କ୍ରିକେଟ୍‌ରେ ‘ଡାଇମଣ୍ଡ-ଡକ ଆଉଟ୍‌’ କ’ଣ ଜାଣନ୍ତି

ମୁମ୍ବାଇ,୮।୫: ଆଇପିଏଲ ୨୦୨୨ରେ କେ.ଏଲ ରାହୁଲ ଭଲ ଫର୍ମରେ ଅଛନ୍ତି। ସେ ଲକ୍ଷ୍ନୌ ସୁପର୍‌ ଜିଆଣ୍ଟ୍ସ ଦଳ ପାଇଁ ସର୍ବାଧିକ ରନ ସ୍କୋରର, କିନ୍ତୁ ଏହା ସତ୍ତ୍ୱେ ସେ ତାଙ୍କ ନାମରେ ଏକ ଖରାପ ରେକର୍ଡ କରିଛନ୍ତି।
ଆଇପିଏଲ ୨୦୨୨ରେ, କେ.ଏଲ ରାହୁଲ ତିନିଥର ଖାତା ନ ଖୋଲି ପାଭିଲିୟନକୁ ଫେରିଛନ୍ତି। କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ ‘ଶୂନ’ରେ ଆଉଟ୍‌ ହୋଇଥିଲେ। ବିଶେଷ କଥା ହେଉଛି ସେ ଏଥିପାଇଁ କୌଣସିି ବଲ ଖେଳି ନାହାଁନ୍ତି। ଏପରି ଆଉଟ୍‌କୁ ‘ଡାଇମଣ୍ଡ-ଡକ’ କୁହାଯାଏ। ରାହୁଲଙ୍କ ସହ ବ୍ୟାଟିଂ କରୁଥିବା କ୍ୱିଣ୍ଟନ ଡି କକ ଇନିଂସର ପ୍ରଥମ ଓଭରରେ ଏକ ରନ ନେବାକୁ ଚାହୁଁଥିଲେ, ସେ କ୍ରିଜ ଅତିକ୍ରମ କରିଥିଲେ। କିନ୍ତୁ ଶ୍ରେୟସ ଆୟର ତାଙ୍କ ଆଡକୁ ଆସୁଥିବାର ଦେଖି ସେ ଅଧା ବାଟରୁ ଫେରିଯାଇଥିଲେ। ସେତେବେଳକୁ ରାହୁଲ ଅଧା କ୍ରିଜରେ ପହଞ୍ଚି ସାରିଥିଲେ ଏବଂ ଆୟର୍‌ଙ୍କ ସିଧା ଥ୍ରୋରେ କେ.ଏଲ ରାହୁଲ ରନ୍‌ଆଉଟ୍‌ ହୋଇଥିଲେ।
ଆଇପିଏଲ ୨୦୨୨ରେ କେଏଲ ରାହୁଲ ତୃତୀୟ ଥର ପାଇଁ ସେ ଶୂନରେ ଆଉଟ୍‌ ହୋଇଛନ୍ତି। କିନ୍ତୁ ସେ ଚଳିତ ଆଇପିଏଲ୍‌ରେ ୧୧ଟି ମ୍ୟାଚରେ ୪୫୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୨ଟି ଶତକ ସାମିଲ ଅଛି।
‘ଡାଇମଣ୍ଡ-ଡକ ଆଉଟ୍‌’ କ’ଣ
ଯଦି କୌଣସି ବ୍ୟାଟ୍ସମ୍ୟାନ୍‌ କୌଣସି ଆଇନଗତ ବଲ୍‌ର ସାମ୍ନା ନ କରି ଆଉଟ୍‌ ହୁଅନ୍ତି, ତେବେ ତାହାକୁ ‘ଡାଇମଣ୍ଡ-ଡକ ଆଉଟ୍‌’ କୁହାଯିବ। ଏହା ସାଧାରଣତଃ ଷ୍ଟ୍ରାଇକ ନେଉଥିବା ବ୍ୟାଟ୍ସମ୍ୟାନଙ୍କ ବିପରୀତ ପାର୍ଶ୍ୱରେ ଥିବା କ୍ରିକେଟର୍‌ଙ୍କ ସହ ଘଟିଥାଏ। ଯଦି ଜଣେ ବ୍ୟାଟ୍ସମ୍ୟାନ ବ୍ୟାଟିଂ ସମୟରେ ଓ୍ବାଇଡ୍‌ ବଲ୍‌ରେ ଷ୍ଟମ୍ପିଂ ହୋଇଥା’ନ୍ତି, ତେବେ ତାହାକୁ ମଧ୍ୟ ‘ଡାଇମଣ୍ଡ-ଡକ ଆଉଟ୍‌’ ଭାବରେ ବିବେଚନା କରାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ଫରାଜଙ୍କ ବହିଷ୍କାର : ଅସମ୍ବେଦନଶୀଳ ଟୁଇଟ୍‌ ନେଇ ପିସିବି କ୍ଷମା ମାଗିଲା

ନୂଆଦିଲ୍ଲୀ, ୧୯।୧୦: ଏକ ଅସମ୍ବେଦନଶୀଳ ଟୁଇଟ୍‌ କରି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଶେଷରେ କ୍ଷମା ମାଗିଛି। ସର୍ଫରାଜ ଅହମ୍ମଦଙ୍କୁ ଟେଷ୍ଟ ଓ ଟି୨୦ ଅଧିନାୟକ...

ହାମିଲଟନଙ୍କୁ ପୋଲ୍‌ ପୋଜିିଶନ

ଇମୋଲା (ଇଟାଲି), ୧୭ା୪-ରବିବାର ହେବାକୁ ଥିବା ଇମିଲିଆ ରୋମାଗ୍ନା ଗ୍ରାଁ ପ୍ରି ପାଇଁ ମର୍ସିଡିଜ୍‌ର ଲୁଇସ୍‌ ହାମିଲଟନ ପୋଲ୍‌ ପୋଜିଶନ ହାସଲ କରିଛନ୍ତି। ଶନିବାର ଅନୁଷ୍ଠିତ...

କରୋନାରେ ପ୍ରାଣ ହାରିଲେ ଲେଗ୍‌ ସ୍ପିନର ବିବେକ ଯାଦବ

ଜୟପୁର,୭।୫(ପି.ଟି.): କୋଭିଡ୍‌- ୧୯ ଆଗରେ ଆଉ ଜଣେ କ୍ରିକେଟର ହାର ମାନିଛନ୍ତି। ରାଜସ୍ଥାନ ପୂର୍ବତନ ଲେଗ୍‌ ସ୍ପିନର ତଥା ରଣଜୀ ଟ୍ରଫି ବିଜେତା ଦଳର ସଦସ୍ୟ...

ଅନ୍‌ଲାଇନ୍‌ ଚେସ୍‌: ବିକାଶ ଚାମ୍ପିୟନ

ଭୁବନେଶ୍ୱର, ୨୦।୬(କ୍ରୀଡ଼ା ପ୍ରତିନିଧି)- ଏସଆର ଚେସ୍‌ ସେଣ୍ଟର ଆନୁକୂଲ୍ୟରେ ଆୟୋଜିତ ୭ମ ଅନ୍‌ଲାଇନ୍‌ ଚେସ୍‌ରେ ପ୍ରଭୁଜୀ ଇଂଲିଶ୍‌ ମିଡିୟମ ସ୍କୁଲର ବିକାଶ କୁମାର ଲେଙ୍କା ଚାମ୍ପିୟନ...

ଡିସିକୁ ଉତ୍ସାହିତ କରିବାକୁ ଷ୍ଟାଡିୟମରେ ରିଷଭ ପନ୍ତ

ନୂଆଦିଲ୍ଲୀ,୪।୪: ଇଣ୍ଡିଆନ ପ୍ରିମିୟର ଲିଗ ୨୦୨୩ର ସପ୍ତମ ମ୍ୟାଚ୍‌ ଦିଲ୍ଲୀ କ୍ୟାପିଟାଲ୍ସ(ଡିସି) ଏବଂ ଗୁଜରାଟ ଟାଇଟାନ(ଜିଟିି) ମଧ୍ୟରେ ମଙ୍ଗଳବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଖେଳାଯାଉଛି।...

‘କୋଚ୍‌ ନୁହେଁ ଖେଳାଳିଙ୍କ ପରାମର୍ଶଦାତା ପାଲଟିଛିି’

ନୂଆଦିଲ୍ଲୀ, ୧୦ା୫ (ପି.ଟି.): ଲକ୍‌ଡାଉନ୍‌ ଯୋଗୁ ଭାରତର ଜୁନିୟର ବ୍ୟାଡ୍‌ମିଣ୍ଟନ ଖେଳାଳିମାନଙ୍କୁ ଘରେ ରହିବାକୁ ପଡ଼ୁଛି। ଏହି କାରଣରୁ ସେମାନଙ୍କ ମନରେ ବିରକ୍ତି ଓ ନୈରାଶ୍ୟ...

ଏସିଆ କପ୍‌ ପାଇଁ ବଢ଼ିଆ ପ୍ରସ୍ତୁତି: ଷ୍ଟିମାକ୍‌

ଭୁବନେଶ୍ୱର, ୯ା୬(ସ୍ପୋଟର୍‌ସ ବ୍ୟୁରୋ): ଶୁକ୍ରବାରଠାରୁ ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଚତୁଃରାଷ୍ଟ୍ରୀୟ ଇଣ୍ଟର କଣ୍ଟିନେଣ୍ଟାଲ କପ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ। ଆୟୋଜକ ଭାରତ ସମେତ...

୧୦୦ ଯୁବକଙ୍କ ସହ ଡେଟ୍‌ରେ ଗଲେଣି ଯୁବତୀ, କିନ୍ତୁ…

ସାଧାରଣତଃ ନିଜ ମତମୁତାବକ ସାଥୀ ପାଇବା ପାଇଁ ପ୍ରଥମେ ଡେଟ୍‌ରେ ଯିବାକୁ ପସନ୍ଦ କରନ୍ତି ପ୍ରେମିକା-ପ୍ରେମିକ। କିନ୍ତୁ ପୂର୍ବ ମିସ୍‌ ଗ୍ରେଟ୍‌ ବ୍ରିଟେନ୍‌ ରହିଥିବା ଏପ୍ରିଲ୍‌...

Advertisement
Archives

Model This Week