ଘର ଛାଡ଼ି ଚାଲି ଆସି ନ ଥିଲେ ଡାକ୍ତର ହୋଇଥାନ୍ତେ କଙ୍ଗନା: ଜାଣନ୍ତୁ କେତେ ପଢ଼ିଛନ୍ତି ବଲିଉଡ୍‌ର ଏହି କୁଇନ୍‌

ବମ୍ବେ: ହିମାଚଳର ଏକ ଛୋଟ ଗାଁରେ ଜନ୍ମ ନେଇଥିବା କଙ୍ଗନା ଆଜି ସଫଳତାର ଶୀର୍ଷରେ ପହଞ୍ଚିବେ ବୋଲି ସେତେବେଳେ ହୁଏତ କେହି ଭାବି ବି ନ ଥିବେ। ହେଲେ ଗୋଟିଏ ପରେ ଗୋଟିଏ ଫିଲ୍ମରେ ଶ୍ରେଷ୍ଠ ପ୍ରଦର୍ଶନ କରି ସେ ନିଜକୁ ବଲିଉଡ୍‌ର କୁଇନ୍‌ ଭାବେ ପ୍ରତିପାଦିତ କରିଛନ୍ତି। ୨୦୦୫ରେ ମହେଶ ଭଟ୍ଟଙ୍କ ଫିଲ୍ମ ଗ୍ୟାଙ୍ଗଷ୍ଟରରୁ ବଲିଉଡ ଡେବ୍ୟୁ କରିଥିଲେ ସେ। ଏହାପରଠାରୁ ସେ ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ଶୁଣାଯାଏ କଙ୍ଗନା ନିଜର ପାଠପଢ଼ା ଅଧାରୁ ବନ୍ଦ କରିଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ ଘର ଛାଡ଼ି ଚାଲିଆସିଥିଲେ ସେ। ପରେ ଦିଲ୍ଲୀର ଏଲିଟ୍‌ ମଡେଲିଂ ଏଜେନ୍ସିଂରେ କଙ୍ଗନା ଯୋଗ ଦେଇଥିଲେ। ହେଲେ ତାଙ୍କର ସ୍ବପ୍ନ ଥିଲା ହିରୋଇନ୍‌ ହେବା।
କଙ୍ଗନା ଡିଏଭି ଚଣ୍ଡିଗଡ଼ରୁ ନିଜ ସ୍କୁଲପଢ଼ା ସାରିଛନ୍ତି। ଦ୍ୱାଦଶ ପରଠାରୁ ସେ ଆଉ ପଢ଼ି ନାହାନ୍ତି। ଏକ ସାକ୍ଷାତକାରରେ କଙ୍ଗନା କହିଥିଲେ ଯଦି ସେ ଅଭିନେତ୍ରୀ ହୋଇ ନ ଥାନ୍ତେ ତେବେ ଜଣେ ଡାକ୍ତର ହୋଇଥାନ୍ତେ।

ମାତ୍ର ୨୨ ବର୍ଷ ବୟସରେ ରାଷ୍ଟ୍ରୀୟ ପୁରସ୍କାର ପାଇଥିବା ଅଭିନେତ୍ରୀମାନଙ୍କ ମଧ୍ୟରୁ କଙ୍ଗନା ଜଣେ। ୨୦୦୮ ଫ୍ୟାଶନ୍‌ ଫିଲ୍ମ ପାଇଁ ତାଙ୍କୁ ଏହି ସମ୍ମାନ ମିଳିଥିଲା। କେବଳ ଯେ ଅଭିନୟ ତାହା ନୁହେଁ ନିଜର ରୋକଠୋକ କଥାକୁ ନେଇ କଙ୍ଗନା ଲୋକପ୍ରିୟ। ସେ ଅନେକ ସମ୍ବେଦନଶୀଳ ପ୍ରସଙ୍ଗରେ ନିଜ ମନ୍ତବ୍ୟ ରଖି ଚର୍ଚ୍ଚାରେ ରହିଆସିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନ୍ମଦିନରେ ମାମୁଁ ହେଲେ ଭାଇଜାନ୍‌

ବଲିଉଡ୍‌ର ଭାଇଜାନ୍‌ ସଲମାନ ଖାଁ ଆଜି ଅର୍ଥାତ୍‌ ଶୁକ୍ରବାର ୫୪ ତମ ଜନ୍ମଦିବସ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କୁ ଏକ ଖୁସି ଖବର ମିଳିଛି।...

୨୦ ହଜାର ଯୋଡା ଜୋତା ଦାନ କରିବେ ପ୍ରିୟଙ୍କା !

ମୁମ୍ବାଇ: ଦେଶ କରୋନା ଭାଇରସ ସହ ଲଢୁଥିବା ବେଳେ ଏବେ ସମସ୍ତେ ଏହାଠାରୁ ବିଜୟୀ ହେବାକୁ ଲାଗି ପଡିଛନ୍ତି। ବଲିଉଡ୍‌ର ଅନେକ ସେଲିବ୍ରିଟି ଏ ଦିଗରେ...

‘ମୁନ୍ନୀ ବଦନାମ୍‌ ହୁଇ…’ ଫରହା ଖାଁଙ୍କ ପାଇଁ ଆଣିଥିଲା ଖ୍ୟାତି

ମୁମ୍ବାଇ,୯।୧: ବଲିଉଡ୍‌ର ପ୍ରସିଦ୍ଧ କୋରିଓଗ୍ରାଫର ଫରହା ଖାଁଙ୍କୁ ଶନିବାର ୫୫ ବର୍ଷ ପୂରଣ ହୋଇଛି। ସେ ୫୬ ବର୍ଷରେ ପାଦ ଦେଇଛନ୍ତି। ୧୯୬୫ ଜାନୁୟାରୀ ୯ରେ...

ଚର୍ଚ୍ଚାରେ ଦୀପିକାଙ୍କ ବ୍ୟାଗ୍‌: ଦାମ୍‌ ୧ଲକ୍ଷ ୧୬ ହଜାର

ମୁମ୍ବାଇ: ବଲିଉଡ୍‌ କୁଇନ୍‌ ଦୀପିକା ପାଦୁକୋନ୍‌ କିଛି ନା କିଛି କାରଣ ପାଇଁ ଅନେକ ସମୟରେ ଥାଆନ୍ତି ଚର୍ଚ୍ଚାରେ। ବିଶେଷ କରି ତାଙ୍କ ଷ୍ଟାଇଲ୍‌କୁ ନେଇ...

୨୨ ବର୍ଷ ପରେ ସ୍ବାମୀଙ୍କଠାରୁ ଅଲଗା ହେଲେ ହ୍ରିତିକଙ୍କ ଶାଳି, କହିଲେ ‘୯ ବର୍ଷ ପୂର୍ବରୁ….’

ବମ୍ବେ: ସ୍ବାମୀଙ୍କଠାରୁ ଅଲଗା ହେଲେ ଅଭିନେତା ହ୍ରିତିକ୍‌ ରୋଶନଙ୍କ ଶାଳି ତଥା ପୂର୍ବପତ୍ନୀ ସୁଜୈନ ଖାନଙ୍କ ଭଉଣୀ ଫରାହ ଖାନ୍‌। ନିଜର ଇନ୍‌ଷ୍ଟାଗ୍ରାମରେ ଫରାହ ସ୍ବାମୀ...

ଧୋନୀଙ୍କ ପାଇଁ ଚାକିରି କରିଥିଲେ ଏହି ପ୍ରସିଦ୍ଧ ଅଭିନେତା

ଭାରତର ଭେଟେରାନ କ୍ରିକେଟର ଏମଏସ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ବଲିଉଡ ଅଭିନେତା ରଣବୀର ସିଂ ଏକ ବଡ଼ ଖୁଲାସା କରିଛନ୍ତି। ସେ...

କରୋନାକୁ ହରାଇଲେ ଗୁରମିତ-ଦେବୀନା

ଟେଲି ଧାରା ବାହିକର ସବୁଠୁ ଚର୍ଚ୍ଚିତ ଯୋଡି ଗୁରମିତ ଚୌଧୁରୀ ଏବଂ ଦେବୀନା ବାନାର୍ଜି କରୋନାରୁ ସୁସ୍ଥ ହୋଇଛନ୍ତି। ତାଙ୍କ ରିପୋର୍ଟ ନେଗେଟିଭ ଆସିଛି। ଏ...

ଅଲଗା ହେବେ ଆମିର-ସଞ୍ଜିଦା !

ବମ୍ବେ: ସୋସିଆଲ ମିଡିଆରେ ଅଭିନେତା ତଥା ଅଭିନେତ୍ରୀମାନଙ୍କର ଜୀବନ ଯେତିକି ରଙ୍ଗିନ ନଜର ଆସିଥାଏ, ବାସ୍ତବ ଜୀବନରେ କିନ୍ତୁ ତାହାର ଓଲଟା ଦେଖିବାକୁ ମିଳେ। ସେଭଳି...

Advertisement
Archives

Model This Week