Posted inଖେଳ

ଜାଣିଶୁଣି ଯୁବରାଜଙ୍କ କ୍ୟାରିୟର ଖରାପ କରିଥିଲେ କୋହଲି: ସାଂଘାତିକ ଅଭିଯୋଗ ଆଣିଲେ ପୂର୍ବତନ କ୍ରିକେଟର୍‌

ନୂଆଦିଲ୍ଲୀ,୧୦।୧: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଖେଳାଳି ରବିନ ଉଥପ୍ପା ନିକଟରେ ଏକ ବୟାନ ଦେଇଛନ୍ତି, ଯାହା କ୍ରିକେଟ ଜଗତରେ ଏକ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଉଥପ୍ପା ଦାବି କରିଛନ୍ତି, ବିରାଟ କୋହଲି ଯୁବରାଜ ସିଂହଙ୍କ ଅଧିନାୟକତ୍ୱ ସମୟରେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରକୁ ସମାପ୍ତ କରିବାରେ ଏକ ବଡ଼ ଭୂମିକା ଗ୍ରହଣ କରିଥିଲେ। ତାଙ୍କ ମତରେ, କୋହଲି ଫିଟନେସ ମାନଦଣ୍ଡ ଦର୍ଶାଇ ଯୁବରାଜଙ୍କ ଦଳକୁ ଫେରିବା ବାଟକୁ ଅବରୋଧ କରିଥିଲେ।
ଯୁବରାଜ ସିଂହ ସେହି ଖେଳାଳିମାନଙ୍କ ମଧ୍ୟରୁ ଜଣେ ଥିଲେ। ଯେଉଁମାନେ ଭାରତକୁ ୨୦୧୧ ବିଶ୍ୱକପ ଜିତାଇଥିଲେ। ଏହା ପରେ, କର୍କଟ ରୋଗ ଭଳି ଗମ୍ଭୀର ରୋଗ ସହିତ ଲଢ଼ି ପଡ଼ିଆକୁ ଫେରିଥିବା ଯୁବରାଜ ସିଂହଙ୍କୁ କଡ଼ା ଫିଟନେସ ମାନଦଣ୍ଡ ଯୋଗୁ ଦଳରୁ ବାହାର କରାଯାଇଥିଲା।
ରବିନ ଉଥାପ୍ପା ପ୍ରକାଶ କରିଛନ୍ତି, ଯୁବରାଜ ଫିଟନେସ ପରୀକ୍ଷାରେ କେବଳ ଦୁଇଟି ମାର୍କ ଛାଡ଼ କରିବାକୁ କହିଥିଲେ କିନ୍ତୁ କୋହଲି ଏହାକୁ ମଞ୍ଜୁର କରି ନ ଥିଲେ। ସେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲେ ଏବଂ ଦଳରେ ସ୍ଥାନ ପାଇଲେ, କିନ୍ତୁ ଏକ ଖରାପ ଟୁର୍ନାମେଣ୍ଟ ପରେ, ତାଙ୍କୁ ସମ୍ପୂର୍ଣ୍ଣ ଭାବରେ ବାଦ ଦିଆଯାଇଥିଲା। ଉଥାପ୍ପା କହିଛନ୍ତି, ଯୁବି ପା ହେଉଛନ୍ତି ସେହି ଖେଳାଳି ଯିଏ ଆମକୁ ବିଶ୍ୱକପ ଜିତାଇଥିଲେ। ସେ କର୍କଟ ରୋଗ ଭଳି ମାରାତ୍ମକ ରୋଗ ସହିତ ଲଢ଼ିବା ପରେ ପୁନରାଗମନ କରିଥିଲେ। କିନ୍ତୁ ଅଧିନାୟକ କୋହଲି ତାଙ୍କୁ ଫିଟନେସ ଦୃଷ୍ଟିରୁ କୌଣସି ରିହାତି ଦେଇ ନ ଥିଲେ।
ରବିନ ଉଥାପ୍ପା ଆହୁରି କହିଛନ୍ତି, ଯୁବରାଜଙ୍କ ସହ ଏପରି ବ୍ୟବହାର ତାଙ୍କ କ୍ୟାରିୟର ପାଇଁ ଘାତକ ସାବ୍ୟସ୍ତ ହୋଇଥିଲା। ଏକ ଖରାପ ଟୁର୍ନାମେଣ୍ଟ ପରେ, ତାଙ୍କୁ ଦଳରୁ ବାହାର କରାଯାଇଥିଲା ଏବଂ ତାଙ୍କୁ ଫେରିବାର ସୁଯୋଗ ଦିଆ ଯାଇ ନ ଥିଲା। ଉଥାପ୍ପାଙ୍କ ମତରେ, ଯେତେବେଳେ ବିରାଟ କୋହଲି ଅଧିନାୟକ ହେଲେ, ଯୁବରାଜଙ୍କୁ ଆବଶ୍ୟକ ସମର୍ଥନ ମିଳି ନ ଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ଭାରସାମ୍ୟ ହରାଇ ବାଇକ ସହ ଗଛରେ ପିଟିହେଲେ ଯୁବକ, ତାପରେ…..

ଉଦଳା,୧୫।୯(ସନ୍ତୋଷ ବାଛିନୀ): ଭୟଙ୍କର ଦୁର୍ଘଟଣା। ଦୃତଗତିରେ ବାଇକ ଚଲାଇ ଆସୁଥିବା ବେଳେ ଏକ ଗଛରେ ପିଟି ହୋଇ ତଳେ ପଡିଯାଇଥିଲେ ଯୁବକ । ଦୁର୍ଘଟଣା ଏତେ ଭୟଙ୍କର…

‘ମୋ ପତ୍ନୀ ବି ଚିତ୍କାର କରିବାକୁ ଲାଗିଲେ’, ବୈଭବଙ୍କ ସହ ଏମିତି କ’ଣ ହେଲା? ପ୍ରଶ୍ନ ଉଠାଇଲେ ପୂର୍ବତନ ଖେଳାଳି

ନୂଆଦିଲ୍ଲୀ,୧୫।୯: ଭାରତ ଓ ଆଫଗାନିସ୍ତାନ ମଧ୍ୟରେ ଦ୍ୱିତୀୟ T20 ମ୍ୟାଚ ଆରମ୍ଭ ହେବାକୁ ଯାଉଛି। ତେବେ ଏହା ପୂର୍ବରୁ ପ୍ରଥମ T20ରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ଲେଇଂ ଇଲେଭେନ୍‌ରୁ…

ଭାରତୀୟ କ୍ରିକେଟ ପାଇଁ ସୁନୀଲ ଗାଭାସ୍କରଙ୍କ ବଡ଼ ଅନୁରୋଧ; କଲେ ଏମିତି ଦାବି

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏକ ସୁବର୍ଣ୍ଣଯୁଗ ଦେଇ ଗତି କରୁଛି ଏବଂ ବିଶ୍ୱ କ୍ରିକେଟରେ ଏହାର ପ୍ରଭାବଶାଳୀ ସ୍ଥିତି ରହିଛି; ତଥାପି, ପୂର୍ବତନ କିମ୍ବଦନ୍ତୀ…

ଦଧିବାମନ ମନ୍ଦିରରେ ଲାଗି ହେଲା ନବାନ୍ନ, ଇଷ୍ଟ ଦେବୀଙ୍କ ପାଖରେ ଅର୍ପଣ କରି…

ଭବାନୀପାଟଣା,୧୫।୯ (ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ ସହରର ସର୍ବ ପୁରାତନ ଦଧିବାମନ ଜୀଉଙ୍କ ମନ୍ଦିରରେ ନବାନ୍ନ ଲାଗି ହୋଇଛି । ପୂର୍ବ ନିର୍ଦ୍ଧାରିତ ଲଗ୍ନ…

ଦିନକୁ କେତେ କୋଟି ରୋଜଗାର କରନ୍ତି ବୈଭବ? ୧୫ ବର୍ଷର ଷ୍ଟାରଙ୍କ ଆୟ ଜାଣିଲେ ଉଡ଼ିଯିବ ହୋସ!

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟର ଯୁବ ସେନ୍ସେସନ ବୈଭବ ସୂର୍ଯ୍ୟବଂଶୀ ଏବେ ବିଶ୍ୱ କ୍ରିକେଟର ସବୁଠୁ ଚର୍ଚ୍ଚିତ ଖେଳାଳିଙ୍କ ମଧ୍ୟରେ ଜଣେ। ମାତ୍ର ୧୫ ବର୍ଷ ବୟସରେ ଫ୍ରାଞ୍ଚାଇଜ…

T20Iରେ ସବୁଠୁ ଦ୍ରୁତ ଅର୍ଦ୍ଧଶତକ କାହା ନାଁରେ? ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ, ବୈଭବ-ଅଭିଷେକଙ୍କ ପାଇଁ ବି ରେକର୍ଡ ଭାଙ୍ଗିବା କଷ୍ଟକର

ନୂଆଦିଲ୍ଲୀ,୧୫।୯: ଭାରତୀୟ କ୍ରିକେଟ୍ର ନୂଆ ବିସ୍ଫୋରକ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା। ତାଙ୍କ ଆକ୍ରମଣାତ୍ମକ ବ୍ୟାଟିଂ ଦେଖି କ୍ରିକେଟ୍‌ପ୍ରେମୀଙ୍କ ମନରେ ଗୋଟିଏ ପ୍ରଶ୍ନT20…

ଭାରତୀୟ ଟିମ ନେଲାନି ଟ୍ରଫି, ଏବେ ନକଭିଙ୍କ ପଦ ଉପରେ ସଙ୍କଟ? BCCI ନେବ…

ନୂଆଦିଲ୍ଲୀ,୧୫।୯: ଏସିଆ କପ ଟ୍ରଫି ପ୍ରେଜେଣ୍ଟେସନ୍‌କୁ ନେଇ ପାକିସ୍ତାନ କ୍ରିକେଟ ବୋର୍ଡ (PCB) ମୁଖ୍ୟ ତଥା ଏସିଆନ କ୍ରିକେଟ କାଉନସିଲ (ACC) ଅଧ୍ୟକ୍ଷ ମୋହସିନ ନକଭିଙ୍କୁ ନେଇ…

ପାଣିରେ ପାଦ ଦେଉ ଦେଉ ମହିଳାଙ୍କୁ ଟାଣିନେଲା ବଉଳା କୁମ୍ଭୀର, ଏକ କିଲୋମିଟର ଦୂରରେ ଘଟିଲା…..

ମହାକାଳପଡ଼ା,୧୫।୯(ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡା ଜିଲାର ନଦୀରେ ମାଳ ମାଳ କୁମ୍ଭୀରମାନଙ୍କ ଉପଦ୍ରବ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏଥି ପାଇଁ ବନ ବିଭାଗ ଅଧିକାରୀଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?