Posted inଖେଳ

କୋହଲିଙ୍କ ନୂଆ ଲୁକ୍‌

ନୂଆଦିଲ୍ଲୀ,୧୮।୯: ଭାରତୀୟ ଅଧିନାୟକ ବିରାଟ କୋହଲି ଦୀର୍ଘ ଦିନ ପରେ ଏସିଆ କପ୍‌ରେ ଫର୍ମକୁ ଫେରିଛନ୍ତି। ସେ ଏହି ଟୁର୍ନାମେଣ୍ଟର ୫ଟି ମ୍ୟାଚରେ ୨୭୬ ରନ ସ୍କୋର କରିଥିଲେ। ବର୍ତ୍ତମାନ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପ ଉପରେ ବିରାଟ କୋହଲିଙ୍କ ନଜର ରହିଛି। ଟି-୨୦ ବିଶ୍ୱକପ୍‌ ପୂର୍ବରୁ କୋହଲିଙ୍କ ନୂଆ ହେୟାର ଷ୍ଟାଇଲ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଭାରତ-ଅଷ୍ଟ୍ରେଲିଆ ୩ ଟି-୨୦ ସିରିଜର ପ୍ରଥମ ମ୍ୟାଚ ୨୦ ସେପ୍ଟେମ୍ବରରେ ମୋହାଲିରେ ଖେଳାଯିବ। ଅଷ୍ଟ୍ରେଲିଆ ସିରିଜ ପୂର୍ବରୁ ବିରାଟ କୋହଲି କେଶକୁ ନୂଆ ଲୁକ୍‌ ଦେଇଛନ୍ତି। ହେୟାର ଷ୍ଟାଇଲିଷ୍ଟ ରସିଦ ସଲମାନି ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଭିଡିଓରେ ତାଙ୍କୁ କୋହଲିଙ୍କ ସହ ଦେଖିବାକୁ ମିଳିବ। ଭିଡିଓ କ୍ୟାପଶନରେ ସେ ଲେଖିଛନ୍ତି, ‘କିଙ୍ଗ୍‌ କୋହଲିଙ୍କ ନୂଆ ଲୁକ। ତେବେ ସୋସିଆଲ ମିଡିଆରେ ବିରାଟ କୋହଲିଙ୍କ ପ୍ରଶଂସକମାନେ ଏହି ଲୁକକୁ ବହୁତ ପସନ୍ଦ କରୁଛନ୍ତି।
ସୂଚନାଯୋଗ୍ୟ, ଟି-୨୦ ବିଶ୍ୱକପ ୨୦୨୨ ପୂର୍ବରୁ ଭାରତୀୟ ଦଳ ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ସହିତ ସିରିଜ ଖେଳିବ। ଭାରତୀୟ ଦଳ ଅଷ୍ଟ୍ରେଲିଆ ବିପକ୍ଷରେ ୩ ଟି-୨୦ ମ୍ୟାଚ ଖେଳିବ। ଏହି ସିରିଜ ଟି-୨୦ ବିଶ୍ୱକପ ପୂର୍ବରୁ ଉଭୟ ଦଳ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଏ। ଏହି ସିରିଜର ପ୍ରଥମ ମ୍ୟାଚ ୨୦ ସେପ୍ଟେମ୍ବରରେ ମୋହାଲିରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୨୩ ସେପ୍ଟେମ୍ବରରେ ନାଗପୁରରେ ଖେଳାଯିବ। ଏଥି ସହିତ ଶେଷ ମ୍ୟାଚ ୨୫ ସେପ୍ଟେମ୍ବରରେ ହାଇଦ୍ରାବାଦରେ ଖେଳାଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ସିନ୍ଧୁଙ୍କ ବିଦାୟ

ବର୍ମିଂହାମ୍‌, ୧୪ା୩ (ପି.ଟି.)- ବିଶ୍ୱ ଚାମ୍ପିୟନ ପି. ଭି. ସିନ୍ଧୁ ଅଲ୍‌ ଇଂଲଣ୍ଡ ଚାମ୍ପିୟନଶିପ୍‌ରୁ ବିଦାୟ ନେଇଛନ୍ତି। ବର୍ମିଂହାମ୍‌ ଆରେନାରେ ଶୁକ୍ରବାର ଅନୁଷ୍ଠିତ ଏକ କ୍ୱାର୍ଟରଫାଇନାଲରେ...

ଆଶ୍ଚର୍ଯ୍ୟଜନକ ଖୁଲାସା କଲେ ଚହଲ

ପୁଣେ,୮।୪: ଟିମ ଇଣ୍ଡିଆର ସ୍ପିନର ୟୁଜଭେନ୍ଦ୍ର ଚହଲ ଦୀର୍ଘ ଦିନ ଧରି ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଖେଳୁଛନ୍ତି। ସେ ୨୦୧୪ରେ ରୟାଲ ଚ୍ୟାଲେଞ୍ଜର୍ସ...

ଟିମ୍‌ ଇଣ୍ଡିଆର ବ୍ୟାଟିଂ ଲାଇନ ବିପର୍ଯ୍ୟସ୍ତ: ୧୧୭ରେ ଅଲଆଉଟ…

ବିଶାଖାପଟ୍ଟନମ,୧୯।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶାଖାପଟ୍ଟନମ୍‌ରେ ୩ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳା ଯାଉଛି। ଡ.ଓ୍ବାଇଏସ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ...

ପ୍ରଥମ ଦିନିକିଆ: ଇଂଲଣ୍ଡ ୬ ଉଇକେଟରେ ବିଜୟୀ

ସାଉଥାମ୍ପଟନ,୩୧।୭(ଏପି): ପ୍ରତ୍ୟାବର୍ତ୍ତନରେ ଡେଭିଡ୍‌ ଓ୍ବିଲି ଦମ୍‌ଦାର ବୋଲିଂ କରି ଇଂଲଣ୍ଡକୁ ଆୟର୍ଲାଣ୍ଡ ବିପକ୍ଷରେ ବିଜୟୀ କରାଇଛନ୍ତି। ସ୍ଥାନୀୟ ରୋଜ ବାଉଲ ଗ୍ରାଉଣ୍ଡରେ ଗୁରୁବାର ଅନୁଷ୍ଠିତ ପ୍ରଥମ...

ଗେଲ, ମାଲିଙ୍ଗାଙ୍କୁ କେହି କିଣିଲେ ନାହିଁ

ଲଣ୍ଡନ,୨୧।୧୦- ଭିନ୍ନ କ୍ରିକେଟ ଲିଗ୍‌ ‘ଦ ହଣ୍ଡ୍ରେଡ୍‌’ ପାଇଁ ରବିବାର ଖେଳାଳି ନିଲାମ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଏଥିରେ ଆଫଗାନିସ୍ତାନ ଅଧିନାୟକ ରସିଦ ଖାଁଙ୍କୁ ପ୍ରଥମେ...

ଇଂଲଣ୍ଡକୁ ହରାଇଲା ଦକ୍ଷିଣ ଆଫ୍ରିକା: ତଥାପି ମିଳିଲାନି ସେମି ଟିକେଟ

ଶାରଜା,୬।୧୧: ଟି୨୦ ବିଶ୍ୱକପ୍‌ ଗ୍ରୁପ୍‌-୧ର ଅନ୍ତିମ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ୧୦ ରନରେ ଇଂଲଣ୍ଡକୁ ପରାସ୍ତ କରିଛି। ଅନ୍ତିମ ଓଭରରେ ହ୍ୟାଟ୍ରିକ ଉଇକେଟ ହାସଲ କରି...

ବୁମ୍‌ରାଙ୍କ ସ୍ଥାନରେ ସିରାଜ

ନୂଆଦିଲ୍ଲୀ, ୧ା୧୦(ପି.ଟି.): ଦକ୍ଷିଣ ଆଫ୍ରିକା ବିପକ୍ଷ ଭାରତର ଅବଶିଷ୍ଟ ଦୁଇ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ପ୍ରମୁଖ ପେସ୍‌ ବୋଲର ଯଶପ୍ରୀତ୍‌ ବୁମ୍‌ରାଙ୍କ ସ୍ଥାନରେ ମହମ୍ମଦ...

ଓଡ଼ିଶା ଏଫ୍‌ସିରେ ଯୋଗଦେଲେ କମଲଜିତ୍‌

ଭୁବନେଶ୍ୱର, ୧୦ା୬ (ସ୍ପୋଟର୍‌ସ ବ୍ୟୁରୋ): ଭାରତୀୟ ଗୋଲକିପର କମଲଜିତ୍‌ ସିଂ ହିରୋ ଇଣ୍ଡିଆନ ସୁପର ଲିଗ୍‌ (ଆଇଏସ୍‌ଏଲ୍‌)ର ୭ମ ସଂସ୍କରଣରେ ଓଡ଼ିଶା ଏଫ୍‌ସି ତରଫରୁ ଖେଳିବେ।...

Advertisement
Archives

Model This Week