Posted inଖେଳ

୭ ନଂର ଯାଦୁଗର ଧୋନୀ: ଏହି ୭ ରେକର୍ଡ ତାଙ୍କୁ କରିଛି ସବୁଠାରୁ ଶ୍ରେଷ୍ଠ

ନୂଆଦିଲ୍ଲୀ,୧୬।୮: ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେଇଛନ୍ତି ଭାରତୀୟ କ୍ରିକେଟ ଟିମ୍‌ର ଅନ୍ୟତମ ଶ୍ରେଷ୍ଠ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ସେ ଏକାଧିକ ରେକର୍ଡ ନିଜ ନାମରେ କରିଛନ୍ତି। କୁହାଯାଏ ଧୋନୀଙ୍କ ଶୁଭ ନମ୍ବର ୭। ଏଣୁ ତାଙ୍କ ଜର୍ସିରେ ମଧ୍ୟ ଏହି ନମ୍ବର ଥିବା ଦେଖିବାକୁ ମିଳେ। ସେଭଳି ୭ଟି ବିରଳ ରେକର୍ଡ ବିଷୟରେ ଆସନ୍ତୁ ଜାଣିବା..

କ୍ୟାରିଅର ଆରମ୍ଭରୁ ଧୋନୀ ପ୍ରାରମ୍ଭରେ ବ୍ୟାଟିଂ କରିବାକୁ ଆସୁଥିଲେ ହେଁ ଅଧିନାୟକ ହେବା ପରେ ୭ ନମ୍ବର ସ୍ଥାନକୁ ବାଛିଥିଲେ। ପରେ ଏହି ସ୍ଥାନରେ ସେ ସର୍ବାଧିକ ଏକଦିବସୀୟ ଶତକ ଲଗାଇବାର ରେକର୍ଡ କରିଛନ୍ତି।

ଧୋନୀ ସବୁଠାରୁ ଲମ୍ବା ଛକ୍କା ମାରୁଥିଲେ। ନିଜ କ୍ୟାରିୟରରେ ସେ ୩୫୯ ଛକ୍କା ମାରିଛନ୍ତି। ସେଥିରୁ ୨୨୯ଟି ଏକଦିବସୀୟ ମ୍ୟାଚ୍‌ର ରହିଛି। ତେବେ ଏକଦିବସୀୟ ମ୍ୟାଚ୍‌ରେ ସବୁଠାରୁ ଅଧିକ ଛକ୍କା ମାରିଥିବା ଭାରତୀୟ କ୍ରିକେଟରଙ୍କ ମଧ୍ୟରୁ ସେ ଜଣେ। ବିଶେଷକରି ୨୦୧୧ ବିଶ୍ୱକପ୍‌ ଫାଇନାଲରେ ସେ ମାରିଥିବା ଛକ୍କା ପ୍ରଶଂସକମାନେ ଆଜିବି ମନେ ରଖିଛନ୍ତି। ଏପରିକି ତାଙ୍କ ଶଟ୍‌କୁ ହେଲିକାପ୍ଟର ଶଟ୍‌ ବୋଲି କୁହାଯାଏ।

ଜଣେ ବ୍ୟାଟ୍ସମ୍ୟାନ୍‌ ହିସାବରେ ସେ ଯେତିକି ଲୋକପ୍ରିୟ ସେତିକି ଓ୍ବିକେଟ୍‌ କିପର ଭାବେ ସେ ମନ ଜିଣିଛନ୍ତି। ଅନ୍ତର୍ଜାତୀୟ କ୍ରିକେଟରେ ସେ ୧୯୫ ଷ୍ଟମ୍ପିଂର ରେକର୍ଡ କରିଛନ୍ତି। ମୋଟ ରେକର୍ଡକୁ ଯଦି ଦେଖାଯାଏ ତେବେ ଧୋନୀ ୮୨୯ଟି କ୍ୟାଚ୍‌-ଷ୍ଟମ୍ପିଂ କରିଛନ୍ତି।

କ୍ଷିପ୍ର ବ୍ୟାଟିଂକୁ ନେଇ ମଧ୍ୟ ତାଙ୍କ ନାମରେ ରେକର୍ଡ ରହିଛି। ସେ ୯୮ଟି ଟି-୨୦ ମ୍ୟାଚ୍‌ ଖେଳିଛନ୍ତି। ସେଥିରେ ସେ ୧୬୧୭ରନ୍‌ କରିଛନ୍ତି। ହେଲେ ମାତ୍ର ୨ଟି ଅର୍ଦ୍ଧଶତକ ରହିଛି। ଅନେକ ଥର ନିଜ ବ୍ୟାଟିଂକୁ ନେଇ ସେ ସମାଲୋଚିତ ହୋଇଛନ୍ତି।

ଅନ୍ତର୍ଜାତୀୟ ଟି-୨୦ରେ ସବୁଠାରୁ ଅଧିକ ଥର ବିଜେତା ହେବାର ରେକର୍ଡ ଧୋନୀଙ୍କ ନାମରେ ରହିଛି। ୭୨ଟି ମ୍ୟାଚ୍‌ରେ ସେ ଅଧିନାୟକତ୍ୱ କରିଥିବା ବେଳେ ୪୧ଟି ଜିତିଛନ୍ତି। ଏପରିକି ସବୁଠାରୁ ଅଧିକ ଏକଦିବସୀୟ ମ୍ୟାଚ୍‌ରେ ମଧ୍ୟ ସେ ବିଜେତା ହୋଇଛନ୍ତି।

ଓ୍ବିକେଟ୍‌କିପର ହେବା ସତ୍ତ୍ୱେ ସେ ୯ଟି ମ୍ୟାଚ୍‌ରେ ବୋଲିଂ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଲପିଜି ସିଲିଣ୍ଡରକୁ ବାଏ-ବାଏ; ଏବେ ପାଣିରେ ଜଳିବ ରୋଷେଇ ଚୁଲି! ନୀତିନ ଗଡ଼କରୀଙ୍କ ବଡ଼ ଘୋଷଣା

ନୂଆଦିଲ୍ଲୀ,୨୬।୫: ଦେଶରେ ମହଙ୍ଗା ମାଡ଼ରେ ଅତିଷ୍ଠ ହେଉଥିବା ସାଧାରଣ ଗ୍ରାହକ ଏବଂ ଗୃହିଣୀମାନଙ୍କ ପାଇଁ ଏକ ବଡ଼  ଖବର ସାମ୍ନାକୁ ଆସିଛି। ବଜାରରେ ଉପଲବ୍ଧ କମର୍ଶିଆଲ୍ ତଥା…

ସାହାଯ୍ୟ ମାଗିବା ବାହାନାରେ ଶିକ୍ଷକଙ୍କଠାରୁ ବାଇକ୍‌ ନେଇ ଚମ୍ପଟ ମାରିଲେ ଦୁର୍ବୃତ୍ତ, ଢ଼ାବା ଆଗରେ…

ଗଞ୍ଜାମ, ୨୬।୫ (ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ଛତ୍ରପୁର ଅଞ୍ଚଳରେ ଏକ ଚମକାଇ ଦେଲା ଭଳି ବାଇକ ଚୋରି ଘଟଣା ସାମ୍ନାକୁ ଆସିଛି। ଜଣେ ଦୁର୍ବୃତ୍ତ ସାହାଯ୍ୟ…

ମାଳିକାରେ ବଡ଼ ଚେତାବନୀ! ଆସୁଛି ଭୟଙ୍କର ପ୍ରଳୟ, ଓଡ଼ିଶାରେ…

୬୦୦ ବର୍ଷ ପୂର୍ୱେ ରଚିତ ଭବିଷ୍ୟବାଣୀ ଗ୍ରନ୍ଥ ‘ମାଳିକା’କୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା ଜୋର୍‌ ଧରିଛି। ବିଶ୍ୱରେ ଚାଲିଥିବା ଯୁଦ୍ଧ ପରିସ୍ଥିତି, ପ୍ରାକୃତିକ ବିପର୍ଯ୍ୟୟ…

ପୁରୁଷୋତ୍ତମପୁରରେ ଭାଜପା ଦୁଇ ଫାଳ: MPଙ୍କ ନାଁ ନ ଥିବାରୁ ଫଳକ ଭାଙ୍ଗିଲେ ସମର୍ଥକ, ଫ୍ଲେକ୍ସି ଲଗାଇ ଶିଳାନ୍ୟାସ କଲେ…

ପୁରୁଷୋତ୍ତମପୁର, ୨୬।୫ (ସବିତା ମିଶ୍ର):  ରାଜ୍ୟରେ ପ୍ରଥମ ଥର ପାଇଁ ଭାଜପା ସରକାର ଗଠନ ହେବାର ଦୁଇ ବର୍ଷ ମଧ୍ୟରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ଦଳ…

କର୍ନାଟକ ରାଜନୀତିରେ ଭୂକମ୍ପ! ପଦ ଛାଡ଼ିବେ ସିଦ୍ଧାରାମୈୟା; ଡି.କେ ଶିବକୁମାରଙ୍କ ହାତକୁ ଯିବ କ୍ଷମତାର ଚାବିକାଠି?

ବେଙ୍ଗାଲୁରୁ,୨୬।୫: କର୍ନାଟକ ରାଜନୀତିରୁ ଏକ ବଡ଼ ଖବର ସାମ୍ନାକୁ ଆସୁଛି। ମିଳିଥିବା ସୂଚନା ଅନୁଯାୟୀ, କର୍ନାଟକ ମୁଖ୍ୟମନ୍ତ୍ରୀ ସିଦ୍ଧାରାମୈୟା ନିଜ ପଦରୁ ଇସ୍ତଫା ଦେଇପାରନ୍ତି। ତାଙ୍କ ସ୍ଥାନରେ…

ଲେବାନନ୍‌ରେ ଇସ୍ରାଏଲ୍‌ର ଏୟାରଷ୍ଟ୍ରାଇକ୍‌

ବେରୁଟ୍‌,୨୬ା୫: ଲେବାନନ୍‌ର ଏକ ଗ୍ରାମ ଉପରେ ଇସ୍ରାଏଲୀ ସେନା ଏୟାରଷ୍ଟ୍ରାଇକ୍‌ କରିବାରୁ ୧୨ ଜଣଙ୍କ ମୃତ୍ୟୁ ଘଟିଥିବା ସେଠାର ସରକାରୀ ଗଣମାଧ୍ୟମ ପ୍ରକାଶ କରିଛି। ଲେବାନନ୍‌କୁ ଇସ୍ରାଏଲ…

ଭାରତ ହାତରେ ଲାଗିଲା ‘କୁବେର ଭଣ୍ଡାର’, ମାଟିତଳୁ ମିଳିଲା କୋଟି କୋଟି ଟଙ୍କାର… ଚୀନର ଉଡ଼ିଗଲା ନିଦ!

ନୂଆଦିଲ୍‌ଲୀ,୨୬।୫: ପଶ୍ଚିମ ରାଜସ୍ଥାନର ବାଲୋତ୍ରା ଜିଲାରେ ପ୍ରାୟ ୭୫୦ ବର୍ଗ କିଲୋମିଟର ପତିତ ଜମି ତଳେ ବିପୁଳ ପରିମାଣର ‘ରେୟାର୍‌ ଆର୍ଥ ଏଲିମେଣ୍ଟସ’ (Rare Earth Elements…

ମିଥୁନ ରାଶିରେ ବୁଧଙ୍କ ଗୋଚର: ମେ’ ୨୯ରୁ ଜୁଲାଇ ୨୨ ଯାଏ ଏହି ୪ଟି ରାଶି ରୁହନ୍ତୁ ସାବଧାନ! ନଚେତ…

ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହକୁ ବୁଦ୍ଧି, ବାଣୀ, ତର୍କ, ଯୋଗାଯୋଗ, ବ୍ୟାପାର ଏବଂ ନିଷ୍ପତ୍ତି ନେବାର କ୍ଷମତାର କାରକ ବୋଲି ମାନାଯାଏ। ସେଥିପାଇଁ ବୁଧ ଗ୍ରହଙ୍କର ଯେକୌଣସି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri