କରୋନାକୁ ନେଇ ମନରେ ଅନେକ ପ୍ରଶ୍ନ ଉଠୁଛି କି? ସବୁର ଉତ୍ତର ପାଇବା ନେଇ ନିଶ୍ଚିତ ପଢ଼ନ୍ତୁ…

ସାରା ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ପ୍ରତ୍ୟହ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ପାର କରୁଥିବା ବେଳେ କିଛି ସ୍ଥାନରେ ଡାକ୍ତରଖାନାରେ ରୋଗୀଙ୍କୁ ଭର୍ତ୍ତି କରିବାକୁ ସ୍ଥାନ ନ ଥିବା ନେଇ ଚର୍ଚ୍ଚା ହେଉଛି। କିଛି ସ୍ଥାନରେ ଭେଣ୍ଟିଲେଟରର ଅଭାବ ଥିବା ବେଳେ କିଛି ସ୍ଥାନରେ ରେମଡେସିଭିର୍‌ ଭଳି ଇଞ୍ଜେକ୍‌ଶନର କଳାବଜାର ହେଉଥିବା ନଜରକୁ ଆସୁଛି। ଏଭଳି ପ୍ରତିକୂଳ ପରିସ୍ଥିତିରେ ସାବଧାନତା ଅତ୍ୟନ୍ତ ଜରୁରୀ। ଲୋକଙ୍କ ମନରେ ବିଭିନ୍ନ ପ୍ରକାର ପ୍ରଶ୍ନ ଆସିବା ସ୍ବାଭାବିକ। ଆସନ୍ତୁ ସେଭଳି କିଛି ପ୍ରଶ୍ନ ଓ ତା’ର ଉତ୍ତର ବିଷୟରେ ଜାଣିବା:

– ଯଦି ପ୍ରାରମ୍ଭିକ ଲକ୍ଷଣ ଦେଖାଦେଉଛି, ତେବେ ପରୀକ୍ଷା କରାଇନେବା ଉଚିତ କି?
ଉ- ହଁ। ଯଦି ଆପଣଙ୍କୁ ଜ୍ୱର, ସ୍ବାଦ ଅନୁଭବ ନ କରିବା, ଗନ୍ଧ ବାରି ପାରୁନାହାନ୍ତି ଏବଂ ନିଃଶ୍ୱାସ ନେବାରେ ଅସୁବିଧା ହେଉଛି, ତେବେ ତୁରନ୍ତ ଆପଣଙ୍କୁ ଆର୍‌ଟିପିସିଆର୍‌ ପରୀକ୍ଷା କରାଇନେବା ଉଚିତ। ଏହାଛଡ଼ା କରୋନାର ନୂତନ ଲକ୍ଷଣରେ ଗୋଲାପୀ ଆଖି, ନାକରୁ ପାଣି ବୋହିବା ଏବଂ ଶ୍ରବଣ ସମସ୍ୟାକୁ ମଧ୍ୟ ଧରାଯାଇପାରେ।

– ଟିକା ନେଇସାରିଛି, ତଥାପି ପରୀକ୍ଷା କରାଇବା ଉଚିତ କି?
ଉ- ଯେଉଁମାନେ ଟିକାର ଦୁଇଟି ଡୋଜ୍‌ ନେଇଛନ୍ତି ଏବଂ ଦୁଇ ସପ୍ତାହ ବିତିଯାଇଛି, ତେବେ କୌଣସି ଲକ୍ଷଣ ନ ଥିଲେ ପରୀକ୍ଷା କରାଇବାର ଆବଶ୍ୟକତା ନାହିଁ।

– କେଉଁ ପରୀକ୍ଷା କରାଇବା ଉଚିତ, ଆର୍‌ଟିପିସିଆର୍‌ କିମ୍ବା ଆଣ୍ଟିଜେନ୍‌?
ଉ- ଆର୍‌ଟିପିସିଆର୍‌ ଗୋଲ୍ଡ ଷ୍ଟାଣ୍ଡାର୍ଡ ଟେଷ୍ଟ। ରାପିଡ୍‌ ଆଣ୍ଟିଜେନ୍‌ ଟେଷ୍ଟ ତୁରନ୍ତ ରିପୋର୍ଟ ଦେଇଥାଏ। ଯଦି ଏହା ପଜିଟିଭ୍‌ ଆସେ, ତେବେ ଏହା କୋଭିଡ୍‌ ହୋଇଥିବା ସ୍ପଷ୍ଟ କରେ। ହେଲେ ଯଦି ର଼୍ୟାଟ୍‌ ରିପୋର୍ଟ ନେଗେଟିଭ୍‌ ଆସେ ଏବଂ କରୋନାର ଲକ୍ଷଣ ରହିଥାଏ, ତେବେ ଆର୍‌ଟିପିସିଆର୍‌ ଟେଷ୍ଟ କରାଇନେବା ଉଚିତ।

– ସିଟି ମୂଲ୍ୟରୁ କରୋନା ଥିବା କିଭଳି ଜାଣିବେ?
ଉ-ଆର୍‌ଟିପିସିଆର୍‌ ଟେଷ୍ଟରେ ରୋଗୀଙ୍କୁ କରୋନା ପଜିଟିଭ୍‌ ଅଥବା ନେଗେଟିଭ୍‌ ହୋଇଥିବା ସିଟି ଭ୍ୟାଲୁ ଆଧାରରେ ନିରୂପଣ କରାଯାଇଥାଏ। ଯଦି ସିଟି କାଉଣ୍ଟ ୩୫ରୁ ଅଧିକ ଥାଏ, ତେବେ ଏହା କରୋନା ପଜିଟିଭ୍‌ ବୋଲି ବିବେଚନା କରାଯାଇଥାଏ। ହେଲେ ଅନେକ ସ୍ଥାନରେ ଏହାକୁ ନେଇ ଭିନ୍ନ ନିୟମମାନ ରହିଛି। ଅନେକ ଥର ଡାକ୍ତରମାନେ ରୋଗୀଙ୍କୁ ସିଟି ସ୍କାନ ପାଇଁ ପରାମର୍ଶ ଦିଅନ୍ତି।

– କୋଭିଡ୍‌ର ଷ୍ଟେଜ୍‌ କ’ଣ କ’ଣ? ଏହା କିଭଳି ନିର୍ଦ୍ଧାରିତ କରାଯାଇଛି?
ଉ- କୋଭିଡ୍‌ର ଷ୍ଟେଜ୍‌-୧ରେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ରୋଗୀ ଆସିଥା’ନ୍ତି। ସେମାନଙ୍କ ପାଖରେ ଲକ୍ଷଣ ନ ଥାଏ। ସେମାନଙ୍କର ଛାତିର ସ୍କାନ ସ୍ବାଭାବିକ ଥାଏ। ଏହି ଅବଧିରେ ସାମାନ୍ୟ ଜ୍ୱର, କଫ, ତଣ୍ଟି ଦରଜ ଏବଂ ବାନ୍ତି ଭଳି ଲକ୍ଷଣ ଦେଖାଦେଇପାରେ।
ଷ୍ଟେଜ୍‌-୨ ସମୟରେ ଲଗାତାର ଜ୍ୱର, କଫ, ଛାତିରେ ସଂକ୍ରମଣ ଭଳି ସମସ୍ୟା ଦେଖାଦେଲେ ଆଇସୋଲେଶନ ସହ ଆଇସିୟୁ ଯିବା ଭଳି ଅବସ୍ଥା ଆସିପାରେ।
ଷ୍ଟେଜ-୩ ସମୟରେ ସ୍ବାସ୍ଥ୍ୟାବସ୍ଥା ଅଧିକ ଖରାପ ହେବା ଫଳରେ ହୃଦ୍‌ଘାତ ଭଳି ସମସ୍ୟା ଦେଖାଦେଇପାରେ। ଏଣୁ ରୋଗୀକୁ ଡାକ୍ତରଖାନାରେ ଭେଣ୍ଟିଲେଟରର ଆବଶ୍ୟକତା ପଡ଼ିପାରେ।

– କୌଣସି ରୋଗୀ ରେମିଡିସିଭର୍‌ ଇଞ୍ଜେକ୍ସନ ନେଇପାରିବେ କି?
ଉ- ନା। ଏହା କେବଳ ଡାକ୍ତରଙ୍କ ପରାମର୍ଶରେ ନିଆଯାଇପାରେ। ରୋଗୀର ଅବସ୍ଥା ଦେଖି ଡାକ୍ତରମାନେ ଏହାକୁ ନେବାକୁ ପରାମର୍ଶ ଦେଇପାରନ୍ତି। ବିଶେଷକରି ଛାତିର ଏକ୍ସ-ରେ କିମ୍ବା ସିଟି ସ୍କାନରେ ସଂକ୍ରମଣ ଦେଖାଯାଏ ଏବଂ ଭେଣ୍ଟିଲେଟର ଓ ଅକ୍ସିଜେନ ଭଳି ସମସ୍ୟା ଦେଖାଯାଏ, ସେତେବେଳେ ଡାକ୍ତରମାନେ ଏହାକୁ ଆବଶ୍ୟକ ଅନୁଯାୟୀ ବ୍ୟବହାର କରିଥା’ନ୍ତି।

ଟିକା ବ୍ୟତୀତ କରୋନାକୁ କିପରି ଏଡ଼ାଇପାରିବେ?
ଉ- ନିଜକୁ ସୁରକ୍ଷିତ କିଭଳି ରଖିବେ ସେ ନେଇ ଚିନ୍ତା କରନ୍ତୁ। ଘରୁ ବାହାରକୁ ଆସିବା ବେଳେ ସର୍ବଦା ମାସ୍କ ପରିଧାନ କରନ୍ତୁ। ସାମାଜିକ ଦୂରତ୍ୱ ବଜାୟ ରଖନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

ଭୁବନେଶ୍ୱରରୁ ଆସିଲା ଦଳୀୟ ସୁପ୍ରିମୋଙ୍କ ଡାକରା, ଶଙ୍ଖଭବନରେ ପହଞ୍ଚିଲେ ଗଞ୍ଜାମ ବିଜେଡି ନେତା, ବଡ଼ଧରଣର…

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଆସୁଛି ପଞ୍ଚାୟତ ଓ ପୌର ନିର୍ବାଚନ। ଏଥିପାଇଁ ଚଳଚଞ୍ଚଳ ଶଙ୍ଖଭବନ। ଦଳୀୟ ସଂଗଠନ କିଭଳି ସୁଦୃଢ଼ ହେବ ସେଥିପାଇଁ ଚାଲିଛି ମାନସ ମନ୍ଥନ। ରାଜ୍ୟ…

ଶିକ୍ଷା ବିଭାଗରେ ଚହଳ! ନାବାଳିକାଙ୍କୁ ଗର୍ଭବତୀ କଲେ ଶିକ୍ଷକ, ଗର୍ଭପାତ ପାଇଁ ଯାଉଥିବାବେଳେ ବାଟରେ…

କିଶ୍ତୱାଡ,୨୧।୮: ଜମ୍ମୁ-କଶ୍ମୀରର କିଶ୍ତୱାଡରେ ୧୪ ବର୍ଷୀୟା ଜଣେ ନାବାଳିକାଙ୍କ ସହ ବଳାତ୍କାର ଅଭିଯୋଗକୁ ନେଇ ହଇଚଇ ସୃଷ୍ଟି ହୋଇଛି। ଅଭିଯୋଗ ଅନୁସାରେ, ବଳାତ୍କାର ଯୋଗୁ ନାବାଳିକା ଗର୍ଭବତୀ…

‘ଏବେ ଆପଣ ମୁଖ୍ୟମନ୍ତ୍ରୀ, ଫିଲ୍ମ ଭଳି ଡାଏଲଗ କୁହନ୍ତୁ ନାହିଁ’: ବିଧାନସଭାରେ CM ବିଜୟଙ୍କୁ ଏମିତି କହିଦେଲେ ଉଦୟନିଧି ଷ୍ଟାଲିନ

ଚେନ୍ନାଇ,୨୧।୮: ତାମିଲନାଡୁରେ ବିରୋଧୀ ଦଳ ନେତା ଉଦୟନିଧି ଷ୍ଟାଲିନ ଶୁକ୍ରବାର ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କୁ ବଡ଼ ଚ୍ୟାଲେଞ୍ଜ ଦେଇଛନ୍ତି। ପୂର୍ବତନ DMK ସରକାର ସମୟର କଥିତ…

ନାବାଳକଙ୍କ ନାରକୀୟ କାଣ୍ଡ: ସାମାନ୍ୟ ବଚସାରୁ ବାପ-ପୁଅଙ୍କୁ ମାରିଲେ ଗୁଳି

ଦେବଗଡ,୨୧।୮(ଶଶାଙ୍କ ଶେଖର ଝାଙ୍କର): ସାମାନ୍ୟ ବଚସାକୁ କେନ୍ଦ୍ର କରି ଜ୍ଯଯଯ ହତ୍ୟାକାଣ୍ଡ। ଦେବଗଡ଼ ଜିଲା ବାରକୋଟ ଥାନା ଅନ୍ତର୍ଗତ ଗୌଡସୁଗୁଡା ଗ୍ରାମରେ ଶୁକ୍ରବାର ସକାଳୁ ଛୁରା ମାଡରେ…

କିନ୍ନର ବେଶ ଯାଇ ପ୍ରଥମେ ପାଣି ଛିଞ୍ଚିଲେ, ଏୟାର ହୋଷ୍ଟେସଙ୍କୁ ଏକା ଦେଖି ଯାହା କଲେ…

ମୁମ୍ବାଇ,୨୧।୮: ମୁମ୍ବାଇର ପୱାଇ ଅଞ୍ଚଳରେ ବଳାତ୍କାର ମାମଲା ସାମ୍ନାକୁ ଆସିଛି। ଟ୍ରାନ୍ସଜେଣ୍ଡର ବେଶ ଧାରଣ କରି ଜଣେ ଏୟାର ହୋଷ୍ଟେସଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ଆଶୀର୍ବାଦ…

ଥାନା ବାହାରେ ଧାରଣାରେ ବସିଲେ ରାହୁଲ ଗାନ୍ଧୀ, ସାଥିରେ ଅଛନ୍ତି ପ୍ରିୟଙ୍କା

ନୂଆଦିଲ୍ଲୀ,୨୧ା୮: ପେଲେଟ୍ ଗନ୍‌ ବ୍ୟବହାରକୁ ନେଇ ପୁଣିଥରେ ସ୍ୱର ଉଠାଇଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଶୁକ୍ରବାର ସେ ଦିଲ୍ଲୀର ସଂସଦ ମାର୍ଗ ଥାନାରେ ପହଞ୍ଚିବା ସହ…

କମିଲା ବନ୍ୟାଜଳ ପ୍ରବେଶର ପରିମାଣ, ହୀରାକୁଦ ବନ୍ଦ କଲା ୪ ଗେଟ୍‌

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରୁବାର ରାତିରେ ୨ ଓ ଶୁକ୍ରବାର ସକାଳେ ପୁଣି ୪ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri