କରୋନାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି କି? ସବୁର ଉତ୍ତର ପାଇବା ନେଇ ନିଶ୍ଚିତ ପଢ଼ନ୍ତୁ…

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ କିଛି ସ୍ଥାନରେ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ସ୍ଥାନ ନ ଥିବା ନେଇ ଚର୍ଚ୍ଚା ହେଉଛି। କିଛି ସ୍ଥାନରେ ଭେଣ୍ଟିଲେଟରର ଅଭାବ ଥିବା ବେଳେ କିଛି ସ୍ଥାନରେ ରେମଡେସିଭିର୍‌ ଭଳି ଇଞ୍ଜେକ୍‌ଶନର କଳାବଜାର ହେଉଥିବା ନଜରକୁ ଆସୁଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ସାବଧାନତା ଅତ୍ୟନ୍ତ ଜରୁରୀ। ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସିବା ସ୍ବାଭାବିକ। ଆସନ୍ତୁ ସେଭଳି କିଛି ପ୍ରଶ୍ନ ଓ ତା’ର ଉତ୍ତର ବିଷୟରେ ଜାଣିବା:

– ଯଦି ପ୍ରାରମ୍ଭିକ ଲକ୍ଷଣ ଦେଖାଦେଉଛି, ତେବେ ପରୀକ୍ଷା କରାଇନେବା ଉଚିତ କି?
ଉ- ହଁ। ଯଦି ଆପଣଙ୍କୁ ଜ୍ୱର, ସ୍ବାଦ ଅନୁଭବ ନ କରିବା, ଗନ୍ଧ ବାରି ପାରୁନାହାନ୍ତି ଏବଂ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି, ତେବେ ତୁରନ୍ତ ଆପଣଙ୍କୁ ଆର୍‌ଟିପିସିଆର୍‌ ପରୀକ୍ଷା କରାଇନେବା ଉଚିତ। ଏହାଛଡ଼ା କରୋନାର ନୂତନ ଲକ୍ଷଣରେ ଗୋଲାପୀ ଆଖି, ନାକରୁ ପାଣି ବୋହିବା ଏବଂ ଶ୍ରବଣ ସମସ୍ୟାକୁ ମଧ୍ୟ ଧରାଯାଇପାରେ।

– ଟିକା ନେଇସାରିଛି, ତଥାପି ପରୀକ୍ଷା କରାଇବା ଉଚିତ କି?
ଉ- ଯେଉଁମାନେ ଟିକାର ଦୁଇଟି ଡୋଜ୍‌ ନେଇଛନ୍ତି ଏବଂ ଦୁଇ ସପ୍ତାହ ବିତିଯାଇଛି, ତେବେ କୌଣସି ଲକ୍ଷଣ ନ ଥିଲେ ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ।

– କେଉଁ ପରୀକ୍ଷା କରାଇବା ଉଚିତ, ଆର୍‌ଟିପିସିଆର୍‌ କିମ୍ବା ଆଣ୍ଟିଜେନ୍‌?
ଉ- ଆର୍‌ଟିପିସିଆର୍‌ ଗୋଲ୍ଡ ଷ୍ଟାଣ୍ଡାର୍ଡ ଟେଷ୍ଟ। ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ତୁରନ୍ତ ରିପୋର୍ଟ ଦେଇଥାଏ। ଯଦି ଏହା ପଜିଟିଭ୍‌ ଆସେ, ତେବେ ଏହା କୋଭିଡ୍‌ ହୋଇଥିବା ସ୍ପଷ୍ଟ କରେ। ହେଲେ ଯଦି ର଼୍ୟାଟ୍‌ ରିପୋର୍ଟ ନେଗେଟିଭ୍‌ ଆସେ ଏବଂ କରୋନାର ଲକ୍ଷଣ ରହିଥାଏ, ତେବେ ଆର୍‌ଟିପିସିଆର୍‌ ଟେଷ୍ଟ କରାଇନେବା ଉଚିତ।

– ସିଟି ମୂଲ୍ୟରୁ କରୋନା ଥିବା କିଭଳି ଜାଣିବେ?
ଉ-ଆର୍‌ଟିପିସିଆର୍‌ ଟେଷ୍ଟରେ ରୋଗୀଙ୍କୁ କରୋନା ପଜିଟିଭ୍‌ ଅଥବା ନେଗେଟିଭ୍‌ ହୋଇଥିବା ସିଟି ଭ୍ୟାଲୁ ଆଧାରରେ ନିରୂପଣ କରାଯାଇଥାଏ। ଯଦି ସିଟି କାଉଣ୍ଟ ୩୫ରୁ ଅଧିକ ଥାଏ, ତେବେ ଏହା କରୋନା ପଜିଟିଭ୍‌ ବୋଲି ବିବେଚନା କରାଯାଇଥାଏ। ହେଲେ ଅନେକ ସ୍ଥାନରେ ଏହାକୁ ନେଇ ଭିନ୍ନ ନିୟମମାନ ରହିଛି। ଅନେକ ଥର ଡାକ୍ତରମାନେ ରୋଗୀଙ୍କୁ ସିଟି ସ୍କାନ ପାଇଁ ପରାମର୍ଶ ଦିଅନ୍ତି।

– କୋଭିଡ୍‌ର ଷ୍ଟେଜ୍‌ କ’ଣ କ’ଣ? ଏହା କିଭଳି ନିର୍ଦ୍ଧାରିତ କରାଯାଇଛି?
ଉ- କୋଭିଡ୍‌ର ଷ୍ଟେଜ୍‌-୧ରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ରୋଗୀ ଆସିଥା’ନ୍ତି। ସେମାନଙ୍କ ପାଖରେ ଲକ୍ଷଣ ନ ଥାଏ। ସେମାନଙ୍କର ଛାତିର ସ୍କାନ ସ୍ବାଭାବିକ ଥାଏ। ଏହି ଅବଧିରେ ସାମାନ୍ୟ ଜ୍ୱର, କଫ, ତଣ୍ଟି ଦରଜ ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇପାରେ।
ଷ୍ଟେଜ୍‌-୨ ସମୟରେ ଲଗାତାର ଜ୍ୱର, କଫ, ଛାତିରେ ସଂକ୍ରମଣ ଭଳି ସମସ୍ୟା ଦେଖାଦେଲେ ଆଇସୋଲେଶନ ସହ ଆଇସିୟୁ ଯିବା ଭଳି ଅବସ୍ଥା ଆସିପାରେ।
ଷ୍ଟେଜ-୩ ସମୟରେ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ଫଳରେ ହୃଦ୍‌ଘାତ ଭଳି ସମସ୍ୟା ଦେଖାଦେଇପାରେ। ଏଣୁ ରୋଗୀକୁ ଡାକ୍ତରଖାନାରେ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିପାରେ।

– କୌଣସି ରୋଗୀ ରେମିଡିସିଭର୍‌ ଇଞ୍ଜେକ୍ସନ ନେଇପାରିବେ କି?
ଉ- ନା। ଏହା କେବଳ ଡାକ୍ତରଙ୍କ ପରାମର୍ଶରେ ନିଆଯାଇପାରେ। ରୋଗୀର ଅବସ୍ଥା ଦେଖି ଡାକ୍ତରମାନେ ଏହାକୁ ନେବାକୁ ପରାମର୍ଶ ଦେଇପାରନ୍ତି। ବିଶେଷକରି ଛାତିର ଏକ୍ସ-ରେ କିମ୍ବା ସିଟି ସ୍କାନରେ ସଂକ୍ରମଣ ଦେଖାଯାଏ ଏବଂ ଭେଣ୍ଟିଲେଟର ଓ ଅକ୍ସିଜେନ ଭଳି ସମସ୍ୟା ଦେଖାଯାଏ, ସେତେବେଳେ ଡାକ୍ତରମାନେ ଏହାକୁ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିଥା’ନ୍ତି।

ଟିକା ବ୍ୟତୀତ କରୋନାକୁ କିପରି ଏଡ଼ାଇପାରିବେ?
ଉ- ନିଜକୁ ସୁରକ୍ଷିତ କିଭଳି ରଖିବେ ସେ ନେଇ ଚିନ୍ତା କରନ୍ତୁ। ଘରୁ ବାହାରକୁ ଆସିବା ବେଳେ ସର୍ବଦା ମାସ୍କ ପରିଧାନ କରନ୍ତୁ। ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

କାରରେ ବସିଲେ ହେଉଛି କ୍ୟାନସର? ଖରାରେ ଥିବା କାର ବିପଜ୍ଜନକ!

ଏହି ଗ୍ରୀଷ୍ମ ଋତୁରେ ଆପଣ କାରରେ ବସି ଏସି ଟର୍ନ କରିବା ମାତ୍ରେ ଆପଣଙ୍କ ନାକକୁ ଏକ ଅଦ୍ଭୁତ ଗନ୍ଧ ଆସେ। ଆପଣ ଜାଣନ୍ତି କି...

ଆପଣଙ୍କ ସାଥୀ କନ୍ୟା ରାଶିର କି? କିଭଳି ତାଙ୍କର ବ୍ୟକ୍ତିତ୍ୱ, ସ୍ବଭାବ; ଜାଣନ୍ତୁ …

ରାଶିଚକ୍ରର ଷଷ୍ଠ ରାଶି ହେଉଛି କନ୍ୟା। ଏହାକୁ ସବୁ ରାଶିରୁ ସୁନ୍ଦର ରାଶି ବୋଲି କୁହାଯାଏ। କାରଣ ଏହି ରାଶିର ପ୍ରତିନିଧିତ୍ୱ କରନ୍ତି ଜଣେ କନ୍ୟା।...

ଆପଣଙ୍କର ଅଛି କି ଏହି ୬ ଅଭ୍ୟାସ? ହୋଇଯିବେ ଦରିଦ୍ର; ଜାଣନ୍ତୁ କ’ଣ କହିଛନ୍ତି…

ମନୁଷ୍ୟ ନିଜ ଜୀବନରେ ସୁଖରେ ଜୀବନଯାପନ କରିବା ପାଇଁ ଆଚାର୍ଯ୍ୟ ଚାଣକ୍ୟ ତାଙ୍କ ନୀତଶାସ୍ତ୍ରରେ ଅନେକ ପ୍ରକାରର ନୀତି ବିଷୟରେ ବର୍ଣ୍ଣନା କରିଛନ୍ତି। ଏହା ବ୍ୟକ୍ତିଙ୍କୁ...

ଏହି ଭୁଲ୍‌ ଅଭ୍ୟାସ, ଏବେ ଅଧାରୁ ଅଧିକ ରୋଗର କାରଣ: ଜାଣନ୍ତୁ କ’ଣ ସେହି ଅଭ୍ୟାସ

ନୂଆଦିଲ୍ଲୀ,୯।୫: ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚ (ଆଇସିଏମଆର)ର ମୁଖ୍ୟ ଭାରତୀୟଙ୍କ ଖାଦ୍ୟ ଅଭ୍ୟାସ ସମ୍ବନ୍ଧରେ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଅଧାରୁ ଅଧିକ ରୋଗର କାରଣ...

ଆକର୍ଷଣୀୟ ଦେଖାଯିବାକୁ ଚାହୁଁଛନ୍ତି କି? ଆପଣାନ୍ତୁ ଏହି ଟିପ୍ସ

ବର୍ତ୍ତମାନ ସୂର୍ଯ୍ୟକିରଣ ପ୍ରଭାବରେ ତ୍ୱଚା ସମ୍ବନ୍ଧିତ ବିଭିନ୍ନ ସମସ୍ୟା ଦେଖାଦେଉଛି। ଏହା ଦୂରକରିବାକୁ ଅନେକେ ବ୍ୟୁଟି ପାର୍ଲର ଯିବାଠୁ ଆରମ୍ଭକରି ଦାମୀ ସୌନ୍ଦର୍ଯ୍ୟ ପ୍ରସାଧନ ବ୍ୟବହାର...

ହ୍ୟାଣ୍ଡଲୁମ୍‌ ଫ୍ୟାଶନ: କମ୍ଫର୍ଟେବଲ୍‌ ସହ ମିଳିବ ଷ୍ଟାଇଲିଶ୍‌ ଲୁକ୍‌

ଗୋଟେ ପଟେ ଅସହ୍ୟ ଗରମ ତ ଆଉ ଗୋଟେ ପଟେ ଫ୍ୟାଶନ । କେଉଁଭଳି ଆଉଟ୍‌ଫିଟ୍‌ ବାଛିଲେ କମ୍ଫର୍ଟେବଲ୍‌ ଲାଗିବା ସହ ଷ୍ଟାଇଲିଶ୍‌ ଲୁକ୍‌ ବି...

ଆଜ୍‌ମା ପ୍ରତି ଯତ୍ନବାନ୍‌ ହେବା ଦରକାର

ଆମେ ସମ୍ମୁଖୀନ ହେଉଥିବା କେତେକ ପ୍ରମୁଖ ସ୍ବାସ୍ଥ୍ୟ ସମସ୍ୟା ମଧ୍ୟରୁ ଆଜ୍‌ମା ଅନ୍ୟତମ। ଏହା ଏକ ଶ୍ୱାସଜନିତ ରୋଗ। ଆଜ୍‌ମା ଏଭଳି ଏକ ରୋଗ ଯାହା...

ସନ୍ତୁଳିତ ଡାଇବେଟିସ୍‌ ପାଇଁ ଆପଣାନ୍ତୁ ଏହି ଉପାୟ…

ଆଜିକାଲି ଡାଇବେଟିସ୍‌ ଏକ ସାଧାରଣ ସ୍ବାସ୍ଥ୍ୟ ସମସ୍ୟା ପାଲଟି ଗଲାଣି କହିଲେ ଆଦୌ ଭୁଲ ହେବ ନାହିଁ। ଏହା ଯଦି ଜଟିଳ ଆକାର ଧାରଣ କରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri