ମ୍ୟାଚ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ଅନୁଷ୍ଠିତ ହେବ।
ଏସିଆ କପ୍‌ ଚାମ୍ପିୟନ କୋରିଆ ଓ ଏସିଆନ ଗେମ୍ସ ଚାମ୍ପିୟନ ଜାପାନ ମଧ୍ୟରେ ଲଢ଼େଇ ସଂଘର୍ଷପୂର୍ଣ୍ଣ ହେବ ବୋଲି ପୂର୍ବାନୁମାନ କରାଯାଉଥିଲା। ମ୍ୟାଚରେ ତାହା ହିଁ ହୋଇଥିଲା। ଜାପାନ ଆରମ୍ଭରୁ ଆକ୍ରମଣାତ୍ମକ ଖେଳି ୧ମ ମିନିଟରେ ହିଁ ପେନାଲ୍ଟି କର୍ନର ସୁଯୋଗ ସୃଷ୍ଟି କରିଥିଲା। ଦଳର ୧୫ ନମ୍ବର ଖେଳାଳି କେନ୍‌ ନାଗାୟୋଶି ଏହାକୁ ଗୋଲରେ ପରିଣତ କରିି ୨ୟ ମିନିଟରେ ହିଁ ଜାପାନକୁ ଅଗ୍ରଣୀ କରାଇଥିଲେ। ଉଭୟ ପଟରୁ ଆକ୍ରମଣ ଜାରି ରଖି ଜାପାନ କୋରିଆ ଉପରେ ଚାପ ପକାଇଥିଲା। ମାତ୍ର ମୋମେଣ୍ଟମକୁ ଦଳ ବେଶି ସମୟ ଧରି ରଖିପାରି ନ ଥିଲା। ୮ମ ମିନିଟରେ ଜାପାନ ଡି’ ଏରିଆରେ ବଲ୍‌ ପାଇଁ ସଂଘର୍ଷ ସମୟରେ କୋରିଆର ୧୧ ନମ୍ବର ଖେଳାଳି ଲୀ ଜୁଙ୍ଗଜୁନ୍‌ ଏକ ଚମତ୍କାର ଫିଲ୍ଡ ଗୋଲ ମାଧ୍ୟମରେ ମ୍ୟାଚକୁ ୧-୧ ସ୍ଥିତିକୁ ନେଇ ଆସିଥିଲେ। ୧୫ତମ ମିନିଟରେ କୋରିଆ କ୍ରମାଗତ ୩ଟି ପେନାଲ୍ଟି କର୍ନର ପାଇଥିଲେ ହେଁ ଏହାର ସଦୁପଯୋଗ କରିପାରି ନ ଥିଲା। ଦ୍ୱିତୀୟ କ୍ୱାର୍ଟର ଆରମ୍ଭରୁ ଉଭୟ ଦଳ ଅଗ୍ରଣୀ ନେବାପାଇଁ ଜୋରଦାର ଉଦ୍ୟମ କରିଥିଲେ। ଜାପାନ ଅନେକ ସୁଯୋଗ ସୃଷ୍ଟିି କରିଥିଲେ ହେଁ ଫିନିଶିଂ ଅଭାବରୁୁ ଗୋଲ ପାଇ ନ ଥିଲା। କୋରିଆ ଗୋଲକିପର କିମ୍‌ ଝେୟୁନଙ୍କ ପ୍ରଦର୍ଶନ ମଧ୍ୟ ଚମତ୍କାର ରହିଥିଲା। ୨୩ତମ ମିନିଟରେ ଜୁଙ୍ଗଜୁନ୍‌ ବ୍ୟକ୍ତିଗତ ଏବଂ ଦଳ ପକ୍ଷରୁ ୨ୟ ଗୋଲ ସ୍କୋର କରି କୋରିଆକୁ ଅଗ୍ରଣୀ କରାଇଥିଲେ। ବିପଜ୍ଜନକ ପ୍ରଦର୍ଶନ ପାଇଁ ଏହି ଦଳର ଜୁଙ୍ଗ୍‌ ମାନ୍‌ଜେଙ୍କୁୁ ଗ୍ରୀନ୍‌ କାର୍ଡ ପାଇ ପଡ଼ିଆ ଛାଡ଼ିବାକୁ ପଡ଼ିଥିଲା।
ତୃତୀୟ କ୍ୱାର୍ଟର ଆରମ୍ଭରେ ଅର୍ଥାତ୍‌ ୩୨ତମ ମିନିଟରେ ଜାପାନ ଗୋଲ ପରିଶୋଧ କରିବାକୁ ଭଲ ସୁଯୋଗ ପାଇଥିଲା। ମାତ୍ର ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରିପାରି ନ ଥିଲା। ୪୩ତମ ମିନିଟରେ କୋରିଆ ମଧ୍ୟ ସମାନ ସୁଯୋଗ ହରାଇଥିଲା। ଚତୁର୍ଥ କ୍ୱାର୍ଟର ଆରମ୍ଭରୁ ଭିନ୍ନ ରଣନୀତିରେ ଖେଳିଥିଲା କୋରିଆ। ପ୍ରଥମ କ୍ୱାର୍ଟରରେ ଜାପାନ ଯାହା କରିଥିଲା ଚତୁର୍ଥ କ୍ୱାର୍ଟରରେ କୋରିଆ ସେହି ରଣନୀତି ଅବଲମ୍ବନ କରିଥିଲା। ଆକ୍ରମଣକୁ ଜୋରଦାର କରି ଦଳ ୪୭ତମ ମିନିଟରେ କ୍ରମାଗତ ୪ଟି ପେନାଲ୍ଟି କର୍ନର ପାଇଥିଲା। ମାତ୍ର ଜାପାନ ଗୋଲକିପର ତାକାଶି ୟୋଶିକାୱା ଓ ରକ୍ଷଣଭାଗ ସଫଳତାର ସହ ତା’ର ପ୍ରତିହତ କରିଥିଲେ। ୫୨ତମ ମିନିଟରେ କୋରିଆର କିମ୍‌ ହ୍ୟୁଙ୍ଗଜିନ୍‌ଙ୍କୁୁ ରେଫରି ଗ୍ରୀନ୍‌କାର୍ଡ ଦେଇ ପଡ଼ିଆରୁ ବିଦା କରିଥିଲେ। ମ୍ୟାଚର ଶେଷ ପର୍ଯ୍ୟାୟ ନାଟକୀୟ ରହିଥିଲା। ଜାପାନ ୫୦, ୫୩, ୫୯ ତମ ମିନିଟ ଏବଂ ୬୦ତମ ମିନିଟରେ ଲଗାତର ୨ଟି ପେନାଲ୍ଟି କର୍ନର ପାଇଥିଲେ ମଧ୍ୟ ତା’ର ସଦୁପଯୋଗ କରିପାରି ନ ଥିଲା। ଫଳରେ ଜାପାନ ବିପକ୍ଷରେ କୋରିଆର ଉନ୍ନତ ରେକର୍ଡ ଅପରିବର୍ତ୍ତିତ ରହିଥିଲା। ୨୦୨୨ରେ ଜାପାନ ଓ କୋରିଆ ମଧ୍ୟରେ ୩ଟି ମ୍ୟାଚ ଅନୁଷ୍ଠିତ ହୋଇଥିଲା। ୩ଟି ଯାକ ମ୍ୟାଚରେ କୋରିଆ ବିଜୟୀ ହୋଇଥିଲା। ୨୦୨୨ ମେ’ରେ ଅନୁଷ୍ଠିତ ଏସିଆ କପ୍‌ରେ ୩-୧, ନଭେମ୍ବରରେ ଅନୁଷ୍ଠିତ ସୁଲତାନ ଆଜଲାନଶାହା କପ୍‌ରେ ୧-୦ ଏବଂ ସେହିମାସରେ ଅନୁଷ୍ଠିତ ନେଶନ୍ସ କପ୍‌ରେ କୋରିଆ ୩-୧ ଗୋଲରେ ଜାପାନକୁ ପରାସ୍ତ କରିଥିଲା। ଏହି ମ୍ୟାଚ ପରେ ବିଶ୍ୱର ୧୫ ନମ୍ବର ର଼୍ୟାଙ୍କ୍‌ପ୍ରାପ୍ତ ଜାପାନ ବିପକ୍ଷରେ କୋରିଆର ବିଜୟ ସଂଖ୍ୟା ୧୬ରେ ପହଞ୍ଚତ୍ଛି। ଜାପାନ ମାତ୍ର ୨ଟିରେ ବିଜୟୀ ହୋଇଥିବାବେଳେ ଅନ୍ୟ ୨ଟି ମ୍ୟାଚ ଡ୍ର ରହିଛି। ୨୦୧୮ରେ ଭୁବନେଶ୍ୱରରେ ଅନୁଷ୍ଠିତ ବିଶ୍ୱକପ୍‌ ପାଇଁ କୋରିଆ ଯୋଗ୍ୟତା ହାସଲ କରିପାରି ନ ଥିଲା। ତେଣୁ ଏଥର ଦଳ ପାଇଁ ଆଗକୁ ବଢ଼ିବାର ସୁଯୋଗ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ଋଷିକୁଲ୍ୟା ନଦୀର ପଥର ବାଜ, ବିପଦରେ ଦାମୋଦରପୁର

ଗଞ୍ଜାମ,୧୩।୯(ବିଦ୍ୟାଧର ସାହୁ ): ନଦୀକୂଳ ତଟବର୍ତ୍ତୀ ଅଞ୍ଚଳକୁ ବନ୍ୟା ଜଳରୁ ସୁରକ୍ଷା ଦେବା ପାଇଁ ପଦକ୍ଷେପ ଗ୍ରହଣ କରାଯାଇଥିଲା । ଗଞ୍ଜାମ ଏନଏସି ଅନ୍ତର୍ଗତ ଦାମୋଦରପୁର ଗ୍ରାମ…

ଛାତ୍ରଙ୍କୁ ହୋଟେଲକୁ ଡାକି ଅପ୍ରାକୃତିକ ଯୌନ ସମ୍ପର୍କ ରଖିଥିଲେ ଅଧ୍ୟକ୍ଷ, ମେସେଜ୍‌ କରି ପରିବାର ଲୋକଙ୍କୁ ଜଣାଇବାରୁ…

ବରଗଡ଼,୧୩ା୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହର ଉପକଣ୍ଠ ବରଡୋଲସ୍ଥିତ ଏକ ଘରୋଇ ଯୁକ୍ତଦୁଇ କଲେଜର ଅଧ୍ୟକ୍ଷ ଜଣେ ନାବାଳକ ଛାତ୍ର(୧୫)ଙ୍କ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ରଖିବା ସହିତ…

ବଡ଼ ଘୋଷଣା କଲେ ସ୍ବରାଷ୍ଟ୍ର ମନ୍ତ୍ରୀ, ମୋଦିଙ୍କ ଜନ୍ମଦିନ ଠାରୁ ଆରମ୍ଭ ହେବ….

ନୂଆଦିଲ୍ଲୀ,୧୩।୯ : ୨୦୨୯ ପୂର୍ବରୁ ଭାଜପା ନେତୃତ୍ୱାଧୀନ NDA ସରକାର ୨୧ଟି ରାଜ୍ୟରେ ୟୁନିଫର୍ମ ସିଭିଲ୍ କୋଡ୍‌ (UCC) ଲାଗୁ କରାଯିବ । ଏଭଳି ଦାବି କରିଛନ୍ତି…

Video: ସତରେ ସେମାନେ ହିରୋ! ଭାରତୀୟ କ୍ରିକେଟରଙ୍କର ୮୦ ଦଶକର ଲୁକ (look) ଦେଖନ୍ତୁ, ବୈଭବଙ୍କ ଲୁକ୍ସ ତ…

ନୂଆଦିଲ୍ଲୀ,୧୩।୯: ୧୯୮୦ ଦଶକ ବହୁତ ଆଗରୁ ବିତିଯାଇଥିଲେ ମଧ୍ୟ, ଟିମ ଇଣ୍ଡିଆର ଖେଳାଳିମାନଙ୍କୁ ହଠାତ ସେହି ସମୟର ଲୁକ ବା ବେଶଭୂଷାରେ ଦେଖିବାକୁ ମିଳିଥିଲା। ଆଫଗାନିସ୍ତାନ ବିପକ୍ଷ…

ବିଧାନସଭା ନିର୍ବାଚନ ପୂର୍ବରୁ AAPର ବଡ଼ ଘୋଷଣା; ଏହି ଦଳ ସହ କଲା ମେଣ୍ଟ

ନୂଆଦିଲ୍ଲୀ,୧୩।୯: ଆମ ଆଦମୀ ପାର୍ଟି (AAP) ଗୋଆ ବିଧାନସଭା ନିର୍ବାଚନକୁ ନେଇ ଏକ ଗୁରୁତ୍ୱପୂର୍ଣ୍ଣ ରାଜନୈତିକ ଘୋଷଣା କରିଛି। ଗୋଆରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର…

ଆମେରିକା ପ୍ରସଙ୍ଗରେ କଠୋର ଆଭିମୁଖ୍ୟ ଗ୍ରହଣ କଲେ ସି ଜିନପିଙ୍ଗ, ପ୍ରଧାନମନ୍ତ୍ରୀ ମୋଦିଙ୍କୁ କହିଲେ…

ନୂଆଦିଲ୍ଲୀ,୧୩।୯: ଦିଲ୍ଲୀରେ ଅନୁଷ୍ଠିତ BRICS ସମ୍ମିଳନୀ ୨୦୨୬ରେ, ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଭାରତ ସହିତ ସମ୍ପର୍କ ଉନ୍ନତ କରିବାର ଗୁରୁତ୍ୱ ଉପରେ ଆଲୋକପାତ କରିବା ସହ…

ଭାରତମାତାଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ ଦୁର୍ବୃତ୍ତ, ସ୍ଥାନୀୟ ଅଞ୍ଚଳରେ ତୀବ୍ର ଉତ୍ତେଜନା

କଲ୍ୟାଣସିଂହପୁର,୧୩ା୯(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିକରପାଇ ପଞ୍ଚାୟତ ସଦର ପ୍ରବେଶ ପଥରେ ଥିବା ଭାରତ ମାତାଙ୍କ ପ୍ରତିମୂର୍ତ୍ତିକୁ କିଛି ଦୁର୍ବୃତ୍ତ ଭାଙ୍ଗି…

ହିନ୍ଦୁ ସାଧୁଙ୍କ ପାଦ ସ୍ପର୍ଶ କଲେ ଇରାନର ରାଷ୍ଟ୍ରପତି ପେଜେଶକିଆନ! ଭିଡିଓ ଭାଇରାଲ

ନୂଆଦିଲ୍ଲୀ/ତେହରାନ,୧୩।୯: ଦିଲ୍ଲୀର ଭାରତ ମଣ୍ଡପମରେ ଚାଲିଥିବା ବ୍ରିକ୍ସ (BRICS) ସମ୍ମିଳନୀର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ଇରାନର ରାଷ୍ଟ୍ରପତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?