ବିଭିନ୍ନ ଦାବି ନେଇ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଶୋଭାଯାତ୍ରା

କୋରାପୁଟ,୫ା୮(ଅମିତାଭ ବେହେରା): ଶନିବାର ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେଶନର ଡାକରା କ୍ରମେ କୋରାପୁଟ ବ୍ଲକ ଶିକ୍ଷକ ସଂଘର ଏକ ବିଶାଳ ଶୋଭାଯାତ୍ରା କୋରାପୁଟ ସାଂସ୍କୃତିକ ପରିଷଦଠାରୁ ବାହାରିଥିଲା। ୩ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ କୋରାପୁଟ ବ୍ଲକ ଶିକ୍ଷାଧିକାରୀ ଶ୍ରୀକାନ୍ତ ଜାନିଙ୍କୁ ପ୍ରଦାନ କରାଯାଇଛି। ଠିକା ନିଯୁକ୍ତି ଉଚ୍ଛେଦ ସହ ମୂଳ ଚାକିରିରେ ଗଣନା କରିବା,କେନ୍ଦ୍ରୀୟ ହାରରେ ବେତନ ପ୍ରଦାନ ଏବଂ ନୂତନ ପେନ୍‌ସନ୍‌ ପ୍ରଥା ଉଚ୍ଛେଦ କରି ପୁରୁଣା ପେନ୍‌ସନ୍‌ ବ୍ୟବସ୍ଥା ପୁନଃ ପ୍ରଚଳନ ଆଦି ଦାବିକୁ ଆଜି ସାରା ରାଜ୍ୟର ପ୍ରତ୍ୟେକ ବ୍ଲକରେ ଶିକ୍ଷକ ସଂଘ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି। ଚଳିତ ମାସ ୧୧ ତାରିଖ ଦିନ ଜିଲାସ୍ତରରେ ଶିକ୍ଷକମାନଙ୍କ ଦାବି ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ସଂଘର କାର୍ଯ୍ୟକର୍ତ୍ତା ସୂଚନା ଦେଇଛନ୍ତି। ଏହି ଦାବିଗୁଡ଼ିକୁ ଯଦି ପୂରଣ କରା ନ ଯାଏ ତେବେ ରାଜ୍ୟର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ଅଗଷ୍ଟ ୧୬ରୁ ସମୂହ ଛୁଟିରେ ଯିବେ ବୋଲି ସଂଘ ପ୍ରକାଶ କରିଛି। ଗୋପାଳ ମିଶ୍ର,ରାଜେନ୍ଦ୍ର ସାହୁ,ସୂର୍ଯ୍ୟ ବେହେରା, ଟି. ଅରୁଣା,ଲକ୍ଷ୍ମୀପ୍ରିୟା ଦାସ, ଧନେଶ୍ୱର କାଣ୍ଡି, ଜୟକୃଷ୍ଣ ଭଦ୍ର, ଗଜନି ଚନ୍ଦ୍ରଶେଖର, ତ୍ରିଲୋକେସ ପଣ୍ଡା, ଜଗଦୀଶ କୁମାର, ରମା ମହାନ୍ତି, ସୁବୋଧ ମାଝି ଏବଂ ପ୍ରଦୀପ ପାତ୍ର ଆଜିର କାର୍ଯ୍ୟକ୍ରମର ନେତୃତ୍ୱ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅବସର: ପଟ୍ଟାଙ୍ଗିରେ ଶିକ୍ଷା ବ୍ୟବସ୍ଥା ସଙ୍କଟରେ, ପଦବୀ ପୂରଣ ପାଇଁ ଦାବି

ପଟ୍ଟାଙ୍ଗି,୧ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଗୋଷ୍ଠୀ ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରଭାକର ଖଟୁଆ ବୁଧବାର ଚାକିରିରୁ ଅବସର ଗ୍ରହଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?