Posted inଖେଳ

ତୃତୀୟଥର ଆଇପିଏଲ୍‌ ଚାମ୍ପିୟନ୍‌ ହେଲା କୋଲକାତା: ଫାଇନାଲ୍‌ରେ ଏକତରଫା ବିଜୟ

ଚେନ୍ନାଇ,୨୬।୫:ଆଇପିଏଲ ୨୦୨୪ର ଫାଇନାଲରେ କୋଲକାତା ନାଇଟ୍‌ ରାଇଡର୍ସ ଏକତରଫା ଭାବେ ହାଦ୍ରାବାଦ୍‌କୁ ପରାସ୍ତ କରି ତୃତୀୟଥର ଚାମ୍ପିୟନ୍‌ ହୋଇଛି। ଚେନ୍ନାଇରେ ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ ରାଇଡର୍ସ ସନରାଇଜର୍ସ ହାଇଦ୍ରାବାଦକୁ ୮ ଉଇକେଟରେ ପରାସ୍ତ କରି ୧୦ ବର୍ଷ ପରେ ଚାମ୍ପିୟନ ହୋଇଛି। କୋଲକାତା ଶେଷ ଥର ପାଇଁ ୨୦୧୪ରେ ଆଇପିଏଲ ଜିତିଥିଲା। ସେହି ସମୟରେ ଅଧିନାୟକ ଗୌତମ ଗମ୍ଭୀର ଥିଲେ ଏବଂ ଏହି ସିଜିନ୍‌ରେ ସେ ଦଳର ମେଣ୍ଟର ଅଛନ୍ତି। ତାଙ୍କ ମାର୍ଗଦର୍ଶନରେ ଏହି ଦଳ ପୁଣି ଥରେ ଚାମ୍ପିଅନ ହୋଇଛି।
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ହାଇଦ୍ରାବାଦ୍‌ ୧୮ ଓଭରରେ ୧୧୩ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା। ଆଇପିଏଲ ଇତିହାସର ଫାଇନାଲ୍‌ରେ ଏହା ହେଉଛି ସର୍ବନିମ୍ନ ସ୍କୋର। ଏହାପୂର୍ବରୁ ୨୦୧୩ରେ ଚେନ୍ନାଇ ମୁମ୍ବାଇକୁ ୧୨୫ରନ ଟାର୍ଗେଟ ଦେଇଥିଲା। ହାଇଦ୍ରାବାଦ୍‌ ଆରମ୍ଭରୁ ଝଟ୍‌କା ପାଇଥିଲା। ଅଭିଷେକ ଶର୍ମା ଦୁଇଟି ରନ ଏବଂ ଟ୍ରାଭିସ ହେଡ ଖାତା ନ ଖୋଲି ପ୍ୟାଭିଲିୟନକୁ ଫେରିଥିଲେ। ଏହି ମ୍ୟାଚ୍‌ରେ ହାଇଦ୍ରାବାଦର ବ୍ୟାଟିଂ ଅର୍ଡରକୁ ଧ୍ୱସ୍ତ କରିଥିଲେ କୋଲକାତା ବୋଲର। ରାହୁଲ ତ୍ରିପାଠୀ ୯, ଆଡେନ ମାର୍କ୍ରାମ ୨୦, ନୀତୀଶ କୁମାର ରେଡ୍ଡୀ ୧୩, ହେନ୍ରିଚ କ୍ଲାସେନ ୧୬, ଶାହବାଜ ଅହମ୍ମଦ ୮, ଅବଦୁଲ ସମଦ ୪, ପାଟ କମିନ୍ସ ୨୪, ଜୟଦେବ ଉଦାଦକତ ୪ ସ୍କୋର କରିଥିଲେ। ଭୁବନେଶ୍ୱର କୁମାର ଖାତା ନ ଖୋଲି ଅପରାଜିତ ରହିଥିଲେ। କୋଲକାତା ପାଇଁ ଆନ୍ଦ୍ରେ ରସେଲ ୩ଟି ଉଇକେଟ ନେଇଥିବାବେଳେ ଷ୍ଟାର୍କ ଏବଂ ହର୍ଷିତ ରାଣା ଦୁଇଟି ଲେଖାଏ ଉଇକେଟ ନେଇଥିଲେ। ଏହା ବ୍ୟତୀତ ବୈଭବ ଆରୋରା, ସୁନୀଲ ନାରିନ ଏବଂ ବରୁଣ ଚକ୍ରବର୍ତ୍ତୀ ଗୋଟିଏ ଲେଖାଏ ଉଇକେଟ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ନାଁରେ ପୁଣି ଲଜ୍ଜାଜନକ ରେକର୍ଡ!

ନୂଆଦିଲ୍ଲୀ,୬।୯: ୨୦୨୬ ଦୁଲୀପ ଟ୍ରଫି ଫାଇନାଲର ପ୍ରଥମ ଇନିଂସରେ ବୈଭବ ସୂର୍ଯ୍ୟବଂଶୀ ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ ଏବଂ ୧୫ତମ ଓଭରରେ ୪୪ ରନ କରି ଆଉଟ ହୋଇଥିଲେ।…

ମହମ୍ମଦ ଶାମିଙ୍କୁ ନେଇ ଆସିଲା ବଡ଼ ଖବର, ଚୟନକର୍ତ୍ତାଙ୍କ ନଜର ଦୁଲୀପ ଟ୍ରଫି ଫାଇନାଲ ଉପରେ

ନୂଆଦିଲ୍ଲୀ,୬।୯: ଅଭିଜ୍ଞ ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମିଙ୍କ ODI ଦଳକୁ ଫେରିବା ପାଇଁ ପଥ ଖୋଲିପାରେ। ଭାରତ ସେପ୍ଟେମ୍ବର 27 ରୁ ୱେଷ୍ଟଇଣ୍ଡିଜ ବିପକ୍ଷରେ ଏକ…

ଜେଲ୍‌ରେ ବିଚାରାଧୀନ କଏଦୀଙ୍କ ମୃତ୍ୟୁ, ପରିବାର ପକ୍ଷରୁ କ୍ଷତିପୂରଣ ଦାବି କରି…

ପାରଳାଖେମୁଣ୍ଡି,୬ା୯(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ସବ୍‌ଜେଲ୍‌ରେ ଜଣେ ବିଚାରାଧୀନ କଏଦୀଙ୍କ ଆକସ୍ମିକ ମୃତ୍ୟୁକୁ ନେଇ ଚର୍ଚ୍ଚା ଜୋର ଧରିଛି। ମୃତକ ହେଲେ ରାୟଗଡ଼ ବ୍ଲକ ଜିରାଙ୍ଗ…

ଭାଜପାରେ ଯୋଗଦେଲେ ଅନେକ କର୍ମୀ, ପ୍ରଧାନମନ୍ତ୍ରୀଙ୍କ ଶାସନରେ…

ରିଷିଡ଼ା,୬ା୯(ସୁଶାନ୍ତ ମଲ୍ଲିକ): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ତେରେସିଂହାସ୍ଥିତ ସୁବିଧା କେନ୍ଦ୍ରଠାରେ ଭାଜପାର ମାସିକ ବୈଠକ ଓ ମିଶ୍ରଣ ପର୍ବ ଶନିବାର ଭାଜପାର କର୍ଲାମୁଣ୍ଡା ମଣ୍ଡଳ ସଭାପତି ଡୋଳାମଣି…

ISRO ଘରୋଇକରଣକୁ ନେଇ କର୍ମଚାରୀଙ୍କ ମଧ୍ୟରେ ବଢିଲା ଚିନ୍ତା, ମୁଖ୍ୟଙ୍କଠାରୁ ସ୍ପଷ୍ଟୀକରଣ ଲୋଡିଲେ

ବେଙ୍ଗାଲୁରୁ,୬।୯: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO)ର କର୍ମଚାରୀମାନେ ଘରୋଇ କମ୍ପାନୀଗୁଡ଼ିକ ପାଇଁ ମହାକାଶ କ୍ଷେତ୍ର ଖୋଲାଯିବା ନେଇ ଚିନ୍ତିତ ହେଉଛନ୍ତି। ହଜାର ହଜାର ISRO କର୍ମଚାରୀଙ୍କ…

ବିଷାକ୍ତ ମଦ ପିଇ ଚାଲିଗଲା ୧୦ ଜୀବନ, ମୃତ୍ୟୁସଂଖ୍ୟା ବଢ଼ିବା ଆଶଙ୍କା

ଭୋପାଳ,୬ା୯: ମଧ୍ୟପ୍ରଦେଶର ସାଗରରେ ବିଷାକ୍ତ ମଦ ପିଇ ୧୦ ଜଣଙ୍କ ଜୀବନ ଚାଲିଯାଇଛି। ଆଉ ୩ ଜଣ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛି। ତେବେ ମୃତ୍ୟୁସଂଖ୍ୟା…

ମାର୍ଚ୍ଚ କିମ୍ୱା ଏପ୍ରିଲରେ ପଞ୍ଚାୟତ ଭୋଟ: ନିର୍ବାଚନ କମିଶନର

ଭୁବନେଶ୍ୱର,୬ା୯(ସୁନିତ୍‌ ମିଶ୍ର): ଆସନ୍ତା ମାର୍ଚ୍ଚ ଶେଷ କିମ୍ୱା ଏପ୍ରିଲ ପ୍ରଥମ ସପ୍ତାହରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ୱାଚନ ହୋଇପାରେ। ପଞ୍ଚାୟତ ନିର୍ୱାଚନ ଲାଗି ରାଜ୍ୟ ନିର୍ୱାଚନ କମିଶନ ଜୋର୍‌ଦାର…

ପାକିସ୍ତାନକୁ ହରାଇ ଭାରତର ଲଗାତର ତୃତୀୟ ବିଜୟ

ଦୁବାଇ,୫ା୯: ମହିଳା ଏସିଆ କପ୍‌ ଟି୨୦ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରିଛି। ପୂର୍ବରୁ ସେମିଫାଇନାଲରେ ସ୍ଥାନ ପକ୍କା କରିଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri