Posted inଖେଳ

ଅନୁଷ୍କାଙ୍କୁ ସ୍ନେହରେ ଏହି ନାମରେ ଡାକନ୍ତି କୋହଲି; ଜାଣନ୍ତୁ ଏହି ଯୋଡ଼ିଙ୍କ ଅନେକ ସିକ୍ରେଟ୍‌…

ନୂଆଦିଲ୍ଲୀ,୧୮।୯: ଭାରତୀୟ କ୍ରିକେଟ ଟିମ୍‌ର ପୂର୍ବତନ ଅଧିନାୟକ ହେଉଛନ୍ତି ବିରାଟ କୋହଲି। ବ୍ୟକ୍ତିଗତ ଜୀବନ ସହ ଖେଳ ଜୀବନରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ବିରାଟ ନିଜର ପ୍ରେମ ସମ୍ପର୍କକୁ ନେଇ ପ୍ରାୟ ଚର୍ଚ୍ଚାରେ ରହିଥାନ୍ତି। ବିବାହ ପରେ ଏହା କିଛିଟା କମିଥିଲେ ହେଁ ଆଇପିଏଲ୍‌ ମଇଦାନରେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ଉପସ୍ଥିତି ଖବର ଶିରୋନାମା ପାଲଟିଥାଏ।  ପିତା ହୋଇଛନ୍ତି ବିରାଟ। ତେବେ ଆସନ୍ତୁ ଜାଣିବା ବିରାଟ-ଅନୁଷ୍କାଙ୍କ ସମ୍ପର୍କକୁ ନେଇ କିଛିଟା ଅଜଣା କଥା।

-ପେସାରେ ଓକିଲ ପ୍ରେମ କୋହଲୀଙ୍କ ପୁଅ ବିରାଟ ୧୯୮୮ ମସିହା ନଭେମ୍ବର ୫ ତାରିଖରେ ଜନ୍ମଗ୍ରହଣ କରିଥିଲେ। ଦୀର୍ଘ ଦିନ ଧରି ସେ ଅନୁଷ୍କାଙ୍କୁ ଡେଟ୍‌ କରିବା ପରେ ୨୦୧୭ ମସିହା ଡିସେମ୍ବର ୧୧ ତାରିଖରେ ତାଙ୍କୁ ବିବାହ କରିଥିଲେ।

-ଇଟାଲୀରେ ବେଶ୍‌ ଗୋପନୀୟ ଭାବେ ଏହି ବିବାହ ଅନୁଷ୍ଠିତ ହୋଇଥିଲା। ଉଭୟ ପରସ୍ପରକୁ ବେଶ୍‌ ଭଲପାଉଥିବା ବେଳେ କାମକୁ ନେଇ ଜଣେ ଅନ୍ୟଜଣଙ୍କୁ ପ୍ରୋତ୍ସାହିତ କରିଥାନ୍ତି।

-ବିରାଟ ସ୍ନେହରେ ଅନୁଷ୍କାଙ୍କୁ ନୁଷ୍କି ବୋଲି ଡାକିଥାନ୍ତି।

-୨୦୧୩ରେ ବିରାଟ ଏବଂ ଅନୁଷ୍କା ଏକ ବିଜ୍ଞାପନରେ ପରସ୍ପରକୁ ଭେଟିଥିଲେ। ଏହା ପରେ ଉଭୟ ବନ୍ଧୁ ଏବଂ ପରେ ତାହା ବିବାହ ପର୍ଯ୍ୟନ୍ତ ଯାଇଥିଲା।

-ପ୍ରେମରେ ଥିବା ବେଳେ ବିରାଟ ଏକଦା ଦକ୍ଷିଣ ଆଫ୍ରିକା ଗସ୍ତ କରି ଅନୁଷ୍କାଙ୍କ ଘରେ ପହଞ୍ଚି ଯାଇଥିଲେ। ସେଭଳି ଅନୁଷ୍କା ମଧ୍ୟ ୨୦୧୪ରେ ନ୍ୟୁଜିଲାଣ୍ଡରେ ପହଞ୍ଚିଯାଇଥିଲେ। ଏହାପରେ ବିରାଟଙ୍କ ସହ ତାଙ୍କ ସମ୍ପର୍କ ଥିବା ସ୍ପଷ୍ଟ ହୋଇଯାଇଥିଲା।

-ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ରେ ବିରାଟ ଶତକ କରିଥିଲେ। ଏହା ପରେ ଅନୁଷ୍କାଙ୍କୁ ସେ ଫ୍ଲାଇଂ କିସ୍‌ ଦେଇଥିଲେ। ଉକ୍ତ ଭିଡିଓ ଏବେ ପର୍ଯ୍ୟନ୍ତ ଭାଇରାଲ ହେଉଛି।

-ଆଇପିଏଲ୍‌ର ଓପନିଂ ଉତ୍ସବରେ ଅନୁଷ୍କା ଯୋଗଦେବାକୁ ପହଞ୍ଚିଥିଲେ। ଏହା ଦେଖି ବିରାଟ ବେଶ ଖୁସି ହୋଇଯାଇଥିଲେ। ଉକ୍ତ ସମୟର ଫଟୋ ଭାଇରାଲ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏଭଳି ଥିଲା ଭୁବନେଶ୍ୱରଙ୍କ ଲଭ୍‌ଷ୍ଟୋରୀ: ଘରଲୋକଙ୍କ ପୂର୍ବରୁ ଇଣ୍ଟରଭ୍ୟୁ ନେଇଥିଲେ ପ୍ରେମିକା; ଚିଠି ପଠାଇବା ପାଇଁ..

ନୂଆଦିଲ୍ଲୀ,୧୮।୯: ଭାରତୀୟ ଟିମ୍‌ର ଦ୍ରୁତ ବୋଲର ଭୁବନେଶ୍ୱର କୁମାର ୨୧ ଟେଷ୍ଟରେ ୬୩ ଓ୍ବିକେଟ୍‌ ନେଇଛନ୍ତି। ଏହାଛଡ଼ା ୧୧୪ ଏକଦୀବସୀୟ ମ୍ୟାଚ୍‌ରେ ୧୩୨ ଏବଂ ୪୩...

ଟ୍ରେନିଂକୁ ଫେରିଲେ ଅଶ୍ୱିନୀ, ଲକ୍ଷ୍ୟ

ନୂଆଦିଲ୍ଲୀ,୪।୬(ପି.ଟି.): ବ୍ୟାଡ୍‌ମିଣ୍ଟନ ତାରକା ଅଶ୍ୱିନୀ ପୋନାପ୍ପା ଓ ଲକ୍ଷ୍ୟ ସେନ୍‌ଙ୍କ ସମେତ ୨୦ଜଣ ଅନ୍ୟ ଭାରତୀୟ ଖେଳାଳି ଟ୍ରେନିଂକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ବେଙ୍ଗାଲୁରୁ ସ୍ଥିତ ପ୍ରକାଶ...

‘କୌଣସି ଦ୍ୱନ୍ଦ୍ୱ ନାହିଁ କି ଚିନ୍ତା ନାହିଁ’; କେ.ଏଲ୍‌. ରାହୁଲଙ୍କୁ ନେଇ ଏଭଳି ସ୍ପଷ୍ଟୀକରଣ ଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୧।୧୧: ଟି୨୦ ବିଶ୍ୱକପ୍‌ ୨୦୨୨ରେ ଏଯାବତ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରିଆସୁଛି। ପ୍ରଥମରୁ ଦୁଇଟି ମ୍ୟାଚ୍‌ ଜିତି ନେଇଥିବାରୁ ଦଳ ସେମିଫାଇନାଲରେ ଖେଳିବ ବୋଲି...

ସିଏସକେକୁ ୧୫୮ ରନର ଟାର୍ଗେଟ ଦେଲା ଏମଆଇ…

ମୁମ୍ବାଇ,୮।୪ : ଆଇପିଏଲ ସିରିଜ ୧୬ର ୧୨ ତମ ମ୍ୟାଚ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସକେ)ମଧ୍ୟରେ ମୁମ୍ବାଇର ଓ୍ବାଙ୍ଖଡେ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଛି।...

ପ୍ରଥମ ଟେଷ୍ଟ: ରୁଟ୍‌ଙ୍କ ବୃହତ୍‌ ଶତକ: ଇଂଲଣ୍ଡ ପ୍ରଭାବୀ

ଗାଲେ,୧୬।୧(ପି.ଟି.): ଅଧିନାୟକ ଜୋ ରୁଟ୍‌ଙ୍କ ଅପରାଜିତ ଶତକ (୧୬୮*, ୨୫୪ ବଲ, ୧୨ ଚୌକା) ବଳରେ ଇଂଲଣ୍ଡ ଘରୋଇ ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟେଷ୍ଟରେ ବୃହତ୍‌...

ସୂର୍ଯ୍ୟକୁମାର ନୁହେଁ ବରଂ ଏହି ଖେଳାଳି ହୃଦୟ ଜିତିଲେ ବୋଲି କହିଲେ ସେହଓ୍ବାଗ୍‌, ଏଭଳି କଲେ ପ୍ରଶଂସା

ନୂଆଦିଲ୍ଲୀ,୧୯।୩: ଗୁରୁବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ଟି୨୦ର ଚତୁର୍ଥ ମ୍ୟାଚ୍‌ରେ ଭାରତୀୟ କ୍ରିକେଟର ସୂର୍ଯ୍ୟକୁମାର ଯାଦବ ଉଲ୍ଲେଖନୀୟ ପ୍ରଦର୍ଶନ କରିଥିଲେ।  ତାଙ୍କର ୫୭ରନ୍‌ର ପାଳିକୁ ଅନେକ...

ଲଣ୍ଡନରେ ଜନ୍ମଦିନ ପାଳିଲେ ଧୋନୀ

ଲଣ୍ଡନ,୭।୭: ଭାରତର ପୂର୍ବତନ ଅଧିନାୟକ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଆଜି ୪୧ ବର୍ଷରେ ପଦାର୍ପଣ କରିଛନ୍ତି। ଧୋନୀ ନିଜ ଜନ୍ମଦିନ ଲଣ୍ଡନରେ ସ୍ତ୍ରୀ ସାକ୍ଷୀ...

କୋପା ଆମେରିକା ଫୁଟ୍‌ବଲ: ବ୍ରାଜିଲ ଦଳରେ ନେମାର, ସିଲ୍‌ଭା ସାମିଲ

ସାଓ ପାଉଲୋ,୧୧।୬(ଏପି): କୋପା ଆମେରିକା ଫୁଟ୍‌ବଲ ଟୁର୍ନାମେଣ୍ଟ ଆରମ୍ଭ ହେବାର ଦୁଇଦିନ ପୂର୍ବରୁ ବ୍ରାଜିଲ ଏକ ୨୪ ଜଣିଆ ଦଳ ଘୋଷଣା କରିଛି। ତାରକା ଷ୍ଟ୍ରାଇକର...

Advertisement
Archives

Model This Week