ଆରମ୍ଭ ହେଲା କୋଣାର୍କ ଉତ୍ସବ

କୋଣାର୍କ,୨ା୧୨(ଜ୍ୟୋତିରାଜ ମହାନ୍ତି): କୋଣାର୍କ ସ୍ଥିତ ସୂର୍ଯ୍ୟ ମନ୍ଦିର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଆରମ୍ଭ ହୋଇଛି  ୩୬ତମ କୋଣାର୍କ ଉତ୍ସବ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ, ସଙ୍ଗୀତ ନାଟକ ଏକାଡେମୀ ଓ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମର ଆନୁକୂଲ୍ୟରେ ଆୟୋଜିତ ଏହି ଉତ୍ସବକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉଦ୍‌ଘାଟନ କରି ଏହା ଉତ୍କଳୀୟ ଐତିହ୍ୟ, ସ୍ଥାପତ୍ୟ, ପରମ୍ପରା ଓ ଓଡ଼ିଆ ଅସ୍ମିତାର ପ୍ରତୀକ ଓ ପଥ ପ୍ରଦର୍ଶକ ବୋଲି କହିଛନ୍ତି।
ଉଦ୍‌ଘାଟନୀ ସମାରୋହରେ ଅନ୍ୟମାନଙ୍କ ମଧ୍ୟରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା, ଜଗତ୍‌ସିଂହପୁର ଏମ୍‌ପି ବିଭୁ ପ୍ରସାଦ ତରାଇ, କାକଟପୁର ବିଧାୟକ ତୁଷାରକାନ୍ତି ବେହେରା, ପିପିଲି ବିଧାୟକ ଆଶ୍ରିତ ପଟ୍ଟନାୟକ, ସତ୍ୟବାଦୀ ବିଧାୟକ ଓମ୍‌ ପ୍ରକାଶ ମିଶ୍ର, ବ୍ରହ୍ମଗରି ବିଧାୟିକା ଉପାସନା ମହାପାତ୍ର, ପୁରୀ ବିଧାୟକ ସୁନୀଲ କୁମାର ମହାନ୍ତି, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ଦୀପଙ୍କର ମହାପାତ୍ର, ଜିଲାପାଳ ଦିବ୍ୟଜ୍ୟୋତି ପରିଡ଼ା ଓ ଏସ୍‌ପି ପ୍ରତୀକ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
କୋଣାର୍କ ଉତ୍ସବର ପ୍ରଥମ ସାରେ ଓଡ଼ିଆ ଅସ୍ମିତାର ପ୍ରତୀକ ଓଡ଼ିଶୀ ନୃତ୍ୟ ବିଶିଷ୍ଟ ନୃତ୍ୟଶିଳ୍ପୀ ସୋନାଲି ମହାପାତ୍ର ଓ ସାଥୀ କଳାକାରଙ୍କ ଦ୍ୱାରା ଶାସ୍ତ୍ରୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଥମ ପ୍ରସ୍ତୁତିରେ ସନ୍ଥ ତୁଳସୀ ଦାସଙ୍କ ଦ୍ୱାରା ରଚିତ ହନୁମାନ ଚାଳିଶା ପରିବେଷଣ ହୋଇଥିଲା, ଯାହାର ସଙ୍ଗୀତ ସଂଯୋଜନା କରିଥିଲେ ଅଭିରାମ ନନ୍ଦ ଓ ନୃତ୍ୟ ସଂରଚନା କରିଥିଲେ ଗୁରୁ ସୋନାଲି ମହାପାତ୍ର।
 ଦ୍ବିତୀୟ ପ୍ରସ୍ତୁତିରେ ସାରଙ୍ଗ ପଲ୍ଲବୀ ଏକ ଶୁଦ୍ଧ ଖଣ୍ଡ ଯେଉଁଥିରେ ଗତି ଓ ସଂଗୀତ ଏକ ପ୍ରସ୍ଫୁଟିତ ଫୁଲ ପରି ସୁନ୍ଦର ଓ ମନୋରମ ଭାବ ପ୍ରକଟିତ କରିଥିଲା। ଉଦ୍‌ଘାଟନୀ ଉତ୍ସବର ଦ୍ୱିତୀୟାର୍ଦ୍ଧରେ ଓଡ଼ିଶୀ ନୃତ୍ୟରେ ଶିଳ୍ପୀଙ୍କ ଦ୍ୱାରା ଚାରିଯୁଗ ପରିବେଷଣ କରାଯାଇଥିଲା। ଏଥିରେ ଦେବୀଦୁର୍ଗାଙ୍କ ଶକ୍ତି ଓ ଦିବ୍ୟ ମହିମାକୁ ନେଇ ପରିବେଷଣ ନୃତ୍ୟ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା। ଶେଷରେ ଗୁରୁ ଆନନ୍ଦ ଶଙ୍କର ଜୟନ୍ତ ଓ ସାଥୀ କଳାକାରଙ୍କ ଦ୍ୱାରା ଭାରତନାଟ୍ୟମ୍‌ ନୃତ୍ୟ ପରିବେଷଣ କରାଯାଇଥିଲା। ଭକ୍ତ ରାମଦାସଙ୍କ ଦ୍ୱାରା ତେଲୁଗୁ ଭାଷାରେ ରଚିତ ମହାବିଷ୍ଣୁଙ୍କ ଦଶାବତାର ନେଇ ଦଶାବତାର ବର୍ଣ୍ଣିତ ଦଶାବତାରମ ପରିବେଷଣ କରାଯାଇଥିଲା। ସେମାନଙ୍କ ପ୍ରସ୍ତୁତିରେ ଦେବୀ ଉପସକମ୍‌ ଓ ଶେଷରେ ଭାରତନାଟ୍ୟମ୍‌ର ସ୍ଥାପତ୍ୟ ଓ ସୌନ୍ଦର୍ଯ୍ୟକରଣ ମାଧ୍ୟମରେ ସର୍ବଜ୍ଞ, ସର୍ବବ୍ୟାପୀ ଭଗବାନ ଶିବଙ୍କର ଏକ ଅର୍ଘ୍ୟ ପରିବେଷଣ କରାଯାଇଥିଲା। ଉଦ୍‌ଘାଟନୀ ସମାରୋହକୁ ମୃତ୍ୟୁଞ୍ଜୟ ରଥ ଓ ନାଜିଆ ଆଲାମ ସଂଯୋଜନା କରିଥିଲେ। ଏଥିରେ ସହକାରୀ ପର୍ଯ୍ୟଟନ ନିର୍ଦ୍ଦେଶକ ସରୋଜକାନ୍ତ ପ୍ରଧାନ, କୋଣାର୍କ ପର୍ଯ୍ୟଟନ ଉନ୍ନୟନ ଅଧିକାରୀ ଅମିୟ ରଞ୍ଜନ ସେଠୀଙ୍କ ସମେତ ଓଡ଼ିଶା ପର୍ଯ୍ୟଟନ ଉନ୍ନୟନ ନିଗମ ଓ ସଙ୍ଗୀତ ନାଟକ ଏକାଡେମୀର ପଦାଧିକାରୀମାନେ ପରିଚାଳନାରେ ସହଯୋଗ କରିଥିଲେ।
ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ବେଳାଭୂମି କୂଳରେ ଆଯୋଜିତ ୧୫ତମ ଅନ୍ତର୍ଜାତୀୟ ବାଲୁକା କଳା ମହୋତ୍ସବକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ। ପଦ୍ମଶ୍ରୀ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କ ତତ୍ତ୍ବାବଧାନରେ ଅନୁଷ୍ଠିତ ବାଲୁକା କଳା ମହୋତ୍ସବରେ ସ୍ପେନ, ରୁଷିଆ, ଜାପାନ, ପର୍ତ୍ତୃଗାଲ ଓ ଶ୍ରୀଲଙ୍କା ପ୍ରମୁଖ ଦେଶରୁ ୫ଜଣ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଯୋଗଦାନ କରିଛନ୍ତି। ଭାରତର ବିଭିନ୍ନ ରାଜ୍ୟ ଓ ଓଡ଼ିଶାରୁ ୧୪୧ଜଣ ବାଲୁକା ଶିଳ୍ପୀ ଅଂଶଗ୍ରହଣ କରିଛନ୍ତି।
ଉଦ୍‌ଘାଟନୀ ସାରେ ଚନ୍ଦ୍ରଭାଗା ବେଳାଭୂମି କୂଳରେ ପୁରୁଷ ବାଲୁକା ଶିଳ୍ପୀମାନେ ମନ୍ଦିର ଓ ଐତିହ୍ୟ ଏବଂ ପ୍ରାଚୀନ ସ୍ଥାପତ୍ୟ ଉପରେ ଆକର୍ଷଣୀୟ ମନୋରମ ବାଲୁକା କଳା ପ୍ରଦର୍ଶନ କରିଥିଲେ। ମହିଳା ବାଲୁକା ଶିଳ୍ପୀମାନେ ଓଡ଼ିଆ ଅସ୍ମିତା ଓ ସଂସ୍କୃତିର ପ୍ରତୀକ ସାଂସ୍କୃତିକ ମେଳା ଉପରେ ମନୋରମ ବାଲୁକା କଳା ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ମହୋତ୍ସବ ସ୍ଥାନରେ ବାଲୁକା କଳା ଉପରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକଙ୍କ ଦ୍ୱାରା ନିର୍ମିତ ବାଲୁକା କଳା ଗ୍ୟାଲେରିକୁ ମୁଖ୍ୟମନ୍ତ୍ରୀ ମାଝୀ ବୁଲି ଦେଖିଥିଲେ। ଏହି ପରିପ୍ରେକ୍ଷୀରେ ବାଲୁକା କଳା ମହୋତ୍ସବ ନିମନ୍ତେ ଆକର୍ଷଣୀୟ ସାଜସଜ୍ଜା ଓ ବ୍ୟାପକ ଆଲୋକ ବ୍ୟବସ୍ଥା କରାଯାଇଛି।

Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?