Posted inଫୁରସତ

ବିଶ୍ୱର ସବୁଠୁ ଏକାକୀ ଘର, ବେଡ୍‌ରୁମ୍‌ର ଦାମ୍‌ ଜାଣିଲେ…

ବିଭିନ୍ନ କ୍ଷେତ୍ରରେ ଲୋକଙ୍କର ଭିନ୍ନ ଭିନ୍ନ ରୁଚି ରହିଥାଏ। କିଛି ଲୋକ ଶାନ୍ତିରେ ବଞ୍ଚିବାକୁ ଚାହାନ୍ତି ତ ଆଉ କିଛି ଲୋକ ଏକାକୀ ରହିବାକୁ ଚାହାନ୍ତି। ସମସ୍ତେ ନିଜ ମନ ମୁତାବକ ସମ୍ପତ୍ତି କିଣିବା ପାଇଁ ଚାହିଁଥାନ୍ତି। ଦୁନିଆରେ ଏମିତି ଏକ ଘର ରହିଛି, ଯେଉଁଥିରେ ଗୋଟିଏ ମାତ୍ର ବେଡ୍‌ରୁମ୍‌ର ଦାମ୍‌ ୨ କୋଟିରୁ ଅଧିକ।

ଏହି ଘର ଆମେରିକାର ଓ୍ବାହୁଆସ୍ଥିତ ଏକ ଦ୍ୱୀପରେ ନିର୍ମିତ ହୋଇଛି। ଏହି ଘରେ କେବଳ ଗୋଟିଏ ବେଡ୍‌ ରୁମ୍‌ ରହିଛି। ଏହାକୁ ଦୁନିଆର ସବୁଠୁ ଏକାକୀ ଘର କୁହାଯାଉଛି। ଏହି ସ୍ଥାନ ସେହି ଲୋକମାନଙ୍କ ପାଇଁ, ଯେଉଁମାନେ ଏକ ସୁନ୍ଦର ଜୀବନ ଶୈଳୀରେ ବଞ୍ଚିବାକୁ ଚାହାନ୍ତି। ଦୁନିଆର ଲୋକମାନଙ୍କଠାରୁ ଏକା ରହିବାକୁ ପସନ୍ଦ କରନ୍ତି। ସେହିମାନଙ୍କୁ ଏହି ଘର ସ୍ବାଗତ କରୁଛି।

ଏହି ଘରର ଦାମ୍‌ ୨.୫୮କୋଟି। ଏହି ଘରେ କେବଳ ଗୋଟିଏ ବେଡ୍‌ରୁମ୍‌ ରହିଛି। ଯାହାର ଚାରିପାଖେ ବାଲି ଏବଂ ପାଣି ବ୍ୟତୀତ ଆଉ କିଛି ବି ନାହିଁ। ଏହି ସ୍ଥାନକୁ ସ୍ବର୍ଗ କୁହାଯାଏ। ଘରଟି ଡକ୍‌ ଲେଜେଜ ଦ୍ୱୀପରେ ନିର୍ମିତ। ଏହାର କ୍ଷେତ୍ର ୧.୫ ଏକର ଏବଂ ଏଠାରେ ଅଲଗା ଲୋକ କେହି ବାସ କରୁନାହାନ୍ତି। ଦ୍ୱୀପରେ ବହୁ ସଂଖ୍ୟକ ସିଲ୍‌ ଦେଖାଯାଏ କିନ୍ତୁ କୌଣସି ଉଦ୍ଭିଦ କିମ୍ବା ସଭ୍ୟତାର ଚିହ୍ନବର୍ଣ୍ଣ ନାହିଁ। ଘରୁ ବାହାରିବା ମାତ୍ରେ କେବଳ ପ୍ରକୃତିର ସୌନ୍ଦର୍ଯ୍ୟ ଦେଖିବାକୁ ମିଳିବ।

୨୦୦୯ରେ ଏହି ଗୃହଟି ନିର୍ମିତ ହୋଇଥିଲା। ଘରଟି ଏବେ ବି ଭଲ ଅଛି। କୌତୂହଳର ବିଷୟ ଏଠାରେ ଆଉ କିଛି ଘଟେ ନାହିଁ କିନ୍ତୁ ଏକ ଶକ୍ତିଶାଳୀ ଓ୍ବାଇଫାଇ ନେଟଓ୍ବାର୍କ କାମ କରେ। ଘର ୫୪୦ ବର୍ଗଫୁଟରେ ନିର୍ମିତ ଏବଂ ଆବଶ୍ୟକ ସମସ୍ତ ଜିନିଷ ଏଠାରେ ଉପଲବ୍ଧ। ଏଠାରେ ବନ୍ୟା ହେବାର ଭୟ ନାହିଁ କିନ୍ତୁ ଏକମାତ୍ର ସମସ୍ୟା ହେଉଛି ଘର ଭିତରେ ବାଥରୁମ୍‌ ନାହିଁ। ଏଠାରେ ରାତିରେ ସାମୁଦ୍ରିକ ପ୍ରାଣୀମାନଙ୍କର ଶବ୍ଦ ଶୁଣିବାକୁ ମିଳେ। ବର୍ତ୍ତମାନ ଏହି ସମ୍ପତ୍ତି ବୋଲ୍ଡ କୋଷ୍ଟ ପ୍ରପର୍ଟିଜର ଏଜେଣ୍ଟ ବିଲି ମିଲିକେନଙ୍କର ରହିଛି। ଯିଏ କି ଏହାକୁ ବିକ୍ରି କରିବାକୁ ଚାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାଇଭେଟ ପାର୍ଟ ବିକ୍ରି କଲେ ମିଳିବ ୧.୨୦ କୋଟି! Reel ଦେଖି ନାବାଳକଙ୍କ ସହ ଭୟଙ୍କର କାଣ୍ଡ, କାଟିଦେଲେ…

ଭୋପାଳ,୧୮।୮: ଭୋପାଳରେ ଛୋଟା ତାଳାବ କୂଳରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲା। ଏହାପରେ ପୋଲିସ ମୃତ ଯୁବକଙ୍କ ସମ୍ପର୍କରେ ତଦନ୍ତ ଆରମ୍ଭ କରିଥିଲା। ଧୋବି…

ବୟଫ୍ରେଣ୍ଡଙ୍କ ସହ ମୋମୋ ଖାଉଥିଲେ ସ୍ତ୍ରୀ, ହଠାତ୍‌ ପହଞ୍ଚିଗଲେ ସ୍ବାମୀ: ଆଉ ତା’ପରେ ଯାହା ଘଟିଲା…

ଭୋପାଳ,୧୮।୮: ମଧ୍ୟପ୍ରଦେଶର ଭୋପାଳରୁ ଏକ ଅଜବ ପାରିବାରିକ ନାଟକ ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଏଠାରେ ଏକ ଅନୈତିକ ସମ୍ପର୍କର ହାଇଭୋଲଟେଜ ଡ୍ରାମା ରାସ୍ତା…

ପୁଣି ଆସୁଛି ବଡ଼ ଲଘୁଚାପ! ପ୍ରବଳରୁ ଅତି ପ୍ରବଳ ବର୍ଷା, ୨୪ ଘଣ୍ଟାରେ…

ଭୁବନେଶ୍ୱର , ୧୮।୮: ଆସୁଛି ଆଉ ଏକ ଲଘୁଚାପ। ଅଗଷ୍ଟ ୨୨ କିମ୍ବା ୨୩ ତାରିଖ ବେଳକୁ ଉତ୍ତରପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଉତ୍ତର ଓଡ଼ିଶା ଉପକୂଳରେ…

ବଡ଼ ଘୋଷଣା କଲା ଭାଜପା: ୩ ରାଜ୍ୟ ପାଇଁ…

ନୂଆଦିଲ୍ଲୀ,୧୮।୮: ଆଗାମୀ ବିଧାନସଭା ନିର୍ବାଚନ ପୂର୍ବରୁ ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନ ତିନୋଟି ରାଜ୍ୟ ପାଇଁ ନୂତନ ପ୍ରଭାରୀ ନିଯୁକ୍ତ କରିଛନ୍ତି। ଉତ୍ତର ପ୍ରଦେଶ, ପଞ୍ଜାବ…

ପର୍ବପର୍ବାଣୀ ଋତୁ ପୂର୍ବରୁ LPGକୁ ନେଇ ବଡ଼ ନିଷ୍ପତ୍ତି ନେଲେ ସରକାର, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ, ୧୮।୮: ଆସନ୍ତା କିଛି ସପ୍ତାହରେ ଗଣେଶ ଚତୁର୍ଥୀ, ନବରାତ୍ରି, ଦୀପାବଳି ଏବଂ ଏହାପରେ ବିବାହ ଋତୁ ଆରମ୍ଭ ହେବାକୁ ଯାଉଛି। ଏଭଳି ସମୟରେ ରୋଷେଇ ଘରେ…

 କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି

ଦଳ କିଏ ଗଠନ କରିଥିଲା ‘ଦିମାଗି ନକ୍ସଲ’ ପାର୍ଟି? ପ୍ରତିଷ୍ଠାତାଙ୍କ ପରିଚୟ ରହସ୍ୟ ହୋଇ ରହିଛି ନୂଆଦିଲୀ,୧୮।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ବାଧୀନତା ଦିବସ ଭାଷଣରେ ଉଲ୍ଲେଖ…

ବାନ୍ଦା ଘାଟିରେ ଫସିଲେ ପର୍ଯ୍ୟଟକ: ରାସ୍ତା ଅବସ୍ଥା ଶୋଚନୀୟ

ଦାରିଙ୍ଗବାଡି,୧୮।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ପର୍ତ୍ତମାହା ପଞ୍ଚାୟତର ବାନ୍ଦା ଘାଟିରେ ପର୍ଯ୍ୟଟକଙ୍କ କାର ଫସିଯାଇଛି। ଲଘୁଚାପ ଜନିତ ବର୍ଷା ଯୋଗୁ ଏବେ ଉକ୍ତ ଘାଟି…

ଉଚ୍ଚସ୍ଥ ଗୁରୁ-ବକ୍ରୀ ଶନିଙ୍କ ଚମତ୍କାର ସଂଯୋଗ: ଦୀପାବଳି ପର୍ଯ୍ୟନ୍ତ ଏହି ୩ ରାଶିକୁ ମିଳିବ ପ୍ରଚୁର ଧନଲାଭ, କ୍ୟାରିୟରରେ…

ଗୁରୁ ଗ୍ରହ ଜୁନ ୨ ତାରିଖରେ କର୍କଟ ରାଶିରେ ଗୋଚର କରିଥିଲେ। ଏବେ ଗୁରୁ ଗ୍ରହ ୩୧ ଅକ୍ଟୋବର ୨୦୨୬ରେ ସିଂହ ରାଶିରେ ଗୋଚର କରିବେ। ଶନି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri