Posted inଖେଳ

ତୃତୀୟଥର ଆଇପିଏଲ୍‌ ଚାମ୍ପିୟନ୍‌ ହେଲା କୋଲକାତା: ଫାଇନାଲ୍‌ରେ ଏକତରଫା ବିଜୟ

ଚେନ୍ନାଇ,୨୬।୫:ଆଇପିଏଲ ୨୦୨୪ର ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସ ଏକତରଫା ଭାବେ ହାଦ୍ରାବାଦ୍‌କୁ ପରାସ୍ତ କରି ତୃତୀୟଥର ଚାମ୍ପିୟନ୍‌ ହୋଇଛି। ଚେନ୍ନାଇରେ ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ୧୦ ବର୍ଷ ପରେ ଚାମ୍ପିୟନ ହୋଇଛି। କୋଲକାତା ଶେଷ ଥର ପାଇଁ ୨୦୧୪ରେ ଆଇପିଏଲ ଜିତିଥିଲା। ସେହି ସମୟରେ ଅଧିନାୟକ ଗୌତମ ଗମ୍ଭୀର ଥିଲେ ଏବଂ ଏହି ସିଜିନ୍‌ରେ ସେ ଦଳର ମେଣ୍ଟର ଅଛନ୍ତି। ତାଙ୍କ ମାର୍ଗଦର୍ଶନରେ ଏହି ଦଳ ପୁଣି ଥରେ ଚାମ୍ପିଅନ ହୋଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ୧୮ ଓଭରରେ ୧୧୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଇପିଏଲ ଇତିହାସର ଫାଇନାଲ୍‌ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା। ହାଇଦ୍ରାବାଦ୍‌ ଆରମ୍ଭରୁ ଝଟ୍‌କା ପାଇଥିଲା। ଅଭିଷେକ ଶର୍ମା ଦୁଇଟି ରନ ଏବଂ ଟ୍ରାଭିସ ହେଡ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଥିଲେ କୋଲକାତା ବୋଲର। ରାହୁଲ ତ୍ରିପାଠୀ ୯, ଆଡେନ ମାର୍କ୍ରାମ ୨୦, ନୀତୀଶ କୁମାର ରେଡ୍ଡୀ ୧୩, ହେନ୍ରିଚ କ୍ଲାସେନ ୧୬, ଶାହବାଜ ଅହମ୍ମଦ ୮, ଅବଦୁଲ ସମଦ ୪, ପାଟ କମିନ୍ସ ୨୪, ଜୟଦେବ ଉଦାଦକତ ୪ ସ୍କୋର କରିଥିଲେ। ଭୁବନେଶ୍ୱର କୁମାର ଖାତା ନ ଖୋଲି ଅପରାଜିତ ରହିଥିଲେ। କୋଲକାତା ପାଇଁ ଆନ୍ଦ୍ରେ ରସେଲ ୩ଟି ଉଇକେଟ ନେଇଥିବାବେଳେ ଷ୍ଟାର୍କ ଏବଂ ହର୍ଷିତ ରାଣା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ବୈଭବ ଆରୋରା, ସୁନୀଲ ନାରିନ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର-୮ ପର୍ଯ୍ୟାୟ ପୂର୍ବରୁ କ୍ରିକେଟ୍‌ ନୁହେଁ, ଏହି ଗେମ୍‌ ଖେଳିଲେ ଟିମ୍‌ ଇଣ୍ଡିଆର ଖେଳାଳି

ନୂଆଦିଲ୍ଲୀ,୧୭।୬: ଭାରତୀୟ ଦଳ ଟି-୨୦ ବିଶ୍ୱକପ ୨୦୨୪ରେ ଚମତ୍କାର ପ୍ରଦର୍ଶନ କରିଛି। ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ ଭାରତୀୟ ଦଳ କ୍ରମାଗତ ତିନିଟି ମ୍ୟାଚ ଜିତି ସୁପର-୮ରେ...

ଫାଦର୍ସ ଡେ’ରେ କୋହଲିଙ୍କୁ ମିଳିଲା ବଡ଼ ଉପହାର: ଫଟୋ ଶେୟାର କଲେ ଅନୁଷ୍କା

ଆଜିକାଲି ଅଭିନେତ୍ରୀ ଅନୁଷ୍କା ଶର୍ମା ନିଜ ପିଲାମାନଙ୍କ ସହ ନ୍ୟୁୟର୍କରେ ଅଛନ୍ତି। ତାଙ୍କ ସ୍ବାମୀ ତଥା କ୍ରିକେଟର ବିରାଟ କୋହଲିଙ୍କୁ ଟି-୨୦ ବିଶ୍ୱକପରେ ସମର୍ଥନ କରିବାକୁ...

ଟି-୨୦ ବିଶ଼୍ବକପ୍‌: ସୁପର ୮ରେ ଭାରତ, ଜାଣନ୍ତୁ କେବେ କାହାକୁ ଭେଟିବ

ନୂଆଦିଲ୍ଲୀ, ୧୭।୬: ଜାରି ରହିଥିବା ଟି-୨୦ ବିଶ଼୍ବକପ୍‌ରେ ଭାରତ ସୁପର-୮ରେ ସ୍ଥାନ ପକ୍କା କରିସାରିଛି । ଏ ପର୍ଯ୍ୟନ୍ତ ୩୮ଟି ମ୍ୟାଚ୍‌ ଖେଳାଯାଇଥିବା ବେଳେ ଆଜି...

ବିଜୟ ସହ ଟି-୨୦ ବିଶ୍ୱକପ୍‌ରୁ ବିଦାୟ ନେଲା ପାକିସ୍ତାନ

ଫ୍ଳୋରିଡା,୧୭ା୬: ପାକିସ୍ତାନ ଅନ୍ତିମ ଗ୍ରୁପ୍‌ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩ ଉଇକେଟରେ ପରାସ୍ତ କରି ଟି୨୦ ବିଶ୍ୱକପ ଅଭିଯାନ ଶେଷ କରିଛି। ଆୟର୍ଲାଣ୍ଡ ପ୍ରଥମେ ବ୍ୟାଟିଂ କରି...

କମାଲ୍‌ କଲେ ମନ୍ଧାନା: ଦକ୍ଷିଣ ଆଫ୍ରିକାକୁ ଧୂଳି ଚଟେଇଲା ଭାରତ

ବେଙ୍ଗାଲୁରୁ, ୧୬ା୬: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଅନ୍ତର୍ଜାତୀୟ ମହିଳା ଦିନିକିଆ କ୍ରିକେଟ ମ୍ୟାଚରେ ଭାରତ ୧୪୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ଏମ୍‌....

ସ୍କଟ୍‌ଲାଣ୍ଡକୁ ହରାଇଲା ଅଷ୍ଟ୍ରେଲିଆ: ସୁପର-୮ରେ ପହଞ୍ଚିଲା ଇଂଲଣ୍ଡ

ଗ୍ରସ୍‌ ଆଇଲେଟ୍‌,୧୫ା୬: ଟି୨୦ ବିଶ୍ୱକପ୍‌ରେ ରବିବାର ସ୍କଟ୍‌ଲାଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି ଅଷ୍ଟ୍ରେଲିଆ। ଏହି ପରାଜୟ ସହିତ ସ୍କଟ୍‌ଲାଣ୍ଡ ଟୁର୍ନାମେଣ୍ଟରୁ ବିଦାୟ ନେଇଥିବା ବେଳେ...

ଟି-୨୦ ବିଶ୍ୱକପ ଚାଲିଥିବାବେଳେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌

ନ୍ୟୁୟର୍କ,୧୬।୬: ଟି-୨୦ ବିଶ୍ୱକପ ୨୦୨୪ ଚାଲିଥିବାବେଳେ ଅନ୍ତର୍ଜାତୀୟ ସ୍ତରରେ ଦୁଇଟି ଦଳ ପାଇଁ ଖେଳିଥିବା ଷ୍ଟାର ଅଲରାଉଣ୍ଡର ଡେଭିଡ ଓ୍ବିଜେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଛନ୍ତି।...

ଟି-୨୦ ବିଶ୍ୱକପର ସୁପର୍‌-୮ରେ କାହାକୁ ଭେଟିବ ଟିମ୍‌ ଇଣ୍ଡିଆ: ଜାଣନ୍ତୁ କାର୍ଯ୍ୟସୂଚୀ

ନ୍ୟୁୟର୍କ,୧୬।୬: ଇଂଲଣ୍ଡ ଦଳ ଶେଷରେ ଟି-୨୦ ବିଶ୍ୱକପର ସୁପର ୮ ପାଇଁ ଯୋଗ୍ୟତା ଅର୍ଜନ କରିବାରେ ସଫଳ ହୋଇଛି। ଏପର୍ଯ୍ୟନ୍ତ ୭ଟି ଦଳ ସୁପର ୮...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri