Posted inଜାତୀୟ

ଭାରତ ପହଞ୍ଚିବା ପରେ ୧୨ ବର୍ଷିୟ ଝିଅ ସହ କଥା ହେଲେ ବାଇଡେନ, ଏବେ ପ୍ରଶ୍ନ କିଏ ସେହି ବାଳିକା

ନୂଆଦିଲ୍ଲୀ,୯।୯: ନୂଆଦିଲ୍ଲୀରେ ସେପ୍ଟେମର ୯ ଅର୍ଥାତ୍‌ ଶନିବାରଠାରୁ ଦୁଇ ଦିନିଆ ଜି -୨୦ ଶିଖର ସମ୍ମିଳନୀ ଆରମ୍ଭ ହୋଇଛି। ଏହା ଭାରତ ପାଇଁ ଏକ ବଡ଼ ସୁଯୋଗ। ଏହାପୂର୍ବରୁ ଶୁକ୍ରବାର ଜି -୨୦ ଗୋଷ୍ଠୀରେ ଅନ୍ତର୍ଭୁକ୍ତ ଦେଶର ମୁଖ୍ୟମାନେ, ୟୁରୋପୀୟ ୟୁନିୟନର ପ୍ରତିନିଧୀ ଏବଂ ନଅ ଅତିଥି ଦେଶର ପ୍ରତିନିଧୀମାନେ ଏହି ସମ୍ମିଳନୀରେ ଯୋଗଦେବା ପାଇଁ ଦିଲ୍ଲୀରେ ପହଞ୍ଚିଥିଲେ।
ଏହି ସମ୍ମିଳନୀରେ ଭାଗ ନେବାକୁ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ ମଧ୍ୟ ଶୁକ୍ରବାର ଦିନ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ବାଇଡେନ ପାଲମ ବିମାନବନ୍ଦରରେ ପହଞ୍ଚିବା ମାତ୍ରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଜଣେ ୧୨ ବର୍ଷର ବାଳିକାକୁ ଆଲିଙ୍ଗନ କରିଥିଲେ। ଏହି ଦୃଶ୍ୟର ଏକ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏବେ ପ୍ରଶ୍ନ ହେଉଛି ଯେ ଏହି ଝିଅ କିଏ।
ପାଲମ ବିମାନବନ୍ଦରରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ସ୍ବାଗତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ କେନ୍ଦ୍ରୀୟ ମନ୍ତ୍ରୀ ଜେନେରାଲ ଭି.କେ ସିଂ ଭାରତ ପହଞ୍ଚିଥିଲେ। ତାଙ୍କୁ ଭାରତରେ ଆମେରିକାର ରାଷ୍ଟ୍ରଦୂତ ଏରିକ ଗାରସେଟି ମଧ୍ୟ ସ୍ବାଗତ କରିବାକୁ ଆସିଥିଲେ। ବାଇଡେନ ବିମାନବନ୍ଦରରେ ଅବତରଣ କରିଥିଲେ ଏବଂ ତାଙ୍କୁ ସ୍ବାଗତ କରିବାକୁ ଏକତ୍ରିତ ହୋଇଥିବା ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଏହି ସମୟ ମଧ୍ୟରେ ସେ ଏରିକ ଗାରସେଟିଙ୍କ ୧୨ବର୍ଷର ଝିଅ ମାୟା ଜୁଆନିଟାଙ୍କ ଶୁଭେଚ୍ଛା ମଧ୍ୟ ଗ୍ରହଣ କରିଥିଲେ। ଆମେରିକାର ରାଷ୍ଟ୍ରପତି ମାୟାଙ୍କୁ ଆଲିଙ୍ଗନ କରିବା ସହ ତାଙ୍କ ସହ ମଧ୍ୟ କଥା ହୋଇଥିଲେ। କୌତୁହଳର ବିଷୟ ହେଉଛି ଯେ ସେ ସେହି ଝିଅ ସହିତ ଯେତେ ସମୟ ପର୍ଯ୍ୟନ୍ତ କଥା ହୋଇଥିଲେ ସେ ଅନ୍ୟ ଲୋକଙ୍କ ସହ ସେତିକି ସମୟ କଥାବାର୍ତ୍ତା ମଧ୍ୟ କରି ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ବରଗଡ଼-ଭେଡ଼େନ କେନାଲ: ବାଲିବସ୍ତା ପ୍ୟାଚଅପ୍‌କୁ ବାଉଁଶ ବାଡ଼ ଭରସା

ବରଗଡ଼,୨୭।୬(ପ୍ରେମାନନ୍ଦ ଖମାରୀ):ଖରିଫ୍‌ ଚାଷକାର୍ଯ୍ୟ ଆରମ୍ଭ ହୋଇଯାଇଛି। କିନ୍ତୁ ଏପର୍ଯ୍ୟନ୍ତ କେନାଲ ପାଣି ଛଡ଼ାଯାଇ ନାହିଁ। ଅନ୍ୟପଟେ ବରଗଡ଼-ଭେଡ଼େନ କେନାଲର ଥୁକ୍‌ପାଲିସ୍‌ ମରାମତି ଚାଲିଛି। କେନାଲ ପାର୍ଶ୍ୱରେ ବାଲିବସ୍ତା,…

India vs Ireland: ଦ୍ୱିତୀୟ ଟି-୨୦ରେ ଖେଳିବେ ବୈଭବ ସୂର୍ଯ୍ୟବଂଶୀ? ଲଜ୍ଜାଜନକ ପରାଜୟ ପରେ ବଢ଼ିଲା ଅଭିଯୋଗ

ନୂଆଦିଲ୍ଲୀ,୨୭।୬: ଭାରତୀୟ କ୍ରିକେଟ ଦଳ ଶୁକ୍ରବାର ଆୟର୍ଲାଣ୍ଡ ବିପକ୍ଷରେ ପ୍ରଥମ ଟି-୨୦ ମ୍ୟାଚ ହାରିଗଲା, ବୈଭବ ସୂର୍ଯ୍ୟବଂଶୀଙ୍କୁ ସ୍ଥାନ ନ ଦେବା ନିଷ୍ପତ୍ତିକୁ ନେଇ କଡ଼ା ସମାଲୋଚନାର…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ୨୯,୫୦୦ ଯୁବତୀଯୁବକଙ୍କୁ ମିଳିବ ନିଯୁକ୍ତି ସୁଯୋଗ

ଭୁବନେଶ୍ୱର,୨୭ା୬(ସୁନିତ୍‌ ମିଶ୍ର):ପୂର୍ବ ଭାରତରେ ଶିଳ୍ପାୟନର ବିକାଶକୁ ଆହୁରି ତ୍ୱରାନ୍ବିତ କରିବା ଏବଂ ଆଞ୍ଚଳିକ ସହଯୋଗ ମାଧ୍ୟମରେ ସନ୍ତୁଳିତ ଅଭିବୃଦ୍ଧି ଆଣିବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ…

ଇସ୍ରାଏଲ-ଲେବାନନ ମଧ୍ୟରେ ଶାନ୍ତି ଚୁକ୍ତିନାମା ଉପରେ ସହମତି; ହେଜବୋଲକୁ ନେଇ ଚେତାବନୀ ଦେଲେ ନେତାନ୍ୟାହୁ

ଜେରୁଜେଲମ,୨୭।୬: ଇସ୍ରାଏଲ ଏବଂ ହେଜବୋଲା ବିଦ୍ରୋହୀଙ୍କ ମଧ୍ୟରେ ଲଢ଼େଇ ବନ୍ଦ କରିବା ପାଇଁ ଦିନ ଦିନ ଧରି ଆଲୋଚନା ପରେ, ଇସ୍ରାଏଲ ଏବଂ ଲେବାନନ ଶୁକ୍ରବାର ୱାଶିଂଟନରେ…

ଟେକ୍ସାସରେ ମିଳିଲା ୧୯୦ ବର୍ଷ ପୁରୁଣା ଲୁହା କମାଣ ଗୋଳା

ସାନ୍‌ ଆଣ୍ଟୋନିଓ (ଟେକ୍ସାସ),୨୭ା୬:ଆମେରିକାର ଟେକ୍ସାସ ପ୍ରଦେଶରେ ଥିବା ପ୍ରସିଦ୍ଧ ‘ଆଲାମୋ’ ଐତିହାସିକ ସ୍ଥଳରୁ ପ୍ରତ୍ନତତ୍ତ୍ୱବିତ୍‌ମାନେ ଏକ ଅକ୍ଷତ ଲୁହା କମାଣ ଗୋଳା (କ୍ୟାନନ୍‌ବଲ୍‌) ପାଇଛନ୍ତି। ଏହା ୧୮୩୬…

ପ୍ରବଳ ବର୍ଷା ସମ୍ଭାବନା: ୪୦ରୁ ୫୦ କିମି ବେଗରେ ବହିବ ପବନ, ଏସବୁ ଜିଲାରେ ଅରେଞ୍ଜ୍‌ ଓ୍ବାର୍ନିଂ

ଭୁବନେଶ୍ୱର,୨୭ା୬(ବନ୍ଦନା ସେଠୀ):ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲାରେ ବର୍ଷା ଜାରି ରହିଛି। ଆସନ୍ତା ସପ୍ତାହ ପର୍ଯ୍ୟନ୍ତ ପାଗରେ ସେପରି କିଛି ବିଶେଷ ପରିବର୍ତ୍ତନ ନ ଥିବା…

ପୁଣି ମୁହାଁମୁହିଁ ହେଲେ ଆମେରିକା-ଇରାନ: ବଡ଼ ଆକ୍ରମଣ କଲା ଓ୍ବାଶିଂଟନ୍‌

ତେହରାନ,୨୭।୬:ଆମେରିକା ଏବଂ ଇରାନ ମଧ୍ୟରେ ଉତ୍ତେଜନା ପୁଣି ଥରେ ବୃଦ୍ଧି ପାଇବା ଆରମ୍ଭ କରିଛି। ଆମେରିକା ଇରାନୀ କ୍ଷେପଣାସ୍ତ୍ର ଏବଂ ଡ୍ରୋନ ସ୍ଥାନଗୁଡ଼ିକୁ ଟାର୍ଗେଟ କରିଥିଲା। ହର୍ମୁଜ…

କାହିଁକି ମିଳିଲାନି ବୈଭବ ସୂର୍ଯ୍ୟବଂଶୀଙ୍କୁ ଡେବ୍ୟୁର ସୁଯୋଗ? ନିରାଶ ହେଲେ ପ୍ରଶଂସକ

ନୂଆଦିଲ୍ଲୀ, ୨୬।୬: ଆୟରଲ୍ୟାଣ୍ଡ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ କ୍ରିକେଟ୍ ପ୍ରେମୀଙ୍କୁ ସାମାନ୍ୟ ନିରାଶ ହେବାକୁ ପଡ଼ିଛି। ଦଳର ନୂଆ ଅଧିନାୟକ ଶ୍ରେୟସ ଆୟର ଟସ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri