ସ୍ନାନ ପୂର୍ବରୁ ତୈଳ କାହିଁକି ଲଗାନ୍ତି ଜାଣନ୍ତୁ…

ସାମ୍ପ୍ରତିକ ପରିସ୍ଥିତିରେ ସମାଜରେ ଏକ ବ୍ୟାପକ ପରିବର୍ତ୍ତନ ଦେଖାଯାଉଛି। ଦୈନନ୍ଦିନ ଆହାରବିହାର, ଖାଦ୍ୟପେୟ, ପୋଷାକ ପରିଧାନ ଆଦି ବାହ୍ୟ ଦେଶର ଚାଲିଚଳଣି ଚାକଚକ୍ୟକୁ ଅନୁକରଣ କରିବା ଏକ ଧାରାରେ ପରିଣତ ହୋଇଗଲାଣି। ଅଧିକାଂଶ ବ୍ୟକ୍ତି ଆମର ଦେଶୀୟ ଚାଲିଚଳଣି ପାରମ୍ପରିକ ରିତିନୀତିଠାରୁ ଧୀରେ ଧୀର ଦୂରେଇ ଯାଉଥିବାର ଦେଖିବାକୁ ମିଳୁଛି। ଏହାର ପରିଣାମ ସ୍ବରୂପ ତାହାର ଖରାପ ପ୍ରଭାବ ଆମ ସ୍ବାସ୍ଥ୍ୟ ଉପରେ ପଡୁଛି।
ଆମର ଭାରତୀୟ ଆୟୁର୍ବେଦ ଚିକିତ୍ସା ବିଜ୍ଞାନରେ ଆମେ କିପରି ଏକ ରୁଟିନ୍‌ ଦୈନନ୍ଦିନ ଜୀବନଶୈଳୀ ଅନୁସରଣ କରିବା ସହ ସୁଷମ ଆହାର ଦ୍ୱାରା କିପରି ସୁସ୍ଥ ରହିପାରିବା ସେ ବିଷୟରେ ବର୍ଣ୍ଣନା କରାଯାଇଛି। ସେଥିମଧ୍ୟରୁ ଆମେ
ସ୍ନେହନ କର୍ମ (ଶରୀରର ବିଭିନ୍ନ ଅଙ୍ଗରେ ତୈଳ ମର୍ଦ୍ଦନ) କରିବା ଦ୍ୱାରା ଶରୀରରେ ରୋଗପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଥାଏ। ତା’ସହ ଆମେ ଅନେକାଂଶରେ ସୁସ୍ଥ ରହିପାରିବା। ଆମର ଗୋସେଇଁ ବାପା, ଜେଜେମା, ଆଈମାନେ ଆମକୁ କହିଥାନ୍ତି, ଗାଧୋଇ ଯିବା ପୂର୍ବରୁ ତେଲ ଲଗାଇ ଗାଧୋଇଲେ ଥଣ୍ଡା, ସର୍ଦ୍ଦି ଧରିବ ନାହିଁ। ଆଜିର ପରିସ୍ଥିତି ସମ୍ପୂର୍ଣ୍ଣ ଅଲଗା। ଆଜିକାଲି ତେଲ ଲଗାଇବାକୁ ବହୁତ ଲୋକ ପସନ୍ଦ କରୁନାହାନ୍ତି। ଶାମ୍ପୂ, ସାବୁନର ବ୍ୟବହାର ବହୁଳ ଭାବରେ ହେଉଛି। ଆମର ପାରମ୍ପରିକ ଚିକିତ୍ସା ବିଜ୍ଞାନ ମତରେ, ଲୋକକଥାଗୁଡ଼ିକ ଆମ ସ୍ବାସ୍ଥ୍ୟ ପାଇଁ ହିତକର, ଯାହାକି ବିଜ୍ଞାନସମ୍ମତ। ଭାରତୀୟ ଆୟୁର୍ବେଦ ଶାସ୍ତ୍ରରେ ଆମ ଶରୀରରେ ବିଭିନ୍ନ ଅଙ୍ଗରେ ତୈଳମର୍ଦ୍ଦନ କରିବା ଦ୍ୱାରା ତା’ର ସ୍ବାସ୍ଥ୍ୟ ଉପକାରିତା ବିଷୟରେ ଉଲ୍ଲେଖ ରହିଛି। ଶରୀରରେ ବିଭିନ୍ନ ଅଙ୍ଗରେ ତୈଳ ମର୍ଦ୍ଦନ କରିବା ଦ୍ୱାରା ଆମେ ସମ୍ମୁଖୀନ ହେଉଥିବା କେତେକ ରୋଗକୁ ପ୍ରତିରୋଧ କରିପାରିବା। ସାଧାରଣ ଭାବେ ଆମେ ଜାଣିଛେ ଯେ ଆମେ ଗାଧୋଇବା ପୂର୍ବରୁ ଶରୀରରେ ତେଲ ଲଗାଇ ଗାଧୋଇବା ଅତ୍ୟନ୍ତ ଭଲ। ଉତ୍ତମ ସ୍ବାସ୍ଥ୍ୟ ପାଇଁ ବିଧିମୁତାବକ ସ୍ନାନ ପରିଷ୍କାର ପରିଚ୍ଛନ୍ନତା ରହିବା ହେତୁ ଆମେ ସୁସ୍ଥ ସତେଜ ରହିପରିବା।
ସ୍ନାନ ପୂର୍ବରୁ ତୈଳ ଲଗାଇବାର ଉପକାରିତା : ଆୟୁର୍ବେଦ ବିଜ୍ଞାନ ମତାନୁସାରେ, ଆମେ ପ୍ରତିଦିନ ସ୍ନାନ ପୂର୍ବରୁ ସର୍ବାଙ୍ଗରେ ତୈଳ ମର୍ଦ୍ଦନ କରି ସ୍ନାନ କରିବା ଉଚିତ। ଏହାଦ୍ୱାରା ଆମ ଶରୀରରେ ଥିବା ସମସ୍ତ ମୃତ ଜୀବକୋଷ ପଦାକୁ ବାହାରିଯାଏ ଏବଂ ଲୋମକୂପଗୁଡ଼ିକ ଉନ୍ମୁକ୍ତ ହୋଇଥାଏ। ଆମେ ଆଧ୍ୟାତ୍ମିକ ଚେତନା ମାଧ୍ୟମରେ ଚିନ୍ତାକଲେ ଆମ ଶରୀରରେ ପାନ, ଅପାନ, ବ୍ୟାନ, ଉଦାନ, ସମାନ ପାଞ୍ଚ ପ୍ରକାର ବାୟୁର ପ୍ରଭାବ ରହିଥାଏ। ଆମେ ନାକ ଦ୍ୱାରା ଶ୍ୱାସକ୍ରିୟା କରିଥାଉ ତାହାକୁ ‘ସମାନ କ୍ରିୟା’ ମଧ୍ୟ କୁହାଯାଏ। ଲୋମକୂପ ଯଦି ବନ୍ଦ ରହେ ତେବେ ଶରୀରର ପ୍ରତ୍ୟେକଟି କୋଷପାଖରେ ବାୟୁ ପହଞ୍ଚିବାରେ ଅସୁବିଧା ହୋଇଥାଏ। ଏହାଫଳରେ କୋଷଗୁଡିକ ଦୁର୍ବଳ ହୋଇଯାଏ। ଆମର ମାନସିକ ସ୍ତରରେ ସାହସ, ମାନସିକ କାର୍ଯ୍ୟଦକ୍ଷତା ହ୍ରାସ ପାଇଥାଏ। ତେଣୁ ସ୍ନାନ ପୂର୍ବରୁ ହିଁ ତୈଳ ଲଗାଇବା ଉଚିତ।
ଆୟୁର୍ବେଦ ଚିକିତ୍ସା ଶାସ୍ତ୍ରରେ ‘ପଞ୍ଚକର୍ମ ଚିକିତ୍ସା’ ପଦ୍ଧତି ମଧ୍ୟରେ ସ୍ନେହନ କର୍ମ ଅନ୍ତର୍ଭୁକ୍ତ। ଏଥିରେ ଶରୀରର କେଉଁସବୁ ଅଙ୍ଗରେ ତୈଳ ମର୍ଦ୍ଦନ କଲେ ଆମେ କି ପ୍ରକାର ସୁସ୍ଥ ରହିପାରିବା ସେ ବିଷୟ ବର୍ଣିତ ରହିଛି। ତୈଳକୁ ନେଇ ଚିକିତ୍ସା, ତୈଳକୁ ନେଇ ସ୍ନାନର ପ୍ରକ୍ରିୟା, ତୈଳକୁ କେମିତି ଏକ ସୁସ୍ଥ ଶରୀର ପାଇଁ ବ୍ୟବହାର କରାଯାଇପାରିବ ତାହା ଉପରେ ବିଶଦ ଭାବେ ମଧ୍ୟ ଉଲ୍ଲେଖ ରହିଛି। ପାଦର ବୁଢ଼ା ଆଙ୍ଗୁଠି ନଖରେ ଆମେ ତୈଳ ଲଗାଉଛେ। ଆମ ଶରୀରର ବୁଢ଼ା ଆଙ୍ଗୁଠି ନଖ ସନ୍ଧି ସବୁଠାରୁ ଦୁର୍ବଳ ସ୍ଥାନ। ଉକ୍ତ ନଖ ସନ୍ଧିରେ କଣନଖା ହୋଇଥାଏ, ଯାହାକୁ ଫଙ୍ଗାଲ ଇନ୍‌ଫେକ୍ସନ କୁହାଯାଏ। ଆମେ ଗାଧୋଇବା ବେଳେ ବୁଢ଼ା ଆଙ୍ଗୁଠି ନଖ ସନ୍ଧିରେ ତୈଳ ଲଗାଇଲେ ଏଠାରେ ଆଉ ଇନ୍‌ଫେକ୍ସନ ହୋଇ ନ ଥାଏ। ଏହା ମଧ୍ୟ ଭୂତାଣୁ
ସଂକ୍ରମଣକୁ ପ୍ରତିରୋଧ କରିଥାଏ।
କାନରେ ତୈଳ ପକାଇବା
ଆମ କାନରେ ଛିଦ୍ର ରହିଛି, ବାହ୍ୟ ଧୂଳିକଣା ଭିତର ମଇଳା ମିଶି ଏକ କଠିନ ପଦାର୍ଥ ସୃଷ୍ଟି ହୁଏ, କାନ ଖଡଖଡ଼ ହେବା ସହ ବେଳେ ବେଳେ କାନରେ ପାଣିପଶି କାନ ସଂକ୍ରମିତ ହୋଇଥାଏ। ଆମେ କାନରେ ନିୟମିତ ତୈଳ ପକାଇବା ଦ୍ୱାରା କାନ ବିଭିନ୍ନ ଜୀବାଣୁ ଭୁତାଣୁ ସଂକ୍ରମିତ ହୋଇ ନଥାଏ।
ନାଭିରେ ତୈଳ ଦେବା
ଆମ ଶରୀରର ସମସ୍ତ ସ୍ନାୟୁର କେନ୍ଦ୍ରବିନ୍ଦୁ ହେଲା ନାଭିମଣ୍ଡଳ। ନାଭି ପ୍ରଦେଶରେ ଶରୀରର ସମସ୍ତ ସ୍ନାୟୁର ସଂଯୋଗ ରହିଛି। ତେଣୁ ନାଭିରେ ତୈଳ ମର୍ଦ୍ଦନ କଲେ ଭଲ ନିଦ ହୋଇଥାଏ। ଆମ ଶରୀରର ସ୍ନାୟୁଗୁଡିକ ଯେତେବେଳେ ଚାପଗ୍ରସ୍ତ ହୋଇଥାଏ, ସେତେବେଳେ ଆମେ ମାନସିକ ବିଷାଦଗ୍ରସ୍ତ, ମାନସିକ ଚାପଗ୍ରସ୍ତ ହୋଇଥାଉ। ଏହି ଚାପରୁ ମୁକ୍ତି ପାଇଁ ନାଭି ପ୍ରଦେଶରେ ତୈଳ ଦେଲେ ବେଶ୍‌ ଉପକାର ମିଳିଥାଏ। ଏହାଦ୍ୱାରା ଭଲ ନିଦ ମଧ୍ୟ ହୁଏ।
ମଣିବନ୍ଧ ଓ ହାତ ପାପୁଲିରେ ତୈଳ ମର୍ଦ୍ଦନ ଆମ ହାତକୁ ସକ୍ରିୟ କରିବାର କ୍ଷମତା ମଣିବନ୍ଧର ଅଟେ। ହାତର ପାଞ୍ଚଆଙ୍ଗୁଳି ପଞ୍ଚତତ୍ତ୍ୱକୁ ଗ୍ରହଣ କରିବାର ଅଙ୍ଗ ଅଟେ। ମଣିବନ୍ଧ ଓ ପାପୁଲିରେ ତୈଳ ମର୍ଦ୍ଦନ କରିବାର ବିଧାନ ରହିଛି, ଯଦ୍ଦ୍ବାରା ମଣିବନ୍ଧ, ହାତର ପାଞ୍ଚ ଆଙ୍ଗୁଳିର ବେଦନା ଉପଶମ ହେବାସହ ଦୁଇ ହାତର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇ କ୍ରିୟାଶୀଳ ହୋଇଥାଏ।
ନାସ୍ୟ କର୍ମ (ନାକରେ ତୈଳ ପକାଇବା): ଆୟୁର୍ବେଦ ଶାସ୍ତ୍ରରେ ନାକର ଦୁଇ ପୁଡ଼ାରେ ତୈଳ, ଗୋ ଘୃତ ପକାଇବାର ବିଧାନ ରହିଛି, ଯାହାକୁ ନସ୍ୟ କର୍ମ କୁହାଯାଏ। ଏହା ଶରୀର ପାଇଁ ବେଶ୍‌ ଉପକାରୀ। ନାକରେ ତୈଳ ପକାଇବା ଦ୍ୱାରା ଏହା ବାହ୍ୟ ଧୂଳିକଣା ଓ ବିଭିନ୍ନ ଜୀବାଣୁ ଭୂତାଣୁ ସଂକ୍ରମଣକୁ ପ୍ରତିରୋଧ କରିବା ସହ ଥଣ୍ଡା, ଗଳା ଦରଜ, ମୁଣ୍ଡ ବିନ୍ଧା, ଫୁସ୍‌ଫୁସ୍‌ ସଂକ୍ରମଣରୁ ଶରୀରକୁ ସୁରକ୍ଷିତ ରଖିଥାଏ। ଏହାଦ୍ୱାରା ମାନସିକ ଅବସାଦ ଦୂରହେବା ସହ ସ୍ମରଣ ଶକ୍ତି ବୃଦ୍ଧିପାଇଥାଏ। ମାନସିକ ସ୍ତରରେ ସକାରାତ୍ମକ ଚିନ୍ତାଧାରା ସୃଷ୍ଟି ହୋଇଥାଏ। ନସ୍ୟକର୍ମରେ ନାକରେ ରାଶିତେଲ, ସୋରିଷତେଲ, ନଡ଼ିଆତେଲ, ଗୋ ଘୃତ ଆଦି ୩ ରୁ ୫ ଟୋପା ପରିମାଣରେ ପକାଇବା ଉଚିତ।
ମୁଣ୍ଡରେ ତୈଳ ମର୍ଦ୍ଦନ : ଆମେ ପ୍ରତିଦିନ ଗାଧୋଇବା ପୂର୍ବରୁ ମୁଣ୍ଡରେ ତୈଳ(ରାଶି ତେଲ, ନଡ଼ିଆ ତେଲ, ଭୃଙ୍ଗରାଜ ତୈଳ,ବ୍ରାହ୍ମୀ ତୈଳ) ଆଦି ଲଗାଇ ଗାଧୋଇବା ଉଚିତ। ଏହାଦ୍ୱାରା ମସ୍ତିଷ୍କରେ ଉତ୍ତମ ରକ୍ତ ସଞ୍ଚାଳନ, କେଶ ବୃଦ୍ଧି, କେଶ ନ ଝଡ଼ିବା, ମୁଣ୍ଡର ଚର୍ମ ବିଭିନ୍ନ ଜୀବାଣୁ ଭୂତାଣୁରୁ ରକ୍ଷା ପାଇବା ସହ ମାନସିକ ଦୁଶ୍ଚିନ୍ତା, ଅବସାଦ, ସୁଖନିଦ୍ରା, ମୁଣ୍ଡବିନ୍ଧା ଦୂରହେବା,ରକ୍ତ ଚାପ ସନ୍ତୁଳିତ ରହିବା, ମନ ଶାନ୍ତ ଓ ସ୍ଥିର ରହିବାରେ ସହାୟକ ହୋଇଥାଏ।

ଡା. ବସନ୍ତ କୁମାର ଷଡ଼ଙ୍ଗୀ
– ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଚନ୍ଦାହାଣ୍ଡି, ନବରଙ୍ଗପୁର
ମୋ: ୭୮୯୪୧୧୨୪୮୭


Enter your email to get our daily news in your inbox.

All Right Reserved By Dharitri.Com

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

ଅଟଳ ବିହାରୀ ବାଜପେୟୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦି – କହିଲେ ‘ଦେଶକୁ ଏକ ନୂତନ ଦିଗଦର୍ଶନ ଦେଇଥିଲେ’

ନୂଆଦିଲ୍ଲୀ,୧୬।୮: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଅଷ୍ଟମ ଶ୍ରାଦ୍ଧ ବାର୍ଷିକୀରେ ଦେଶ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଉପରାଷ୍ଟ୍ରପତି…

ଭଦ୍ରକରେ ପୁଣି ବନ୍ୟା: ବିପଦ ସଙ୍କେତ ଟପିଲା ବୈତରଣୀ, ସଙ୍କେତ ଛୁଇଁବ ସାଳନ୍ଦୀ

ଭଦ୍ରକ, ୧୬/୮ (ସନାତନ ରାଉତ): ଭଦ୍ରକ ଜିଲାକୁ ବନ୍ୟାରେ ପ୍ରଭାବିତ କରୁଥିବା ଦୁଇ ପ୍ରମୁଖ ନଦୀ ବୈତରଣୀ ଓ ସାଳନ୍ଦୀରେ ରବିବାର ପୁଣି ବନ୍ୟା ପରିସ୍ଥିତି ସୃଷ୍ଟି…

ସରକାରୀ କାର୍ଯ୍ୟାଳୟରେ ଯନ୍ତ୍ରୀ ଉଡ଼ାଇଲେ ଓଲଟା ଜାତୀୟ ପତାକା: ପ୍ରଶାସନ ପଦକ୍ଷେପକୁ ଅପେକ୍ଷା

ମହାକାଳପଡ଼ା, ୧୬।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳରେ ଥିବା ମହାକାଳପଡ଼ା ଗ୍ରାମ୍ୟ ଉନ୍ନୟନ ଉପଖଣ୍ଡ ସ୍ତରୀୟ ସହକାରୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ…

ରେଳବାଇରେ ସରକାରୀ ଚାକିରି ସୁଯୋଗ: ୩୯୯୩ JE ପଦବୀ ପାଇଁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ,୧୬।୮: ରେଳବାଇରେ ସରକାରୀ ଚାକିରି ପାଇବାର ସ୍ୱପ୍ନ ଦେଖୁଥିବା ପରୀକ୍ଷାର୍ଥୀଙ୍କ ପାଇଁ ଖୁସିଖବର। ଆରଆରବି (RRB)ର ଜୁନିୟର ଇଞ୍ଜିନିୟର (JE) ନିଯୁକ୍ତି ପାଇଁ ଅନଲାଇନ୍ ଆବେଦନ ପ୍ରକ୍ରିୟା…

ଭଗବାନଙ୍କ ଭରସାରେ ପରିବାର: ୩୦ ବର୍ଷ ବିତିଗଲା, ପଲିଥିନ ତଳେ ବିତୁଛି ଜୀବନ, ପ୍ରଶାସନ ନିଦାବିଷ୍ଣୁ

କେସିଙ୍ଗା, ୧୬।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମ ପଞ୍ଚାୟତ ଅଧୀନସ୍ଥ କୁର୍ଲୁପଡ଼ା ଗ୍ରାମ ନିକଟରେ ଥିବା କଲେକ୍ଟରପଡ଼ାରେ ବସବାସ କରୁଥିବା ରାମେଶ୍ୱର…

ଅପହୃତ ବ୍ୟବସାୟୀ ଉଦ୍ଧାର, ଅଭିଯୁକ୍ତ ଅଟକ: ମୁହାଁମୁହିଁ ଜେରା …

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀରରୁ ଅପହୃତ ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ବଲାଙ୍ଗୀର ପୋଲିସର ସ୍ୱତନ୍ତ୍ର ଟିମ୍‌ ଭୁବନେଶ୍ୱରରୁ ସୁରକ୍ଷିତ ଭାବେ ଉଦ୍ଧାର…

ପୂର୍ବତନ ଡେପୁଟି ସ୍ପିକରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଖେଳିଗଲା ଚାଞ୍ଚଲ୍ୟ!

କୋଲକାତା,୧୬।୮: ପଶ୍ଚିମବଙ୍ଗର ବୀରଭୂମ ଜିଲ୍ଲାର ରାମପୁରହାଟରେ ତୃଣମୂଳ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ବିଧାୟକ ଆଶିଷ ବାନାର୍ଜୀଙ୍କ ମୃତ୍ୟୁକୁ ନେଇ ଚାଞ୍ଚଲ୍ୟ ଖେଳିଯାଇଛି। ରବିବାର (୧୬…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri