କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ ହେଉଛନ୍ତି ଏହି ସୁନ୍ଦରୀ ଅଭିନେତ୍ରୀ, ଦାମୀ ଗାଡ଼ି ଚଢ଼ିବାକୁ କରନ୍ତି ପସନ୍ଦ; ଘରେ…

ବମ୍ବେ: ଦକ୍ଷିଣ ଭାରତୀୟ ସିନେମାର ଲୋକପ୍ରିୟ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ ହେଲେ ରଶ୍ମିକା ମନ୍ଦାନା। କେବଳ ବଡ଼ ପରଦା ନୁହେଁ ସୋସିଆଲ ମିଡିଆରେ ମଧ୍ୟ ଅଭିନେତ୍ରୀଙ୍କ ପାଇଁ ପାଗଳପ୍ରାୟ ପ୍ରଶଂସକ। ଏବେ ସେ ବଲିଉଡ୍‌ରେ ନିଜର ଡେବ୍ୟୁ କରିବାକୁ ଯାଉଛନ୍ତି। ସିଦ୍ଧାର୍ଥ ମଲହୋତ୍ରାଙ୍କ ଫିଲ୍ମ ‘ମିଶନ ମଜନୁ’ରେ ସେ ନଜର ଆସିବେ।

ନିଜର ଦମ୍‌ଦାର ଅଭିନୟ ଶୈଳୀକୁ ନେଇ ରଶ୍ମିକାଙ୍କୁ ଫିଲ୍ମରେ ନେବାକୁ ଚାହିଁଥାନ୍ତି ନିର୍ମାତା। ଏଥିପାଇଁ ମୋଟା ଅଙ୍କର ପାଉଣା ନେଇଥାନ୍ତି ସେ। ରଶ୍ମିକା ବର୍ଷକୁ ପାଞ୍ଚ କୋଟି ଟଙ୍କା ରୋଜଗାର କରନ୍ତି। ଏହାଛଡ଼ା ତାଙ୍କର ମୋଟ ଆୟ ୩୫ କୋଟି ବୋଲି କୁହାଯାଏ।

କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣି ମନ୍ଦାନାଙ୍କୁ କାର୍‌ ବହୁତ ପସନ୍ଦ। ଏଥିପାଇଁ ସେ ନିଜ ଘରେ ଭଳିକି ଭଳି ବ୍ରାଣ୍ଡର କାର୍‌କୁ ସଜାଇ ରଖିଛନ୍ତି। ୩୦ ଲକ୍ଷ ଟଙ୍କାର ମର୍ସଡିଜ୍‌,୬୦ ଲକ୍ଷ ଟଙ୍କାର ଅଡି କ୍ୟୁ୩, ୨୦ ଲକ୍ଷ ଟଙ୍କାର ଟୟୋଟା ଇନୋଭା, ୨୫ ଲକ୍ଷ ଟଙ୍କାର ହୁଣ୍ଡାଇ କ୍ରେଟା ତାଙ୍କ ପାଖରେ ରହିଛି।

୨୦୧୬ରେ କନ୍ନଡ ଫିଲ୍ମ ଜରିଆରେ ଅଭିନୟରେ ପାଦ ରଖିଥିଲେ ରଶ୍ମିକା। ପରେ ୨୦୧୮ରେ ସେ ଫିଲ୍ମ ‘ଚଲୋ’ ଜରିଆରେ ତେଲୁଗୁରେ ଡେବ୍ୟୁ କରିଥିଲେ। ପରେ ସେ ଫିଲ୍ମ ‘ଡିଅର କୋମ୍ରେଡ୍‌’ରେ ଅଭିନେତା ବିଜୟ ଦେବରାକୋଣ୍ଡାଙ୍କ ସହ ରୋମାନ୍ସ କରି ଚର୍ଚ୍ଚାକୁ ଆସିଥିଲେ। ଉଭୟଙ୍କ ଯୋଡ଼ି ଦର୍ଶକଙ୍କୁ ପସନ୍ଦ ଆସିଥିଲା। ଏଣୁ ଫିଲ୍ମଟି ବକ୍ସ ଅଫିସରେ ହିଟ୍‌ ସାବ୍ୟସ୍ତ ହୋଇଥିଲା। ଏହାଛଡ଼ା ରଶ୍ମିକା ଅଭିନୀତ ‘ଗୀତା ଗୋବିନ୍ଦମ’ ତେଲୁଗୁ ସିନେମା ଇତିହାସରେ ସବୁଠାରୁ ଅଧିକ ରୋଜଗାର କରିଥିବା ଫିଲ୍ମ ସାବ୍ୟସ୍ତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କରୋନା ଚିନ୍ତାରୁ ଦୂରେଇବା ପାଇଁ ମାଧୁରୀଙ୍କ ଗୀତରେ ନୃତ୍ୟକଲେ ବିଦେଶୀ ମହିଳା

କରୋନା ଭୟରେ ଅଧିକାଂଶ ଦେଶର ଲୋକେ ଘରୁ ବାହାରିବା ବନ୍ଦ କରିଦେଲେଣି। ଏତିକିବେଳେ ଜର୍ମାନର ଜଣେ ମହିଳା କରୋନା ଚିନ୍ତାରୁ ମୁକୁଳିବା ପାଇଁ ଏକ ଖାସ୍‌...

ପରିବାର ସହ ମିଶି ଖ୍ରୀଷ୍ଟମାସ ପାଳିଲେ କରୀନା

ମୁମ୍ବାଇ,୨୫।୧୨-ବଲିଉଡ ଅଭିନେତ୍ରୀ କରୀନା କପୁର ଖାନ ସୋସିଆଲ ମିଡିଆରେ ସବୁବେଳେ ଆକ୍ଟିଭ ରହିଥାନ୍ତି। ସେ ଇନ୍‌ଷ୍ଟାଗ୍ରାମରେ ନିଜର ଫଟୋ ଶେୟାର କରି ଚର୍ଚ୍ଚାରେ ମଧ୍ୟ ରହିଥାନ୍ତି।...

ଶ୍ରୀଦେବୀଙ୍କୁ ମନେ ପକାଇ ଭାବବିହ୍ବଳ ହେଲେ ବୋନି

ମୁମ୍ବାଇ: ଆଜି ବଲିଉଡ୍‌ର ସୌନ୍ଦର୍ଯ୍ୟ ରାଣୀ ଶ୍ରୀଦେବୀଙ୍କ ୫ମ ମୃତ୍ୟୁ ବାର୍ଷିକୀ। ୨୪ ଫେବୃୟାରୀ ୨୦୧୮ରେ ଶ୍ରୀଦେବୀ ଦୁନିଆରୁ ବିଦାୟ ନେଇଥିଲେ। ଫିଲ୍ମ ଜଗତରେ ଶ୍ରୀଦେବୀଙ୍କର...

ନୂଆ ଲୁକ୍‌ରେ ନଜର ଆସିଲେ କ୍ରିତି

ବଲିଉଡ ଅଭିନେତା ବରୁଣ ଧାଓ୍ବନ ଏବଂ ଅଭିନେତ୍ର କ୍ରିତି ସାନନ ତାଙ୍କ ଅପକମିଙ୍ଗ୍‌ ଫିଲ୍ମ ‘ ଭେଡିଆ’ କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଦୁହିଁଙ୍କୁ ଦ୍ୱିତୀୟ...

ଜାଣନ୍ତୁ ‘ଲକଅପ’ ଶୋ’ର ବିଜେତାଙ୍କୁ କେତେ ଅର୍ଥ ରାଶି ପ୍ରଦାନ କରାଯିବ

କଙ୍ଗନା ରାଣାୱତଙ୍କ ଶୋ ‘ଲକଅପ’ ଏବେ ଖୁବ୍‌ ଚର୍ଚ୍ଚାରେ ରହିଛି । ଏହି ରିଆଲିଟି ଶୋ’ରେ ଏଭଳି କିଛି ବ୍ୟକ୍ତିଙ୍କୁ ନିଆଯାଇଛି, ଯାହାଙ୍କ ନାମ କିଛି...

ଅମିତ ଶାହଙ୍କୁ ଟିପ୍ସ ଦେଲେ ଅକ୍ଷୟ କୁମାର, ସନ୍ଧ୍ୟା ୬.୩୦ ପରେ ଖାଦ୍ୟ ଖାଆନ୍ତୁ ନାହିଁ

ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର ନିଜ ଫିଟ୍‌ନେସ୍‌ ଉପରେ ସର୍ବଦା ଧ୍ୟାନ ଦିଅନ୍ତି। ଠିକ୍‌ ସମୟରେ ଖାଇବା ଏବଂ ଶୋଇବାକୁ ନେଇ ସେ ବେଶ୍‌ ସତର୍କ...

ଏମାନେ ସୁନ୍ଦରୀ ଅଭିନେତ୍ରୀ , କିନ୍ତୁ ପରଦାରେ ଫ୍ଲପ

ବଲିଉଡ୍‌ର ଏମିତି କିଛି ଅଭିନେତ୍ରୀ ଯିଏ ରୂପ ଲାବଣ୍ୟରେ ଦର୍ଶକଙ୍କୁ ବାନ୍ଧି ରଖିଛନ୍ତି। କିନ୍ତୁ ପରଦାରେ ଫ୍ଲପ ହୋଇଛନ୍ତି। ଜାଣନ୍ତୁ ଏହି ସୁନ୍ଦରୀ ତଥା ଫ୍ଲପ...

ଜାହ୍ନବୀ-ଇଶାନଙ୍କ ପ୍ରେମ କାହାଣୀରେ ଲାଗିଲା ଫୁଲଷ୍ଟପ!

ମୁମ୍ବାଇ: ବଲିଉଡ୍‌ ଷ୍ଟାର କିଡ୍‌ ଜାହ୍ନବୀ କପୁର ଏବେ ତାଙ୍କ ଏକ୍ସ ବୟଫ୍ରେଣ୍ଡ ଅକ୍ଷତ ରାଜନଙ୍କ ସହ ସମୟ କାଟୁଥିବା ଶୁଣିବାକୁ ମିଳିଛି। ଆଉ ଏହା...

Advertisement
Archives

Model This Week