Posted inଖେଳ

ପାକିସ୍ତାନରେ କୋହଲିଙ୍କ ପୋଷ୍ଟର୍‌, ପ୍ରଶଂସକ କହିଲେ ଆମେ ଚାହୁଁଛୁ…

ଇସଲାମାବାଦ୍‌,୨୧।୧:ନିକଟରେ ପାକିସ୍ତାନର ଷ୍ଟାଡିୟମରେ ପ୍ରଶଂସକମାନେ ପୂର୍ବତନ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପୋଷ୍ଟର ନେଇ ପହଞ୍ଚିଥିଲେ। ପାକିସ୍ତାନ ସୁପର ଲିଗରେ କୋହଲିଙ୍କ ପୋଷ୍ଟର ଧରି କିଛି ପ୍ରଶଂସକ ଷ୍ଟାଡିୟମରେ ନଜର ଆସିଥିଲେ। ପାକିସ୍ତାନୀ ପ୍ରଶଂସକମାନେ ଚାହୁଁଛନ୍ତି ଯେ କୋହଲି ପାକିସ୍ତାନ ସୁପର ଲିଗରେ ଖେଳନ୍ତୁ। ମୁଲତାନ୍‌ ସୁଲତାନ ଏବଂ କ୍ୱେଟା ଗ୍ଲାଡିଏଟର୍ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ ସମୟରେ ଏହା ଦେଖିବାକୁ ମିଳିଥିଲା।
ମୁଲତାନ ବ୍ୟାଟ୍ସମ୍ୟାନ ଶାନ ମାସୁଦ ଏବଂ ମହମ୍ମଦ ରିଜୱାନ ଅର୍ଦ୍ଧ ଶତକ କରି କ୍ରିଜ୍‌ରେ ଥିଲେ। ପ୍ରଶଂସକମାନେ ଷ୍ଟାଡିୟମରେ ପାକିସ୍ତାନୀ କ୍ରିକେଟରଙ୍କ ପୋଷ୍ଟର ଦେଖାଉଥିଲେ। ଏହି ସମୟରେ କୋହଲିଙ୍କ ପୋଷ୍ଟର ମଧ୍ୟ ଦେଖିବାକୁ ମିଳିଥିଲା। ଏହା ଉପରେ ପ୍ରଶଂସକ ଲେଖିଛନ୍ତି ଯେ ବିରାଟ, ମୁଁ ପାକିସ୍ତାନରେ ଆପଣଙ୍କ ଶତକ ଦେଖିବାକୁ ଚାହୁଁଛି।
ପ୍ରଶଂସକମାନେ ଦୀର୍ଘ ସମୟ ଧରି କୋହଲିଙ୍କ ୭୧ ତମ ଶତକକୁ ଅପେକ୍ଷା କରି ରହିଛନ୍ତି। ସେ ୨୦୧୯ରେ ବାଂଲାଦେଶ ବିପକ୍ଷ ଡେ ନାଇଟ ଟେଷ୍ଟ ମ୍ୟାଚରେ  ଶତକ ସ୍କୋର କରିଥିଲେ। ଖରାପ ପ୍ରଦର୍ଶନ ଯୋଗୁ କୋହଲି ମଧ୍ୟ ସମାଲୋଚନାର ସମ୍ମୁଖୀନ ହୋଇଛନ୍ତି। ଏହି କାରଣରୁ ସେ ପ୍ରଥମେ ଭାରତୀୟ ଟି -୨୦ ଦଳର ଅଧିନାୟକତ୍ୱ ଛାଡିଥିଲେ। ତା’ପରେ ଦିନିକିଆ ଅଧିନାୟକତ୍ୱ ତାଙ୍କଠାରୁ ନିଆଯାଇଥିଲା। ଏହା ପରେ ସେ ଟେଷ୍ଟ ଦଳର ଅଧିନାୟକତ୍ୱ ମଧ୍ୟ ଛାଡିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଦିଲ୍ଲୀକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀକୁ ୧୦ ଉଇକେଟରେ ହରାଇ...

ପ୍ଲେ- ଅଫ୍‌ରେ ସ୍ଥାନ ହାସଲ ଲକ୍ଷ୍ୟରେ ବାଙ୍ଗାଲୋର

ଶାରଜା,୩୧।୧୦(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୫୨ତମ ମ୍ୟାଚ୍‌ରେ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଓ ଡେଭିଡ୍‌ ଓ୍ବାର୍ନରଙ୍କ ନେତୃତ୍ୱାଧୀନ ସନ ରାଇଜର୍ସ...

ଭାରତ ଆଗରେ ବିଜୟ ଲକ୍ଷ୍ୟ ୩୩୮

ବର୍ମିଂହାମ,୩୦।୬: ଚଳିତ ବିଶ୍ୱକପର ଏକ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଭାରତ ଆଗରେ ବିଶାଳ ୩୩୮ରନର ଲକ୍ଷ୍ୟ ରଖିଛି ଆୟୋଜକ ଇଂଲଣ୍ଡ। ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିଥିବା...

ତେନ୍ଦୁଲକରଙ୍କୁ ପଛରେ ଛାଡ଼ିଲେ

ନୂଆଦିଲ୍ଲୀ,୧୯।୧: ଭାରତୀୟ ଭାବେ ବିଦେଶରେ ସର୍ବାଧିକ ଦିନିକିଆ ରନ୍‌ କରିବାର ରେକର୍ଡ ନିଜ ନାମରେ କରିଛନ୍ତ ବରିଷ୍ଠ ବ୍ୟାଟର ବିରାଟ କୋହଲି। ଏହି ଧାରାରେ ସେ...

ବାଙ୍ଗାଲୋର ସାମ୍ନାରେ ୧୫୫ ରନ୍‌ ଟାର୍ଗେଟ୍‌ ରଖିଲା ରାଜସ୍ଥାନ

ଆବୁଧାବି, ୩।୧୦: ଆଇପିଏଲ୍‌-୧୩ତମ ସିଜନର ଶନିବାର ଅନୁଷ୍ଠିତ ୧୫ତମ ମୁକାବିଲାରେ ରାଜସ୍ଥାନ ରୟାଲ୍ସ ଓ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସାମ୍ନାସାମ୍ନି ହୋଇଛନ୍ତି। ଏହି ମ୍ୟାଚ୍‌ରେ ଟସ୍‌...

୩୮ ବର୍ଷରେ ଯୁବରାଜ: ୬ ବଲରେ ୬ଟି ଛକ୍କା ମାରି ଇଂଲଣ୍ଡ ଟିମ୍‌କୁ ଦେଇଥିଲେ କନ୍ଦାଇ

ନୂଆଦିଲ୍ଲୀ, ୧୨।୧୨: ଭାରତୀୟ କ୍ରିକେଟର ଯୁବରାଜ ସିଂ ଗୁରୁବାର ୩୮ ବର୍ଷରେ ପଦାର୍ପଣ କରିଛନ୍ତି। ସେ ୧୯୮୧ ଡିସେମ୍ବର ୧୨ରେ ଚଣ୍ଡିଗଡ଼ଠାରେ ଜନ୍ମଗ୍ରହଣ କରିଥିଲେ। ଯୁବରାଜଙ୍କୁ...

ହାତକୁ ଦି’ ହାତ ହେଲେ ଏହି କ୍ରିକେଟର୍‌

ଭାରତକୁ ଅଣ୍ଡର-୧୯ ବିଶ୍ୱକପ୍‌ ଜିତାଇଥିବା କ୍ରିକେଟ୍‌ର ଉନ୍ମୁକ୍ତ ଚାନ୍ଦ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ସେ ଡ୍ୟୁଟ୍ରିଓନିଷ୍ଟ ସିମରନ ଖେସଲଙ୍କୁ ନିଜ ଜୀବନସାଥୀ ରୂପେ ବାଛିଛନ୍ତି।...

ଦୁଲୀପ୍‌ ଟ୍ରଫି ଫାଇନାଲ: ଇଶାନଙ୍କ ଉପରେ ନଜର

ବେଙ୍ଗାଲୁରୁ, ୩।୯ (ପି.ଟି.)- ଘରୋଇ କ୍ରିକେଟ୍‌ର ଅନ୍ୟତମ ସମ୍ମାନଜନକ କ୍ରିକେଟ୍‌ ପ୍ରତିଯୋଗିତା ଦୁଲୀପ୍‌ ଟ୍ରଫିର ଫାଇନାଲ ମ୍ୟାଚ୍‌ ବୁଧବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ଏମ୍‌. ଚିନ୍ମସ୍ବାମୀ...

Advertisement
Archives

Model This Week