Posted inଫୁରସତ

ଜାଣନ୍ତି କି ବିମାନରେ କେଉଁ ଇନ୍ଧନ ବ୍ୟବହୃତ ହୁଏ ଆଉ ଏହାର ଦାମ୍‌ କେତେ…

ବିମାନରେ ଯାତ୍ରା କରିବାକୁ ସମସ୍ତେ ପସନ୍ଦ କରିଥାନ୍ତି। ଲୋକମାନେ ଆନନ୍ଦରେ ବିମାନରେ ବସି ଝରକା ପଟେ ବାହାରକୁ ଚାହିଁ ସେମାନଙ୍କ ଉପଭୋଗ କରନ୍ତି। ମାତ୍ର ଅନେକ ଲୋକ ବିମାନ ସମ୍ବନ୍ଧୀୟ ଅନେକ କଥା ଜାଣି ନ ଥାନ୍ତି। ଉଦାହରଣ ସ୍ବରୂପ ବିମାନରେ ପଡୁଥିବା ଇନ୍ଧନ। ବିମାନ ପେଟ୍ରୋଲ, ଡିଜେଲ କିମ୍ବା ଅନ୍ୟ କୌଣସି ଇନ୍ଧନରେ ଉଡୁଛି କି ନାହିଁ କେତେ ଟଙ୍କା ଖର୍ଚ୍ଚ ହୁଏ ଇତ୍ୟାଦି। ତେବେ ଆଜି ଆମେ ଏସବୁ ଦ୍ୱନ୍ଦ୍ୱ ଦୂର କରିବୁ। ଜାଣନ୍ତୁ ସେ ସମ୍ପର୍କରେ…

aeroplane fuel

ଲୋକମାନେ ସୋସିଆଲ ମିଡିଆ ସାଇଟ କୋରା ଉପରେ ସେମାନଙ୍କର ପ୍ରଶ୍ନ ପଚାରନ୍ତି ଏବଂ ସାଧାରଣ ଲୋକମାନେ ସେମାନଙ୍କର ପ୍ରଶ୍ନର ଉତ୍ତର ଦିଅନ୍ତି। ନିକଟରେ କେହି ଜଣେ କୋରା ଉପରେ ପଚାରିଥିଲେ, ଲିଟର ପିଛା ବିମାନ ତେଲର ମୂଲ୍ୟ କେତେ? (ବିମାନରେ କେଉଁ ଇନ୍ଧନ ବ୍ୟବହୃତ ହୁଏ) ଯଦି ଆପଣ ଏକ ବିମାନରେ ବସିଥିବେ, ତେବେ ଆପଣ ମଧ୍ୟ ନିଶ୍ଚିତ ଭାବରେ ଏହି ବିଷୟରେ ଚିନ୍ତା କରିଥିବେ। ଲୋକମାନେ ଏହା ଉପରେ କିପରି ପ୍ରତିକ୍ରିୟା ପ୍ରକାଶ କଲେ ଜାଣନ୍ତୁ ଏ ସମ୍ପର୍କରେ।

ପ୍ରଦୀପ ଯାଦବ ନାମକ ଜଣେ ବ୍ୟକ୍ତି କହିଛନ୍ତି, ଜେଟ୍‌ ଇନ୍ଧନ (ଜେଟ୍‌ ଏ -୧ ପ୍ରକାରର ବିମାନ ଇନ୍ଧନ, ଯାହା ଜେପି-୧ଏ ଭାବରେ ମଧ୍ୟ ଜଣାଶୁଣା) ବେସାମରିକ ବିମାନ ଚଳାଚଳରେ ଟର୍ବାଇନ ଇଞ୍ଜିନ (ଜେଟ୍‌ ଇଞ୍ଜିନ, ଟର୍ବୋପ୍ରୋପ)ରେ ବ୍ୟବହୃତ ହୁଏ ଏବଂ ଏହି ଇନ୍ଧନ ଲିଟରରେ ଉପଲବ୍ଧ ନୁହେଁ। କିନ୍ତୁ ‘କିଲୋଲିଟର’ରେ। କିଛି ଲୋକ ବିଭିନ୍ନ ପ୍ରକାରର ଉତ୍ତର ଦେଇଛନ୍ତି ଯାହା ସଠିକ ମନେ ହେଉନାହିଁ।

aeroplane fuel

ସର୍ବପ୍ରଥମେ ଆପଣ ଜାଣିବା ଉଚିତ୍‌ ଯେ, ଦୁଇ ପ୍ରକାରର ବିମାନ ଇନ୍ଧନ ଅଛି। ପ୍ରଥମଟି ହେଉଛି ଏଭିଜିଏଏସ୍‌ । ଯାହା ଛୋଟ ବିମାନରେ ବ୍ୟବହୃତ ହୁଏ। ଦ୍ୱିତୀୟଟି ହେଉଛି ଜେଟ୍‌ ଇନ୍ଧନ କିମ୍ବା କିରୋସିନ। ଜେଟ୍‌ ଏ-୧ ଏବଂ ଜେଟ୍‌-ଏ ନାମକ ଦୁଇଟି ଜେଟ୍‌ ଇନ୍ଧନ ଅଛି। ଜେଟ୍‌ ଇନ୍ଧନର ଅନେକ ଉପ ପ୍ରକାର ଅଛି। ଜେଟ୍‌ ଏ-୧ ବ୍ୟତୀତ, ଜେଟ୍‌- ବି ମଧ୍ୟ ଏକ ପ୍ରକାର। ଏହି ଇନ୍ଧନଗୁଡ଼ିକ ପେଟ୍ରୋଲ କିମ୍ବା ଡିଜେଲ ପରି ଲିଟରରେ ବିକ୍ରି ହୁଏ ନାହିଁ, ବରଂ କିଲୋଲିଟରରେ ବିକ୍ରି ହୁଏ। ବିମାନ ଟର୍ବାଇନ ଇନ୍ଧନର ମୂଲ୍ୟ କିଲୋଲିଟର ପିଛା ୧.୧୨ ଲକ୍ଷ ଟଙ୍କା। ବିଭିନ୍ନ ସହରରେ ଏହାର ମୂଲ୍ୟ ଭିନ୍ନ ଅଟେ। ଦିଲ୍ଲୀରେ ଏହା ୧,୧୨,୩୫୬ ଟଙ୍କାରେ ଉପଲବ୍ଧ ଥିବାବେଳେ ମୁମ୍ବାଇରେ ଏହା କିଲୋମିଟର ପିଛା ୧,୧୧,୪୬ ଟଙ୍କାରେ ବିକ୍ରି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?