ଆପଣଙ୍କ ବିଧାୟକଙ୍କୁ ଜାଣନ୍ତୁ

ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବିଧାନସଭା ନିର୍ବାଚନମଣ୍ଡଳୀର ଭାଜପା ବିଧାୟକ ଇଂ. ରଘୁନାଥ ଜଗଦଲା। ୨୦୨୪ ନିର୍ବାଚନରେ ସେ ବିଜେଡିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ପଦ୍ମନାଭ ବେହେରାଙ୍କୁ ୨୧,୯୪୬ ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରି ପ୍ରଥମ ଥର ବିଧାୟକ ହୋଇଛନ୍ତି। ମୋଟ ୧ଲକ୍ଷ ୭୭ହଜାର ୮୧୦ଖଣ୍ଡ ଭୋଟରୁ ରଘୁନାଥ ୮୫, ୬୮୦ ପାଇଥିବା ବେଳେ ପଦ୍ମନାଭଙ୍କୁ ମିଳିଥିଲା ୬୩, ୭୩୫ ଭୋଟ।
ବୀରମହାରାଜପୁର ବ୍ଲକ କମିରା ଗ୍ରାମରେ ୧୧ ମାର୍ଚ୍ଚ ୧୯୭୩ରେ ରଘୁନାଥଙ୍କ ଜନ୍ମ। ମା’ ଅଯୋଧ୍ୟା ଓ ବାପା କଷ୍ଟ ଜଗଦଲାଙ୍କ ୨ ପୁଅଙ୍କ ମଧ୍ୟରେ ସେ ବଡ଼। ରଘୁନାଥଙ୍କୁ ମାତ୍ର ୧୦ ବର୍ଷ ହୋଇଥିଲା ବେଳେ ମା’ ଆରପାରିକୁ ଚାଲିଗଲେ। କମିରା ଓ ଯାଲୋଏ ଗାଁରେ ପ୍ରାଥମିକ ଶିକ୍ଷା ଏବଂ ସୋନପୁର ମହାରାଜା ହାଇସ୍କୁଲରେ ମାଟ୍ରିକ୍‌ ପରେ ସୋନପୁର କଲେଜରେ ଯୁକ୍ତ ୨ ବିଜ୍ଞାନ ଶିକ୍ଷା କରିଥିଲେ। ଭୁବନେଶ୍ୱର ଓୟୁଏଟିରୁ କୃଷିରେ ବିଏସ୍‌ସି କରୁଥିବା ସମୟରେ ଇଞ୍ଜିନିୟରିଂ ଶିକ୍ଷା ପ୍ରତି ସେ ମନ ବଳାଇଥିଲେ। ତେଣୁ ପ୍ରଥମ ବର୍ଷ ପଢ଼ା ସରିବା ପରେ ସେ ବୁର୍ଲା ଭିସୁଟ୍‌ରେ ମେକାନିକାଲ ଇଞ୍ଜିନିୟରିଂ ପଢ଼ିଥିଲେ। ପରେ ବମ୍ବେରେ ମେରାଇନ ଇଞ୍ଜିନିୟରିଂ ଓ ପରେ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ କରିଥିଲେ। ୧୯୯୯ ମସିହାରେ ସେ ଭାରତ ସରକାରଙ୍କ ଶିପିଂ କର୍ପୋରେଶନ୍‌ ଅଫ୍‌ ଇଣ୍ଡିଆରେ ଚାକିରି ଆରମ୍ଭ କରିଥିଲେ। ୨୦୧୦ ମସିହାରେ ପଦୋନ୍ନତି ପାଇ ଶିପିଂ କର୍ପୋରେଶନର ମୁଖ୍ୟଯନ୍ତ୍ରୀ ହୋଇ ୨୦୧୧ ପର୍ଯ୍ୟନ୍ତ ସେ ସେଠାରେ କାର୍ଯ୍ୟ କରିଥିଲେ। ପରେ ସିଙ୍ଗାପୁରର ଶିପ୍‌ ମ୍ୟାନେଜ୍‌ମେଣ୍ଟ କମ୍ପାନୀରେ ମେରାଇନ ଚିପ୍‌ ଇଞ୍ଜିନିୟର ଭାବେ ୨୦୧୮ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ। ଦୀର୍ଘ ୧୯ ବର୍ଷ ଚାକିରି ଜୀବନରେ ସେ ଆମେରିକା, ରୁଷିଆ, ଆର୍ଜେଣ୍ଟିନା, ୟୁକ୍ରେନ୍‌, କୁଏତ, ଦୁବାଇ, ସିଙ୍ଗାପୁର ଭଳି ୭୦ ରୁ ୮୦ ବିଦେଶୀ ରାଷ୍ଟ୍ର ବୁଲିଛନ୍ତି। ଖାଇବା ତେଲ, ପେଟ୍ରୋଲ, ଡିଜେଲଠାରୁ ଆରମ୍ଭ କରି ଏଲ୍‌ପିଜି ଗୋଟିଏ ଦେଶରୁ ଅନ୍ୟ ଦେଶକୁ ଜାହାଜରେ ପରିବହନ କରିଛନ୍ତି। ତେବେ ବିଦେଶରେ ଲୋକଙ୍କ ଉଚ୍ଚମାନର ଜୀବନଶୈଳୀ ଦେଖି ସେ ସମାଜସେବା ଓ ନିଜ ଅଞ୍ଚଳର ଲୋକଙ୍କ ଉନ୍ନତି ପାଇଁ ସ୍ବପ୍ନ ଦେଖିଥିଲେ। ଉଚ୍ଚ ବେତନର ଚାକିରିକୁ ତ୍ୟାଗ କରି ୨୦୧୮ରେ ସେ ବିଧିବଦ୍ଧ ଭାବେ ଭାରତୀୟ ଜନତା ପାର୍ଟିରେ ସାମିଲ ହୋଇଥିଲେ। ରାଜନୀତିରେ ନବାଗତ ହୋଇଥିଲେ ହେଁ ୨୦୧୯ରେ ସେ ବୀରମହାରାଜପୁର ସଂରକ୍ଷିତ ନିର୍ବାଚନମଣ୍ଡଳୀରୁ ଭାଜପା ପ୍ରାର୍ଥୀ ହୋଇ ଦ୍ୱିତୀୟ ସ୍ଥାନରେ ରହିଥିଲେ। ୨୦୨୪ ନିର୍ବାଚନରେ ସେ ଭାଜପା ପ୍ରାର୍ଥୀ ଭାବେ ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାୟକ ହୋଇଛନ୍ତି। ସୁବର୍ଣ୍ଣପୁର ଜିଲା ଇତିହାସରେ ଭାଜପା ପ୍ରଥମ ଥର ବିଧାନସଭା ନିର୍ବାଚନରେ ଖାତା ଖୋଲିବାରେ ସକ୍ଷମ ହୋଇଛି।

ଲୋକଙ୍କ ସେବା କରିବା ତାଙ୍କ ଲକ୍ଷ୍ୟ ଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟଶୈଳୀ ତାଙ୍କୁ ଅନୁପ୍ରାଣିତ କରିଥିଲା। ବୀରମହାରାଜପୁର ନିର୍ବାଚନମଣ୍ଡଳୀର ବିକାଶ କରିବା ପାଇଁ ସେ ରାଜନୀତିରେ ପ୍ରବେଶ କରିଥିଲେ। ଭାଜପା ତାଙ୍କୁ ସୁଯୋଗ ଦେଲା। ଲୋକଙ୍କ ଭଲପାଇବା ଓ ଆଶୀର୍ବାଦ ତାଙ୍କ ପାଇଁ ସଫଳତା ଆଣିଦେଇଛି। ଅଞ୍ଚଳର ଯୁବତୀଯୁବକଙ୍କ ପାଇଁ ରୋଜଗାର ସୁଯୋଗ ସୃଷ୍ଟି, ଶିକ୍ଷା ଓ ସ୍ବାସ୍ଥ୍ୟସେବାର ଉନ୍ନତି ଏବଂ କୃଷିର ବିକାଶ ପାଇଁ ସେ ଅଗ୍ରାଧିକାର ଦେବେ। ଏଠାରୁ ଏକାଧିକ ଥର ବିଧାୟକ ନିର୍ବାଚିତ ହୋଇଥିବା ପଦ୍ମନାଭ ବେହେରା ତତ୍କାଳୀନ ସରକାରରେ ମନ୍ତ୍ରୀ ଥିଲେ ।
କିନ୍ତୁ ଏହି ନିର୍ବାଚନମଣ୍ଡଳୀରେ ଶିଳ୍ପ ନାହିଁ କି ଜଳସେଚନର ବ୍ୟବସ୍ଥା ହୋଇପାରିନି। ରାଜ୍ୟର ଭାଜପା ସରକାର ଟେକ୍ସଟାଇଲ ମିଲ୍‌, ଶୀତଳଭଣ୍ଡାର ଓ ମତ୍ସ୍ୟ ମହାବିଦ୍ୟାଳୟ ପ୍ରତିଷ୍ଠା ପାଇଁ ଉଦ୍ୟମ ଚଳାଇଛନ୍ତି ବୋଲି ଜଗଦଲା କହିଛନ୍ତି।
ରିପୋର୍ଟ-ମୃତ୍ୟୁଞ୍ଜୟ ଶତପଥୀ


Enter your email to get our daily news in your inbox.

All Right Reserved By Dharitri.Com

ମଇଁଷି ଚରାଇବାକୁ ଯାଇ ଆଉ ଫେରିଲେନି: କେନାଲରୁ ନିଖୋଜ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ଗାଁରେ ଶୋକର ଛାୟା

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପ୍ରଥମ ଢେପାଗୁଡ଼ା ଗ୍ରାମର ରଘୁ ମଲ୍ଲିକ (୬୩) ନାମକ ଜଣେ ବୃଦ୍ଧଙ୍କ ମୃତଦେହ କେନାଲ ପାଣିରୁ…

ଫ୍ଲାଇଦୁବାଇ ବିମାନରେ ଆକ୍ରମଣ: ନିଜେ ଆହାତ ହୋଇ ମଧ୍ୟ ବଞ୍ଚାଇଲେ ୧୮୦ ଯାତ୍ରୀଙ୍କ ଜୀବନ, କିଏ ଏହି ପାଇଲଟ୍?

ନୂଆଦିଲ୍ଲୀ,୩୦ା୯: ଦୁବାଇରୁ ତେଲ ଅଭିଭ ଯାଉଥିବା ଫ୍ଲାଇଦୁବାଇର FZ1073 ବିମାନରେ ବୁଧବାର ଘଟିଥିବା ଘଟଣାକୁ ନେଇ ଭାରତୀୟ ପାଇଲଟ୍ ସ୍ମିତ ମଚ୍ଛରଙ୍କ ନାଁ ଚର୍ଚ୍ଚାରେ ରହିଛି। ରିପୋର୍ଟ…

ଦିଗପହଣ୍ଡି ଗଞ୍ଜେଇ ଚୋରା ଚାଲାଣ ଘଟଣା: ଗିରଫ ହେଲେ ଅଭିଯୁକ୍ତ ୨ ଭାଇ, କାରବାର ପଛର ଗୁମର ଖୋଲିଲା…

ଦିଗପହଣ୍ଡି, ୩୦ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ପୋଲିସ ଗଞ୍ଜେଇ ଚୋରା ଚାଲାଣ ମାମଲାରେ ଏକ ବଡ଼ ସଫଳତା ହାସଲ କରିଛି। ଗଞ୍ଜେଇ କାରବାର…

ଗିଲ୍‌ଙ୍କ ଦ୍ୱିଶତକ, ରୋହିତଙ୍କ ଶତକ: ୱେଷ୍ଟଇଣ୍ଡିଜକୁ ଧୂଳି ଚଟାଇଲା ଭାରତ

ଗୁଆହାଟୀ,୩୦ା୯: ଶୁବମନ ଗିଲଙ୍କ ଦ୍ୱିଶତକ ଏବଂ ରୋହିତ ଶର୍ମାଙ୍କ ଧମାକାଦାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ୮ ୱିକେଟ୍‌ରେ ବଡ଼ ବିଜୟ ହାସଲ…

ସ୍ୱାମୀ-ବର୍ଷକର ପୁଅ ଆଖି ଆଗରେ ଚାଲିଗଲା ମା’ର ଜୀବନ! ବାଲି ବୋଝେଇ ଟ୍ରାକ୍ଟର ଧକ୍କାରେ ମହିଳାଙ୍କ ମୃତ୍ୟୁ,ଅପରାହ୍ନରୁ ଅଟକିଛି…

କୋକସରା, ୩୦ା୯(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥ କୋକସରା ଥାନା ମୋଟେର ନିକଟରେ ବୁଧବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଲି…

ଖେଳୁ ଖେଳୁ ହଠାତ୍ ପଡ଼ିଆ ମଝିରେ ନାଚିଲେ ହିଟମ୍ୟାନ, ଭିଡିଓ ଦେଖିଲେ….

ଗୁଆହାଟୀ,୩୦ା୯: ୱେଷ୍ଟଇଣ୍ଡିଜ ବିପକ୍ଷ ଦ୍ୱିତୀୟ ଦିନିକିଆରେ ‘ହିଟମ୍ୟାନ୍’ ରୋହିତ ଶର୍ମାଙ୍କ ବ୍ୟାଟ୍‌ରୁ ଦେଖିବାକୁ ମିଳିଛି ଧମାକାଦାର ଶତକ । ୪୦୬ ରନ୍‌ର ବିଶାଳ ଲକ୍ଷ୍ୟ ପିଛା କରୁଥିବା…

ଶିକ୍ଷା ବିଭାଗର ସମନ୍ୱୟ ଅଭାବ: ଷାଣ୍ମାସିକ ପରୀକ୍ଷା ବେଳେ ଜିଲାସ୍ତରୀୟ କ୍ରୀଡ଼ା, ପରୀକ୍ଷାରୁ ବଞ୍ଚିତ ହେଲେ ଛାତ୍ରଛାତ୍ରୀ

ଅମରପାଲି, ୩୦ା୯(ପୀତାମ୍ବର ସାହୁ): ସରକାର ଶିକ୍ଷାକୁ ସାର୍ବଜନୀନ ଓ ବାଧ୍ୟତାମୂଳକ କରିଥିବା ବେଳେ ଶିକ୍ଷା ବିଭାଗରେ ସମନ୍ୱୟର ଅଭାବକୁ ନେଇ ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକରେ ଗମ୍ଭୀର…

ବିମାନକୁ କ୍ରାଶ କରିବାକୁ….ବଡ଼ ବୟାନ ଦେଲେ ପ୍ରଧାନମନ୍ତ୍ରୀ, ବିଶ୍ବରେ ହଇଚଇ!

ଦୁବାଇରୁ ଇସ୍ରାଏଲ ଯାଉଥିବା ଏକ ଫ୍ଲାଇଦୁବାଇ ବିମାନରେ ହୋଇଥିବା ଅଘଟଣକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ । ବିମାନ ଇସ୍ରାଏଲ ନିକଟରେ ପହଞ୍ଚିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?