ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ବନ୍ଧୁ ଓ ଦାୟିତ୍ୱବାନ୍‌ ସାଥୀ ହେବାକୁ ଯୋଗ୍ୟ ହୋଇଥାନ୍ତି। ପ୍ରକୃତିକୁ ଭଲ ପାଇବା, ରୋମାଞ୍ଚକର ଯାତ୍ରାରେ ବି ଏମାନଙ୍କର ରୁଚି ରହିଥାଏ। ମାର୍ଚ୍ଚରେ ଜନ୍ମିତ ବ୍ୟକ୍ତି ଶାନ୍ତ ଓ ଦୟାଳୁ ସ୍ବଭାବର ହୋଇଥାନ୍ତି। ଏପ୍ରିଲରେ ଯେଉଁମାନେ ଜନ୍ମ ସେମାନେ ସ୍ପଷ୍ଟବାଦୀ ଆଉ ଜିଦ୍‌ଖୋର ହୋଇଥାନ୍ତି। ମେ’ରେ ଜନ୍ମିତ ବ୍ୟକ୍ତି କଳାପ୍ରେମୀ ଆଉ ଚଞ୍ଚଳ ସ୍ବଭାବର ହୋଇଥିବାବେଳେ ଜୁନ୍‌ରେ ଜନ୍ମିତ ବ୍ୟକ୍ତି ସମ୍ବେଦନଶୀଳ ଆଉ ରୋମାଣ୍ଟିକ୍‌ ସ୍ବଭାବର ହୋଇଥାନ୍ତି। ସାମାନ୍ୟ ଈର୍ଷାଳୁ ଭାବ ବି ଏମାନଙ୍କଠାରେ ଦେଖାଯାଇଥାଏ। ଜୁଲାଇରେ ଜନ୍ମିତ ବ୍ୟକ୍ତି ଟିକେ ରାଗୀ ସ୍ବଭାବର ହୋଇଥିଲେ ହେଁ ପରୋପକାର କରିବାକୁ ପସନ୍ଦ କରିଥାନ୍ତି। ଅଗଷ୍ଟରେ ଜନ୍ମିତ ବ୍ୟକ୍ତି ଖୁବ୍‌ ପରିଶ୍ରମୀ ହୋଇଥାନ୍ତି, ସେଥିପାଇଁ ଏମାନଙ୍କ ପାଖରେ କେବେ ବି ଅର୍ଥର ଅଭାବ ଦେଖାଯାଏ ନାହିଁ। ବୁଦ୍ଧିମାନ୍‌ ତଥା ଈଶ୍ୱରବିଶ୍ୱାସୀ ହୋଇଥାନ୍ତି ସେପ୍ଟେମ୍ବର ମାସରେ ଜନ୍ମିତ ବ୍ୟକ୍ତି। କିନ୍ତୁ ସାମାନ୍ୟ କଥାରେ ଏମାନେ ଉଦାସୀନ ବି ହୋଇଯାନ୍ତି। ଅକ୍ଟୋବରରେ ଜନ୍ମିତ ବ୍ୟକ୍ତି କଳା ଓ ସାହିତ୍ୟପ୍ରେମୀ ହେବା ସହ ସାମାନ୍ୟ ଈର୍ଷାଳୁ ମଧ୍ୟ ହୋଇଥାନ୍ତି। ନଭେମ୍ବରରେ ଜନ୍ମିତ ବ୍ୟକ୍ତି ଦୂରଦର୍ଶୀ, ସାହସୀ ତଥା ଚାଲାକ୍‌ ସ୍ବଭାବର ହୋଇଥିଲେ ହେଁ ପ୍ରଶଂସାପ୍ରିୟ ହୋଇ ନ ଥାନ୍ତି। ଡିସେମ୍ବରରେ ଜନ୍ମିତ ବ୍ୟକ୍ତି ସୌଖୀନପ୍ରିୟ ହୋଇଥାନ୍ତି। ସବୁ କିଛି ଭଲ ହୋଇଥିବା ତାଙ୍କର ଦରକାର।


Enter your email to get our daily news in your inbox.

All Right Reserved By Dharitri.Com

ବିପଦରେ ଫସିଛନ୍ତି କି? ଚାଣକ୍ୟଙ୍କ ଏହି ୫ କଥା ମାନିଲେ ଦୂର ହେବ ସମସ୍ତ ସଙ୍କଟ, ଜିତି ଯିବେ ପ୍ରତିଟି ବାଜି…

ଆଚାର୍ଯ୍ୟ ଚାଣକ୍ୟଙ୍କ ରଚିତ ‘ଚାଣକ୍ୟ ନୀତି’ରେ ମନୁଷ୍ୟ ଜୀବନକୁ ସଫଳ କରିବାକୁ ନେଇ ଅନେକ ନୀତି ବିଷୟରେ ଉଲ୍ଲେଖ ରହିଛି। ଏହାକୁ ସଠିକ୍‌ ଭାବେ ପାଳନ...

ଅତ୍ୟନ୍ତ ଶୁଭ ଜେଡ୍‌ ପ୍ଲାଣ୍ଟ: ଘରେ ଲଗାଇଲେ ବଢ଼େ ସୁଖସମୃଦ୍ଧି

ଜେଡ୍‌ ପ୍ଲାଣ୍ଟ ହେଉଛି ଏକପ୍ରକାର ଇଣ୍ଡୋର ପ୍ଲାଣ୍ଟ। ବାସ୍ତୁଶାସ୍ତ୍ର ଅନୁଯାୟୀ, ଏହି ପ୍ଲାଣ୍ଟକୁ ଲକି ପ୍ଳାଣ୍ଟ ତଥା ଫ୍ରେଣ୍ଡସିପ୍‌ ପ୍ଲାଣ୍ଟ ବି କୁହାଯାଇଥାଏ। କାରଣ ଏହି...

ଘରେ ଲଗାଇବେ ନାହିଁ କେଉଁ ଫଟୋ? ଦୁର୍ଭାଗ୍ୟକୁ ଡାକି ଆଣିବ…

ଘରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଅନେକେ କାନ୍ଥରେ ସୁନ୍ଦର ଫଟୋମାନ ଲଗାଇଥାନ୍ତି। କିନ୍ତୁ ଏହି ଫଟୋ ଲଗାଇବାକୁ ନେଇ ମଧ୍ୟ ବାସ୍ତୁଶାସ୍ତ୍ରରେ କିଛିଟା ନିୟମ ରହିଛି।...

ଚାଣକ୍ୟ କୁହନ୍ତି ଏସବୁ ଖାଦ୍ୟ ଖାଇଲେ ମିଳିବ ୧୦ଗୁଣା ଅଧିକ ଶକ୍ତି, ବୃଦ୍ଧାବସ୍ଥାରେ ରୋଗ ପାଖ ମାଡ଼ିବନି…

ହିନ୍ଦୁ ଧର୍ମରେ ଅନେକ ଜିନିଷ ଅଛି ଯାହାକୁ ଖାଇବା ସମ୍ପୂର୍ଣ୍ଣ ନିଷେଧ ଏବଂ କିଛି ଜିନିଷ ଅଛି ଯାହାକୁ ଖାଇଲେ ୧୦ ଗୁଣ ଅଧିକ ଶକ୍ତି...

ଅଂଶୁଘାତ ସମୟରେ କେମିତି ନେବେ ପ୍ରାଣୀଙ୍କ ଯତ୍ନ

ଅଂଶୁଘାତ ପାଇଁ  ସତର୍କ ଓ ସାବଧାନ ରୁହନ୍ତୁ । ପ୍ରଚୁର ଥଣ୍ଡା ପାଣି ପିଇବାକୁ ଦିଅନ୍ତୁ। ଗୁହାଳକୁ ଥଣ୍ଡା ରଖିବା ସହ ସଙ୍କର ଜାତୀୟ ଗାଈ...

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri