Posted inଖେଳ

ଆଇସିସି ଟି୨୦ ର଼୍ୟାଙ୍କିଙ୍ଗ୍‌: ଟପ୍‌ ୫କୁ ଫେରିଲେ କୋହଲି

ଦୁବାଇ,୧୮।୩(ପି.ଟି.): ଇଂଲଣ୍ଡ ବିପକ୍ଷ ଚଳିତ ଟି୨୦ ସିରିଜରେ ଦମ୍‌ଦାର ପ୍ରଦର୍ଶନ କରି ଭାରତୀୟ ଅଧିନାୟକ ବିରାଟ କୋହଲି ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ଟି୨୦ ର଼୍ୟାଙ୍କିଙ୍ଗ୍‌ର ଶ୍ରେଷ୍ଠ ୫ଟି ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବୁଧବାର ପ୍ରକାଶିତ ର଼୍ୟାଙ୍କିଙ୍ଗ୍‌ରେ କୋହଲି ବ୍ୟାଟିଂ ତାଲିକାରେ ଗୋଟିଏ ସ୍ଥାନ ଉପରକୁ ଉଠି ୫ମ ସ୍ଥାନ ଅଧିକାର କରିଛନ୍ତି। ଦ୍ୱିତୀୟ ଓ ତୃତୀୟ ଟି୨୦ରେ ସେ ଅପରାଜିତ ୭୩ ଓ ୭୭ ରନ ସଂଗ୍ରହ କରି ୪୭ ରେଟିଂ ପଏଣ୍ଟ ହାସଲ କରିଛନ୍ତି। ସେହିପରି କ୍ରମାଗତ ୩ଟି ମ୍ୟାଚ୍‌ରେ ବିଫଳ ହୋଇଥିଲେ ମଧ୍ୟ ଶ୍ରେଷ୍ଠ ଭାରତୀୟ ବ୍ୟାଟ୍ସମ୍ୟାନ ଭାବେ ଲୋକେଶ ରାହୁଲ ପୂର୍ବପରି ଚତୁର୍ଥ ସ୍ଥାନରେ ସ୍ଥିର ରହିଛନ୍ତି। ଶ୍ରେୟାସ ଆୟାର ୩୨ଟି ସ୍ଥାନ ଉପରକୁ ଉଠି ୩୧ତମ ସ୍ଥାନରେ ରହିଛନ୍ତି। ସେହିପରି ଉଇକେଟକିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୩୦ଟି ସ୍ଥାନ ଉପରକୁ ଉଠି ୮୦ତମ ସ୍ଥାନରେ ରହିଛନ୍ତି।
ଅନ୍ୟପଟେ ବୋଲିଂ ତାଲିକାରେ ଓ୍ବାଶିଂଟନ ସୁନ୍ଦର ଦୁଇଟି ସ୍ଥାନ ଉପରକୁ ଉଠି ୧୧ତମ ଓ ଦ୍ରୁତ ବୋଲର ଶାର୍ଦ୍ଦୁଳ ଠାକୁର ୧୪ଟି ସ୍ଥାନ ଉପରକୁ ଉଠି ୨୭ତମ ସ୍ଥାନରେ ରହିଛନ୍ତି। ସେହିପରି ଭୁବନେଶ୍ୱର କୁମାର ୭ଟି ସ୍ଥାନ ଉପରକୁ ଉଠି ୪୫ତମ ସ୍ଥାନ ଅଧିକାର କରିଛନ୍ତି।
ଇଂଲଣ୍ଡ ଓପନର ଜୋଶ ବଟଲର ଟପ୍‌ ୨୦କୁ ଫେରିଛନ୍ତି। ତୃତୀୟ ଟି୨୦ରେ ମ୍ୟାଚ୍‌ ବିଜୟୀ ଅପରାଜିତ ୮୩ ରନର ଇନିଂସ ଖେଳି ସେ ୫ଟି ସ୍ଥାନ ଉପରକୁ ଉଠି ୧୯ତମ ସ୍ଥାନରେ ରହିଛନ୍ତି। ତେବେ ୨୦୧୮ ଅକ୍ଟୋବରରେ ସେ କ୍ୟାରିୟର ଶ୍ରେଷ୍ଠ ୧୭ତମ ସ୍ଥାନ ଅଧିକାର କରିଥିଲେ। ସେହିପରି ଜନି ବେୟାରଷ୍ଟୋ ଦୁଇଟି ସ୍ଥାନ ଉପରକୁ ଉଠି ୧୪ତମ ସ୍ଥାନରେ ପହଞ୍ଚିଛନ୍ତି। ଡାଓ୍ବିଡ ମଲାନ ବ୍ୟାଟିଂ ତାଲିକାର ଶୀର୍ଷରେ ରହିଛନ୍ତି। ଓପନର ଜାସନ ରୟ ୪ଟି ସ୍ଥାନ ଉପରକୁ ଉଠି ୨୪ତମ ସ୍ଥାନରେ ରହିଛନ୍ତି। ସେ ପ୍ରଥମ ଦୁଇଟି ମ୍ୟାଚ୍‌ରେ ୪୯ ଓ ୪୬ ରନ ସଂଗ୍ରହ କରିଛନ୍ତି। ଦ୍ରୁତ ବୋଲର ଜୋଫ୍ରା ଆର୍ଚର ୪୩ଟି ସ୍ଥାନ ଉପରକୁ ଉଠି ୩୪ ଓ ମାର୍କ ଉଡ୍‌ ୫୯ଟି ସ୍ଥାନ ଉପରକୁ ଉଠି ୩୯ତମ ସ୍ଥାନରେ ରହିଛନ୍ତି। ବାମ୍‌ହାତୀ ସ୍ପିନର ସାମ କୁରାନ ୪୧ଟି ସ୍ଥାନ ଉପରକୁ ଉଠି ୭୪ତମ ସ୍ଥାନ ଅଧିକାର କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୁପର-୧୨ରେ ଶ୍ରୀଲଙ୍କା, ନେଦରଲାଣ୍ଡ୍ସ

ଜିଲଙ୍ଗ(ଭିକ୍ଟୋରିଆ),୨୧ା୧୦(ପି.ଟି.): ଆଇସିସି ଟି୨୦ ବିଶ୍ୱକପ ମୁଖ୍ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି ଶ୍ରୀଲଙ୍କା ଓ ନେଦରଲାଣ୍ଡ୍ସ। ଗ୍ରୁପ୍‌ ଏ’ରେ ସ୍ଥାନ ପାଇଥିବା ଦୁଇ ଦଳ ୩ ମ୍ୟାଚରୁ...

କ୍ରିକେଟ୍‌ରେ ବିରଳ ରେକର୍ଡ

ଫେବୃୟାରୀ ୭, ଭାରତୀୟ କ୍ରିକେଟ ପାଇଁ ଏକ ସ୍ବତନ୍ତ୍ର ଦିନ। ଆଜିକୁ ଠିକ୍‌ ୨୩ ବର୍ଷ ପୂର୍ବେ ପ୍ରସିଦ୍ଧ ସ୍ପିନ୍‌ ବୋଲର୍‌ ଅନିଲ କୁମ୍ବଲେ ଭାରତ...

ସାନିଆଙ୍କ ଫଟୋ ହେଲେ ପି.ଟି. ଉଷାଙ୍କ ନାମ

ନୂଆଦିଲ୍ଲୀ,୩୦।୮: ଆମ ଦେଶରେ ଗୁରୁବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଥିବାବେଳେ ଆନ୍ଧ୍ର ପ୍ରଦେଶର ବିଶାଖାପାଟଣାଠାରେ ହୋଇଥିବା ଏକ ବଡ଼ ତ୍ରୁଟି ସାମ୍ନାକୁ ଆସିଛି। ଏଠାରେ...

ମେଡିକାଲକୁ ବଲ୍‌ ଦାନ କଲେ ୪ ଗୋଲ ସ୍କୋର କରିଥିବା ଲିସିକ୍‌

ରୋମ୍‌,୧୬।୩(ଏଏଫ୍‌ପି)- ଗତ ସପ୍ତାହରେ ଚାମ୍ପିୟନ୍ସ ଲିଗ୍‌ ମ୍ୟାଚ୍‌ରେ ୪ ଗୋଲ ସ୍କୋର କରିଥିବା ଆଟ୍‌ଲାଣ୍ଟା ଫରଓ୍ବାର୍ଡ ଜୋସିପ ଲିସିକ୍‌ ବର୍ଗାମୋର ଏକ ମେଡିକାଲକୁ ବଲ୍‌ ଦାନ...

୬୫ ବର୍ଷ ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ଘଟିଲା ଏମିତି

ସିଡନୀ,୨୬।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ ଦଳର ନୂତନ ଅଧିନାୟକ ଭାବରେ ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର ପ୍ୟାଟ କମିନ୍ସଙ୍କୁ ମନୋନୀତ କରାଯାଇଛି। କମିନ୍ସ ଅଷ୍ଟ୍ରେଲିଆର...

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିବ ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି, ୬।୧୦: ଚଳିତ ଆଇପିଏଲ୍‌ର ବିଂଶତମ ମ୍ୟାଚରେ ମଙ୍ଗଳବାର ମୁମ୍ବାଇ ଇଣ୍ଡିଆନ୍ସ ଓ ରାଜସ୍ଥାନ ରୟାଲ୍ସ ସାମ୍ନାସାମ୍ନି ହୋଇଛନ୍ତି। ସ୍ଥାନୀୟ ଶେଖ୍‌ ଜାୟେଦ ଷ୍ଟାଡିୟମରେ ଅନୁଷ୍ଠିତ...

ଏସିଆ ଏକାଦଶରେ କୋହଲି, ପନ୍ତ, ସାମି

ଢାକା, ୨୬।୨(ପି.ଟି.)- ବାଂଲାଦେଶ ପ୍ରତିଷ୍ଠାତା ଶେଖ୍‌ ମୁଜିବୁର ରହମନଙ୍କ ଜନ୍ମ ଶତବାର୍ଷିକୀ ଅବରସରେ ଆୟୋଜନ ହେବାକୁ ଯାଉଥିବା ଦୁଇ ମ୍ୟାଚ୍‌ ବିଶିଷ୍ଟ ଟି୨୦ ଅନ୍ତର୍ଜାତୀୟ ସିରିଜରେ...

୧୯ ବର୍ଷରୁ କମ୍‌ ଫୁଟବଲ: ଓମାନଠାରୁ ହାରିଲା ଭାରତ

ନୂଆଦିଲ୍ଲୀ,୨୦।୭ (ପି.ଟି.)- ଆଗକୁ ଆୟୋଜନ ହେବାକୁଥିବା ଏଏଫ୍‌ସି ୧୯ ବର୍ଷରୁ କମ୍‌ ଟୁର୍ନାମେଣ୍ଟ ପାଇଁ ପ୍ରସ୍ତୁତି ଚଳାଇଥିବା ଭାରତୀୟ ଦଳ ଶୁକ୍ରବାର ଓମାନଠାରୁ ପରାସ୍ତ ହୋଇଛି।...

Advertisement
Archives

Model This Week