ପୁଡୁଚେରୀରେ ମହକିଲା କୋରାପୁଟ ବ୍ରାଉନ ଭ୍ୟାଲି କଫି

କୋରାପୁଟ,୨୬।୬(ସ୍ବ.ପ୍ର.): କୋରାପୁଟ କଫିର ଚାହିଦା ସାରା ବିଶ୍ୱରେ ଦିନକୁ ଦିନ ବୃଦ୍ଧିପାଉଛି ା ଏହାକୁ ପ୍ରମାଣିତ କରିିଛି ଅର୍ନ୍ତଜାତୀୟ ସଂସ୍ଥା ଆମାଜାନ। ଆମାଜାନ କିଛି ମାସ ତଳେ ଏହାର ମାର୍କେଟିଂ ଦାୟିତ୍ୱ ନେଇଥିଲା। ଏବେ ପୁଣି ଭାରତର ପଡୁଚେରି ଆରୋଭିଲରେ ଥିବା ‘କଫି ଆଇଡିଆସ’ ନାମକ ଏକ ଅନ୍ତର୍ଜାତୀୟ କଫି ବ୍ୟବସାୟିକ ଉଦ୍ୟୋଗ କୋରାପୁଟର ବ୍ରାଉଦ ଭ୍ୟାଲି କଫି ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଆରମ୍ଭ କରିଛି ା କୋରାପୁଟ ଜିଲା ପ୍ରାକୃତିକ ସୈନ୍ଦର୍ଯ୍ୟ ଓ ଆଦିବାସୀଙ୍କ ପାଇଁ ପରିଚିତ ଥିବାବେଳେ ଏବେ କଫି ସାରା ବିର୍ଶ୍ୱରେ ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିପାରିଛି ା ପୁଡୁଚେରୀର ଏହି ଉଦ୍ୟୋଗ କୋରାପୁଟ କଫି ପ୍ରତି ଆକୃଷ୍ଣ ହୋଇଛି ା ଜିଲାର ଛୋଟାଗୁଡାରେ ଥିବା ବ୍ରାଉନଭ୍ୟାଲି କଫି ବଗିଚାରୁ ଅମଳ କଫି ଫଳକୁ ନେଇ ପ୍ରକ୍ରିୟାକରଣ କେନ୍ଦ୍ରରେ ବ୍ୟବହାର କରି ଅନ୍ତର୍ଜାତୀୟ ବଜାର ସୃଷ୍ଟି କରିବାକୁ ଉଦ୍ୟମ ଆରମ୍ଭ କରିଛି ା ଆଇଡିଆସ ସଂସ୍ଥାର ମୁଖ୍ୟ ପରିଚାଳକ ମାର୍କସ ଗତ କିଛି ଦିନ ତଳେ କୋରାପୁଟ ଜିଲା ଗସ୍ତ କରି ବିଭିନ୍ନ କଫି ବଗିଚା ବୁଲି ଦେଖିଥିଲେ। ବ୍ରାଉନ ଭ୍ୟାଲି କଫି ବଗିଚାରେ ଚାଷ ହେଉଥିବା ଆରବିକା କଫି ଫଳର ନମୁନା ସଂଗ୍ରହ କରି ନେଇଥିଲେ ା ନିଜ କଫି ଉଦ୍ୟୋଗରେ ଏହାକୁ ପରୀକ୍ଷା ନୀରିକ୍ଷା କରି ଏହା ଉଚ୍ଚମାନର ଓ ଗୁଣାବତାଯୁକ୍ତ ଜାଣିବା ପରେ କୋରାପୁଟରୁ ପ୍ରଥମ ଥର ପାଇଁ ୫ କୁଇଣ୍ଟାଲ ବ୍ରାଉନ ଭ୍ୟାଲି କଫି ନେଇଥିଲେ। ଏହାର ପ୍ରକ୍ରିୟାକରଣ କରି ଅନ୍ତର୍ଜାତୀୟ ବଜାରରେ ବିକ୍ରି ଉପଲବ୍ଧ କରାଯାଇଥିବା ସଂସ୍ଥାର ୱେବସାଇଟରେ ଉଲ୍ଲେଖ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

୨୦ରେ ପାଟକୁରା ନିର୍ବାଚନ: ନବୀନ ନିବାସରେ ନେତାଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ବୈଠକ, ପ୍ରଚାର କାର୍ଯ୍ୟ ବିଷୟରେ ପଚାରି ବୁଝିଲେ

ଭୁବନେଶ୍ୱର,୮।୭(ବ୍ୟୁରୋ): ଆସନ୍ତା ୨୦ରେ ପାଟକୁରା ନିର୍ବାଚନ। ଏହାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ନବୀନ ନିବାସରେ ବୈଠକ କରିଛନ୍ତି। ଏଥିରେ ସେ ନିର୍ବାଚନ ଦାୟିତ୍ୱରେ...

ପ୍ରକାଶ ପାଇଲା ତାଲିକା: ପୁରୀ ଜିଲାରେ ୧୩ ଲକ୍ଷ ୯୧ ହଜାର ୧୬୪ଜଣ ଭୋଟର

ପୁରୀ ଅଫିସ,୬।୧: ପୁରୀ ଜିଲାର ୬ଟି ବିଧାନସଭା ନିର୍ବାଚନମଣ୍ତଳୀରେ ସମସ୍ତ ଭୋଟରଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇଛି। ଜିଲାରେ ମୋଟ ୧୩ ଲକ୍ଷ ୯୧ ହଜାର...

ଚଳନ୍ତା ବସ୍‌ ଉପରେ ପଡିଲା ୧୨ ଚକିଆ ଟ୍ରକ, ଅଳ୍ପକେ ବର୍ତ୍ତିଲେ ସମସ୍ତ ଯାତ୍ରୀ

ଆନନ୍ଦପୁର,୧୯।୨: କେନ୍ଦୁଝର ଜିଲା ୨୦ ନମ୍ବର ଜାତୀୟ ରାଜପଥର ଆନନ୍ଦପୁର ଶାଳପଡ଼ା ବାଇପାସ୍‌ ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ୨୦ ଫୁଟ ଓଭରବ୍ରିଜ ଉପରୁ...

ସଚିନ୍‌ଙ୍କ ମାର୍ଗଦର୍ଶନରେ ସ୍କୁଲମୁହାଁ ମୁଣ୍ଡାସାହି ପିଲା

ହାଣ୍ଡିଆ ପିଇ ଜଙ୍ଗଲରେ ବୁଲୁଥିଲେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକା ମୁଣ୍ଡାସାହି ପିଲା। ମୂଲ ଲାଗିବାକୁ ବାପା ମା’ ଯାଉଥିବାବେଳେ କୁନିକୁନି ପିଲାମାନେ ତାଙ୍କ ସହ ବି...

ଭୁବନେଶ୍ୱରରେ ପହଞ୍ଚିଲେ ରାଷ୍ଟ୍ରପତି

ଭୁବନେଶ୍ୱର,୭।୧୨(ବ୍ୟୁରୋ) : ଶନିବାର ସନ୍ଧ୍ୟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବାୟୁସେନାର ସ୍ବତନ୍ତ୍ର ବିମାନରେ ଆସି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଛନ୍ତି। ରାଷ୍ଟ୍ରପତିଙ୍କୁ ରାଜ୍ୟପାଳ ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ...

ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଦେଖାଇଲେ କଳାପତାକା

ଗୋଳାମୁଣ୍ଡା,୧।୧୧(ଡି.ଏନ.ଏ): ବହୁ ଚର୍ଚ୍ଚିତ ମହାଳିଙ୍ଗ ଘରୋଇ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ହତ୍ୟା ଘଟଣା ଦିନଠାରୁ ଜୁନାଗଡ଼ ବିଧାୟକ ତଥା ମନ୍ତ୍ରୀ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର...

ମିସେସ୍‌ ଇଣ୍ଡିଆ ୟୁନିଭର୍ସ ୨୦୧୯କୁ ନେଇ ବିବାଦ : ପ୍ରତିଯୋଗୀଙ୍କୁ କହିଲେ ‘ପେ ଅର୍‌ ସ୍ଲିପ୍‌’

ଭୁବନେଶ୍ୱର,୨୧ା୧୦(ବ୍ୟୁରୋ) : ବ୍ୟୁଟି ପାଜେଣ୍ଟ୍‌, ମଡେଲିଂ, ଆକ୍ଟିଂ, ରିୟାଲିଟି ଶୋ। ଶୁଣିବାକୁ ଓ ବାହାରୁ ଦେଖିବାକୁ ଏସବୁ ଗ୍ଲାମର ଲାଗେ। ମିସ୍‌ ଇଣ୍ଡିଆ, ମିଷ୍ଟର ଇଣ୍ଡିଆ,...

୧୮ରୁ ୪୪ ବର୍ଷୀୟଙ୍କୁ ଦ୍ୱିତୀୟ ଡୋଜ୍‌ ଟିକା ୮ରୁ

ଭୁବନେଶ୍ୱର, ୫।୬(ବ୍ୟୁରୋ): ରାଜଧାନୀରେ ୧୮ରୁ ୪୪ ବର୍ଷୀୟଙ୍କ ଦ୍ୱିତୀୟ ଡୋଜ୍‌ ଟିକାକରଣ ପାଇଁ ବିଏମ୍‌ସି ପକ୍ଷରୁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି। ଆସନ୍ତା ୮ ତାରିଖରୁ ଏନେଇ...

Advertisement
Archives

Model This Week