ପର୍ଯ୍ୟଟନସ୍ଥଳୀ: ଆପ୍‌ଖୋଲ

ବରଗଡ଼ ଜିଲାର ଡେବ୍ରିଗଡ଼ ଅଭୟାରଣ୍ୟ। ଏଠାରେ ରହିଥିବା ଖୋଲ (ପାହାଡ଼ ମଝିରେ ଫାଙ୍କ) ରେ ସର୍ବଦା ପାଣି ଜମି ରୁହେ। ଲୋକେ ତାକୁ କୁହନ୍ତି ଆପ୍‌ଖୋଲ। ସେଠାରେ ୩ଟି ବଡ଼ ଝରଣା ରହିଛି। ଏହା ଉପରକୁ ରହିଛି ଆଉ ଏକ ଝରଣା। ତାକୁ ବଡ଼ଆପ୍‌ ବୋଲି କୁହାଯାଏ। ଜଙ୍ଗଲର ସମସ୍ତ ଜୀବଜନ୍ତୁ ସେଠାକୁ ପାଣି ପିଇବାକୁ ଆସନ୍ତି। ଏହା ଏକ ପିକ୍‌ନିକ୍‌ ସ୍ପଟ୍‌। ଜୀବଜନ୍ତୁଙ୍କ ସୁରକ୍ଷା ଦୃଷ୍ଟିରୁ ଏଠାରେ ପଲିଥିନ ପକାଇବା ମନା। ଏଭଳି ଏକ ପର୍ଯ୍ୟଟନସ୍ଥଳୀ ପ୍ରଶାସନର ଦୃଷ୍ଟି ଆଢ଼ୁଆଳରେ ରହିଯାଇଛି। ସବୁଦିନିଆ ରାସ୍ତା ସହିତ ଏହାର ଉନ୍ନତୀକରଣ ଦିଗରେ ପଦକ୍ଷେପ ନିଆଗଲେ ଏଠାରେ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ।

କେମିତି ଯିବେ
ବରଗଡ଼ଠାରୁ ଭଟଲି ରାସ୍ତାରେ ୧୮କି.ମି ଗଲେ ଗୋପାଳପୁର ଏବଂ ସେଠାରୁ ଡାହାଣକୁ ମୂଲବାର ରାସ୍ତାରେ ଶରଧାପାଲି ଗ୍ରାମ ଦେଇ ୧୫କି.ମି ରାସ୍ତା ଅତିକ୍ରମ କଲେ ଆପ୍‌ଖୋଲରେ ପହଞ୍ଚି ହେବ। ସେହିପରି ଅମ୍ବାଭୋନା ରାସ୍ତାର ମେଣ୍ଢାପାଲି ଛକରୁ ମଧ୍ୟ ଜଙ୍ଗଲି ରାସ୍ତାରେ ପ୍ରାୟ ୧୦କି.ମି ଗଲେ ଆପ୍‌ଖୋଲ ପଡିବ। କାର୍‌, ଅଟୋ, ବାଇକ୍‌ରେ ସେଠାକୁ ଯାଇହେବ। ପାହାଡ଼ ତଳେ ଗାଡ଼ି ରଖି ଆପ୍‌ଖୋଲ ଝରଣା ପାଣିର ଧାରେ ଧାରେ ପ୍ରାୟ ୧୦କି.ମି ରାସ୍ତା ଚାଲି ଚାଲି ଯିବାର ମଜା ନିଆରା।

 

ରିପୋର୍ଟ: ପ୍ରେମାନନ୍ଦ ଖମାରୀ/ସଞ୍ଜୀବ ଷଡ଼ଙ୍ଗୀ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?