କୋରାପୁଟ ନିର୍ବାଚନମଣ୍ଡଳୀ: ବିଜେଡି ବିଧାୟକ ପ୍ରାର୍ଥୀଙ୍କୁ ଦଳୀୟ କର୍ମୀଙ୍କ ବିରୋଧ

ସୁନାବେଡ଼ା,ସେମିଳିଗୁଡ଼ା,୪ା୪(କୃତ୍ତିବାସ ପ୍ରଧାନ/ ବାସୁଦେବ ବରାଡ଼): କୋରାପୁଟ ବ୍ଲକ, ସୁନାବେଡ଼ା ପୌରାଞ୍ଚଳ, ଲମତାପୁଟ ଓ ବୈପାରିଗୁଡ଼ା ବ୍ଲକ ଅଞ୍ଚଳକୁ ନେଇ ଗଠିତ ହୋଇଛି ୧୪୪ ନଂ. କୋରାପୁଟ ନିର୍ବାଚନମଣ୍ଡଳୀ। ନିର୍ବାଚନ ପାଇଁ ନିକଟରେ ବିଜେଡି ପ୍ରାର୍ଥୀ ରୂପେ ରଘୁରାମ ପଡାଲଙ୍କ ନାମ ଘୋଷଣା ହୋଇଛି। ଏହି ଘୋଷଣା ପରେ ପଡାଲଙ୍କ ପ୍ରାର୍ଥତ୍ତ୍ୱକୁ ନେଇ ଶତାଧିକ କର୍ମୀ ବିରୋଧ କରିଛନ୍ତି।

ବୁଧବାର ଏହି ନିର୍ବାଚନମଣ୍ଡଳୀର ଲମତାପୁଟଠାରେ ଶତାଧିକ କର୍ମୀ ଏକାଠି ହୋଇ ହାତରେ ବ୍ୟାନର୍‌ ଧରି ବିଭିନ୍ନ ନାରା ଦେଇ ରାଜରାସ୍ତାକୁ ଓହ୍ଲାଇଥିଲେ। ସେମାନଙ୍କ କୋରାପୁଟ ନିର୍ବାଚନମଣ୍ଡଳୀରେ ଯୁବ ତଥା ନୂଆ ଚେହେରା ଆବଶ୍ୟକ ରହିଛି ବୋଲି ସେମାନେ ପ୍ରକାଶ କରିଛନ୍ତି। ରଘୁରାମଙ୍କ ଉପରେ ଏଠାକାର ଭୋଟରଙ୍କ ଆଉ ଭରସା ନାହିଁ। ସେ ବିଗତ ଦିନରେ ନିର୍ବାଚନମଣ୍ଡଳୀରେ ଆଖିଦୃଶିଆ ସେପରି କୌଣସି କାମ କରି ନ ଥିବା ମଙ୍ଗରାଜ ଗୁଣ୍ଠାଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଅଭିଯୋଗ କରିଛନ୍ତି। ଯଦି ଦଳ ପକ୍ଷରୁ ରଘୁରାମ ପଡାଲଙ୍କ ପ୍ରାର୍ଥତ୍ତ୍ୱକୁ ଅପସାରଣ କରା ନ ଯାଏ ତେବେ ସମସ୍ତ କର୍ମୀ ଭୋଟ୍‌ ବର୍ଜନ କରିବୁ,ନଚେତ୍‌ ଯେଉଁ ଦଳର ପ୍ରାର୍ଥୀ ଆମ ଅଞ୍ଚଳର ବିକାଶ କରିବ ତାଙ୍କୁ ଭୋଟ୍‌ ଦେବୁ ବୋଲି କହିଛନ୍ତି। ଏ ସମ୍ପର୍କରେ ବିଧାୟକ ପ୍ରାର୍ଥୀ ରଘୁରାମ ପଡାଲଙ୍କୁ ପଚାରିବାରୁ ସେ କହିଲେ, ଗତ ପାଞ୍ଚ ବର୍ଷରେ ନିର୍ବାଚନମଣ୍ଡଳୀରେ ଯଥେଷ୍ଟ ଉନ୍ନତି ହୋଇଛି। ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ନିଜ ସ୍ବାର୍ଥ ପାଇଁ ଏପରି କରିଥାଇପାରନ୍ତି। ଦଳର ନିଷ୍ପତ୍ତି ବିରୋଧରେ ଯାଉଥିବା କର୍ମୀ ଆଦୌ ଶୃଙ୍ଖଳିତ କର୍ମୀ ନୁହନ୍ତି ବୋଲି ପଡାଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାୟଗଡ଼ାରେ ବଲାଙ୍ଗୀର ପୋଲିସର ଚଢ଼ାଉ: ବିପୁଳ ସୁନା-ରୂପା ଅଳଙ୍କାର ଜବତ, ୨ ସନ୍ଦିଗ୍ଧ…

କଲ୍ୟାଣସିଂହପୁର, ୨୬।୮ (ଦୀପକ କୁମାର ପରିଡା): ରାୟଗଡ଼ା ଜିଲାରେ ବଲାଙ୍ଗୀର ଜିଲା ପୋଲିସ ଚଢ଼ାଉ କରି ବିପୁଳ ପରିମାଣର ଚୋରି ସୁନା ଓ ରୂପା ଅଳଙ୍କାର ଜବତ…

ପିଉସାଙ୍କୁ ହତ୍ୟା କରି ପୋଡ଼ି ଦେବା ଘଟଣା: ୨ ମହିଳା ଗିରଫ, ମୋଟ ଗିରଫ ସଂଖ୍ୟା…

ଦାରିଙ୍ଗବାଡ଼ି, ୨୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ସିକନବାଡ଼ି ଗ୍ରାମରେ ଜମି ବିବାଦ ଓ ଗୁଣିଗାରେଡ଼ି ସନ୍ଦେହକୁ ନେଇ ମିଶ୍ର ପ୍ରଧାନଙ୍କୁ ନିର୍ମମ…

ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ-ପ୍ରତିଆକ୍ରମଣ: ୨ ଗିରଫ, ନୋଟିସ ଦେଇ ଛାଡ଼ିଲା…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ପାଟପୁର ଥାନା ଅନ୍ତର୍ଗତ ପୋଡ଼ାଖାଲ ଗ୍ରାମ ନିକଟରେ ଟ୍ରାକ୍ଟର ଭଡ଼ା ଟଙ୍କାକୁ ନେଇ ଆକ୍ରମଣ ଓ ପ୍ରତିଆକ୍ରମଣ…

ମା’ ଚାମୁଣ୍ଡେଶ୍ୱରୀ ମନ୍ଦିରର ହେବ ସାମଗ୍ରିକ ବିକାଶ: ପରିଚାଳନା କମିଟି ବୈଠକରେ ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ଗୃହୀତ

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ କେରାଣ୍ଡିମାଳ ପର୍ବତମାଳାସ୍ଥିତ ଚାଙ୍ଗୁଡ଼ିଦେଇ ପର୍ବତ ଶିଖରରେ ବିରାଜମାନ ମା’ ଚାମୁଣ୍ଡେଶ୍ୱରୀ ମନ୍ଦିର ଉନ୍ନୟନ…

ଫାଷ୍ଟଫୁଡ୍ ଦୋକାନ ଆଢୁଆଳରେ ଚାଲିଥିଲା ବେଆଇନ ମଦ କାରବାର: ଅବକାରୀ ଟିମ୍‌ର ଅତର୍କିତ ଚଢ଼ାଉ, ଧରାପଡ଼ିଲେ…

ଦିଗପହଣ୍ଡି, ୨୬।୮ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଢେପାପେଣ୍ଠ ଗ୍ରାମରେ ଏକ ଫାଷ୍ଟଫୁଡ୍ ଦୋକାନରୁ ବେଆଇନ ବିଦେଶୀ ମଦ ଜବତ ହୋଇଛି। ବ୍ରହ୍ମପୁର…

ରାତି ସାରା ଦୁଇ ଗାଁରେ ହାଇଭୋଲଟେଜ୍ ପ୍ରେମ ଡ୍ରାମା: ନାକେଦମ ହେଲା ନନ୍ଦିପଦା ପୋଲିସ

ହାଟଡିହୀ/ଛେନାପଦୀ, ୨୬/୮ (ଶୁଭକାନ୍ତ ନାୟକ/ନିରାକାର ପରିଡା): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଅଞ୍ଚଳରେ ଗତ ମଙ୍ଗଳବାର ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ଭିନ୍ନ ଗ୍ରାମରେ ପ୍ରେମ ବ୍ୟାପାରକୁ…

ଡେରା ପକାଇଥିଲେ ବଣୁଆ ହାତୀ, ଗାଧୋଇବାକୁ ଯିବା ବେଳେ ହାବୁଡ଼ରେ ପଡ଼ିଗଲେ ଯୁବକ; ଶୁଣ୍ଢରେ କଚାଡ଼ି…

ପାଟଣା/ଢେଙ୍କିକୋଟ,୨୬।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଧୋବାପିଟଣା ଗ୍ରାମର ଜଣେ ୪୨ ବର୍ଷିୟ ଯୁବକଙ୍କୁ ବୁଧବାର ଅପରାହ୍ନରେ ଏକ ମାଇ ହାତୀ ଶୁଣ୍ଢରେ କଚାଡ଼ି…

ଜିମ୍‌ରୁ ବାହାରୁଥିବା ବେଳେ ଗାୟକଙ୍କୁ ଗୁଳିକରି ହତ୍ୟା, ୨୦ରୁ ଅଧିକ..

ଲକ୍ଷ୍ନୌ,୨୬।୮: ଉତ୍ତରପ୍ରଦେଶର ଶାମଲୀରେ ବୁଧବାର ସନ୍ଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡ ଘଟିଛି । ସଦର କୋତୱାଲି ଥାନା ଅଞ୍ଚଳରେ ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ଚର୍ଚ୍ଚିତ ହରିୟାଣାର ଗାୟକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri