ବେଆଇନ ବନ୍ଧୁକ କାରଖାନା ଠାବ, ୪ ଅଭିଯୁକ୍ତଙ୍କୁ ଉଠାଇ ନେଲା କୋଲକାତା ପୋଲିସ

କଟକ ସଦର,୧୩ା୩(ସୁଶାନ୍ତ କୁମାର ଜେନା): କଟକ କମିଶନରେଟ ପୋଲିସ ଅଧିନସ୍ଥ ୪୨ ମୌଜା ଥାନା ଅନ୍ତର୍ଗତ ଧୂଳିଶ୍ୱର୍‌ ଗ୍ରାମର ଏକ ବେଆଇନ ବନ୍ଧୁକ କାରଖାନା ଉପରେ ଗୁରୁବାର ଭୋର୍‌ରୁ କୋଲକାତା ଓ ଭୁବନେଶ୍ବର ଏସ୍‌ଟିଏଫ, ୪୨ ମୌଜା ଥାନା ପୋଲିସ ମିଳିତ ଭାବେ ଚଢ଼ାଉ କରିଥିଲେ। ଏହି ଚଢାଉ ବେଳେ କାରଖାନାରେ ଥିବା ୩୦ଟି ମୌଜାର,ବନ୍ଧୁକ ତିଆରି ସରଞ୍ଜାମ ଓ ଲେଦ ମେଶିନ ଜବତ କରାଯାଇଥିଲା। ଏହି ବେଆଇନ ବନ୍ଧୁକ ନିର୍ମାଣ କରିବା ଅଭିଯୋଗରେ ପୋଲିସ ୪ ଜଣଙ୍କୁ ଉଠାଇ ନେଇଛି। ଏହି ଅଭିଯୁକ୍ତମାନେ ହେଲେ ବନ୍ଧୁକ କାରଖାନାର ଘର ମାଲିକ ତଥା ଧୂଳିଶ୍ୱର ଗ୍ରାମର ଶରତ ବେହେରା(୫୮), ବିହାର ମୁଙ୍ଗେରର ସମଶେର ଆଲମ( ଓ ମହମ୍ମଦ ଆବିଦ ହୁସେନ,ପଶ୍ଚିମ ବଙ୍ଗର ମହମ୍ମଦ ଆଜମ। ଏନେଇ ପଶ୍ଚିମବଙ୍ଗ ପୋଲିସ ମାମଲା ରୁଜ୍ଜୁ କରି ରିମାଣ୍ଡରେ ନେବ ବୋଲି ସୂଚନା ମିଳିଛି।
ଘଟଣାରୁ ପ୍ରକାଶ, ୨୦୨୪ରୁ ଏହି ତିନି ସନ୍ଦିଗ୍ଧ ଶରତଙ୍କ ଘରେ ଭଡ଼ାସୂତ୍ରରେ ରହିଥିଲେ। ସିଡୁଆ ନଦୀ ବନ୍ଧ ବାଟେ ଲେଦ ମେଶିନ ଓ ଅନ୍ୟ ଯନ୍ତ୍ରପାତି ବାହାରୁ ଆସି ମାଉଜର ଓ ଦେଶୀ ବନ୍ଧୁକ ତିଆରି କରାଯାଉଥିଲା। ପରେ ଏହାକୁ ପଶ୍ଚିମ ବଙ୍ଗ, ବିହାର, ଝାଡ଼ଖଣ୍ଡ ପ୍ରଭୃତି ରାଜ୍ୟକୁ ରାତି ଅଧରେ ଚାଲାଣ କରାଯାଉଥିଲା ବୋଲି ୩ ଅଭିଯୁକ୍ତ ପୋଲିସ ଆଗରେ ସ୍ବୀକାର କରିଛନ୍ତି।
ଅନ୍ୟପକ୍ଷରେ ଗୃହ ମାଲିକ ଶରତ ଗିରଫ ହେବା ପୂର୍ବରୁ ନିଜ ପ୍ରତିକ୍ରିୟାରେ ୨୦୨୪ ଜାନୁଆରୀ ମାସରୁ ତିନି ବ୍ୟକ୍ତି ଭଡ଼ା ସୂତ୍ରରେ ଘର ନେଇଥିଲେ। ମାତ୍ର ସେମାନଙ୍କ ପରିଚୟପତ୍ର ଘରୁ ଆଣି ଦେବେ ବୋଲି କହି ଆଜି ପର୍ଯ୍ୟନ୍ତ ଦେଇ ନାହାନ୍ତି ବୋଲି କହିଥିଲେ। ଏହାଛଡ଼ା ବନ୍ଧୁକ କାରଖାନା ସମ୍ପର୍କରେ କିଛି ଜାଣି ପାରି ନ ଥିଲେ ବୋଲି କହିଥିଲେ। ହେଲେ ଏହାକୁ ପୋଲିସ ସହଜରେ ଗ୍ରହଣ କରି ପାରି ନାହିଁ। କାରଣ ଏକ ବଡ଼ ଘରେ ବିଭିନ୍ନ ଯନ୍ତ୍ରାଂଶ ରଖାଯାଇ ବନ୍ଧୁକ ନିର୍ମାଣ କରାଯାଉଥିଲେ ସୁଦ୍ଧା ମାଲିକ ଜାଣି ନ ପାରିବା ବିବୃତ୍ତିକୁ କେହି ସହଜରେ ଗ୍ରହଣ କରି ପାରୁନାହାନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ ବନ୍ଧୁକ କାରଖାନାର ବାଟ କିଆ ବୁଦା ଓ ଆମ୍ବଗଛ ଭିତରେ ସିଡୁଆ ନଦୀବନ୍ଧକୁ ଖୋଲା ଯାଇଥିଲା। ଦିନ ବେଳା ୩ ଜଣ ଘରେ ଲୁଚି ରହୁଥିଲେ। ରାତି ହେଲେ କାମ କରୁଥିଲେ। ତେଣୁ ଘର ମାଲିକଙ୍କ ବିବତ୍ତିକୁ ସହଜରେ ପୋଲିସ ଗ୍ରହଣ କରି ପାରୁନାହିଁ। କୋଲକାତାରେ ଅଭିଯୁକ୍ତମାନଙ୍କୁ ଅଧିକ ପଚରାଉଚରା କରାଯିବ। ପଶ୍ଚିମବଙ୍ଗରେ ଘଟିଥିବା ଏକ ହତ୍ୟାକାଣ୍ଡ ଘଟଣାରେ ୪୨ ମୌଜା ଅଞ୍ଚଳର ମୌଜାର ବ୍ୟବହାର କରାଯାଇଥିବା ପୋଲିସ ଜାଣିପାରିଥିଲା। ତା’ପରେ ଚଢ଼ାଉ କରିଥିଲା। ଅଭିଯୁକ୍ତ ଶରତ ୪୨ ମୌଜା ଥାନା ମୋ’ ପୋଲିସର ଅତୀତରେ ସଦସ୍ୟ ଥିବା ନିର୍ଭରଯୋଗ୍ୟ ସୂତ୍ରରୁ ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?